STORYMIRROR

Manoj Behera

Fantasy

4  

Manoj Behera

Fantasy

ସପନ'ଦା

ସପନ'ଦା

4 mins
263


 ସେମାନେ ଗାଁ -ଗାଁ , ବଜାର ବଜାର  ବୁଲନ୍ତି ।

ଦିନେ ଆମ ସାହି ଭୁଗୁଡାକଟାକୁ ଆସିଲା ସପନ’ଦା । ବାରିପଦା ସହରର ଏକ ୱାର୍ଡ ।ମସିହା ୧୯୮୯ -୧୯୯୦ ହେବ।ଆମେ ସବୁ ହାଇସ୍କୁଲ ରେ ପଢୁଥାଉ ।ସଂଧ୍ୟା ହେବାକୁ ଆଉ କିଛି ସମୟ ବାକି ଥାଏ । ସାଙ୍ଗରେ ଥାନ୍ତି ଦୁଇ ତିନିଜଣ ।ସେମାନେ ସହଯୋଗୀ ।ମୋଡଗାଡ୍ ବିହୀନ ଦୁଇଟି ସାଇକେଲ ।ବୋଧ ହୁଏ ସାଇକେଲ ଗୁଡିକ ରେ ସିଟ ନ ଥାଏ । ‘’ ସପନଦା ‘’କୌଶଳ ପ୍ରଦର୍ଶନ କରେ ।ଟିଉବ ଲାଇଟ ଭାଙ୍ଗିବା ,ଟିଉବ ଲାଇଟ୍ ଚୋବେଇବା ,ରାସ୍ତାର ଯାଦୁଗର ସପନ’ଦା । ରାସ୍ତାର କଳାକାର ସପନ‘ଦା । ସାହିରେ ରହିବ ସପନ' ଦା । 


ଦର୍ଶକଙ୍କ ନିକଟରେ ନିଜର କଳା ବିସ୍ତାର କରିବ । 

ଖୋଲା ପଡିଆରେ ରହିବାର ବ୍ୟବସ୍ଥା ହେଲା ।ଛୋଟ ଏକ ଟେଣ୍ଟ ବସିଲା । ଗୋଟେ ବାଉଁଶ କୁ ପୋତାହେଲା ।

 ବାଉଁଶର ଅଗରୁ ରଙ୍ଗୀନ ପତାକା ଝୁଲିଲା ତଳ ପର୍ଯ୍ୟନ୍ତ । ବାଉଁଶର ତଳ ଅଂଶରେ ଠାକୁର ଫୋଟୋ ରଖିଦେଲେ ସେମାନେ । ମା ‘କାଳୀ ଙ୍କର ଫୋଟ କୁ ବାଉଁଶ ରେ କଣ୍ଟା ମାରି ଟାଙ୍ଗି ଦେଲେ ସେମାନେ ।  ସପନ‘ଦା ନିଜ ସାଇକେଲ ଉପରେ ବସି ଖାଏ ।ସପନ‘ଦା ର ଲୋକ ମାନେ କହନ୍ତି-‘’ ଭୂଇଁକୁ ଛୁଆଁ ହେବନି ।ଏହା ହିଁ ,-‘’ଏହି ଖେଳର ନିୟମ। ସାଇକେଲ ଚଲାଇ ଥାଏ ।

 ଅନ୍ୟ ସମୟରେ ସାଇକେଲ ଉପରେ ହିଁ ବସି ରହେ । 

ଦର୍ଶକ ଙ୍କୁ ସାମ୍ନା କରିବା ବେଳେ ସେ ବିଭିନ୍ନ ଷ୍ଟଣ୍ଟ ପ୍ରଦର୍ଶନ କରେ । ୧୦ ଦିନ ୧୦ ରାତି ସପନ’ଦା ଅନବରତ ନିଜ ସାଇକେଲ ଚଲାଇଥାଏ ।


 ସେ କରୁଥିବା ଷ୍ଟଣ୍ଟ ଗୁଡିକ ଦେଖି ଦର୍ଶକ ତାଙ୍କୁ ଟଙ୍କା ଦିଅନ୍ତି ।ପ୍ରାୟ ପାଦ ଭୂମି ସ୍ପର୍ଶ କରେନାହିଁ ।ସାଇକେଲ ଉପରେ ବିଶ୍ରାମ ମଧ୍ୟ କରେ ।ସେମାନଙ୍କ କରତାଳିରେ ସପନ'ଦା ଆନନ୍ଦିତ ହୁଏ ଏବଂ ସେମାନଙ୍କଠାରୁ ଟଙ୍କା ସଂଗ୍ରହ ହୁଏ।ତାଙ୍କ ଗୃପରେ ତିନି କି ଚାରି ଜଣ ଥାନ୍ତି ।

ସେମାନେ ବିଭିନ୍ନ ସ୍ଥାନ ଭ୍ରମଣ କରନ୍ତି ।ସମସ୍ତଙ୍କ ପାଇଁ ଆନନ୍ଦ ଆଣନ୍ତି ସପନ'ଦା ।ସେମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଖେଳ ଦେଖାଏ । ଖେଳରେ ବେଶ ଭିଡ ଜମେ । ଦେଖେଇଥିବା ବିଭିନ୍ନ କୌଶଳ ଓ ଖେଳ ଭିତରେ ଏହା ହେଉଛି ଶେଷ ଦିବସର ଶ୍ରେଷ୍ଠ ଖେଳ ।ମାଟି ଭିତରେ ଚବିଶ ଘଣ୍ଟା ରହିବାର ଖେଳ । 


ଆସନ୍ତାକାଲିକୁ ସପନା’ଦା ଆଜିର ଶେଷ ଖେଳ ଦେଖେଇ ସାରି ପଳେଇବ । ଜଣେ ମଣିଷ ଧ୍ୟାନମଗ୍ନ ହୋଇ ଆରାମରେ ବସିପାରିବା ଭଳି ଗାତ ଖୋଳା ହେଲା ।

ଗାତ ଖୋଳିଲେ ସପନ’ଦାର ସହଯୋଗୀ ମାନେ ।

ସେମାନଙ୍କୁ ସହଯୋଗ କଲେ ଆମେ ସବୁ ଯୁବଗୋଷ୍ଠୀ ।ସପନ’ଦା ସେହି ଗାତ ଭିତରେ ଚବିଶ ଘଣ୍ଟା ରହିବ ।

ପୁଣି ସାଇକେଲ ସହ।  ଜାଲୁଆ ଜାଲୁଆ ଅନ୍ଧକାର ମଧ୍ୟରେ ସପନଦାର ଟେଣ୍ଟରେ ମିଞ୍ଜି ମିଞ୍ଜି ହୋଇ ଶହେ ପାଓ୍ବାର ବଲବଟି ଜଳୁଥିଲା ।କିଛିଟା ଅଧିକ ଆଲୋକିତ କରୁଥିଲା ଏକମାତ୍ର ମୁନିସିପାଲଟିର ମାର୍କୁରି ଲାଇଟ ।

ଉଜ୍ଜଳ ବତୀଖୁଣ୍ଟ ର ରୋଷଣୀରେ ଦୂରରୁ ମଧ୍ୟ ସବୁ ସ୍ପଷ୍ଟ ଦେଖାଯାଉଥିଲା । 


 ଆଜି ସପନ’ଦା କୁ ମାଟି ଭିତରେ ପୋତାହେବ ।

ଚଳଚଞ୍ଚଳ କରିଛି ଏହି ଖବର ।  ନିମିଷେକ ମଧ୍ୟରେ ସ୍ତବ୍ଧ ହେଲେ ସମସ୍ତେ । ସପନଦା ନିଜକୁ ପ୍ରସ୍ତୁତ କରିସାରିଛି ।

ସୁଟ ଓ ସାଟ୍ ପିନ୍ଧିଚି ।ଶୀତ ଦିନ ଥିଲା ।ହାତ ପାଦ ଥଣ୍ଡାରେ କାଲ ମାରିଦେଉଥାଏ ।ସପନ'ଦା ସୁଇଟରଟି ପିନ୍ଧି ଲତକିନା ବସିପଡିଲା ସାଇକେଲ ଉପରେ ।

ବେକରେ ଗେଣ୍ଡୁଫୁଲର ହାର ଦୁଇ ତିନୋଟି ପିନ୍ଧାଗଲା ।

ସପନଦା ହେଲା ଧ୍ୟାନସ୍ଥ ।ନିଶ୍ଵାସ- ପ୍ରଶ୍ଵାସ ଜୋର ଜୋରରେ ନେଲା ।ସତେଯେମିତି ଦେଖଣାହାରୀଙ୍କ ଜୀବନନାଟିକା ବନ୍ଦ ହୋଇଯାଇଛି ।ବିଲକୁଲ ଚୁପ ଚାପ ସମସ୍ତେ । ପ୍ରାଣାୟମ କଲା ସପନଦା ।କ୍ରମଶଃ ଧ୍ୟାନରୁ ଧ୍ୟାନତର ହେଲା ସପନଦା ସପନ’ଦା କୁ ଦଉଡି ସାହାଯ୍ୟରେ ଗାତ ଭିତରକୁ ଧୀରେ ଧୀରେ ଛଡାଗଲା ।

ଦଉଡି ପକେଇଥିବା ଲୋକଟି ଦଉଡିକୁ ରଖିଦେଇ ମାଟିପକେଇବା ଆରମ୍ଭ କଲା ।ତଥାପି ମନେପଡୁଛି ବାର -ପନ୍ଦର ଫୁଟର ଗାତ ଭିତରେ ଆଜି ସପନ’ଦା ରହିବ ।

ଚବିଶ ଘଣ୍ଟା ପରେ ଆସନ୍ତାକାଲି ଏହି ସମୟରେ ବାହାରକୁ ଆସିବ ସପନଦା । ସାଙ୍ଗରେ ମା’ କାଳୀ ଙ୍କର ଏକ ଫୋଟ ନେଇଥାଏ ।


ଏବେ ସପନ’ଦା ମାଟିଭିତରେ ।ମାଟିଉପରେ ଏକ କାଳି ଙ୍କର ଫୋଟ ରଖାହେଲା ।ଗୋଟିଏ ଗ୍ଲାସରେ

କ୍ଷୀର ଭର୍ତ୍ତି କରି ରଖାଗଲା ମଧ୍ୟ ।ସେମାନେ କହିଲେ ଯଦି ଭିତରେ ସପନ’ଦା ଉପରେ କୌଣସି ବିପଦ ଆସେ ତେବେ ଏହି କ୍ଷୀର ନାଲି ହୋଇଯିବ ।ଏହି କ୍ଷୀର ହିଁ ତା’ର ସଙ୍କେତ ଦେବ।ତା'ପରଦିନର ସକାଳଥିଲା ନିଆରା ।

ଦେଖଣାହାରୀ ମାନେ ଉପରଓଳିକୁ ରୁଣ୍ଡ ହେଉଥିଲେ ସପନଦାର ଖେଳ ଦେଖିବା ପାଇଁ । ଆଜି କିନ୍ତୁ ସକାଳୁ ସକାଳୁ ସେଠାରେ ରୁଣ୍ଡ ହେଲେଣି ।ସଂଧ୍ୟାବେଳକୁ ସପନା’ଦା ବାହାରିବ।ଚବିଶ ଘଣ୍ଟା ପୁରିବ। ସଂଧ୍ୟା ସାତଟା ପାଖାପାଖି ।କାହାରି ମନରେ ହରଷ ନାହିଁ ।

ଆମେ ସବୁ ଘରକୁ ଯାଇ ଖାଇଦେଇ ଆସି ସପନଦା ପାଖରେ ପୁଣି ହାଜର ।


ଏଭିତରେ କେମିତି ଗୋଟିଏ ନିଜର ଭଳି ପାଲଟି ଯାଇଛି ସପନ’ଦା ।ସପନ’ଦାର ସହଯୋଗୀ ମାନେ ବେଶ ସାଧାରଣ ଦେଖାଯାଉଥାନ୍ତି ।

ହୁଏତ ଏହା ସେମାନଙ୍କ ପାଇଁ ନିତିଦିନିଆ ହୋଇଗଲାଣି ।

ଦେଖୁ ଦେଖୁ ସେହି ଇପସିତ ସମୟ ଆସି ଉପସ୍ଥିତ ହେଲା

ଆକାଶରେ ଜହ୍ନ । ଖୁବ୍ ନିରେଖି ଦେଖିଲେ ଗୋଟିଏ ଗୋଟିଏ ତାରା ଆକାଶରେ ।ଚଳଚଞ୍ଚଳ ହେଲା ଦେଖଣାହାରୀଙ୍କ ଭିଡରେ ।ସପନ’ଦା କୁ ବାହାରକୁ କଢାଯିବ ।ସେମାନେ ପ୍ରଥମେ ମାଟିଉପରୁ କ୍ଷୀରକୁ ଉଠାଇଲେ ।ଦେଖା ଯାଉଥାଏ ଯେ କ୍ଷୀର ସେମିତି ଧଳା ରହିଛି ।କାଳୀ ଫୋଟକୁ ଜୁହାର କରି ଉଠାଇନେଲେ ।

ମାଟିକୁ ଦୁଇହାତରେ ଏଞ୍ଚାରିଲେ ।କ୍ରମେ କୋଦାଳ ସାହାଯ୍ୟରେ ଗାତ ରୁ ମାଟି ବାହାରକଲେ ।

ଗାତରୁ ମାଟିବାହାର କରୁଥିବା ଲୋକଟି ଚାହୁଁ ଚାହୁଁ ସପନ’ଦାର ନିକଟ ହେବାର ସୂଚନା ଦେଲା ।


ଏବେ ଦଉଡିକୁ ଟଣାଯିବ ।ବିଲକୁଲ ଚୁପଚାପ୍ ସମସ୍ତେ ।

ସମସ୍ତେ ଭୟଭୀତ ମଧ୍ୟ ।ମନରେ ଛନକା ପସିଥାଏ ସତେଯେମିତି ଆଜି କିଛି ଅଘଟଣ ଘଟିଯିବକି?

ସବୁନୀରବତାକୁ ଭଙ୍ଗ କଲା ଯେତେବେଳେ କେହିଜଣେ ପାଟିକରିଉଠିଲା ସପନଦା....ସପନଦା.....

ଏବେ ବାହାରକୁ ଆସିଛି ସପନ’ଦା ।

ସାଇକେଲ ଉପରେ ସେମିତି ଧ୍ୟାନସ୍ଥ ମୁଦ୍ରାରେ ।

ଗେଣ୍ଡୁଫୁଲ ହାର ମଧ୍ୟ ସେମିତି ବେକରେ ପଡିଛି ।

ବେକରେ ଝୁଲେଇଦେଇଛି ମା ‘କାଳୀଙ୍କର ଫୋଟକୁ ।ଶୀତଦିନର ଋୁମଟାଙ୍କୁରା ଶୀତର ପ୍ରଭାବରେ ସପନଦା ଜଡ ପାଲଟି ଯାଇଛି ।


ଦେହ ହାତ ପାଦ ସବୁ ଥଣ୍ଡା ରେ କାଲ ପଡିଯାଇଛି ।ସପନଦାର ଗୋଡ ହାତକୁ ସହଯୋଗୀ ମାନେ ଘସୁଥାନ୍ତି । ବୟସ୍କ ଏବଂ ଆମର ବରିଷ୍ଠ ଭାଇମାନେ ନିର୍ଦ୍ଦେଶ ଦେଲେ ଆଉ କିଛି ଯାଅ ।ସପନ’ଦାର ଦେହ ହାତ ଘସିଦିଅ ।

ଦଶ, ପନ୍ଦର ମିନିଟ୍ ହେଲାଣି ସପନ’ଦା ର କିଛି ପରିବର୍ତ୍ତନ ହେଲା ନାହିଁ । ଦେହ ହାତ ସବୁ ଜଡ ପାଲଟି ଯାଇଛି ।ଧୀରେ ଧୀରେ ସପନ’ ଦା ର ଦେହ ସାଧାରଣ ଅବସ୍ଥାକୁ ଆସିବା ର ଉପକ୍ରମ ରେ । 

ସପନ ର ମୁହଁ ,ଆଖି କୁ ପାଣି ଛିଟା ମରାହେଲା ।

ଆଖି ଖୋଲିଲା ସପନ ।ଦେହ ,ହାତ, ଗୋଡ ହଲଚଲ ହେଲା । ଗ୍ଲାସରେ ଆଣି ପିଇବାକୁ ଦେଲେ ।

ବୋଧହୁଏ ଗରମ କ୍ଷୀର ,କି ? ଚା । 

ମନେ ନାହିଁ ।ଟିକେ ସାଷ୍ଟାଙ୍ଗ ହେଲା ସପନ'ଦା । 

ଚାରିଆଡେ ଚାହିଁଲା ।ସମସ୍ତଙ୍କ ଉଦ୍ଧେଶ୍ୟ ରେ ନମସ୍କାର କଲା।ସପନ 'ଦାକୁ ଦେଖି ସବୁ ଆଡେ ଆନନ୍ଦର ଲହରୀ ଭରିଯାଉଥିଲା । ସବୁଆଡେ ଉତ୍ସବର ମାହଲ ।

ସପନ'ଦାକୁ ଦେଖି ଆନନ୍ଦ ପାଇଲେ ଦେଖଣାହାରୀଙ୍କ ନୟନ।  


କଳା ପ୍ରଦର୍ଶନ କରିବାର ଏକ ସମୃଦ୍ଧ ପରମ୍ପରା ପୁଣି 

ସାଇକେଲ ସହ ଧ୍ୟାନ ମୁଦ୍ରାରେ ବାହାରିଛି ସପନ'ଦା ।

ମାଟି ଭିତରେ ଗାତନଅ ଦିନ ଧରି ରାଗ -ଅଭିମାନର ଉର୍ଦ୍ଧରୁ ଉଠି ଭଲପାଇବା ରେ ବଞ୍ଚିବାକୁ ଭଲପାଏ ସପନ ‘ଦା। ଅହରହ ସଙ୍ଘର୍ଷ ଜାରି ରଖିଥାଏ । 

ସତରେ ସପନ’ ଦାର ଜୀବନ କେତେ ସହଜ। 

ଦିନ ପରେ ଦିନର ଖଟଣି ରେ କ୍ଳାନ୍ତ ଶରୀର ଟିକେ ଲେଉଟିଲେ କାଲି ପୁଣି ବଞ୍ଚିବାକୁ ସଂଘର୍ଷ ....

 ଜୀବନର ଯାତ୍ରା ସରେନାହିଁ........



Rate this content
Log in

Similar oriya story from Fantasy