Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ସଂସ୍କାର

ସଂସ୍କାର

2 mins
241



ଏଇ ଅଳ୍ପ କିଛି ବର୍ଷ ତଳର କଥା । ଟି.ଏନ୍. ଶେଷାନ ସେତେବେଳେ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟରତ ଥାଆନ୍ତି । ତାଙ୍କ ପରିବାର ସହିତ ଛୁଟି କାଟିବାକୁ ସେ ମସୁରି ଯାଉଥାନ୍ତି । ଉତ୍ତର ପ୍ରଦେଶସ୍ଥିତ ତାଙ୍କ ବାସଭବନରୁ ଯାତ୍ରା ଆରମ୍ଭ କରି ସେ ଯାଉଥିବା ବେଳେ ବାଟରେ ଗଛରେ ବାଇଚଢେଇର ବସା ଦୋହଲୁଥିବା ଦେଖିଲେ । ତାଙ୍କ ପତ୍ନୀଙ୍କୁ ଏହି ବସାଗୁଡିକ ଭାରି ଭଲ ଲାଗିଲା । ସେଥିରୁ ଦୁଇଟି ବସା ସାଙ୍ଗରେ ନେଇ ନିଜ ଘରେ ସୁନ୍ଦର କରି ସଜାଇବା ପାଇଁ ସେ ଚାହୁଁଥିଲେ । ତାଙ୍କ ଇଚ୍ଛା କଥା ସେ ସ୍ୱ।ମି ଶେଷାନ ମହାଶୟଙ୍କ ନିକଟରେ ପ୍ରକାଶ କଲେ ।

ସଙ୍ଗେ ସଙ୍ଗେ ତାଙ୍କ ସହିତ ଯାଉଥିବା ସୁରକ୍ଷା କର୍ମୀମାନେ ପାଖରେ ମଇଁଷି ଚଳାଉଥିବା ଏକ ଛୋଟ ବାଳକକୁ ପାଖକୁ ଡାକିଲେ । ତାକୁ ଗଛ ଡ଼ାଳ ଭାଙ୍ଗି ଦୁଇଟି ସୁନ୍ଦର ବସା ଆଣି ଦେବାକୁ କହିଲେ । ତାହା ଶୁଣି ପିଲାଟି ତାର ମୁଣ୍ଡ ହଲାଇ ନିଜ ଅସମ୍ମତି ଜଣାଇଲା । ଶେଷାନ ମହାଶୟ ନିଜେ ପିଲାଟିକୁ ଏହି କାମ ନିମନ୍ତେ ଦଶ ଟଙ୍କା ପୁରସ୍କାର ଦେବାକୁ କହିଲେ, ତଥାପି ବାଳକଟି ରାଜି ହେଲାନାହିଁ । ତାପରେ ଶେଷାନ ତାକୁ ପଚାଶ ଟଙ୍କା ଦେବାର ଲୋଭ ଦେଖାଇଲେ । ତଥାପି ବି ବାଳକଟି ହଁ ଭରିଲା ନାହିଁ ।

  ସୁରକ୍ଷା କର୍ମୀମାନେ ବାଳକଟିକୁ ଭୟ ଦେଖାଇ କହିଲେ- ସାହେବ ଉଚ୍ଚ ପଦରେ ଥିବା ଜଣେ ବଡ଼ ଜଜ୍ ଅଟନ୍ତି । ତାଙ୍କ କଥା ନ ମାନିଲେ ସେ ତାକୁ ବାନ୍ଧି ଜେଲକୁ ପଠେଇ ଦେଇ ପାରିବେ । ସେ ଯଦି କ୍ରୋଧ ପ୍ରକାଶ କରନ୍ତି ତାର ଗମ୍ଭୀର ପରିଣାମ ତାକୁ ଭୋଗ କରିବାକୁ ପଡିବ ।

  ତାହା ଶୁଣିବା ପରେ ପିଲାଟି ଶ୍ରୀମତୀ ଏବଂ ଶ୍ରୀ ଶେଷାନଙ୍କ ନିକଟକୁ ଯାଇ କହିଲା- ସାହେବ, ମୁଁ ଏହି କାମ ଆଦୈ। କରି ପାରିବି ନାହିଁ । କାରଣ ସେହି ବସାଗୁଡିକରେ ପକ୍ଷୀ ଶାବକମାନେ ଅଛନ୍ତି । ବସା ଭାଙ୍ଗି ଦେଲେ ଖାଦ୍ୟ ଅନୁସରଣରେ ଯାଇଥିବା ତାଙ୍କ ମାଆ ଚଢ଼େଇମାନେ ଆସି ସେମାନଙ୍କୁ ଖୋଜିବେ, ଛୁଆମାନଙ୍କୁ ନପାଇ ମନ ଦୁଃଖରେ ବିଳାପ କରିବେ । ଏଣୁ ଏପରି ମହାପାପ ସେ ଯେତେ ଟଙ୍କା ମିଳିଲେ ବି କରି ପାରିବ ନାହିଁ ।

  ଏହା ଶୁଣି ଶେଷାନ ସ୍ତବ୍ଧ ହୋଇଗଲେ । ତାଙ୍କ ଶିକ୍ଷା ଦୀକ୍ଷା, ଆଇ.ଏ.ଏସ ଡିଗ୍ରୀ ଏବଂ ଉଚ୍ଚ ପଦରେ ଅହଙ୍କାର ନିମିଷେ ପାଣି ଫାଟିଗଲା । ସାମାନ୍ୟ ମୂର୍ଖ ଗାଉଁଲି ମଇଁଷି ଚଳାଉଥିବା ଏକ ଛୋଟ ବାଳକର ସମ୍ବେଦନଶୀଳ ମନୋଭାବ ନିକଟରେ ତାଙ୍କୁ ହାର ମାନିବାକୁ ପଡ଼ିଥିଲା । ଘରକୁ ଫେରି ଆସିବା ପରେ ତାଙ୍କ ମନକୁ ଏହି କଥା ବିଷାଦଗ୍ରସ୍ତ କଲା । ନିଜ ପତ୍ନୀଙ୍କ ବସାଗୁଡିକୁ ଆଣିବା ପାଇଁ ଇଚ୍ଛା ଏବଂ ତାଙ୍କ ଭାବନା ପାଇଁ ସେ ମନେ ମନେ ଖୁବ୍ ଲଜ୍ଜିତ ହେଲେ ଏବଂ ନିଜକୁ ଅପରାଧୀ ବୋଧ କଲେ ।

କେବଳ ବ୍ୟୟବହୁଳ ସ୍କୁଲ କଲେଜରେ ପାଠ ପଢିଦେଲେ କିମ୍ବା ଦାମୀ କପଡା ପରିଧାନ କଲେ ମାନବତାର ଶିକ୍ଷା ପ୍ରାପ୍ତ ହୋଇଯାଏ ନାହିଁ । ଦୟା, କ୍ଷମା, କରୁଣା, ଅନ୍ୟ ପ୍ରତି ଛଳ କପଟ ନକରିବାର ସମ୍ବଦନଶୀଳ ମନୋଭାବ ପରିବାରର ବୟସ୍କ ଲୋକମାନଙ୍କ ଠାରୁ ଆହରଣ କରିହୁଏ । ଏଣୁ ଶିକ୍ଷା ସହିତ ପିଲାମାନଙ୍କ ମାନସିକ ସଂସ୍କାର ଏବଂ ଗୁଣାତ୍ମକ ମୂଲ୍ୟବୋଧର ସୁବିକାଶ ପାଇଁ ପ୍ରଯତ୍ନ କରିବା ସବୁ ସ୍ତରରେ ଏକାନ୍ତ ବାଞ୍ଛନୀୟ ।

  --------------



Rate this content
Log in

Similar oriya story from Inspirational