STORYMIRROR

Jyotirmayee Panda

Abstract Drama Romance

4  

Jyotirmayee Panda

Abstract Drama Romance

ସଂପର୍କ ନୁହେଁ ଖେଳଘର (ଭାଗ -୬୭)

ସଂପର୍କ ନୁହେଁ ଖେଳଘର (ଭାଗ -୬୭)

2 mins
406

ଯେଉଁ ଛୋଟ ଝିଅ ମୋର ତାକୁ ଦିନେ ବି ମା' ସ୍ନେହ ଦେଇନି । ଛଡେଇ ଆଣି ମୋ ପାଖରେ ଯେଉଁ କିଛି ଦିନ ରଖିଥିଲି , କେତେ କ'ଣ ଯେ ଦାମୀ ଉପହାର ଦେଇଚି । ହେଲେ ସେ ଯେ ମୋର ସ୍ନେହ , ଆଉ ଟିକେ ସମୟ ଚାହୁଁଥିଲା ସେଇଟା ମୁଁ ଜାଣି ପାରିଲି ନାହିଁ । ସତରେ ମୋ ପାଖରେ ଯୋଗ୍ୟତା ହିଁ ନାହିଁ ଏପରି ଦେବତୁଲ୍ୟ ଲୋକଙ୍କର ସ୍ତ୍ରୀ ହେବାର ଆଉ ସେ ନିଷ୍ପାପ ଛୁଆର ମା' ଡାକ ଶୁଣିବାର । ଏତେ ଭୁଲ୍, ଏତେ ପାପ କରିଚି ଯେ , ମୋ ନିଜ ଆଖିରେ ମୁଁ ଆଜି ଛୋଟ ହେଇ ଯାଇଚି । ନା ଆଉ ପଛକୁ ଫେରି ପାରିବି । ନା ସବୁକିଛି ଠିକ୍ କରି ପାରିବି । ପ୍ରଥମରୁ ନିଜ ବାପାଙ୍କର ସମ୍ମାନ ଖାଇଥିଲି , ଆଉ ଆଜି ପୁଣିଥରେ ତାଙ୍କୁ ତାଙ୍କ ଜ୍ୱାଇଁ ଙ୍କ ଆଗରେ ଛୋଟ କରିଦେଲି । ମୋର ବଞ୍ଚିବାର କୌଣସି ଅଧିକାର ନାହିଁ । ମୁଁ ନାରୀ ଜାତି ପାଇଁ , ସ୍ତ୍ରୀ ଜାତି ପାଇଁ , ଏମିତି କି ଗୋଟେ ମା' ଜାତି ପାଇଁ କଳଙ୍କ । ମୋ ପାପ ପାଇଁ ତ ପ୍ରାୟଶ୍ଚିତ ନାହିଁ , ତେବେ କିଛି ଲେଖିଦେଇ ଯାଉଛି , ହୁଏତ ଏସବୁ ପଢ଼ିବା ପରେ ମତେ ସମସ୍ତେ କ୍ଷମା କରିଦେବେ । ସାମ୍ନାରେ କ୍ଷମା ମାଗିବା ପାଇଁ ମୁଁ ଆଉ କିଛି ବି ବାକି ରଖିନି , କେତେ ସୁଯୋଗକୁ ଯେ ମୁଁ ମୋ ପାଦରେ ଠେଲି ଦେଇଚି ତାହା ନ କହିବା ଭଲ । 


ଏମିତି ବନ୍ଦନା ସବୁକିଛି ନିଜ ରୁମ୍ ରେ ବସି ଭାବୁଥାନ୍ତି , ଏବଂ ନିଜ ମନର ଭାଷାକୁ ଲେଖା ମାଧ୍ୟମରେ ଗୋଟେ କାଗଜରେ ପ୍ରକାଶ କରି ଚାଲିଥାନ୍ତି । 


ମତେ ସେ ସବୁବେଳେ କହୁଥିଲେ ବନ୍ଦନା , ଏବେ ତମେ କିଛି ବୁଝି ପାରୁନ ମୁଁ ଏତେ ସୁଯୋଗ ତମକୁ ଦେଉଛି , ଦିନ ଆସିବ ତମ ପାଖରେ ସବୁ କିଛି ଥିବ । କିନ୍ତୁ କେହି ଶୁଣିବାକୁ ନଥିବେ , ସତରେ ମତେ ଆଜି ଏକା ଲାଗୁଚି , ସଂପର୍କ ଗୋଟେ ଖେଳଘର ନୁହେଁ , ସେଇଟା ମୁଁ ଆଜି ବୁଝି ପାରିଛି । କିନ୍ତୁ ଦୁଃଖ ଏତିକି ଯେ ମୋ ବୁଝିବାରେ ବହୁତ୍ ଡେରି ହେଇ ଯାଇଛି । ଏତିକି କହି କାନ୍ଦି କାନ୍ଦି ବନ୍ଦନା ନିଜ ରୁମ୍ ର ଫ୍ୟାନ୍ ରେ ଝୁଲି ଯାଇଛନ୍ତି ବନ୍ଦନା । ପରେ ପରେ ଘରଲୋକ ସବୁ ଜାଣିଛନ୍ତି , ହେଲେ ଜାଣିବା ବେଳକୁ ଆଉ କିଛି ବି ନାହିଁ । ଖବର ପାଇ ସମସ୍ତେ ଆସିଛନ୍ତି , ବିକାଶ ବନ୍ଦନାଙ୍କୁ ଧରି ବହୁତ୍ କାନ୍ଦିଛନ୍ତି । କୁନି ଝିଅଟି ମା' ମା' କହି ପ୍ରଥମ ଥର କାନ୍ଦିଛି । ସମସ୍ତେ ବନ୍ଦନାଙ୍କ ହାତ ଲେଖା ଚିଠିକୁ ଦେଖିଛନ୍ତି , ଏବଂ ବୁଝି ଯାଇଛନ୍ତି ଯେ ବନ୍ଦନା ଅନୁତାପ କରି ଏମିତି ଗୋଟେ ପଦକ୍ଷେପ ନେଇଛନ୍ତି । 


ଶେଷରେ ତାଙ୍କର ପାର୍ଥିବ ଶରୀରକୁ ଅଗ୍ନି ସଂଯୋଗ ହେଇଛି , ପରେ ପରେ ଯାହା ବିଦ୍ଧି , ଯାହା କର୍ମ ତାକୁ ସଂପୂର୍ଣ୍ଣ କରାଯାଇଛି । କିଛି ଦିନ ପରେ ସମସ୍ତ ବନ୍ଧୁ ନିଜ ନିଜ ସ୍ଥାନକୁ ଫେରି ଯାଇଛନ୍ତି , ବିକାଶ ଏବଂ ରାୟ ବାବୁ, ନାତୁଣୀ ଏକାଠି ଆଗ ଭଳି ହସ ଖୁସିରେ ରହିଛନ୍ତି , କେବଳ ଗୋଟିଏ ଅବଶୋଷକୁ ନେଇକି ଯାହା ହେଉଛି ବନ୍ଦନାଙ୍କର ଅନୁପସ୍ଥିତି । 

               



Rate this content
Log in

Similar oriya story from Abstract