Dr Jharana Satapathy

Fantasy

3  

Dr Jharana Satapathy

Fantasy

ସଂପର୍କର ସେତୁ

ସଂପର୍କର ସେତୁ

2 mins
260


ସାମାନ୍ୟ କଥାରେ ଏତେ ମନମାଳିନ୍ୟ ଜୁଲି !ଛି ଛି ଦାମ୍ପତ୍ୟ ଜୀବନରେ ଏମିତି ସବୁ ହୁଏ । ପାଣିକୁ କେବେ ଦୁଇଭାଗ କରି ହେବନି । ଦେଖ ଜୁଲି ଗୋଟିଏ ମନ ଏବଂ ଗୋଟିଏ ପ୍ରାଣରେ ଚଳିଲେ ଭଲ ସଂପର୍କ ଗଢିଉଠେ । କଥାରେ ଅଛି ସଂପର୍କର ସେତୁ ଅଟେ ମହାନ । ତାକୁ ବଜାୟ ରଖିଲେ ଠିକ୍ ସେ ରହେ ନ ହେଲେ ଚୁରମାର୍ । ଏଥିପାଇଁ ପରଷ୍ପର ମଧ୍ୟରେ ବୁଝାମଣା ରହିବା ନିହାତି ଦରକାର । ନିମିଷକ ମଧ୍ୟରେ କାଚଭାଙ୍ଗିଲା ଭଳି ଭାଙ୍ଗି ଚୁରମାର ହୋଇଯାଏ । ପରଷ୍ପର ଭିତରେ ସ୍ନେହ,ଶ୍ରଦ୍ଧା ଭଲପାଇବାରେ ହିଁ ସଂପର୍କ ବଜାୟ ରହେ ।

ମାନିଯାଅ ଜୁଲି ମୋ ଉପରେ ତୁମେ ରାଗନି । ଏତିକି ସାମାନ୍ୟ କଥାରେ ମୋ ସହ ସଂପର୍କ ତୁଟାଈବାକୁ ଯାଉଛ! ମତେ ଛାଡି ଚାଲିଯିବ ତୁମେ । ସାରା ଜୀବନ ତୁମେ ଏକୁଟିଆ ରହିପାରିବ? ଦେଖ ମୋ ଆଖିରେ ରହିଛି ତୁମ ପ୍ରତି ଅଗାଢ ଭଲପାଇବା । ଦେଖ ତୁମର ମୋର ସଂପର୍କ ଗଢି ଉଠିଥିଲା ପ୍ରେମରୁ ଏବଂ ବିଶ୍ବାସରୁ । ତୁମେ ଆଜି ମୋ ଉପରେ ଅବିଶ୍ବାସ କରି ଏ ଜନ୍ମ ଜନ୍ମାନ୍ତର ବନ୍ଧନକୁ ଭାଙ୍ଗିଦେବ । ମନରେ ଯଦି ତୁମର ମୋ ପ୍ରତି ସନ୍ଦେହ ରହିଗଲା ତାହା ଆମ ଭିତର ସଂପର୍କକୁ ଭାଙ୍ଗି ଚୁରମାର କରିଦେବ । ମୁଁ ତୁମକୁ ଭଲ ପାଉଥିଲି ଏବଂ ଭଲ ପାଉଥିବି ଜୀବନ ସାରା । ତୁମ ମୁଣ୍ଡଛୁଇଁ କହୁଛି ତୁମେ ମୋ ସହଧର୍ମିଣୀ । ତୁମ ଛଡା ମୋର ଅନ୍ୟ କାହା ସହ ସଂପର୍କ ନାହିଁ । ତୁମର ମୋର ସଂପର୍କର ସେତୁ ଅଟେ ମହାନ ।

ସନ୍ଦେହ ଅବିଶ୍ବାସର ବାତାବରଣ ମନରେ ଯଦି ରହିଗଲା ତାହା ସଂପର୍କରେ ବାଧା ସୃଷ୍ଟିହୁଏ । ମନରୁ ସବୁ ଏହା ବାହାର କର । ସଂପର୍କର ଡୋରିକୁ ମଜଭୁତ କର । ସତରେ ଏ ସନ୍ଦେହ ମଣିଷକୁ ତଳିତଳାନ୍ତ କରିଦିଏ ।

ସରି ବିବେକ ମୋ ଲାଗି ସଂପର୍କରେ ଏତେଛିଟା । ସଂପର୍କର ପାଚେରୀ ସୃଷ୍ଟି କରି ତୁମଠୁ ଅଲଗା ହେବାପାଇଁ ଯାଉଥିଲି । ସତରେ ଏ ସନ୍ଦେହ ମଣିଷକୁ ତଳିତଳାନ୍ତ କରିଦିଏ । ତୁମର ମୋର ସଂପର୍କ ଜନ୍ମଜନ୍ମାନ୍ତର । ଆଜିଠୁ ମୁଁ ବି ତୁମ ମୁଣ୍ଡ ଛୁଇଁ ଶପଥ କରୁଛି ଚୀରଦିନ ପାଇଁ ଏ ସଂପର୍କର ସେତୁ ବଜାୟ ରଖିବି ।  


Rate this content
Log in

Similar oriya story from Fantasy