The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sachidananda Kar

Abstract

2.5  

Sachidananda Kar

Abstract

ସଂସାରୀ

ସଂସାରୀ

2 mins
560


     ବୟସ ହେଲେ ସମସ୍ତେ ବାହା ହୁଅନ୍ତି। ଆରମ୍ଭ ହୁଏ ସଂସାର।

          ମୋର ବୟସ ହେଲା । ବାହା ହୋଇ ସଂସାର ଆରମ୍ଭ କଲି ।

          ବାହା ହେବା ପରେ ପିଲାଛୁଆର ବାପା ହେବା ଜରୁରୀ।

          ସଂସାରୀର ଇଏ ଗୋଟେ ବଡ ପରିଚୟ।

          ଦିନେ ମୁଁ ଜାଣିଲି ମୋ ସ୍ତ୍ରୀ ସୁନୀତା ଗର୍ଭବତୀ ହୋଇଛନ୍ତି। ଏବେ ମୋତେ ସେହି ପରିଚୟ ମିଳିଯିବ ଭାବିଲି।

         ଏହାପରେ ହଠାତ୍ କେମିତି ମୋ ଭିତରେ ଗୋଟେ ପରିବର୍ତ୍ତନ ଦେଖା ଦେଲା । ବୁଝିଲି ଜୀବନଟା ଆଦୌ ସରଳ ନୁହେଁ,ବରଂ ଜଟିଳ, ବହୁତ ସମସ୍ୟାରେ ପରିପୂର୍ଣ୍ଣ।

         ଧୀରେଧୀରେ ସାଙ୍ଗ ସାଥିମାନଙ୍କ ଠାରୁ ଦୂରେଇ ଆସିଲି ମୁଁ । ପତ୍ନୀ ଓ ପରିବାର ଉପରେ ବେଶୀ ମନ ଧ୍ୟାନ ଦେଲି।

         ସଂସାରୀ ଜଣେ ଏପରି ହେବା କଥା

         ସୁସ୍ଥ ପିଲା ଓ ସହଜ ପ୍ରସବ ପାଇଁ ସୁନୀତା ଔଷଧ ସେବନ କରୁଥିଲେ । କେତେବେଳେ କେଉଁ ଟାବଲେଟ୍ ଖାଇବାକୁ ହେବ ମନେ ପକାଇ କହି ଦେଉଥିଲି।

          ବିଜୁଳି ବିଲ୍ ପେମେଣ୍ଟ,ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ଡିପୋଜିଟ୍ ମନେ ପକାଇ ଏବେ ମାସ ଆରମ୍ଭରେ କରି ପାରୁଥିଲି ମୁଁ । ଆଗରୁ କରିଥିବା ଏଲ୍ ଆଇ ସି ର ପ୍ରିମିୟମ୍ ଠିକ୍ ସମୟରେ ଭରୁଥିଲି।

          ପତ୍ନୀଙ୍କର ଜନ୍ମଦିନ କେବେ ପଡିବ, କେବେ ପଡିବ ବିବାହ ବାର୍ଷିକୀ, କେବେ କେଉଁ ଫିକ୍ସ ଡିପୋଜିଟ୍ ର ମିଆଦୀ ପୂରିବ - ସେସବୁର ତାରିଖ ମନେ ପକାଇ ପାରୁଥିଲି ଏବେ।

          ଅଫିସରୁ ଫେରିବା ପରେ କୋଉଠି ଭଲ ମିକ୍ସଚର୍ ମିଳୁଛି, କୋଉଠି ମିଳୁଛି ସୁଆଦିଆ ମିଠା, ନିମିକି,ଖାଣ୍ଟି ଖାସି ମାଂସ କୋଉଠି ମିଳୁଛି, କୋଉଠି ସଜ ପରିବା ମିଳୁଛି - ସେସବୁ ମନେ ପକାଇବାରେ ମୋର ଆଦୌ କୌଣସି ଅସୁବିଧା ହେଉ ନଥିଲା । କିଣାକିଣି କରି ଘରକୁ ଫେରୁଥିଲି।

          ଗାଆଁରେ ଥିବା ଜମି ,ବାଡ଼ି, ଗଡିଆ,କୋଉଟା ଭାଗ ହୋଇଛି, କୋଉଟା ଭାଗ ହୋଇନାହିଁ - ଏବେ ମନରେ ରହୁଥିଲା । ଚାଉଳ, ବିରି,ବାଦାମ, ନଡ଼ିଆ ଆଦି କେତେବେଳେ କ'ଣ ଆଣିବାକୁ ହେବ ଗାଆଁରୁ - ସେସବୁ ମନେ ପକାଇ ପାରୁଥିଲି । ଗାଆଁକୁ ଯାଇ ନେଇ ଆସୁଥିଲି।

          ମନେ ପକେଇ ପକେଇ ଯଥା ସମ୍ଭବ କିଛି ସଂପର୍କୀୟଙ୍କ ଠାରୁ ଦୂରେଇ ରହୁଥିଲି । ଅର୍ଥ ଓ ସମୟ ନଷ୍ଟ କରିବାକୁ ଆଦୌ ଭଲ ପାଉ ନ ଥିଲି।

          କ'ଣ ମିଳିବ ଖଟିରୁ ! ସେଥିପାଇଁ ସାଙ୍ଗମାନଙ୍କ ସହିତ ଆଦୌ ଖଟିରେ ବସୁ ନ ଥିଲି । ବୁଝି ପାରିଥିଲି ଜହ୍ନ, ତାରା ,ଫୁଲ - କିଛି ବି ଦେବେ ନାହିଁ । ସେମାନଙ୍କ ସହିତ ମାତିଲେ ପେଟ ପୂରିବ ନାହିଁ।

           ଆହୁରି ମଧ୍ୟ ବୁଝିଥିଲି ଅବସର ସମୟରେ ଗପ,ଗୀତ,କବିତା ଲେଖିଲେ କିମ୍ବା ପଢିଲେ ମୋର ପ୍ରମୋସନ୍ ହୋଇ ଯିବ ନାହିଁ । ତେଣୁ ମନେ ପକେଇ ସେସବୁ ଠାରୁ ଖୁବ୍ ଦୂରେଇ ରହୁଥିଲି।

          ବସାରେ ପତ୍ନୀ ଏକା ରହୁଥିଲେ । ମନେପକାଇ ସବୁଦିନେ ଶୀଘ୍ର ବସାକୁ ଫେରୁଥିଲି ମୁଁ । ତାଙ୍କ ପାଖରେ ବସି ମିଠା ମିଠା ଗପ କରୁଥିଲି । ସୁନ୍ଦର ଓ ସୁନେଲି ଭବିଷ୍ୟତର ସ୍ବପ୍ନ ଦେଖୁଥିଲି।

          ମୋର ଏହି ବଦଳି ଯାଇଥିବା ଆଚରଣ ମୋର ସଂପର୍କୀୟ ଓ ସହକର୍ମୀମାନେ ଦେଖୁଥିଲେ । କହୁଥିଲେ ମୁଁ କୁଆଡେ ମେସିନ୍ ପାଲଟି ଯାଇଛି । ମୋ ଭିତରୁ ମଣିଷପଣିଆ ମରି ଯାଇଛି।

           ହେଲେ ଏହି ସବୁ କଥାକୁ ମୁଁ କାନ ନେଉ ନ ଥିଲି କି ଖାତିର୍ କରୁ ନ ଥିଲି । ମୋ ନିଜ ବାଟରେ ଥିଲି ମୁଁ।

           ଏବେ ମୋର ମନେ ହେଉଥିଲା ଯେମିତି ସେମାନେ ସବୁ ହିଂସାରେ,ଈର୍ଷାରେ ଜଳି ଯାଉଛନ୍ତି । ସେଥିପାଇଁ ଏତେ ସବୁ କଥା କହୁଛନ୍ତି।

           ଏଇ କଥାକୁ ବି ଠିକ୍ ମନେ ରଖିଥିଲି ମୁଁ । ଆଦୌ ଭୁଲି ନଥିଲି।

           କାହିଁକି ଭୁଲିଥାନ୍ତି ଯେ !

           ଜଣେ ସଂସାରୀ ମଣିଷ ହିସାବରେ କ'ଣ ଭୁଲ୍ କରୁଥିଲି କି ?


Rate this content
Log in

More oriya story from Sachidananda Kar

Similar oriya story from Abstract