STORYMIRROR

Jyotirmayee Panda

Abstract Drama Romance

3  

Jyotirmayee Panda

Abstract Drama Romance

ସଂପର୍କ ନୁହେଁ ଖେଳଘର (ଭାଗ -୧୨)

ସଂପର୍କ ନୁହେଁ ଖେଳଘର (ଭାଗ -୧୨)

2 mins
192

ଅପରେସନ ଆରମ୍ଭ ହେଲା । ଏପଟେ ମୁଁ ଧର୍ଯ୍ୟହରା ହେଇ ଅସ୍ତବ୍ୟସ୍ତ ହେଉଥାଏ , ସେତେବେଳେ ମୋର ବନ୍ଧୁ ମତେ ବୁଝାଇଥିଲେ । ଏବଂ ମୋର ବନ୍ଧୁଙ୍କ ପତ୍ନୀ ତାଙ୍କ ପୁଅକୁ ଦେଖିବା ସହିତ ଏପଟେ ତୋର ମଧ୍ୟ ଦେଖାଶୁଣା କରୁଥାନ୍ତି । ତୁ ତ ସେତେବେଳକୁ ତିନି ମାସର , ତୋର ଏ ସବୁ କିଛି ଜ୍ଞାତ ନଥିବ ଏବେ । ସେତେବେଳେ କିନ୍ତୁ ସେ ସମୟରେ ମୁଁ ତୋ ପ୍ରତି କିଛିଦିନ ଅବହେଳା କରିଥିଲି କାରଣ ମତେ ତୋ ମା' ଙ୍କ ଚିନ୍ତା ଥିଲା । 


ଅପରେସନ ପରେ ପରେ ଚେତା ଫେରି ନଥିଲା । ବହୁତ୍ ଚିନ୍ତିତ ହୋଇପଡ଼ିଥିଲୁ । ଡାକ୍ତର ବାବୁ କହିଥିଲେ ଯଦି ଚେତା ଆସିଯିବ ତେବେ ହୁଏତ ବଞ୍ଚିବାର ସମ୍ଭାବନା ଅଛି ନଚେତ୍ କିଛିବି କହି ହେଉନି , ତେବେ ଆମେ ଯାହା କରିବା କଥା କରି ସାରିଚୁ , ଏବେ ସବୁ ଭଗବାନ୍ ଙ୍କ ହାତରେ । ଏତିକି ଶୁଣି ଯେମିତି ମୋ ପାଦତଳୁ ମାଟି ଖସିଗଲା , ପ୍ରାର୍ଥନା ଛଡ଼ା ମତେ ଆଉ କିଛିବି ଦେଖା ଗଲାନି , ଭଗବାନ୍ ଙ୍କୁ ପ୍ରାର୍ଥନା କରିଥିଲି ହେଲେ ବୋଧହୁଏ ମୋ ପ୍ରାର୍ଥନାରେ କିଛି କମି ରହିଯାଇଥିଲା , ଯେଉଥିପାଇଁ କି ଭଗବାନ୍ ତୋ ମା' କୁ ତାଙ୍କ ପାଖକୁ ନେଇଗଲେ । 


ତେବେ ଯାହା ହେବାର ଥାଏ ତାକୁ ତ କେହି ଅଟକେଇ ପାରିବେ ନାହିଁ ନା , ସେ ଯାହାବି ହେଉ ଯେତେବେଳେ ଏ ଖବର ମୋ କାନରେ ପଡ଼ିଲା , ସ୍ୱାଭାବିକ କଥା କି ସେତେବେଳେ ମୁଁ ନିଜ ମାନସିକ ଅବସ୍ଥାକୁ ନେଇକି ଠିକ୍ ଭାବରେ ବ୍ୟବହାର ଦେଖେଇ ପାରୁ ନଥିଲି । ତୋ କଥା ବୁଝିବା ତ ମୋ ପକ୍ଷରେ ସେତେବେଳେ ଅସମ୍ଭବ ପ୍ରାୟ ଥିଲା । ହେଲେ ମୋର ବନ୍ଧୁ ଏବଂ ତାଙ୍କ ପତ୍ନୀ ସବୁ ପରିସ୍ଥିତିରେ ମୋ ସହିତ ଥିଲେ , ତୋର ମଧ୍ୟ ଦେଖା ଶୁଣା କରୁଥିଲେ । ଏମିତି କିଛିଦିନ ଯିବା ପରେ ଛୁଟିର ସୀମା ମଧ୍ୟ ସରିଗଲା । ଉଭୟଙ୍କୁ ନିଜ ନିଜ ଜାଗାକୁ ଯିବାକୁ ପଡିଲା । ଚାକିରୀ କଥା ନଗଲେ ନଚଳେ , କେତେଦିନ ବା ଛୁଟି ନେଇହେବ ଯେ , ହେଲେ ଯେତେବେଳେ ଯିବା କଥା ଉଠିଥିଲା , ସେମାନେ ତାଙ୍କ ସହିତ ତତେ ନେଇଯିବା ପାଇଁ କହୁଥିଲେ କାରଣ ସେତେବେଳେ ମୋର ମାନସିକ ଅବସ୍ଥାରେ ଏତେ ବି ସୁଧାର ଘଟିନଥିଲା । 


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Abstract