jyotsna mayee panda

Inspirational

4  

jyotsna mayee panda

Inspirational

ସଫଳତା ର କାହାଣୀ

ସଫଳତା ର କାହାଣୀ

3 mins
222


ସାମାନ୍ୟ ଗୋଟେ ଭୁତାଣୁ ପାଇଁ ସାରା ପୃଥିବୀ ର ଆର୍ଥିକ ସ୍ଥିତି ଦୋହଲି ଯିବ ଏହା କିଏ କଣ ଭାବିଥିଲା l ସେଥିରେ ଭାରତ ଭଳି ଦେଶ କେମିତି ବା ବାଦ ପଡିବ l ଗାଁ ଗଣ୍ଡା ରେ ଲୋକ କାମ ଧନ୍ଦା ନ ପାଇ ଘରେ ବସି ରହିଲେ l ଯେ ବି ଦି ପଇସା ରୋଜଗାର ପାଇଁ ବାହାରକୁ ଯାଇଥିଲା ଜୀବନ ବିକଳ ରେ ଗାଁ କୁ ଧାଇଁଲେ l ଗାଁ ମାନଙ୍କ ଅର୍ଥ ନୀତି ବି ଭୁଶୁଡି ଗଲା l ସରକାରୀ ସହାୟତା ରେ କେତେ ଦିନ ବା ତିଷ୍ଠିବେ l ଘର ଖର୍ଚ୍ଚ ଛୁଆ ପିଲା ଙ୍କ ପାଠ ପଢ଼ା ସେଥିରେ ପୁଣି ରୋଗ କେମିତି ସମ୍ଭାଳିବେ ନିଜ ପରିବାର କୁ l ଏପଟେ ସବୁ କାମ ଧନ୍ଦା ବି ପୁରାପୁରି ବନ୍ଦ ହୋଇଗଲା l ଏ ପରିସ୍ଥିତି ରେ ସାଗର ମଧ୍ୟ କଣ କରିବ ଗାଁ ରେ ରହି କିଛି ବୁଝି ପାରିଲା ନାହିଁ l ବାପା ମା ଙ୍କର ଗୋଟେ ବୋଲି ପୁଅ l ଜମି ଦି ଏକର ଅଛି l ବାପା ଚାଷ ବାସ କରନ୍ତି l ଘର ପଛ ପଟେ ଗୋଟେ ବାଡ଼ି ଅଛି l ସେଥିରେ ବାପା ମା ଦୁଇଜଣ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲାଗନ୍ତି l

ବିଭିନ୍ନ ପ୍ରକାର ଶାଗ, ପନିପରିବା କରି ଦି ପଇସା ରୋଜଗାର କରନ୍ତି l

ସାଗର ସବୁବେଳେ ଚାଷ କାମ କୁ ହୀନ ଦୃଷ୍ଟି ରେ ଦେଖେ l ସେ ଭାବେ ଯେଉଁମାନେ ପାଠ ସାଠ ପଢ଼ନ୍ତିନି ସେମାନେ ହିଁ ଚାଷ କରନ୍ତି l ସେଥିପାଇଁ ସେ କେବେ ବିଲ କୁ ଯାଏନି କି ଚାଷ ବିଷୟରେ ତାର କିଛି ବି ଧାରଣା ନାହିଁ l ପଢ଼ା ଶେଷ ହେବା ପରେ ସେ ପୁନେ ରେ ଏକ ଘରୋଇ କମ୍ପାନୀ ରେ ଚାକିରୀ କରୁଥିଲା l କିନ୍ତୁ ଏ ଆର୍ଥିକ ମାନ୍ଦା ବସ୍ଥା ରେ ସବୁ କର୍ମଚାରୀ ଙ୍କୁ କମ୍ପାନୀ ବାହାର କରିଦେଲା l ଏବେ ଏ ନିପଟ ମଫସଲି ଗାଁ ରେ ସେ କଣ କରିବ ସେ ଚିନ୍ତା ଘାରୁଛି l ଏମିତି କେତେଦିନ ବିତିଗଲା l କରୋନା ପରିସ୍ଥିତି ଆସ୍ତେ ଆସ୍ତେ ଟିକେ କମିଲା l ଦିନେ ଗାଁ ରେ ଏକ କୃଷି କର୍ମଶାଳା ହେଲା l ସେଥିରେ ଜିଲ୍ଲା ର କୃଷି ଅଫିସର ତଥା ବ୍ୟାଙ୍କ ଅଫିସର ଆସି ଲୋକ ଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରେଇଲେ l କେମିତି କୃଷି ଯନ୍ତ୍ର ପାତି, ଔଷଧ, ସାର, ବିହନ ରିହାତି ରେ ପାଇବେ ସେ ବିଷୟରେ ଆଲୋଚନା ହେଲା l

ବିଭିନ୍ନ ଯୋଜନା ରେ କେମିତି ତାଲିମ ପାଇ ଗୋଟେ ସଫଳ ଚାଷୀ ହୋଇ ନିଜ ଅଂଚଳ ର ନା କରିବେ ତାହା ବି କହିଲେ l ସାଗର ମୁଣ୍ଡ ରେ ଏ ସବୁ କିଛି ପରିମାଣ ରେ ପ୍ରଭାବ ପକାଇଲା l ସେ ଏବେ ପ୍ରତିଦିନ ସକାଳୁ ଉଠି ବାପା ମା ସାଙ୍ଗରେ କାମ କଲା l କେତେବେଳେ କେଉଁ ଗଛ ରେ କି ପୋକ ଲାଗୁଛି ତାହା ନିରୀକ୍ଷଣ କରି ଅଧିକାରୀ ଙ୍କ ପାରାମର୍ଶ

ରେ ଔଷଧ ଦେଲା l ତାଙ୍କ ବଗିଚା ହସି ଉଠିଲା l ଗାଁ ରେ କେତେ ଲୋକ ଙ୍କୁ ନେଇ କେତୋଟି ଗ୍ରୁପ କରି ବ୍ୟାଙ୍କ ଅଧିକାରୀଙ୍କ ଠୁ ଫାଇନାନ୍ସ କଲା l

ସବୁ ଗ୍ରୁପ କିଛି ନା କିଛି ଚାଷ କଲେ l ଯେମିତି କିଏ ଫୁଲ ଚାଷ, କିଏ ଛତୁ ଚାଷ, କିଏ ପରିବା ଚାଷ, ଏମିତି ଗାଁ ର ସମସ୍ତ ଲୋକ ଆଉ ଖାଲି ବସି ରହିଲେନି l ସାଗର କୁ ସମସ୍ତେ ବହୁତ ପ୍ରଶଂସା କଲେ l ସେ ନିଜେ

ରିହାତି ରେ ଏକ କୋଲ ଷ୍ଟୋରେଜ ନିର୍ମାଣ କରି ସମସ୍ତ ଙ୍କ ପରିବା ସାଇତି ରଖିଲା ଓ ଉପଯୁକ୍ତ ବଜାର ର ସୁବିଧା କଲା l ଏମିତି ମହିଳା ମାନଙ୍କ ଗ୍ରୁପ କରି ଏକ ଖାଦ୍ୟ ପ୍ରକ୍ରିୟା କାରଣ ୟୁନିଟ ସ୍ଥାପନ କଲା ଯେଉଁଥିରେ ମହିଳା ମାନେ ବିଭାଗୀୟ ଅଧିକାରୀ ଙ୍କ ଠୁ ତାଲିମ ନେଇ ଜାମ, ଜେଲି, ସସ, ଇତ୍ୟାଦି ଖୁବ ସହଜରେ ତିଆରି କରି ପାରିଲେ l

କାରଣ ଗାଁ ରେ ପ୍ରଚୁର କଞ୍ଚା ମାଳ ଥିଲା ସେଥିପାଇଁ ବହୁତ ଲାଭ ହେଲା l ବର୍ଷକ ଭିତରେ ଗାଁ ର ଭୂଗୋଳ ବଦଳିଗଲା l ସମସ୍ତେ ଆତ୍ମନିର୍ଭର ହୋଇ ଦିପଇସା ରୋଜଗାର କରି ପାରିଲେ l ଆଉ କେହି ଦାଦନ ଖଟିବାକୁ ବାହାରକୁ ଗଲେନାହଁ l ସବୁଆଡେ ସାଗର ର ଚର୍ଚ୍ଚା ହେଲା l

ଦିନେ ଜିଲ୍ଲାପାଲ ଗାଁ କୁ ଆସିଲେ l ଗାଁ ର ଉନ୍ନତି ଦେଖି ଖୁବ ଖୁସି ହୋଇଗଲେ l ସେ ଗଣମାଧ୍ୟମ କୁ ଡାକି ସାଗର କୁ ସଫଳ ଚାଷୀ ଭାବେ ସମ୍ମାନିତ କଲେ l ରାଜ୍ୟ ସ୍ତରରେ ମଧ୍ୟ ସେ ବହୁତ ପୁରସ୍କାର ପାଇଲା l

ଏବେ ଚାଷ ହିଁ ତାର ସଫଳତା ର ଚାବିକାଠି ହୋଇଗଲା l ଯେଉଁ ଚାଷ କାମ କୁ ସେ ଦିନେ ଘୃଣା କରୁଥିଲା ଆଜି ସେଥିପାଇଁ ସେ ନିଜ ସ୍ୱତନ୍ତ୍ର ପରିଚୟ ପାଇପାରିଲା l ଚାଷ କାମ ପାରମ୍ପରିକ ହିସାବ ରେ ନ କରି ଏକ ନୂତନ ତଥା ଉନ୍ନତ ପଦ୍ଧତି ରେ କଲା l ସେଥିପାଇଁ ଅଧିକା ଦି ପଇସା ଲାଭ ପାଇ ପାରିଲା l ପୃଥିବୀ ମା କେବେ କାହାକୁ ଭୋକ ଉପାସ ରେ ରହିବାକୁ ଦିଏନି l ଖାଲି ତା ମାଟି, ପାଣି, ପବନ କୁ ସତ ଭାବରେ ଉପଯୋଗ କରିବା ଦରକାର l ସବୁ ଠି କର୍ମ ସଂସ୍ଥାନ ଅଛି ଖାଲି ତାକୁ ଖୋଜି ବାହାର କରିବା କଥା l ଦାଦନ ଖଟିବାକୁ ନ ଯାଇ ବି ନିଜ ଅଂଚଳ ରେ ନିଜେ କର୍ମ ସଂସ୍ଥାନ ସୃଷ୍ଟି କରି ଅନ୍ୟ କୁ ନିୟୋଜିତ କରିବା ଏକ ଭିନ୍ନ ମାନବିକତା ର ପରିଚୟ l



Rate this content
Log in

Similar oriya story from Inspirational