STORYMIRROR

Jyotirmayee Panda

Abstract Drama Romance

3  

Jyotirmayee Panda

Abstract Drama Romance

ସଂପର୍କ ନୁହେଁ ଖେଳଘର (ଭାଗ -୩୬)

ସଂପର୍କ ନୁହେଁ ଖେଳଘର (ଭାଗ -୩୬)

2 mins
149

ଏମିତି ଭାବୁ ଭାବୁ ସେତିକି ବେଳକୁ ସେପଟେ ବନ୍ଦନା ନିଜ ଅଫିସ୍ ଚାମ୍ୱର ଭିତରେ ବସି ଟିକେ ଭାବୁଛନ୍ତି , ଫୋନ୍ ତ ଠିକ୍ ହେଇଗଲା, ଏବେ ଆଉ କିଛି ଚିନ୍ତା ନାହିଁ, ଏବେ ମୋଠୁ ବିକାଶଙ୍କୁ କେହି ବି ଛଡେଇ ନେଇ ପାରିବେନି, ମୁଁ ତାଙ୍କର ଏବଂ ସିଏ ମୋର ଚିରଦିନ ପାଇଁ, ତେବେ ଯାଏ ଟିକେ ତାଙ୍କୁ ଫୋନ୍ କରିଦିଏ । କେଜାଣି ସେ କଣ ଭାବୁଥିବେ ମତେ ନେଇକି ହୁଏତ ସେ ଏବେ ରାଗିଥିବେ ମଧ୍ୟ ମୋର ଗୋଟେ ଫୋନ୍ କି ମେସେଜ ନ ପାଇକି । ମୁଁ ପ୍ରଥମେ ତାଙ୍କୁ ଫୋନ୍ କରିକି ସବୁକିଛି ଜଣେଇ ଦିଏ ଏବଂ ପରେ ପଛକେ ତାଙ୍କ ଅଭିମାନ ତୁଟିଲେ ଅଫିସ୍ ର କିଛି ବଳକା କାମ ସାରି ଘରକୁ ଜଲଦି ବାହାରିଯିବି । 


ଏତିକି ମନେ ମନେ ବିଚାରି ବନ୍ଦନା ଫୋନ୍ କରିଛନ୍ତି ମତେ (ବିକାଶ) , ଏପଟେ ମୁଁ ମଧ୍ୟ ତାଙ୍କ ସହିତ କଥା ହେବାକୁ ଚାହୁଁଥିଲି , ତେବେ ସିଏ ଆଉ ମତେ ଦେଖିଦେଇ ନାହାଁନ୍ତି ତ ତାଙ୍କ ଅଫିସ୍ ବାହାରେ , ବୋଧହୁଏ ସିଏ ଦେଖିଛନ୍ତି ସେଇଥି ପାଇଁ ତ ସେ ହଠାତ୍ ମତେ ଫୋନ୍ କରିଛନ୍ତି । ନହେଲେ ଯିଏ କାଲି ମୋ ଫୋନ୍ କୁ ନ ଉଠେଇବା ପାଇଁ ସ୍ୱିଚ୍ ଅଫ୍ ର ବାହାନାକୁ ଆଶ୍ରୟ ମାନିନେଇ ପାରିଥିଲା ସେ ପୁଣି ଆଜି ମୋ ପାଖକୁ ଫୋନ୍ କାହିଁକି ବା କରିବ?? ।


ତେବେ ସେ ଯାହା ହେଉ ନା କାହିଁକି ଭଲ ହେଲା ସିଏ ମତେ ଫୋନ୍ କରିଛନ୍ତି , ନହେଲେ ମୁଁ ବି ତ ତାଙ୍କ ସହିତ କଥା ହେବାର ବାହାନା ଖୋଜୁଥିଲି , ଯୋଉଥିପାଇଁ ମତେ ମଧ୍ୟ ଚିନ୍ତା କରିବାକୁ ପଡ଼ିଥାନ୍ତା , ଏବେ ଯେହେତୁ ସିଏ ଫୋନ୍ କରିଛନ୍ତି ମୁଁ ଉଥେଇକି ପ୍ରଥମେ ଦେଖେ ତାଙ୍କର ଉଦ୍ଦେଶ୍ୟ କଣ ଆଉ କେଉଁ କାରଣ ପାଇଁ ସେ ଏମିତି ମୋ ସାଥିରେ ଖେଳିବା ସହିତ ସେ ଯୁବକ ଜଣକ ସହିତ ମଧ୍ୟ ଖେଳି ଚାଲିଛନ୍ତି । 


ଏତିକି ମାନରେ ରଖି ଫୋନ୍ ଉଠେଇବା ମାତ୍ରେ , ବନ୍ଦନାଙ୍କ ନରମ କଣ୍ଠର ବିରହ ସ୍ୱର ସତେ ଯେମିତି ମତେ ଭିତରରୁ ଭାଙ୍ଗି ଦେଉଥାଏ , ତଥାପି ମନରେ ସାହସ ବାନ୍ଧି ଦମ୍ଭ ରହିଥାଏ , କାରଣ ଝିଅଙ୍କର କାନ୍ଦ ତ ସମସ୍ତଙ୍କ ମନକୁ ତରଳେଇ ଦେଇଥାଏ ଏମିତି କି ମୁଁ ବା ସେଥିରୁ ବଞ୍ଚିତ ହେବି କେମିତି ?


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Abstract