ସଂଘର୍ଷମୟୀ
ସଂଘର୍ଷମୟୀ


ଯୁଗେ ଯୁଗେ ମା ବନ୍ଦନୀୟା, ପୂଜ୍ୟା, ପ୍ରାତସ୍ମରଣୀୟା,ଏବଂ ଚିର ନାମସ୍ୟା । ସେଇ ମାଆ ଉପରେ ଏ ଗଳ୍ପ ଆଧାରିତ ।
ଗୋଟିଏ ଗାଁରେ ଏକ ଛୋଟିଆ ପରିବାରଟିଏ ଥିଲା । ସେ ପରିବାରରେ ସଦସ୍ୟ କହିଲେ ମା, ପୁଅ, ଓ ବାପା ତିନି ଜଣ ।
ବାପା ଯେ ଜଣେ ଘୋଡ଼ା ମାତାଲ୍ ଘର କଥା କିଛି ବୁଝେ ନାହିଁ ।
ଥରେ ଟାଙ୍କିରେ ତେଲ ପଡିଗଲେ ଇଞ୍ଜିନ ପୁରା ଗରମ୍ । କିଏ ମଲା, ଗଲା ହଜିଲା ତାର କିଛି ବୁଝି ବାର ନାହିଁ। ମାତ୍ର ମା ସନ୍ତାନ ପାଇଁ କଣ ବା ନକରେ ଯେ ଅବିବାହିତ ଅବସ୍ଥାରେ ସାମାନ୍ୟ ଅସରପା କୁ ଡରେ ସେ ତାର ସନ୍ତାନ ପାଇଁ କି ସିଂହ ସହ ମୁକାବିଲା କରିବାକୁ ପଛାଏ ନାହିଁ ସେ ହେଉଛି ମା।
ସେଇ ମାଆ ତା ପୁଅକୁ ମଣିଷ କରିବା ପାଇଁ ନୀତି ଅନ୍ୟ ଘରେ କାମ କରେ । ଆଉ ଯାହା ପାଏ ସେଥିରେ ଘର ଚଳାଏ। ଆଉ ସବୁବେଳେ ଗୋଟିଏ ସ୍ବପ୍ନ ଦେଖୁଥାଏ ଯେ ମୋ ପୁଅ ଦିନେ ବଡ଼ ହବ ଭଲ ମଣିଷ ପରି ମଣିଷଟିଏ ହବ ,ତେଣୁ ମା
ଯେତେ ବି ସଂଘର୍ଷ କରିବାକୁ ପଡେ ସେ କରେ । ଆଉ ତା ପୁଅକୁ ମଣିଷ କରିବାର ସ୍ବପ୍ନ ଦେଖେ। ସେଇଆ ହେଲା ସେ ପୁଅ ବଡ଼ ହୋଇ ଭଲ ମଣିଷ ହୋଇ ଚାରିଆଡ଼େ ନାଁ କଲ। ଆଉ ମା ନାମ ରଖିବା ସହିତ ଦେଶର ନାମ ରଖିଲା ।
ସେଦିନ ପ୍ରମାଣିତ ହୋଇଗଲା ଯେ ସତରେ ମା ସର୍ବଦା ମା ସେ ଖାଲି ମା ନୁହେଁ ତ। ସଂଘର୍ଷମୟୀ ଯେ ନିଜ କଥା ଚିନ୍ତା ନକରି ସନ୍ତାନ ତଥା ଦୁନିଆ କଥା ଚିନ୍ତା କରେ ସେ "ମା "।