Jyotirmayee Panda

Abstract Drama Romance

4  

Jyotirmayee Panda

Abstract Drama Romance

ସଂପର୍କ ନୁହେଁ ଖେଳଘର (ଭାଗ -୪୭)

ସଂପର୍କ ନୁହେଁ ଖେଳଘର (ଭାଗ -୪୭)

1 min
288


ଆଉ ଆମେ ସବୁ ଧୁମ୍ ଧାମ୍ ରେ ତା'ର ବାହାଘର କରି ତାକୁ ବିଦା କରିଥାନ୍ତେ । ଏତିକି ଶୁଣିବା ପରେ ରାୟ ବାବୁଙ୍କ ଆଖି ଛଳ ଛଳ ହେଇ ଯାଇଛି । ସେ ନିଜକୁ ଅନୁତାପ ନିଆଁରେ ସଂପୂର୍ଣ୍ଣ ରୂପରେ ଜାଳି ଦେଇଛନ୍ତି । ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି । ଯୋଉଟାକୁ ଦେଖି ସ୍ୱରାଜ କହିଛନ୍ତି , କ୍ଷମା ଆମକୁ ନୁହେଁ ଅଙ୍କଲ୍ , କ୍ଷମା ତ ବନ୍ଦନାଙ୍କୁ ମାଗିବା ଦରକାର୍ , ସେମିତି ହେଲେ ସିଏ ଘରୁ ଛାଡ଼ି ଯିବାର ଯୋଉ ପରିସ୍ଥିତିକୁ ସାମ୍ନା କରିଛନ୍ତି , ସେଇଟା କୁ ସେ ସମ୍ପୂର୍ଣ୍ଣ ରୂପେ ଭୂଲିଯିବେ । ଆପଣ ସବୁ ଦୋଷ ତ୍ରୁଟିକୁ ଭୁଲିଯାଇ ତାଙ୍କୁ କୋଳେଇ ନିଅନ୍ତୁ ଅଙ୍କଲ୍ କାରଣ ବନ୍ଦନା ମଧ୍ୟ ବହୁତ୍ ଚାପ ଭିତରେ ରହି ଘର ଛାଡ଼ିବା କଥା ଚିନ୍ତା କରିଥିବେ । ଆଉ ଏଇଟା ମୋ ଭବିବାରେ ସତ । ନଚେତ୍ ଯଦି ସେମିତି କଥା ନୁହେଁ , ତେବେ ଟିକେ ଭାବନ୍ତୁ ତ ଯଦି ବନ୍ଦନା ଆପଣଙ୍କ ସମ୍ମାନ କୁ ଦେଖୁ ନଥାନ୍ତେ ତେବେ କାହିଁକି ପ୍ରଥମେ ଆପଣଙ୍କ ନିକଟରେ ନିଜର ଭଲପାଇବା ବିଷୟରେ ପ୍ରକାଶ କରିଥାନ୍ତେ ?? । ସେ ତ ଚାହିଁଥିଲେ କିଛି ବି ନ କହି ସିଧା ସିଧା ବିବାହ କଥା ଉଠିବା ମାତ୍ରେ କାହାକୁ କିଛି ନ ଜଣେଇକି ନିଜର ରାସ୍ତା ବାଛି ନେଇଥାନ୍ତେ । 


କିନ୍ତୁ ସେ ସେମିତି ପ୍ରଥମେ କରି ନଥିଲେ , ସେ ପ୍ରଥମେ ଆପଣଙ୍କୁ ଜଣେଇବାଟା ଠିକ୍ ଭାବିଥିଲେ , ଏବଂ ଏଇଟା ଆଶା ରଖିଥିଲେ କି ଆପଣ ତାଙ୍କ ମନର କଥାକୁ ହୃଦୟରୁ ଗ୍ରହଣ କରି ଅନ୍ତତଃ ଥରେ ହେଉ ପଛକେ କିଛି ଚିନ୍ତା କରିବେ ଏବଂ କିଛି ରାସ୍ତା ଦେଖେଇବେ । ହୁଏତ ସିଏ ଏଇଟା ବି ଆଶା ରଖିଥିବେ କି ଆପଣ ତାଙ୍କ ଦୁହିଁଙ୍କର ଭଲପାଇବା କଥା ଶୁଣିବା ପରେ ସ୍ବୀକାର କରିନେବେ । ପରେ ଯେତେବେଳେ ଫଳସ୍ୱରୁପ ସିଏ ଏଇଟା ଦେଖିଥିଲେ ଯେ ଆପଣ ତାଙ୍କ କଥାକୁ ଗ୍ରହଣ କରିବା ତ ଦୂରର କଥା ଟିକେ ବି ଶୁଣି ନଥିଲେ , ତେଣୁ ସେ ହୁଏତ ବାଧ୍ୟ ହେଇ ଏ ନିଷ୍ପତ୍ତି ନେଇଥିଲେ । କାରଣ ଯେହେତୁ ତାଙ୍କର ଭଲପାଇବା ସ୍ଵାର୍ଥପର ନଥିଲା ତେଣୁ ସେ ବିକାଶଙ୍କ କଥା ଚିନ୍ତା କରିବା ସହିତ ବିକାଶଙ୍କ ପ୍ରତି ଥିବା ନିଜର ପ୍ରକୃତ ପ୍ରଥମ ଭଲପାଇବା କଥା ବି ଚିନ୍ତା

 କରୁଥିଲେ । 


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Abstract