Shanti Mishra

Drama

3  

Shanti Mishra

Drama

ସନ୍ଦେହର ଧୁଆଁ

ସନ୍ଦେହର ଧୁଆଁ

5 mins
7.1K


ଶାନ୍ତିଲତା ମିଶ୍ର , ରଚେଷ୍ଟର, ମିନେସୋଟା

‘ମିନତି’ ଚିଠିଟି ମନଧ୍ୟାନ ଦେଇ ପଢୁଥିବା ସମୟରେ ବାହାରୁ ‘କାଳିଆ’ ଓ ତା ସ୍ତ୍ରୀ ‘ସୁଲି’ର ପାଟି ଗୋଳ ଶୁଭିଲା l ସୁଲି ବାସନ ମାଜିବା ପାଇଁ ଆସେ ପାଞ୍ଚଟା ବେଳେ ତେଣୁ ସେ କବାଟଟା ଖୋଲା ରଖିଥିଲେ ସେ ଆସିବ ବୋଲି l ଆଜି ତା ସ୍ବାମୀ କାଳିଆକୁ ଘୋଷାରି ଘୋଅଷାରି ଆଣିଛି | ସୁଲି କାନ୍ଦୁଚି ଓ କାଳିଆକୁ ଗାଳି ଗୁଲଜ ବି କରି ଚାଲିଛି l କାଳିଆ କିନ୍ତୁ ଧିରସ୍ଥିର ଭାବେ ତାକୁ ବୁଝେଇ ଚାଲିଚି କିଛି |

-”ଆରେ କଣ ହେଲା କହିବ ନା ଏମିତି ଝଗଡା କରୁଥିବ ‘’ l ସୁଲି ଆଠ ଦଶଟା ଫଟକୁ ମିନତିଙ୍କ ଟେବୁଲ୍ ଉପରେ ପକେଇ ଦେଇ କହିଲା, ‘’ଦିଦି ଆପଣ ହିଁ ବିଚାର କରନ୍ତୁ l ଦି ସପ୍ତାହ ହେଲାଣି ଏ କାଳିଆ ଏଇ ଝିଅ ପିଲା ମାନଙ୍କ ଫଟକୁ ଆଣି ଲୁଚେଇ ଲୁଚେଇ ଦେଖୁଛି l ଛି ! ତା ମୁହଁକୁ ଲାଜ ସରମ ବୋଲି ଟିକେ ନାହିଁ l ଦି ଟା ଛୁଆର ବାପ ହୋଇ ଅନ୍ୟ ଝିଅ ବୋହୁଙ୍କ ଫଟରେ ଆଖି l’’ ‘’ଏଗୁଡା କଣ ଠିକ୍ କଥା l ଏ କଥା କଣ ଏ ଧରିତ୍ରୀ ମା ସହିବ l ଅଧା ବୟସରେ ଯିବାକୁ କାହିଁକି ରାବଣ ପରି ଇଛ| କରୁଛି l ଧରମ ଏଗୁଡା ସହିବନି l’’

କାଳିଆ ହସି ହସି କହିଲା “ ବୁଝିଲ ଦିଦି ମା ଏମାନେ କିଏ ସେ ଆଉ ମୁଁ ମଳି ମୁଣ୍ଡିଆ କିଏସେ l ଯୋଉ ଜଗତା ବାବୁଙ୍କ ଘରେ ମୁଁ କାମ କରେ ତାଙ୍କ ସାନ ପୁଅ ଆସିଥିଲେ ସହରରୁ ଏଇ ଫଟ ଗୁଡିକ ଗୋଟେ ବହିରୁ କାଟିକି ରଖୁଥିଲେ ମତେ ଏଇ ଦି ଚାରିଟା ଦେଲେ କହିଲେ ନେ ରେ କାଳିଆ ଦେଖିବୁ ଏମିତିକା ବେଶ ପୋଷକ ତୋ ସ୍ତ୍ରୀ ପାଇଁ କିଣି ଦବୁ l’’

‘’ସେଇଠୁ ମୁଁ ନେଇ ଆସି ଦେଖୁଥିଲି କେତେ ସୁନ୍ଦର ଦିଶୁଛନ୍ତି ସତେ ଏ ଶାଢୀ, ଗହଣା, ଚୁଡି ପିନ୍ଧି l ସୁଲି ପାଇଁ ସେମିତିକା କିଣିକି ଆଣିଲେ ସେ ପିନ୍ଧିଲେ ଏମିତି କେତେ ସୁନ୍ଦର ଦିଶନ୍ତା ସତରେ l ‘’ଆଖି ଛୁଉଁଚି ଦିଦି ଆଉ ମନ ଭିତରେ କିଛି ନାହିଁ କିନ୍ତୁ ଏ ସୁଲି କିଛି ବୁଝିବାକୁ ନାରାଜl କହୁଛି ତୋ ଆଖି ଫୁଟିଯିବ, ଅଧା ବୟସରୁ ଯିବୁ ଏମିତି ମତେ ଗାଳି ଗୁଲଜ କରୁଛି l‘’

‘’ସାନ ବାବୁତ ନିତି ଏମିତି ଫଟ ବସି ଦେଖନ୍ତି କାଇଁ ତାଙ୍କର ତ ଆଖିକୁ କିଛି ହଉନି ମୋର କାହିଁ ଆଖି ଫୁଟି ଯିବ l ‘’

ମିନତି ଫଟ ତକ ଆଣି ଦେଖି ହସି ହସି ଗଡିଗଲେ l ସୁଲି ଉଦ୍ଦେଶ୍ୟରେ କହିଲେ ଆଲୋ ତୁ ମୁର୍ଖୀଟା l ଏମାନେ ସବୁ ହେଲେ ଚଳଚିତ୍ର ଅଭିନେତ୍ରୀ l ସେମାନେ ଚାହାନ୍ତି ତାଙ୍କୁ ସମସ୍ତେ ଦେଖନ୍ତୁ ବୋଲି l ସେଇଥି ପାଇଂ ସେମାନେ ଏମିତି ବେଶ ପୋଷାକ ହୁଅନ୍ତି l ଦେଖିନୁ କାନ୍ଥ ବାଡରେ ଏମା ନଙ୍କ ଫଟ ସବୁ ଲାଗିଛି l ଆରେ ହଁ ତ ସୁଲି ମନେ ପକେଇବକୁ ଚେଷ୍ଟା କଲା l କିନ୍ତୁ କାହିଁ ଏ ଝିଅ ମା ନଙ୍କୁ ତ କାହିଁ କେବେ ଦେଖିନି l

‘’ଏମାନେ ଆଉ ଏ ସଂସାରରେ ନାହଁନ୍ତି ଏ ଫଟ ସବୁ ଏମାନଙ୍କର ବହୁ ପୁରୁଣା ଫଟ ମିନତି ବୁଝେଇଦେଲେ l”

‘’ତୁ ଏଇ ଫଟ ମାନଙ୍କୁ ଦେଖି ତୋ ସ୍ବାମିକୁ ସନ୍ଦେହ କରୁଛୁ ତାଙ୍କୁ ଦେଖିଲେ ପାପ ଲାଗିବ କହି ତାକୁ ଗାଳି ଗୁଲଜ କରୁଛୁ ପାଗିଳି କୋଉଠିକାର l ଏମାନେ ଚାହାଁନ୍ତି ଲୋକ ମାନେ ତାଙ୍କୁ ଦେଖନ୍ତୁ କାଳିଆର ଆଖି ଅଛି ଦେଖିଲେ କଣ ହେଇଗଲା l ଏଥିରେ କିଛି ପାପ ଲାଗିବନି l”

କମ୍ପ୍ୟୁଟର ଲଗେଇ ୟୁଟ୍ୟୁବରୁ ଏମାନଙ୍କର କିଛି ପୁରୁଣା ସିନେମାର ଗୀତର ଭିଡିଓ ଦେଖେଇଲେ ମିନତି l

ସୁଲି ଆଉ କାଳିଆର ଆଖି ଖୋସି ହୋଇଗଲା l କି ସୁନ୍ଦର ନାଚୁଛନ୍ତି, ଗୀତ ବୋଲୁଛନ୍ତି ସତରେ l କେତେ ସୁନ୍ଦର ସେମାନଙ୍କ ବେଶ ପୋଷକl

‘’ଏମାନେ ସବୁ ଏଇୟ| କରନ୍ତି l ମୁଁ କେତେ କଣ ଭାବି ନେଇଥିଲି l ଏମାନଙ୍କ ଫଟ କେବେ କାନ୍ଥ ବାଡରେ ଦେଖି ନଥିଲି ତ” l ଲାଜେଇ ଗଲା ସୁଲି l ସତରେ ଦିଦି ଆମେ ଗରିବକୁ ମୁରୁଖ ଲୋକ କେମିତି ଜାଣିବୁ ଏସବୁ କଥା l କଥାରେ କଥାରେ ଘର କାମ ସବୁ ସାରି ଦେଇଥିଲା ସୁଲି l

ତାପରେ କାଳିଆର ହାତ ଧରି ତାକୁ ଏକ ରକମ ଟାଣି ଟାଣି ଘରକୁ ନେଇଗଲା l ମିନତି ଚିଠି ପଢାରେ ପୁଣି ମନ ଦେଲେ l ସାଂଗ ନୀଳିମା ର ଚିଠି l

ଦୁଇ ଜଣଏକ କଲେଜରେ ପାଠ ପଢୋଉ ଥିଲେ l ବର୍ଷକ ପୁର୍ବରୁ ମିନତି ଆଉ ଏକ କଲେଜକୁ ବଦଳି ହୋଇ ଆସିଛନ୍ତି l ଦୁହେଁ ବେଶ୍ ଭଲ ସାଂଗ ଥିଲେ ଏବେବି ଅଛନ୍ତି l ତାର ସ୍ବାମୀ ସଂଗ୍ରାମ ତାକୁ ଡିଭୋର୍ସ ଦେବେ ବୋଲି ପଚିଶ୍ ଥର ଧମକୋଉଛନ୍ତି l ଗଲା ସପ୍ତାହରେ ଝଗଡା ଭୀଷଣ ରୁପ ଧାରଣ କରିଚି l ଦୁଇ ଜଣଙ୍କ ଭିତରେ କଥାବାର୍ତ୍ତା ବା ମୁହଁ ଚାହଁ| ଚାହିଁ ବି ନାହିଁ l

ସଂଗ୍ରାମ ଦୁଇ ଚାରିଥର ଅଶୋକ ବାବୁଙ୍କ ମଟର ସାଇକଲର ପଛରେ ତାକୁ ବସି ଥିବାର ଦେଖି ନେଇଛନ୍ତି l

ଯୋଉଟାକି ତାଙ୍କ ସନ୍ଦେହର ମୂଳକାରଣ l’’ ତୁ ତ ଭଲ କରି ଜାଣୁ ଇକୋନୋମିକ ପ୍ରଫେସର ଅଶୋକ ବାବୁଙ୍କୁ l କଲେଜ ସାରା ସେ ସବୁ ଲେକଚର ମାନଙ୍କ ଭାଇ l ସଂଗ୍ରାମ କୁହନ୍ତି ସମସ୍ତେ ପ୍ରଥମେ ଏମିତି ଭାଇ ରୋଲ୍ କରନ୍ତି ତାପରେ ସମ୍ପର୍କକୁ ବହୁ ଦୂର ନେଇ ଯାଆନ୍ତି l କିନ୍ତୁ ଅଶୋକ ବାବୁ ଯେ ଜଣେ ଭିନ୍ନ ଧରଣର ଲୋକ ସଂଗ୍ରାମ ବୁଝିବାକୁ ନାରାଜ l ସେ କିପରି ଥଟା ପରିହାସ ଦ୍ବାରା ସମସ୍ତଂକ ମନ କିଣି ନିଅନ୍ତି ତୁ ତ ଭଲ ଭାବରେ ଜାଣିଥିବୁ lସମସ୍ତଙ୍କୁ ସାହାଯ୍ୟ କରିବାକୁ ବି ସେ ଆଗଭର l ତତେ ବି ଅନେକ ଥର ଲିଫ୍ଟ୍ ଦେଇଚନ୍ତି l ତୋର ମନେ ଥିବ l ତତେ କଣ ଅନ୍ୟ କେତକଙ୍କୁ ବି ଦେଇଚନ୍ତି l’’

ତାଙ୍କ ସ୍ତ୍ରୀ ବି ବହୁତ ମେଳାପୀ ଦେଖିବାକୁ ବିବେଶ୍ ସୁନ୍ଦରୀ l ଅଶୋକ ବାବୁଙ୍କ ମନରେ କୌ ଣସି ପ୍ରକାର କୁ ଭାବନା ବା କୁ ଚିନ୍ତା ନଥାଏ l ସେଥି ପାଇଂ କଲେଜର ସମସ୍ତ ମହିଲା ଷ୍ଟାଫ ମାନେ ତା ଙ୍କୁ ପୁରା ଭରଷା କରି ତାଙ୍କ ଠୁ ଲିଫ୍ଟ ନିଅନ୍ତି l

ସେଇ ଦୃଷ୍ଟିରୁ ମୁଁ ବି ତିନି ଚାରି ଥର ନେଇ ଯାଇଥିଲି l ସଂଗ୍ରାମଙ୍କ ଆଖିରେ ପଡି ଯାଇଛି l ସେ ରାଗରେ ଥମ୍ ଥମ୍ କଣ କରିବି ତୁ କହ l’’

ମିନତି କିଛି ଭାବି ପାରୁ ନଥିଲେ l ଏବେ ତ କାଳିଆ ଆଉ ସୁଲିର ଝଗଡା ମୀମାଂସା କଲେ l ଏବେ ଏ ଆଉ ଏକ ନୂଆ ସମସ୍ୟା l ଏ ପୁଣି ଶିକ୍ଷିତ, ଆଧୁନିକ, ଧନୀ ଲୋକ ମାନଙ୍କର ସମସ୍ୟା l

କାଳିଆ ଆଉ ସୁଲି ମୁରଖକୁ ଗରିବ ସହଜରେ ସବୁ ବୁଝିଗଲେ l କିନ୍ତୁ ଏମାନକଙ୍କୁ

କିପରି ବୁଝାଯିବ l ବହୁତ୍ ଭାବିଲେ l ‘ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ l ‘’ଏମାନେ ଚେଇଁ ଶୋଇଥିବା ଲୋକ l

କିଛି ନା କିଛି ତ କରିବାକୁ ହେବ l ସାଂଗ ଭାବି ଯେତେବେଳେ ସାହାଯ୍ୟ ଆଶା ରଖିଚି କିଛି ତ କରିବାକୁ ହେବ l

ଆସନ୍ତା ଶନିବାର ଦିନ ସେ ଅଶୋକ ବାବୁ ଓ ତାଙ୍କ ସ୍ତ୍ରୀ ପ୍ରଭାଙ୍କୁ ତାଂକ ଘରକୁ ଡିନର୍ ପାଇଁ ନିମନ୍ତ୍ରଣ କଲେ ଓ ତା ସହିତ ନୀଳିମା ଓ ତା ସ୍ବାମୀ ସଂଗ୍ରାମକୁ ବି l ସଂଗ୍ରାମ ପ୍ରଥମେ ଆସିବାକୁ ରାଜି ହେଉ ନଥିଲେ l ତା ପରେ ମିନତି ଯାଇ ବ୍ୟକ୍ତିଗତ ଭାବରେ ନିମନ୍ତ୍ରଣ କରିବାରୁ ପରେ ସେ ରାଜି ହୋଇଗଲେ l

ଡିନର ରାତିରେ ଅଶୋକ ବାବୁଙ୍କ କଥା ଶୁଣି ସଂଗ୍ରାମ ଓ ମିନତିଙ୍କ ସ୍ବାମୀ ଦେବେନ୍ଦ୍ର ବାବୁ ହସି ହସି ଗଡି ଯାଉଥାନ୍ତି l ଅଶୋକଙ୍କ କଥା ଶୁଣିବା ସହିତ

ତାଂକ ସ୍ତ୍ରୀ ପ୍ରଭା ଦେବୀଙ୍କୁ ବି କଣେଇ କଣେଇ ସେମାନେ ଚାହୁଁ ଥାଆନ୍ତି l ଏତେ ସୁନ୍ଦରୀ ସେ କିପରି ହେଲେ l ଏତେ ସୁନ୍ଦରୀ ସ୍ତ୍ରୀକୁ ଛାଡି କେହି କେବେ ଅନ୍ୟ ସ୍ତ୍ରୀଙ୍କ ପଛରେ ଯେ ପଡି ପାରେନା ଏବେ ସଂଗ୍ରାମଙ୍କ ବିଶ୍ବାସ ଆସିଗଲା l

ଡିନର୍ ପରେ ଘରକୁ ଫେରିବା ବାଟରେ ନୀଳିମା ବହୁତ ଖୁସି ଯେ ସଂଗ୍ରାମଙ୍କ ନିଜ ଯୋତାର ପ୍ରହାର ନିଜ ମୁହଁରେ ବାଜିଛି ବୋଲି l କିନ୍ତୁ ସଂଗ୍ରାମ ଭାବୁଥିଲେ କିପରି ନୀଳିମାକୁ ସରି କହି କ୍ଷମା ମାଗିବେ ବୋଲି l ତା ସହିତ ଅଶୋକ ବାବୁଙ୍କ ସ୍ତ୍ରୀଙ୍କୁ ଆଉଥରେ ଦେଖିବାର ଇଚ୍ଛାକୁ କିପରି ପୁରଣ କରିବେ l

ମିନତି ଭାବୁଥିଲେ ସନ୍ଦେହ ଏକ ତିବ୍ର ବିଷ ତାହା ପିଉ ପିଉ ସାରା ଶରୀରରେ ଚରି ଯାଇ ତାର ପ୍ରତିକ୍ରିୟା ଦେଖେଇବା ଆରମ୍ଭ କରିଦିଏ l ସେ ଗରିବ ଧନୀ ବା ମୁର୍ଖ ପଣ୍ଡିତ ଦେଖେନି l ସବୁରି ମନ ଉପେରେ ରାଜୁତି କରିବାକୁ ଭଲ ପାଏ l

ଅଶୋକ ବାବୁଙ୍କ ସ୍ତ୍ରୀକୁ ଆଉଥରେ ଦେଖିବାର ଲୋଭ ସମ୍ବରଣ ନକରି ପାରି ସଂଗ୍ରାମ ବାଧ୍ୟ ହୋଇ ସେଦିନ ରାତିରେ ନୀଳିମାକୁ ସରି କହି କ୍ଷମା ପ୍ରାର୍ଥନା କରିଥିଲେ ଓ ଆସନ୍ତା ଶନିବାର ତାଂକ ଘରକୁ ସମସ୍ତଙ୍କୁ ଡିନର୍ ପାଇଂ ନିମନ୍ତ୍ରଣ କରିବାକୁ ଅନୁରୋଧ ବି କରିଥିଲେ l

***************************************



Rate this content
Log in

Similar oriya story from Drama