ସଂପର୍କ ନୁହେଁ ଖେଳଘର (ଭାଗ -୩୫)
ସଂପର୍କ ନୁହେଁ ଖେଳଘର (ଭାଗ -୩୫)
ଦୁହେଁ ବାହାରି ପଡ଼ିଥିଲେ ନିଜର ସକାଳ ଭୋଜନ ଖାଇସାରି ।ଗାଡି ଚାଲିଥାଏ ଉଭୟଙ୍କ ମଧ୍ୟରେ ସଂପର୍କର ଗାଡ଼ି ମଧ୍ୟ ଆଗକୁ ଆଗକୁ ମାଡି ଚାଲିଥାଏ । ଗାଡି ଯାଇ ରହିଥାଏ ସେ ଫୋନ୍ ସଫ୍ ପାଖରେ , ବନ୍ଦନାଙ୍କ ଖୁସିର ସୀମା ଯେମିତି
ନଥାଏ ତେବେ ଭିତରକୁ ଯାଇ ବନ୍ଦନା ନିଜ ଫୋନ୍
ବିଷୟରେବି ପଚାରିଥିଲେ , ଶେଷରେ ତାଙ୍କ ଫୋନ୍ ଠିକ୍ ହେଇଯାଇଥିଲା । ନିଜର ଫୋନ୍ କୁ ପାଖରେ ପାଇଁ ବନ୍ଦନାଙ୍କ ଓଠରେ ହସ ଝଲସି ଉଠୁଥିଲା , ଯେଉଁ ହସ ଦେଖି ସ୍ୱରାଜ
ମଧ୍ୟ ଖୁସି ଅନୁଭବ କରିଥିଲେ । ଶେଷରେ ଉଭୟ ଧନ୍ୟବାଦ୍ ଜଣେଇଥିଲେ ସଫ୍ ମାଲିକଙ୍କୁ
ଏବଂ ଫେରି ଆସିଥିଲେ ନିଜ ଗାଡ଼ି ପାଖକୁ ପରେ ଗାଡ଼ି ଗଡିଥିଲା ବନ୍ଦନାଙ୍କ ଅଫିସ୍ କୁ ଗାଡ଼ି ଯେତେବେଳେ ବନ୍ଦନାଙ୍କ ଅଫିସ୍ ନିକଟରେ ରହିଛି ସେତିକି ବେଳେ ମୁଁ ବିକାଶ ସେପାଖ ହୋଟେଲ୍ ରେ ଯେହେତୁ ରାତ୍ରି ବିତେଇ ସାରିଥିଲି ତେବେ
ସକାଳେ ମୋର ଆଶା ଥିଲା ବନ୍ଦନା ନିଶ୍ଚିନ୍ତ ଅଫିସ୍ ଆସିବେ ଏବଂ ମୁଁ ତାଙ୍କ ସହିତ କଥା ହେବାର ସୁଯୋଗ ପାଇବି , ସେଇ ଆଶାରେ ମୁଁ ହୋଟେଲ୍ ରୁ ବାହାରକୁ ଆସି ଦେଖେ ତ ବନ୍ଦନା କାର୍ ରୁ ବହାରୁଛନ୍ତି , ଏବଂ ତାଙ୍କୁ ଜଣେ ଯୁବକ ଛାଡ଼ିଦେବା ପାଇଁ ଆସିଛନ୍ତି , ତେବେ ସିଏ ବୋଧେ ସେଇ ଯାହାଙ୍କୁ କି କାଲି ମୁଁ ଦେଖିଥିଲି । ସେ ଯାହା ହେଉ ନା କାହିଁକି ଆଜି ମୁଁ ବନ୍ଦନାଙ୍କୁ ନିଶ୍ଚିନ୍ତ ପଚାରିବି ସିଏ ପ୍ରକୃତରେ କଣ ଚାହାଁନ୍ତି , ସିଏ ମୋ ସହିତ ଏବଂ ସେଇ ଯୁବକ ଜଣକ ସହିତ କାହିଁକି ଖେଳୁଛନ୍ତି ।
ବନ୍ଦନା କାର୍ ରୁ ବାହାରି ଅଫିସ୍ ଭିତରକୁ ଚାଲିଗଲେ , ତାଙ୍କ ସହିତ ଆସିଥିବା ଯୁବକ ଜଣଙ୍କ ତାଙ୍କୁ ଛାଡ଼ିଦେଇ ଚାଲିଗଲେ , ତେବେ ମୁଁ(ବିକାଶ) ସେଇଠି ଛିଡ଼ା ହେଇ ସବୁ ଦେଖୁଥାଏ , ତଥାପି ମୁଁ ଗୋଟେ ସୁଯୋଗର ଅପେକ୍ଷାରେ । କଣ ହେଇଚି ନ ଜାଣିବା ପର୍ଯ୍ୟନ୍ତ ମୁଁ ବନ୍ଦନାଙ୍କୁ ଦୋଷ ଦେଇ ପାରିବିନି । ତେଣୁ ପ୍ରଥମେ ମୁଁ ବନ୍ଦନାଙ୍କ ସହିତ ଏକାନ୍ତରେ କଥା ହେବି , ତା' ପରେ ଯାଇକି ମୁଁ ଯାହା ଚିନ୍ତା କରିବି । ହେଲେ ମୁଁ କେତେବେଳେ ଏବଂ କେମିତି ବନ୍ଦନାଙ୍କ ସହିତ ଏକା ଭେଟ ହେଇ ପାରିବି ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

