STORYMIRROR

Jyotirmayee Panda

Abstract Drama Romance

3  

Jyotirmayee Panda

Abstract Drama Romance

ସଂପର୍କ ନୁହେଁ ଖେଳଘର (ଭାଗ -୬୧)

ସଂପର୍କ ନୁହେଁ ଖେଳଘର (ଭାଗ -୬୧)

2 mins
177

ଏ ସବୁକୁ ଦେଖି ରାୟ ବାବୁ କିଛି ବୁଝି ପାରି ନାହାଁନ୍ତି । ହଠାତ୍ କ'ଣ ହେଇଛି ଜାଣିବା ପାଇଁ ସେ ବିକାଶଙ୍କୁ ଫୋନ୍ ଲଗାଇଛନ୍ତି । ହେଲେ ବିକାଶ କଲ୍ ଦେଖି ମଧ୍ୟ ଫୋନ୍ ଉଠେଇ ନାହାଁନ୍ତି । କାରଣ ସେ ଯେହେତୁ ସ୍ଵାଭିମାନୀ ତାଙ୍କୁ ଏସବୁ ଏତେଟା ପସନ୍ଦ ନୁହେଁ । ସେ କେବେ ବି ଚାହାଁନ୍ତିନି ତାଙ୍କ ସ୍ତ୍ରୀର ବ୍ୟବହାରକୁ ନେଇକି କେହି ତାଙ୍କ ସ୍ତ୍ରୀକୁ ଅପମାନ କରିବା ପରି କିଛି କହୁ । ସେ ଯେହେତୁ ବନ୍ଦନାଙ୍କୁ ବହୁତ୍ ଭଲ ପାଆନ୍ତି , ସେ ତାଙ୍କର ଖରାପ୍ ଭଲ ସବୁକୁ ଆଦରି ନେଇ ବଞ୍ଚିବାକୁ ପସନ୍ଦ କରନ୍ତି , କାହା ସାମ୍ନାରେ ନିଜ ସ୍ତ୍ରୀକୁ ଛୋଟ କରି ନୁହେଁ । ତେଣୁ ଫୋନ୍ ଉଠେଇବା ପରେ ଯଦି କିଛି ପ୍ରଶ୍ନ ରହେ ତେବେ ସିଏ କେବେ ବି ବନ୍ଦନାଙ୍କ ବିରୁଦ୍ଧରେ କିଛି ବି ଖରାପ୍ କହି ପାରିବେ ନାହିଁ , ତେବେ ଠିକ୍ ତ ଏଇଟା ରହିବ କି ସେ ଫୋନ୍ ହିଁ ଉଠେଇବେ ନାହିଁ । ଏମିତି ସେ ଚିନ୍ତା କରି ( ସେ ସମସ୍ତ ଯେଉଁମାନେ କି ବନ୍ଦନାଙ୍କ ସହିତ ସମ୍ପର୍କରେ ଅଛନ୍ତି ) ତାଙ୍କର ଫୋନ୍ କୁ ଅଣଦେଖା କରିବାରେ ଲାଗିଛନ୍ତି ।


ଆଉ ଏପଟେ କଥା ଯାଇ ଉଠିଛି ରାୟ ବାବୁଙ୍କ ବନ୍ଧୁଙ୍କ ପାଖରେ , ତାଙ୍କ ପରିବାର ମଧ୍ୟ ଚେଷ୍ଟାରେ ଅଛନ୍ତି ଟିକେ କଥା ହେବା ପାଇଁ ବିକାଶଙ୍କ ସହିତ । ଦିନ ପରେ ଦିନ ବିତିବା ପରେ ପ୍ରାୟ ଦୁଇ ଦିନ ପରେ , ଓକିଲ ଡକେଇ ବନ୍ଦନା ଯେତେବେଳେ ଛାଡ଼ପତ୍ର ସହିତ ଝିଅକୁ ରଖିବା ପାଇଁ ଲିଖିତ ଜଣାଇଛନ୍ତି । ସେତେବେଳେ ରାୟ ବାବୁ ବନ୍ଦନାଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି । ଶେଷରେ ବନ୍ଦନା କାନ୍ଦି କାନ୍ଦି ବହୁତ୍ କିଛି କଥା ନିଜ ସ୍ଵାମୀଙ୍କ ବିରୁଦ୍ଧରେ କହିଛନ୍ତି । ଯାହା ଶୁଣିବା ପରେ ରାୟ ବାବୁ ବିଶ୍ଵାସ କରି ଯାଇଛନ୍ତି କାରଣ , ସେ ଭବିଛନ୍ତି ଯଦି ବନ୍ଦନା କଥା ମିଛ ତେବେ ବିକାଶ ଆମ କାହାର ଫୋନ୍ ଏତେଦିନ ହେବ ଉଠାଉ ନାହିଁ କ'ଣ ପାଇଁ ?? । 


ତେବେ ଏଥିରୁ ତ ସ୍ପଷ୍ଟ ଜଣା ପଡ଼ୁଛି ଯେ ବନ୍ଦନା କଥାରେ ସତ୍ୟତା ଅଛି । ଯଦି ସତ୍ୟତା ଅଛି ତେବେ ମତେ ବନ୍ଦନାର ସପକ୍ଷରେ ରହିବାକୁ ପଡିବ । ଏତେଦିନ ହେବ ବିକାଶ ଯେଉଁ ନାଟକ ଦେଖେଇ ମୋ ଝିଅ ଏବଂ ଆମ ସମସ୍ତଙ୍କ ସହିତ ଖେଳୁଥିଲା ତାକୁ ସେଇଟା ଭୋଗିବାକୁ ପଡ଼ିବ । 


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Abstract