STORYMIRROR

Jyotirmayee Panda

Abstract Drama Romance

3  

Jyotirmayee Panda

Abstract Drama Romance

ସଂପର୍କ ନୁହେଁ ଖେଳଘର (ଭାଗ -୬୬)

ସଂପର୍କ ନୁହେଁ ଖେଳଘର (ଭାଗ -୬୬)

2 mins
149

ଯଦି କେବେ ବି ସୁଲ୍ ରୁ ଦଉଡ଼ି ଯାଇ ତାଙ୍କୁ ଧରି ନିଏ, ସେ କୁହନ୍ତି ମୋର ଦାମୀ ଶାଢ଼ୀ ନଷ୍ଟ କରିଦେଲୁ, ହେଲେ ଯେବେ ବି ଦଉଡ଼ି ଯାଇ ବାପାଙ୍କୁ ଧରି ନିଏ ସେ ନିଜ ହାତରେ ମତେ କୋଳେଇ ନେଇ ନିଜ ରୁମାଲ୍ ରେ ମୋ ଝାଳ ପୋଛି ପକାନ୍ତି । 


ଏବେ ମତେ କୁହନ୍ତୁ, ଯେଉଁ ଆଖି ମୋ ସହିତ ଅଛି ମୁଁ ଜାଣିଛି, ସେଇ ଆଖିକୁ ଛାଡି ଦେଇ, ଯେଉଁ ଆଖିରେ ମୁଁ କେବଳ ଅନ୍ଧକାର ହିଁ ଦେଖୁଚି ତାକୁ କେମିତି ଆପଣେଇ ନେବି ? ମତେ ହୁଏତ ଦୁଇଟା ଆଖି ଦରକାର୍, ଯେହେତୁ ଦୁଇଟା ମୋର ହିଁ ଅଙ୍ଗ, ଆଉ ଯଦି ସେଇଟା ସମ୍ଭବ ନୁହେଁ ତେବେ ମତେ ମୋର ଅନ୍ଧକାର ଆଖି ନୁହେଁ, ବରଂ ଯେଉଁ ଆଖି ମତେ ଆଲୋକ ପ୍ରଦାନ କରି ଆସିଛି, ସେଇ ଆଖି ଦିଅନ୍ତୁ, ଯାହା ଫଳରେ ମୁଁ ଆଗକୁ ଲମ୍ବା ରାସ୍ତା ଚାଲି ପାରିବି । ଠିକ୍ ବାଟରେ ଯାଇ ପାରିବି । 


ଏତିକି ଶୁଣିବା ପରେ ଜର୍ଜ ସଙ୍ଗେ ସଙ୍ଗେ ନିଜର ବିଚାର ପରିବର୍ତ୍ତନ କରି ଝିଅକୁ ବାପା ସହିତ ରହିବାର ନିର୍ଦ୍ଦେଶ ଦେଇ ଚାଲିଗଲେ । ଯାହା ଦେଖି ବନ୍ଦନା ରାଗରେ ସେଠାରୁ ଚାଲିଗଲେ । ଏବଂ ରାୟ ବାବୁ ସେଇଠି ବିକାଶଙ୍କୁ ଏତେ ଦିନ ହେବ ଭୁଲ୍ ବୁଝିଥିବା ହେତୁ କ୍ଷମା ପ୍ରାର୍ଥନା କରିଥିଲେ । ଶେଷରେ ଘରକୁ ଯାଇ ବନ୍ଦନାଙ୍କୁ ବହୁତ୍ ବୁଝେଇ ଥିଲେ, ବନ୍ଦନା କୋର୍ଟର କଥାକୁ ହୃଦୟରେ ନେଇ ଯାଇଥିଲେ, ତାଙ୍କୁ ସେସବୁ ବହୁତ୍ ବାଧିଥିଲା । ପରେ ପରେ ରାୟ ବାବୁଙ୍କ ବୁଝା ବୁଝି ଏବଂ ଶେଷରେ ରାୟ ବାବୁଙ୍କ ବନ୍ଧୁ ପରିବାରର ସମସ୍ତ ଲୋକ ବନ୍ଦନାଙ୍କୁ ସବୁକିଛି ବୁଝେଇ ଥିଲେ, ଶେଷରେ ସେ ନିଜର ଭୁଲ୍ ବୁଝି ପାରିଥିଲେ । ଏବଂ ମା' ଡାକର ମହତ୍ତ୍ଵ କୁ ବୁଝିବା ପରେ ପଶ୍ଚାତ୍ୟାପର ନିଆଁରେ ସେ ନିଜକୁ ସଂପୂର୍ଣ୍ଣ ରୂପରେ ଜାଳି ଦେଇଥିଲେ । ତାଙ୍କର ସାହସ ନଥିଲା ନିଜ ସ୍ଵାମୀଙ୍କ ପାଖରେ ଯାଇ କ୍ଷମା ପ୍ରାର୍ଥନା ପାଇଁ, ଏବଂ ପୁଣିଥରେ ନୂଆ କରି ଜୀବନ ଆରମ୍ଭ କରିବା ବିଷୟରେ କହିବା ପାଇଁ । ସେ ବୁଝି ସାରିଥିଲେ ଯେ ସେ ପ୍ରକୃତରେ ବହୁତ୍ ବଡ଼ ଭୁଲ୍ କରିଦେଇଛନ୍ତି । ଏଭଳି ସ୍ବାମୀ ଯିଏକି କେବେବି ମୋ ବିଷୟରେ ଗୋଟେ ପଦ ବି ଖରାପ୍ କରି କୋଉଠି ବି କହି ନାହାଁନ୍ତି, ତାଙ୍କ ବିରୁଦ୍ଧରେ ମୁଁ ମିଛ ସତ ଲଗେଇ କେତେ କ'ଣ ଯେ କହିଛି ତା'ର ହିସାବ ନାହିଁ । 


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Abstract