Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Arunima Sahoo

Romance Tragedy

3.3  

Arunima Sahoo

Romance Tragedy

ସଂଜ୍ଞା ନଥିବା ନୂଆ ଏକ ସମ୍ପର୍କ

ସଂଜ୍ଞା ନଥିବା ନୂଆ ଏକ ସମ୍ପର୍କ

6 mins
446


ତକିଆଟିକୁ ଜାବୁଡି ଧରି କେଉଁ ଏକ ଭାବନାରେ ହଜି ଯାଇଛି ମୀରା । ମନରେ ବହୁତ୍ ସାରା ପ୍ରଶ୍ନ ଯାହାକି ଆନ୍ଦୋଳିତ କରି ଦୋହଲେଇ ଦେଉଛି ହୃଦୟକୁ ।ଯନ୍ତ୍ରଣାରେ ଆଚ୍ଛାଦିତ କରି ବିଦାରି ଦେଉଛି ମନକୁ ।ନା, ଏ ଯନ୍ତ୍ରଣା ର ଉପଶମ ନାହିଁ ।ଅଜାଗା ଘା ଦେଖି ହୁଏନି କି କାହାକୁ ଦେଖେଇ ବି ହୁଏନି ।ହଜାରେ ପ୍ରଶ୍ନକୁ ହଜାରେ ଥର ନିଜକୁ ପଚାରି ଚାଲିଛି ମୀରା ହେଲେ ଉତ୍ତରରେ କିଛି ବି ମିଳିନି ।ପରମ୍ପରା , ଆଭିଜାତ୍ୟ, ଜାତି ,ଧର୍ମର ତାଡନା ଭିତରେ ନିଜର ପ୍ରେମକୁ ବଳି ପକେଇ ଦେଇଛି ସେ ।ହେଲେ ସେ ତ ତା ଭଲ ପାଇବାକୁ ପାଇବା ପାଇଁ ଅଦମ୍ୟ ଚେଷ୍ଟା କରିଛି କିନ୍ତୁ କାହିଁକି ପାଇ ପାରିଲାନି । କାହିଁକି ତାକୁ ଯଥା ସମ୍ଭବ ସହମତି ମିଳିଲାନି ଶାଶ୍ଵତ ଠାରୁ ??ତେବେ କଣ ସବୁ ଦେଇ ଥିବା କଥା ମିଛ ଥିଲା ।।ସିଏ ବି ସଭ୍ୟ ଆଉ ଶିକ୍ଷିତ ହେଇ ଜାତି ଧର୍ମର ଆଳ ଦେଖେଇ କାହିଁକି ଦୂରେଇ ଦେଲା ତାକୁ?? କାହିଁ ଏବେ ତ ଶାଶ୍ଵତକୁ କିଛି ବି ଫରକ୍ ପଡୁନି ।ବହୁତ୍ ଖୁସିରେ ଅଛି ସେ ହେଲେ ସେ କାହିଁକି ରହି ପାରୁନି? କାହିଁକି ସେ ଅତୀତ ରେ ହଜି ଯାଉଛି ବାରମ୍ବାର?


   ଏବେ ବି ତାର ମନେ ପଡ଼େ, ପାର୍କରେ କେମିତି ହାତ ଧରା ଧରି ହୋଇ ଚାଲୁଥିଲେ ସେମାନେ, ରାସ୍ତା କଡ଼ରେ ଗୁପଚୁପ ଖାଇବା ଠୁ ଆରମ୍ଭ କରି ରେଷ୍ଟୁରାଣ୍ଟ ରେ ନୂଆ ନୂଆ ଜିନିଷ ଅର୍ଡର୍ କରିବା ,ମିଶିକି ସିନେମା ଦେଖିବାଠାରୁ ଆରମ୍ଭ କରି ବେଳାଭୂମିରେ କାଟି ଥିବା ସେ ଅପରାହ୍ନର ମୁହୂର୍ତ୍ତ ସବୁ କାଲି ପରି ଲାଗେ ଯେମିତି। ଯେଉଁଠି ବାଲିରେ ଦୁଇ ଜଣ ଗଢି ଥିଲେ ନିଜ ସ୍ୱପ୍ନର ମହଲ୍ ।ଶାଶ୍ଵତ ର ପ୍ରଶସ୍ତ ବକ୍ଷରେ ନିଜ ମୁଣ୍ଡ କୁ ରଖି ହଜି ଯାଉଥିଲା ସେ କେଉଁ ଏକ ଅଜଣା ରାଇଜରେ ।ଶାଶ୍ଵତର ଚୁମ୍ବନରେ ଯେମିତି ପ୍ରକୃତିସ୍ଥ ହେଇ ଉଠୁଥିଲା ସେ ।ଲାଜେଇ ଯାଇ କହୁଥିଲା ଦୁଷ୍ଟ ।କିନ୍ତୁ ଶାଶ୍ଵତର ଦୁଷ୍ଟାମୀ ସେତିକିରେ ସୀମିତ ହୋଇ ରହୁ ନଥିଲା ।ଆଉ ଟିକେ ନିକଟତର ହେଇ ନିଜକୁ ଯେମିତି ନିଜ ଭିତରେ ହଜେଇ ଦେଉ ଥିଲେ ସେମାନେ। ବେଳା ଭୂମିର ଖୋଲା ଆକାଶ ତଳେ ଯୋଉ ପ୍ରେମ ଥିଲା ତାହା କେତେବେଳେ ଯାଇ ହୋଟେଲ୍ ରୁମ୍ ର ନିବୁଜ କୋଠରୀରେ ପହଞ୍ଚି ଯାଇ ଥିଲା ତାହା ପ୍ରେମର ମାଦକତା ରେ ଜଣା ନଥିଲା ଦୁଇ ଜଣଙ୍କୁ । କାନ୍ଦି ଥିଲା ମୀରା, ଭାବ ବିହ୍ୱଳ ହୋଇ ଅସୀମ ବିଶ୍ୱାସ ସହ ପଚାରି ଥିଲା, ଶାଶ୍ଵତ ତୁମେ ମତେ ଛାଡ଼ି ଦବନି ତ। ତୁମେ ମୋତେ ଧୋକା ଦବାନି ତ । ଶାଶ୍ଵତ କହି ଥିଲା ପାଗେଳି ଟା, ତୁମକୁ କଣ ଲାଗୁଛି ମୁଁ ତୁମକୁ ଛାଡ଼ି ଦେବି ? ଆଉ କାହାକୁ ବାହା ହେଇ ଯିବି । ମୁଁ କଣ play boy ? ଜମାରୁ ଚିନ୍ତା କରନି ଏବେ କହିବ ତ ଏବେ ତୁମକୁ ବାହା ହବାକୁ ରାଜି ଅଛି ।ତୁମେ ଖାଲି ହଁ ମାରିଲେ ହେଲା ।ଟିକେ ଆଶ୍ବସ୍ତ ଅନୁଭବ କଲା ମୀରା ।ଛି ମୁଁ ଏ କଣ କରୁଛି ଯାହାକୁ ଏତେ ଭଲ ପାଉଛି ତାକୁ କଣ ଏମିତି ଅବିଶ୍ବାସ କରାଯାଏ। ପ୍ରେମର ଅନ୍ୟ ନାମ ତ ହେଉଛି ବିଶ୍ୱାସ ।ଶାଶ୍ଵତଙ୍କ ପ୍ରେମ ତାଙ୍କ ନାଁ ଭଳି ପବିତ୍ର ଆଉ ଶାଶ୍ଵତ ବି ।ସେଥିରେ ଟିକେ ବି ସନ୍ଦେହ ନା ହିଁ । ପୁଣି ହଜି ଯାଇଥିଲେ ଦୁଇ ଜଣ ଦୁଇ ଜଣଙ୍କ ଭିତରେ ଏକ ଅହେତୁକ ବିଶ୍ୱାସର ଭାବାବେଗରେ ।


  ଦିନ ପରେ ଦିନ, ମାସ ପରେ ମାସ ଏମିତି କେତେ ଯେ ବର୍ଷ ବିତି ଯାଇ ଥିଲା ।ଋତୁ ପରେ ଋତୁ ଆସି ସେମାନଙ୍କ ପ୍ରେମକୁ ଆହୁରି ଜୀବନ୍ତ କରି ଦେଉଥିଲା।କେତେବେଳେ ଫଗୁଣର ଫଗୁ ମନରେ ରଙ୍ଗର ପସରା ମାଖି ଦେଉ ଥିଲା ତ ଆଉ କେତେବେଳେ ଶ୍ରାବଣର ବର୍ଷା ଛିଟା ପ୍ରେମର ବର୍ଷାରେ ଭିଜେଇ ଦେଉ ଥିଲା ।

  କିନ୍ତୁ ହଠାତ୍ ଋତୁ ବଦଳିଲା ପରି ବଦଳି ଯାଇ ଥିଲା ସବୁ କିଛି ।ଜାତି ଧର୍ମର ନିଷ୍ଠୁର ବୁଢିଆଣୀ ଜାଲରେ ନିଜର ପ୍ରେମ ଯେମିତି ଛନ୍ଦି ହେଇ ଯାଇ ଥିଲା ଦୁଇ ଜଣଙ୍କର । ସମାଜ ଆଉ ପରିବାର ର ସ୍ଵୀକୃତି ମିଳି ନଥିଲା ଦୁଇ ଜଣଙ୍କୁ । 


ମୀରା ସବୁ କିଛି ଛାଡ଼ି ଯେତେବେଳେ ଶାଶ୍ଵତ ପାଖକୁ ଧାଇଁ ଯାଇ ଥିଲା ,ପରିବାର ପ୍ରତି ଦାୟିତ୍ଵ ଆଉ କର୍ତ୍ତବ୍ୟର ଆଳ ଦେଖେଇ ସେ ମୀରାକୁ ପ୍ରତ୍ୟାଖ୍ୟାନ କରି ଥିଲା ସବୁ ଦିନ ପାଇଁ। ପରିବାର ଆଉ ମୀରା ଭିତରୁ ସେ ନିଜ ପରିବାର କୁ ହିଁ ବାଛି ଥିଲା। ବିଚାରି ମୀରା ସର୍ବହରା ହୋଇ ଚାଲି ଆସି ଥିଲା ପୁଣି ନିଜ ଘରକୁ ।ଦୁଃଖକୁ ମନ ଭିତରେ ଚାପି ଧରି ଢେର୍ କାନ୍ଦି ଥିଲା ।କିନ୍ତୁ ସେ କାନ୍ଦଣା ଶବ୍ଦ ନିଜ ରୁମର ଚାରି କାନ୍ଥ ଡେଇଁ ବାହାରକୁ ଯାଇ ପାରୁ ନଥିଲା ।କାଲି ଯିଏ ଉଡ଼ା ଚଢ଼େଇ ପରି ଉଡି ବୁଲୁ ଥିଲା ଆଜି ଯେମିତି ତାର ପକ୍ଷ କଟି ଯାଇଛି ।ସବୁ ଆଶା ଆଉ ବିଶ୍ୱାସ ଯେମିତି ଅନ୍ଧ ବିଶ୍ବାସର ଚାଦର ଭିତରେ ହଜି ଯାଇଛି ।ତା ପାଇଁ ଶାଶ୍ଵତ ଆଜି ଗୋଟେ ଧୋକେବାଜ୍ ଆଉ ବେଇମାନ୍ ପାଲଟି ଯାଇଛି ।ସେ ଯଦି ଚାହିଁ ଥାଆନ୍ତା, ହୁଏତ ସ୍ତ୍ରୀ ରୂପରେ ସ୍ଵୀକୃତି ଦେଇ ତାକୁ ଆପଣେଇ ପାରି ଥାଆନ୍ତା ହେଲେ ଏମିତି ଅଧାବାଟରେ ହାତ ଛାଡ଼ି ଚାଲି ଜିବାଟା କଣ ଠିକ୍ ହେଲା ? 


    ଏବେ କଣ କରିବ ସିଏ ? ମନ ଭିତରେ ଶାଶ୍ଵତ ଛଡ଼ା ଆଉ କାହାକୁ ତ କେବେ ବି ଆସିବାକୁ ଦେଇନି ।କେମିତି ଆଉ କାହାକୁ ନିଜର କରି ପାରିବ ସେ ।କେମିତି ଲୁଚେଇ ପାରିବ ନିଜର କଳଙ୍କକୁ ।ସବୁ କିଛି ଲୁଚେଇ ଆଉ କାହାକୁ ଧୋକା ତ ଦେଇ ପାରିବନି ନା! ଆଉ କେମିତି ବା କହି ପାରିବ ମୁହଁ ଖୋଲି, କେତେ ଯେ ମଧୁ ରାତି କାଟିଛି ସେ ଶାଶ୍ଵତ ସହିତ । ଏସବୁ ଶୁଣିଲା ପରେ କିଏ କାହିଁକି ତାକୁ ଆପଣେଇ ନବ? ଯଦି ବି ଆପଣେଇ ନିଏ ସେ କଣ ତା ସହ ଶାଶ୍ଵତ କୁ ଭୁଲି ଯାଇ ଖୁସିରେ ରହି ପାରିବ? ମନରୁ କାଢି ପାରିବ ଶାଶ୍ଵତର ସ୍ମୃତିକୁ? ଏମିତି କେତେ ଭାବନା ଭିତରେ ନିଜକୁ ଆଜି ପ୍ରଶ୍ନ କରି ଚାଲିଛି ମୀରା ।ହଠାତ୍ calling bellର ଶବ୍ଦରେ ମୀରା ଚମକି ପଡ଼ିଲା ।ବାପା ପାଟି କରି କହୁ ଥିଲେ, ଆରେ ପୁଅଘର ଲୋକ ଆସି ଗଲେ । ସବୁ ready ଅଛି ତ? ମୀରାର ମନ ଭିତରଟା ଯେମିତି ବିଦ୍ରୋହ କରି ଉଠୁ ଥିଲା । ସେ ପୁଅଘର ସାମ୍ନା କୁ ଯିବାକୁ ଚାହୁଁ ନଥିଲା।କିନ୍ତୁ କଣ କରିବ ? ପରିବାରର ସମ୍ମାନ ପାଇଁ ଯିବାକୁ ହିଁ ପଡ଼ିବ । ହାତରେ ଚା plate ଧରି ପୁଅଘର ଲୋକଙ୍କୁ ସାଦରେ ସମ୍ମାନ ଜଣାଇ ସାମ୍ନାରେ ବସି ପଡ଼ିଲା ମୀରା । ତାର ଠିକ୍ ସାମ୍ନାରେ ବସିଛି ମଳୟ । ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଲା । ସବୁ ପ୍ରଶ୍ନ ର ଉତ୍ତର ଦେଇ ମୀରା ଦୀର୍ଘ ନିଶ୍ୱାସଟିଏ ଛାଡ଼ିଲା ।କିଛି ସମୟ ପରେ ମଳୟର ବାପା କହିଲେ, ପୁଅ ଆଉ ଝିଅଙ୍କୁ କିଛି ସମୟ ଏକା କଥା ହବା ପାଇଁ ଛାଡ଼ି ଦବା ଉଚିତ୍। ଦୁହେଁ ଚାଲିଲେ ବଗିଚା ଆଡ଼କୁ।

   ମୀରା ଭାବୁ ଥାଏ ଏ ସଂଜ୍ଞା ହୀନ ସମ୍ପର୍କ ଭିତରେ ନିଜର ସ୍ଥାନ କୋଉଠି ? ସେ ଗୋଟେ ଚିହ୍ନା ଜଣା ନଥିବା ଲୋକ ସହ କଣ କଥା ହେବ ଆଉ କାହିଁକି କଥା ହବ। ଏବେ ବି ତ ଶାଶ୍ଵତ ତା ମନ କୁ ଆଚ୍ଛାଦିତ କରି ରଖିଛି । ଆଉ ଏ ସମ୍ପର୍କ ତା ପାଇଁ ସଂଜ୍ଞା ହୀନ ମାତ୍ର ।

   ମଳୟ କହିଲା, କଣ୍ ଭାବୁଛ ମୀରା? ମୁଁ କଣ ତୁମର ପସନ୍ଦ ହେଇଛି? ତୁମେ ମୋତେ ପସନ୍ଦ କରିଛ କି ନା ମୁଁ ତ ଜାଣିନି କିନ୍ତୁ ତୁମେ ମୋର ପସନ୍ଦ ହେଇଚ । କିଛି କଥା କହିବାକୁ ଚାହୁଁଛି ଯଦି ଅନୁମତି ଦବ ତ, କହିବି ।ମୀରା ମୁଣ୍ଡ ହଲେଇ ଅନୁମତି ଦେଲା।


   ମଳୟ କହିଲା, ମୁଁ ଗୋଟେ ଝିଅକୁ ବହୁତ୍ ଭଲ ପାଉ ଥିଲି କିନ୍ତୁ ତାଙ୍କ ଘରେ ଆମ ବାହାଘର ପାଇଁ ରାଜି ହେଲେନି ।ତାର ବାହାଘର ଅଲଗା ଜାଗାରେ କରି ଦେଲେ ।ସେ ବାହା ହେଲା ପରେ ମୁଁ ମାେ ଜୀବନରେ ଆଉ କାହାକୁ ସହଜରେ ଗ୍ରହଣ କରି ପାରିବି ବୋଲି ଭାବି ପାରୁ ନଥିଲି । ମନ ଭିତରେ ସବୁ ବେଳେ ତାରି absence feel କରୁ ଥିଲି ।କିନ୍ତୁ ସମୟ ଅନୁସାରେ ଆଜି ନିଜକୁ ବୁଝେଇ ଦେଇଛି ।କାହାର ଜୀବନ କାହାରି ପାଇଁ ଅଟକି ଯାଏନି ମୀରା । ସମସ୍ତଙ୍କୁ ନିଜ ନିଜ life ରେ ଖୁସି ରେ ରହିବାକୁ ପଡ଼ିବ ।ଯେହେତୁ ତୁମ ସହ ନୂଆ ଗୋଟେ life ଆରମ୍ଭ କରିବାକୁ ଯାଉଛି, ଏସବୁ କଥା ତୁମକୁ କହି ଦବା ଉଚିତ୍ ବୋଲି ଭାବିଲି । ଯଦି ଅନ୍ୟ ଜଣେ ତୁମକୁ ଭୁଲି ଖୁସି ହେଇ ପାରୁଚି ତୁମେ କାହିକି ସାରା ଜୀବନ ତା ପାଇଁ ଦୁଃଖରେ ରହିବ ?ଅତୀତ ସବୁବେଳେ ଅତୀତ। ତାକୁ ବର୍ତ୍ତମାନରେ କାହିଁକି ଟାଣିବା ? ମୁଁ ଠିକ୍ କହିଲି ନା ମୀରା। ମୀରା ପୁଣି ମୁଣ୍ଡ ହଲେଇ ହଁ କହିଲା ।

ଭାବିଲା କହି ଦେବି କି ଶାଶ୍ଵତ କଥା ଏବେ! 


 କିଛି କହିବା ପୂର୍ବରୁ ମଳୟ ରୋକିଦେଲା । କହିଲା, କିଛି କହିବା ଦରକାର ନାହିଁ ମୀରା, ତୁମ ମନରେ ବି ଠିକ୍ ଏମିତି ଗୋଟେ ଅତୀତ ଲୁଚିକି ଅଛି ।ସେଟା ମୁଁ ଜାଣି ପାରୁଛି । ତୁମ ଅତୀତ ସହ ମୋର କିଛି ସମ୍ପର୍କ ନାହିଁ । ବର୍ତ୍ତମାନରେ ବଞ୍ଚିବା ଶିଖ । ଅତୀତକୁ ଭୁଲି ଯାଅ ବୋଲି ତ କହିବିନି କିନ୍ତୁ ଅତୀତକୁ ଭାବି ନିଜ ଭବିଷ୍ୟତକୁ ନଷ୍ଟ କରନି।ଜୀବନକୁ ଜିଁବାକୁ ଆଉ ଗୋଟେ ମଉକା ଦିଅ , ଦେଖିବ ଜୀବନ ତୁମକୁ ଆଉ ଥରେ ଖୁସି ଦବ । ତୁମ ଅତୀତ ଯାହା ବି ହେଇ ଥାଉ ନା କାହିଁକି ମୁଁ କଥା ଦଉଛି ସେ ସବୁ, ସବୁ ଦିନ ପାଇଁ ଅତୀତ ହୋଇ ରହିବ ।ଆଉ ଚେଷ୍ଟା କରିବି ସବୁବେଳେ ତୁମ ମୁହଁରେ ହସ ଦେବା ପାଇଁ ।  ଏଇ ମଳୟ ଯଦି ତୁମକୁ ପସନ୍ଦ ଆସି ଥାଏ ତାହେଲେ ମୋ ସହ ତୁମର ଥିବା ସଂଜ୍ଞା ହୀନ ସମ୍ପର୍କକୁ ସ୍ବାମୀର ନାଆଁ ଦେଇ ଦବ ।ଆସ ଯିବା । ଚିନ୍ତା କରି କହିବ ।


 ମୀରା ଆଉ କିଛି ବି ଚିନ୍ତା କରି ନଥିଲା ମଳୟର ହାତକୁ ନିଜ ହାତ ବଢ଼େଇ ଦେଇ ଗୋଟେ ମନ ଖୋଲା ହସରେ ସମ୍ପର୍କର ସେତୁଟେ ବାନ୍ଧି ଦେଇ ଥିଲା ସବୁ ଦିନ ପାଇଁ।

 ସଂଜ୍ଞା ହୀନ ସମ୍ପର୍କଟି ପାଲଟି ଯାଇ ଥିଲା ବିବାହର ବନ୍ଧନରେ ।।ଯାହା କି ଥିଲା ଶାଶ୍ଵତ ଆଉ ଚିରନ୍ତନ....


Rate this content
Log in