ସଂପର୍କ ନୁହେଁ ଖେଳଘର (ଭାଗ -୪୫)
ସଂପର୍କ ନୁହେଁ ଖେଳଘର (ଭାଗ -୪୫)
ବାକି ରହିଲା କଥା ବନ୍ଦନାଙ୍କର ସିଏ ଏବେ ଆଉ ଛୋଟ ନୁହଁନ୍ତି , ତାଙ୍କୁ ତାଙ୍କ ସମୟ ସହିତ ଆଗକୁ ବଢ଼ିବାକୁ ଛାଡ଼ି ଦିଅନ୍ତୁ ।ମୋର ବିଶ୍ବାସ ସେ ଠିକ୍ ଭୂମିକା ନିଭାଇ ପାରିବେ । ଏବଂ ଗୋଟେ ଭଲ ସ୍ତ୍ରୀର ପରିଚୟ ଦେଇ ପାରିବେ । ଏଇଠି ସିନା ଆପଣ ଅଛନ୍ତି ବୋଲି ସେ ନିର୍ଦ୍ଵନ୍ଦରେ ରେ ସବୁ କିଛି କରି ଯାଉଥିଲେ , ଭୁଲ୍ ଠିକ୍ କିଛି ବି ଭାବୁ ନଥିଲେ କି ଆଗ ପଛ କିଛି ବି ଦେଖୁ ନଥିଲେ ।
କିନ୍ତୁ ସେ ଯେହେତୁ ସେଠି ଏକା ରହିବେ ଏବଂ ଜଣଙ୍କର ସ୍ତ୍ରୀ ର ପରିଚୟରେ ବଞ୍ଚିବେ , ତେବେ ସେଠି ତାଙ୍କ ପାଖରେ ବହୁତ୍ ଗୁଡ଼ିଏ ଦାୟିତ୍ଵ ରହିବ , ଏବଂ ସେ ତାକୁ ନିଭେଇବାକୁ ଚେଷ୍ଟା କରି କରି କେତେବେଳେ ଯେ ନିଜର ପିଲାଳିଆମୀକୁ ଭୂଲି ଗୋଟେ ଭଲ ସ୍ତ୍ରୀ ହୋଇଯାଇଥିବେ ଏବଂ ପକ୍କା ଘର ଚଲେଇବାରେ ଦକ୍ଷ ହୋଇଯାଇଥିବେ ସେଇଟା ଆପଣ ନିଶ୍ଚିନ୍ତ ଦେଖିବେ। ତେବେ ଆଉ ଚିନ୍ତା କରନ୍ତୁ ନାହିଁ , ବାପା , ମା' ଙ୍କୁ ମୁଁ ପ୍ରଥମେ ବୁଝେଇ ଦେଉଛି ଆପଣ ବେଶୀ ଭାବନ୍ତୁ ନାହିଁ । ସବୁକିଛି ଠିକ୍ ହେଇଯିବ , ବିକାଶ ନିହାତି ଭଲ ପିଲା ହୋଇଥିବେ ନହେଲେ ସେ ନିଜର ଭଲପାଇବା ପାଇଁ ଏତେ ବଡ଼ ପଦକ୍ଷେପ କେବେ ବି ନେଇ ପାରି ନଥାନ୍ତେ ଯଦି ସେ ବନ୍ଦନାଙ୍କ ସହିତ ଛଳନା କରିଥାନ୍ତେ , ବା ଛଳନା କରିବାର ମନବୃତ୍ତିରେ ଥାନ୍ତେ ।
ଭଗବାନ୍ ସେ ଦୁହିଁଙ୍କର ଆଗାମୀ ଭବିଷ୍ୟତକୁ ଉଜ୍ଜଳ କରନ୍ତୁ କେବଳ ଏତିକି ପ୍ରାର୍ଥନା ଆମର ରହିବା ଦରକାର୍ । ଆପଣ ଯଦି ଚାହୁଁଛନ୍ତି ବନ୍ଦନା ଖୁସିରେ ରହୁ ତେବେ ଆଉ ଲୁହ ଗଡ଼ାନ୍ତୁ ନାହିଁ । ଆପଣଙ୍କ ଲୁହ ତାଙ୍କର ଅମଙ୍ଗଳ କରିପାରେ । ଆପଣ କ'ଣ ଚାହିଁବେ ଅଙ୍କଲ୍ ବନ୍ଦନାଙ୍କର କିଛି କ୍ଷତି ହେଉ ? ଯଦି ଚାହୁଁ ନାହାଁନ୍ତି ତେବେ ଲୁହ ପୋଛନ୍ତୁ , ଆଉ ମୁଁ ଆପଣଙ୍କୁ କଥା ଦେଉଚି ଆପଣଙ୍କ ବନ୍ଧୁତା କେମିତି ଆଗଠୁ ବେଶୀ ମଜବୁତ୍ ହେଇଯିବ , ସେଇଟା ମୁଁ ଦେଖିବି । ଏବେ ଆପଣ ହସିଦିଅନ୍ତୁ , ହସନ୍ତୁ ଟିକେ । ଏତିକି କହି ସ୍ୱରାଜ ରାୟ ବାବୁଙ୍କୁ ହସିବାକୁ ଚେଷ୍ଟା ଚଲେଇଛନ୍ତି , ଏବଂ ରାୟ ବାବୁ ମନ ଖୋଲା ନହେଲେ ବି ଗୋଟେ ଛୋଟିଆ
ହସଟେ ନିଜର ମୁହଁରେ ଖୁବ୍ ସୁନ୍ଦର ଭାବରେ ଦର୍ଶାଇଛନ୍ତି ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

