Birakishore Nayak

Inspirational

4  

Birakishore Nayak

Inspirational

ସଂସ୍କୃତିର ଛିଟା

ସଂସ୍କୃତିର ଛିଟା

3 mins
308


ଦୀର୍ଘ ଚାରିଘଣ୍ଟାର ରେଳଯାତ୍ରା ପରେ ଦିଲ୍ଲୀ ରେଳ ଷ୍ଟେସନରେ ପହଞ୍ଚିଲି । ବିଦାୟୀ ଅପରାହ୍ନର ଖରା ଚିକ ଚିକ କରୁଥାଏ ।ଷ୍ଟେସନରୁ ବାହାରି ଆସୁ ଆସୁ ସୁମନ ଭେଟ ହୋଇଗଲା, ଅପେକ୍ଷା କରିଥିଲା ସେ ମୋତେ ।ତା କାରରେ ବସି ତା ଘରକୁ ଆସିଲୁ । ସୁମନ ମୋର ପିଲାଦିନର ସାଙ୍ଗ, ଗୋଟିଏ ଗାଆଁରେ ଘର । ଗାଆଁ ବିଦ୍ୟାଳୟରୁ ପାଠ ପଢ଼ା ଆରମ୍ଭ କରି 2ବିଜ୍ଞାନ ଶେଷ କରିବା ପର୍ଯ୍ୟନ୍ତ ଦୁହେଁ ଏକାଠି ହିଁ ପଢ଼ୁଥିଲୁ ।ତା ପରେ ସେ ଇଂଜିନିଅରିଙ୍ଗ ପଢିଲା, ମୁଁ 3ବିଜ୍ଞାନ ପଢ଼ିଲି |ଆମ ଭିତରେ ସୀମାହୀନ ବନ୍ଧୁତ୍ୱର ଅତ୍ମୀୟତା । ପାଠପଢା ସରିବା ପରେ ସେ ଦିଲ୍ଲୀରେ ଏକ ଭଲ କମ୍ପାନୀରେ ଚାକିରୀ କରୁଛି ।ବହୁତ ଦିନ ହେଲାଣି ତା ସହିତ ସାକ୍ଷାତ ହୋଇ ନଥିଲା ।କେବଳ ଫୋନରେ ଯାହା କଥାବାର୍ତ୍ତା ହୁଏ ସବୁବେଳେ ।ଗାଆଁରେ ତାର ବାହାଘର ହେବା ସମୟରେ ଯିବାପାଇଁ ଟେଲିଫୋନ କରିଥିଲା । କିନ୍ତୁ ମୋର ସେତେବେଳେ ଏକ ପରୀକ୍ଷା ଚାଲିଥିବାରୁ ଯାଇପାରିନଥିଲି ତା ବାହାଘରକୁ । ତା ବାହାଘର ପ୍ରାୟ ଛଅ ମାସ ହେଲାଣି ସରିଲାଣି । ଏବେ ସେ ତାର ସ୍ତ୍ରୀ ସହିତ ଦିଲ୍ଲୀରେ ରହୁଛି । ଭାବିଲି ବହୁତ ଦିନ ହେଲା ଦେଖା ହୋଇନି, ଗାଁକୁ ତ ଯିବି, ତାରି ବାଟ ହୋଇ ଗଲେ ସେ ଦୁହିଁଙ୍କ ସହିତ ସାକ୍ଷାତ ହୋଇଯିବ । କାରରେ ଗଲାବେଳେ ବହୁତ ଗମ୍ଭୀର ଦେଖା ଯାଉଥିଲା ସୁମନ । କିଛି କଥା ବି ହେଉ ନଥିଲା ମୋ ସହିତ । ପଚାରିଲି, କଣ ହୋଇଛି କିରେ ତୋର ? ଏମିତି ଗୁମସୁମ |କହିଲା, ଚାଲୁନୁ ଦେଖିବୁ ଘରେ । କିଛି ବୁଝିପାରିଲିନି ମୁଁ । ତାଙ୍କ ଘରେ ପହଞ୍ଚିଲୁ । ତା ସ୍ତ୍ରୀ ଆସି ମୋତେ ନମସ୍କାର କଲା । ଦେଖିଲି, ବହୁତ ସୁନ୍ଦର । ଶାଢ଼ୀ ପିନ୍ଧିଛି, ମୁଣ୍ଡରେ ଓଢଣୀ, ମୁହଁରେ ସ୍ମିତାହାସ୍ୟ । ମୋତେ ଆଗରୁ ଦେଖି ନଥିଲେ ବି ଆନ୍ତରିକତାର ବ୍ୟବହାର । ଆମ ଓଡ଼ିଆ ଘରର ସମସ୍ତ ଶାଳୀନତା ଲକ୍ଷ କଲି । କିଛି ସମୟ ପରେ କଥାବାର୍ତ୍ତା ଭିତରେ ସୁମନକୁ କହିଲି, ବହୁତ ଭାଗ୍ୟବାନ ତୁ ଏମିତି ସ୍ତ୍ରୀ ଟିଏ ପାଇ । ଠୋ ଠୋ ହୋଇ ହସି ଉଥିଲା ସୁମନ । ଯେମିତି ମୋ କଥାକୁ ସେ ତାତ୍ସଲ୍ୟ କରୁଥିଲା ।ଦୁହିଁଙ୍କ ଭିତରେ କିଛି ମନାନ୍ତର ଥିବାର ଲକ୍ଷ କଲି । କାରଣ ପଚାରିଲି, ସୁମନ ତା ସ୍ତ୍ରୀ ଆଡକୁ ଚାହିଁ କହିଲା, ଇଏ ପୁରା ମଫୁ, ମୁଣ୍ଡରେ ଓଢଣୀ ଦେଇ ଘର ଭିତରେ ରହିବା ଲୋକ । ଆଜିକାଲିର ସୋସାଇଟିରେ ସେ ଚଳିବା ମୁସ୍କିଲ । ତାକୁ ବାହାହେଇ ବଡ଼ ଭୁଲ ହୋଇଗଲା ଜୀବନରେ ।ମନ ଦୁଃଖରେ ମୁହଁ ଶୁଖାଇ ବସିଥିଲା ତାର ସ୍ତ୍ରୀ । କିଛି କହୁ ନଥିଲା, କାନ୍ଦ କାନ୍ଦ ଦେଖାଯାଉଥିଲା ସିଏ । କହିଲି, ତୁମ ବାହାଘର ମୋଟେ ଛଅ ମାସ ହୋଇଛି, ଏମିତି କଣ ଘଟିଲା ଯେ, ଦୁହେଁ ଏମିତି ହେଉଛ ? ଏଥର ତା ସ୍ତ୍ରୀ ପାଟି ଖୋଲିଲା, କହିଲା, ମୋତେ ବଜାରକୁ ନେବା ବେଳେ କହୁଛନ୍ତି, ଡ୍ରେସ ପିନ୍ଧ, ଶାଢ଼ୀ ପିନ୍ଧିଲେ ମୁଣ୍ଡରେ ଓଢଣୀ ଦିଅନି, ତାଙ୍କ କମ୍ପାନୀରେ କେବେ ପାର୍ଟି ହେଲେ, ମୋତେ ଯିବାପାଇଁ ବାଧ୍ୟ କରୁଛନ୍ତି । ଥରେ ମୋ ଅନିଚ୍ଛା ସତ୍ୱେ ଯାଇଥିଲି, ସେଠି ଦେଖିଲି, ସମସ୍ତେ ମଦ ପିଇ ନାଚ କରୁଛନ୍ତି, ସମସ୍ତେ ଅନ୍ୟମାନଙ୍କର ସ୍ତ୍ରୀ ସହିତ ବି ନାଚୁଛନ୍ତି । ଏସବୁ ମୋତେ ଭଲ ଲାଗିଲାନି । ତା ପରଠୁ ମୁଁ ଆଉ ସେଠାକୁ ଯାଏନା । ତେଣୁ ଇଏ ମୋ ଉପରେ ସବୁବେଳେ ଗର ଗର ହେଉଛନ୍ତି । ହସିଲି ମୁଁ, ମନେ ମନେ ଭାବିଲି, କେତେ ଭାଗ୍ୟବାନ ସତେ ସୁମନ !ଏମିତି ସ୍ତ୍ରୀ ଟିଏ ଭାଗ୍ୟରେ ଥିଲେ ମିଳେ ।

    ବୁଝାଇଲି ସୁମନକୁ, ଆମ ଓଡ଼ିଆ ଘରର ରୀତିନୀତି । ଆମ ଚଳଣି । ଆଧୁନିକତାରେ କେବଳ ବିଷ ଭରିହୋଇ ରହିଛି |ପରକୀୟା ପ୍ରୀତି ବଢ଼ି ଚାଲିଛି ଏଥିପାଇଁ । ଜଣେ ଓଡ଼ିଆ ଘରର ବୋହୂ ମୁଣ୍ଡରେ ଓଢଣୀ ଦେଲେ ଆମ ସଂସ୍କୃତି ବଞ୍ଚିବ, ତାର ଶାଳୀନତା ହିଁ ଆମ ଜାତିର ଗର୍ବ । ଦାମ୍ପତ୍ୟ ଜୀବନର ସମସ୍ତ ସୁଖ ଭରି ରହିଛି ତାରି ଭିତରେ । ଉଗ୍ର ଆଧୁନିକା ସ୍ତ୍ରୀ ମାନେ କଣ ସେମାନଙ୍କ ସ୍ୱାମୀ ମାନଙ୍କୁ ସୁଖ ଦେଇପାରନ୍ତି, ତା ନିଜର ହୋଇ ପାରନ୍ତି ? ଅନେକ ଗୋପନୀୟତା ଭରି ରହେ ସେମାନଙ୍କ ହୃଦୟରେ । କିନ୍ତୁ ଆମ ଓଡ଼ିଆଣୀଙ୍କ ମର୍ଯ୍ୟାଦା ବିଶ୍ୱରେ କେଉଁଠାରେ ବି ମିଳିବନି । କେବଳ ଓଡିଶା ନୁହେଁ, ଆମ ଭାରତୀୟ ସଂସ୍କୃତି ବିରଳ । ସାବିତ୍ରୀ, ସତୀ ଅନୁସୂୟା, ସତୀ ସୀତା, ଏଭଳି ଅନେକ ଉଦାହରଣ ରହିଛି ।

     ମୁଁ ଲକ୍ଷ କରୁଥିଲି, ଦୁହେଁ ମୋ କଥାକୁ ମନ ଦେଇ ଶୁଣୁଥିଲେ । ସୁମନ ହସୁଥିଲା ମନେ ମନେ । କହିଲି, ଦୁହେଁ ଜୀବନରେ କେବେ ଭୁଲ ବୁଝାମଣାର ଶିକାର ହୁଅନାହିଁ ।ପରସ୍ପରର ବ୍ୟକ୍ତିଗତ ସ୍ୱାଧୀନତାକୁ କେହି ଛଡାଇ ନିଅନାହିଁ ।ଆମେ ଏକ ଉନ୍ନତ ସଂସ୍କୃତି ସମ୍ପର୍ଣ୍ଣ ମାଟିରେ ଜନ୍ମ ହୋଇଛନ୍ତି, ସେଇ ସଂସ୍କୃତିକୁ ନେଇ ହିଁ ବଞ୍ଚିଲେ, ଆମ ଜୀବନ ନିଶ୍ଚୟ ସୁଖମୟ ହେବ । ମୁଁ ଦେଝିଲି, ଦୁହେଁ ଦୁହିଁଙ୍କୁ ଚାହିଁ ହସୁଛନ୍ତି, ମୁଁ ବି ହସିଲି ସେମାନଙ୍କୁ ଚାହିଁ । ମୋ ବ୍ୟାଗ ଖୋଲିଲି, ଆଣିଥିବା ରସଗୋଲା ପ୍ୟାକେଟ ଖୋଲି, ସେମାନଙ୍କ ପାଟିରେ ଖୁଆଇଦେଲି, ସେମାନେ ବି ମୋତେ ମୋ ପାଟିରେ ଖୁଆଇ ଦେଲେ । ସୁମନ ତା ସ୍ତ୍ରୀ ପାଟିରେ ଖୁଆଇଲା ବେଳେ ଲାଜରେ ଜଳି ଯାଉଥିଲା ଯେମିତି ତା ସ୍ତ୍ରୀ । ସୁମନ ପାଟିରେ ମଧ୍ୟ ରସଗୋଲାଟିଏ ଖୁଆଇଦେଲା ତା ସ୍ତ୍ରୀ । ଏତିକିରେ ହିଁ ସେମାନଙ୍କ ହୃଦୟରେ ଜମାଟ ବାନ୍ଧିଥିବା ସମସ୍ତ ଅବଶୋଷ ଦୂର ହୋଉଯାଇଥିଲା ଯେମିତି । ପରସ୍ପରକୁ ଚାହିଁ ଆମେ ମନଖୋଲି ହସୁଥିଲୁ । ଭାବୁଥିଲି ଏଇଟା ତ ଆମ ଓଡ଼ିଆ ସଂସ୍କୃତିର ଏକ ଛିଟା । ଘର ଭିତରେ ଥାଇ ଗପସପ ଭିତରେ ଆମେ ଜାଣିପାରିଲୁନି, ଆସି ସନ୍ଧ୍ୟା ହେଲାଣି ବୋଲି । ସନ୍ଧ୍ୟା ଧୂପ ଦେବାକୁ ବାହାରିଲା ତା ସ୍ତ୍ରୀ, ଓଡ଼ିଆ ଘରର ଚଳଣି, ସୁମନକୁ ଚାହିଁ ଆଖି ମାରିଦେଲି ମୁଁ । ହସିଲା ସିଏ ।

  


Rate this content
Log in

Similar oriya story from Inspirational