Madhabi Patel

Abstract

3  

Madhabi Patel

Abstract

ସମୟ

ସମୟ

4 mins
221


ଶବ୍ଦ ପରିଚୟ ,ସମୟ, ଅଶାନ୍ତି।

ସମୟ।

ସମୟର ଗତି ଅବିରତ ପ୍ରବହମାନ।ସେ କାହାକୁ ଅପେକ୍ଷା କରେନାହିଁଁ।ସୁଖରେ ହେଉ କି ଦୁଃଖରେ ହେଉ ସେ କେବେ ଅଟକି କାହାକୁ ଅନାଏ ନାହିଁ ସୁଖ ଦୁଃଖ ପଚାରେ ନାହିଁଁ କି ସମବେଦନା ଟିକେ ଜଣାଏନାହିଁ।ସମୟ ଚାଲିଯାଏ ହେଲେ ଘଟଣା ମାନଙ୍କର ଛାପ ଛାଡିଯାଏ ଅତୀତ ପୃଷ୍ଠାରେ।ସ୍ମୃତି ହୋଇ ମଣିଷକୁ ଘଣ୍ଟାଚକଟା କରେ କେବେ ହସାଏ ଆଉ କେବେ କନ୍ଦାଏ।ଆଉ ସମୟହିଁ ଧିରେଧିରେ ମଲମର କାମକରି ପୁରୁଣା କ୍ଷତକୁ ପୁଣି ରଫୁ କରିଦିଏ। ଇଞ୍ଜିନିୟରିଂ ପରେ ରମା ର ପ୍ରଥମ ପୋଷ୍ଟିଙ୍ଗ ହେଇଥିଲା କୋଚିରେ।ତା ସହରଠୁ ଅନେକ ଦୂରଥିଲା କୋଚି।ପ୍ରାୟ ଦୁଇରାତି ଓ ଗୋଟିଏ ଦିନ ଟ୍ରେନ ଯାତ୍ରାକଲାପରେ ତା କର୍ମସ୍ଥଳିରେ ପହଞ୍ଚୁଥିଲା।ସେଠି ପହଞ୍ଚିଲା ପରେ ସେ ଜାଗାଟି ତାକୁ ବହୁତ ଭଲ ଲାଗିଥିଲା।ସମୁଦ୍ର କୂଳ ସାଂଗରେ ଚାରିଆଡେ ବଡବଡ ନଡିଆ ବଗିଚା ଜାଗାଟିକୁ ମନୋରମ କରୁଥିଲା।ସେ ଜାଗାରେ ସବୁ ଧର୍ମ ସନ୍ନିବେଶ ଦେଖିବାକୁ ମିଳୁଥିଲା।ସମୁଦ୍ର କୂଳକୁ ଲାଗି ଲାଗି ମସ୍ଦିଦ୍ ମନ୍ଦିର ଓ ଚର୍ଚ୍ଚମାନ ଥିବାର ପ୍ରମାଣ ଦେଉଥିଲା ଏ ସନ୍ଧର୍ଭରେ। ଯେତେବେଳେ ସେ ହାଉସବୋଟ୍ ରେ ବୁଲିବାକୁ ଯାଇଥିଲା ସକାଳୁ ସକାଳୁ ଯାତ୍ରା ଆରମ୍ଭ କଲାବେଳେ ଅଲ୍ଲାହୋ ଆକବର୍ ର ଧ୍ବନି ଭାସି ଆସୁଥିଲା।ପୁଣି ଅଦୂରରେ ଗିର୍ଜାର ଚୂଳ ଦିଶୁଥିଲା ଯାହା ଖ୍ରୀଷ୍ଟିଆନ ଧର୍ମର ସନ୍ତକ।ପୁଣି କୋଉ କୋଉଠି ମନ୍ଦିରର ଘଣ୍ଟିଶବ୍ଦ ଓ ମନ୍ତ୍ର ଉଚ୍ଚାରଣ ଶୁଭାଯାଉଥିଲା।

ଏଠିକା ବାସିନ୍ଦା ସିଫୁଡ ଉପରେ ନିର୍ଭରଶୀଳ।ଚାରିଆଡେ ସମୁଦ୍ର ଘେରିରହିଥିବାରୁ ସମୁଦ୍ରଜାତ ଜିନିଷ ସହଜେ ଉପଲବ୍ଧ।ସମୁଦ୍ର କୂଳ ମାନଙ୍କରେ ବାଙ୍ଗରା ଓ ଡେଙ୍ଗା ଉଭୟ ପ୍ରକାରର ନଡିଆ ଗଛ ଦେଖିବାକୁ ମିଳୁଥିଲା।ବାଙ୍ଗରାଶଗଛ ମାନଙ୍କରେ କମଳାପରି ହଳଦିଆ ରଙ୍ଗ ର ପଇଡ ସବୁ ଫଳିଥାଏ।ଏ ପଇଡର ପାଣି ବହୁତ ମିଠା ଓ ତାର ଗୁଦାବି ବହୁତ ସୁସ୍ବାଦୁ।ସେ ହାଉସବୋଟ ବୁଲା ସାରିଲାପରେ ମୁନ୍ନାର ଯାତ୍ରାପାଇଁ ଗାଡିଭଡା କରି ବାହାରିଲା।ଏକ ତୀଖ ପାହାଡ ଉପରେ ଥିଲା ମୁନ୍ନାର ନାମକ ଜାଗାଟି।ଯାହାକୁ ଦେଖିବାକୁ ଦିନକୁ ହଜାର ହଜାର ଦର୍ଶକ ଦଉଡି ଆସନ୍ତି ।ପାହାଡର ନିମ୍ଳଭାଗରୁ ଆରମ୍ଭ କରି ଉପର ତୀଖ ଯାଏ ଚା ବଗିଚା କରାଯାଇଛି।ପାହାଡ ସାରା ଯୁଆଡେ ନଜର ପକେଇଲେ କଟାକଟା ଚା ବଗିଚର ସାଗୁଆ ଗାଲିଚା ଦୃଷ୍ଟି ଗୋଚର ହେବ।ପ୍ରକୃତିରାଣୀର ସୌନ୍ଦର୍ଯ୍ୟର ଭଣ୍ଡାର ଭର୍ତ୍ତି ହେଇଛି ଚାରିଆଡେ।ଆଖି ଫେରାଇ ଆଣିବାକୁ ଇଛା ହୁଏନି।ପାହାଡର ତୀଖକୁ ଗାଡିରେ ବସି ଘୁରି ଘୁରି ଯିବାକୁ ପଡେ।ଉପରକୁ ଗଲେ ପାହାଡସାରା ଧୂମ୍ରାଭ ଆବରଣରେ ଆଛାଦିତ ହେବା ଦେଖାଯାଏ।ଏସବୁ ଧୂମ୍ରାଭ ଜିନିଷ ହେଉଛି କୁହୁଡି ବା କାକର।ପରିବେଷ ବହୁତ ଥଣ୍ଡାଥାଏ ଶୁନ୍ୟଡିଗ୍ରୀ ତାପମାତ୍ର ଥାଏ ସେଠି।ପାହାଡ ଓ ଆକାଶ ଛୁଆଁଛୁଇଁ ହେଲାପରି ଜଣାପଡେ।କୁହୁଡିସବୁ ବାଦଲ ପରି ଭାସିବୁଲୁଥାଏ ଏଠିସେଠି।ସୂର୍ଯ୍ୟ ଉଦୟ ହେଲେ ସେଠିକାର ଦୃଶ୍ୟ ଅତ୍ୟନ୍ତ ମନୋରମ ହେଇଯାଏ।କୁହୁଡିର ଅଇରି ହେଉଛି ସୂର୍ଯ୍ୟରଶ୍ମି।ରଶ୍ମି ପଡିଲେ କୁହୁଡି ଉଭେଇବା ଆରମ୍ଭ କରେ।ବେଳେବେଳେ ସାତରଂଗି ହେଇ ଇନ୍ଦ୍ରଧନୁ ସୃଷ୍ଟି କରନ୍ତି।ବେଶ୍ ଉପଭୋଗ୍ୟ ଲାଗେ ପକୃତିର ରୂପ ସେଠି।ଜଣେ କେହି ସାଥିଥିିଲେ ବଡ ରୋମାଣ୍ଟିକ ହେଇଉଠେ ବାତାବରଣ।ହେଲେ ରମା ଥିଲା ଏକାକୀ।ତାଜୀବନରେ ଏମିତି କେହି ସାଥିଙ୍କର ଆଗମନ ହେଇନି ଆଜିଯାଏ।ସେଦିନ ସେ ପାହାଡ କଡକୁ ଯାଇ ଫଟୋ ଉଠାଇଲା ବେଳେ ତାର ଗୋଡ ଖସିଗଲା ଓ ସେ ତଳକୁ ଖସିବାକୁ ଲାଗିଲା।ପାହାଡ ତଳକୁ ଭିଷଣ ଖାଇ।ହେଲେ ଗଛସବୁ ଛନ୍ଦାଛନ୍ଦି ଲାଗିଥାନ୍ତି।ସେ ଗଡି ଗଡି ଯାଉଥାଏ ତଳକୁ।ଯାହଉ ଥଣ୍ଡାହେବ ବୋଲି ଲମ୍ବାକୋଟ ଜିନ୍ସ ଓ ଯୋତାମୋଜା ପିନ୍ଧିଥିଲା ବୋଲି ବଞ୍ଚିଗଲା ବେଶି ଖଣ୍ଡିଆ ହେଇନି।ସେ ଖସୁଖସୁ ଏକ ଗଛର ଆଶ୍ରାରେ ଓହଳି ରହିଥାଏ।ଦଳେ ଫରେନର ଲୋକ ତାକୁ ଦେଖି ବହୁ କଷ୍ଟରେ ବଞ୍ଚାଇ ଆଣିଲେ।ରବିନ୍ ବୋଲି ସୁନ୍ଦର ସ୍ବାସ୍ଥ୍ୟବାନ ଯୁବକଟି ନିଜ ଜୀବନକୁ ବିପନ୍ନକରି ତାକୁ ସେଠୁ ଉଠାଇ ଆଣିଥିଲା।ସେତେବେଳେ ତାକୁ ଥଣ୍ଡାରେ କୋଲମାରି ଯାଇଥିଲା।ତାକୁ ଆଣି ସେମାନେ ପାଖରେ ରହୁଥିବା ହୋଟେଲକୁ ନେଇଥିଲେ।ସେଠି ତାକୁ କିଛି ବ୍ରାଣ୍ଡି କି ବିଅର ପିଆଇ ଥିଲେ ତା ଦେହରେ ଗରମ ଆଣିବାକୁ।ତଥାପି ଅସଫଳ ହେବାରୁ ରବିନ ନିଜ ଡ୍ରେସସବୁ ଖୋଲି ତାଦେହରେ ନିଜର ଉଷୁମ ସଂଚାର କରିଥିଲା।ଏମିତି ତିନିଘଣ୍ଟା ପରେ ତାର ଚେତା ଫେରିଥିଲା ତଥାପି ତାଦେହ ଥଣ୍ଡାରେ ଥରୁଥାଏ।ତାର ଚେତାଫେରିଲାପରେ ଅପରିଚିତ ବିଦେଶୀ ଯୁବକକୁ ଦେଖି ସେ ଭୟଭିତ ହେଇଯାଇଥିଲା।ରମା ଭୟଭିତ ହେବାର ଦେଖି ଯୁବକଟି ସେ ସହଜ ରହିବାକୁ ଇସାରାରେ ବତାଇଲା। ତାକୁ ଗରମ କଫି ଆଣି ପିଇବାକୁ ଦେଲା।

ମର୍ତା କ୍ୟା ନହିଁ କର୍ତା ହିସାବରେ ରମା ବାଧ୍ୟବାଧ୍ୟକତାରେ ସବୁ କରୁଥିଲା।ହେଲେ ମନ ଭିତରେ ଅନେକ ଶଙ୍କା ଅବିଶ୍ବାସ ରାସ୍ତା ରୋକୁଥିଲା ଜଣେ ଅପରିଚିତ ଠୁ ଏସବୁ ଖାଇବା ପାଇଁ।ଏବେ ରାତି ହେଇ ଯାଇଥିଲା।ଫେରିବାର ରାସ୍ତା ନଥିଲା ତାପାଇଁ।ଅଗତ୍ୟା ସେ ରବିନର ରୁମ୍ ରେ ରହିଲା ରାତିସାରା।ଅଜଣା ଯୁବକ ସହ ଗୋଟିଏ କୋଠରୀରେ ଜଣେ କୁଆଁରୀ ଝିଅ ନିଦ ଆସିବ କୁଆଡୁ? ସେ ରାତିଯାକ ଅନିଦ୍ରାରେ କାଟିଲା।ରବିନ ନାକ ଘଁଟରି ଶୋଇଲା ବେଳକୁ ସେ ଖଟରେ ପଡି ଭାବନାରେ ମଜ୍ଜି ଯାଇଥିଲା।ସେ ଘରକୁ ସହିସଲାମତ ଅକ୍ଷୃର୍ଣ ଫେରିପାରିବତ?

ତାକୁ ନେଇ ଘରେ କଣ କଣ କହିବେ ଏମିତି ଅନେକ କଥା ତା ମନକୁ ଅସ୍ଥିିର କରୁଥିଲା।ରାତିରେ ସେଠି ତୁଷାର ଝଡ ଆରମ୍ଭ ହେଇଯାଇଥିଲା। ପ୍ରଚଣ୍ଡ ଥଣ୍ଡା ରେ ବାଧ୍ୟହୋଇ ସେ ରବିନସହ ଏକ କମ୍ବଳରେ ଶୋଇଥିଲା।ପ୍ରଭାତରେ ଉଦିତ ଭାନୁଙ୍କ ଆଗମନ ସଙ୍ଗେ ତାର ବି କିଛି ମାନସିକ ଚିନ୍ତା ଅପସରି ଯାଇଥିଲା।ରବିନ ତାର ଫେରିବାର ସବୁ ବ୍ୟବସ୍ଥା କରିଦେଇଥିଲା।ଜଣେ ପ୍ରକୃତ ବନ୍ଧୁର ସବୁ କର୍ତ୍ତବ୍ୟ କରିଥିଲା।ଏବେ ରବିନ ତାକୁ ପରିଚିତ ପରି ଲାଗୁଥିଲା।ସେ ତାର ଫୋନ ନମ୍ବର ଦେଇ ଆସିଥିଲା ତାକୁ ପୂରା ବିଶ୍ବାସର ସହିତା

ଆସିଲା ବେଳେ ତାକୁ ଲାଗୁଥିଲା ଯେମିତି ତାର କେହି ପୁରଣା ପରିଚିତ ଠୁ ଅଲଗା ହେଇ ଯାଉଛି।ସେ ଫେରି ଆସିଲା ସୁବିଧାରେ ନିଜ ରହିବା ଜାଗାକୁ।ରାତିରେ ଏକ ଅଜଣା ନମ୍ବରରୁ ଫୋନ ଆସିଲା।ଉଠାଇଲା ବେଳେ ରବିନ ଥିଲା ଆରପଟେ।ସେ ତାର ଭଲମନ୍ଦ ପଚାରିବାକୁ ଫୋନ କରିଥିଲି ବୋଲି କହିଲା।ନିଜ ଦେହର ଭଲ କେୟାର ନେବ ବୋଲି ସତର୍କ କଲା।ଏସବୁ ଜଣେ ଭଲ ବନ୍ଧୁ ହିଁତ କରିପାରେ।ଏବେ ରମା ହୃଦୟ ଭିତରେ ଏକ ହଲଚଲ ସୃଷ୍ଟି ହେବାକୁ ଲାଗିଲା।ତା ମନରେ ଅଶାନ୍ତି ଟେ ଘର କରିବସିଲା।ମନ କହୁଥିଲା ରବିନକୁ ଆପଣାର କରିନେବାକୁ।ଆଉ ତା ସଂସ୍କାର କହୁଥିଲା ଏହା ତୋ ପାଇଁ ଉପଯୁକ୍ତ କାମ ନୁହେଁ।ଏହାଦ୍ବାରା ତୁ ଅନେକ ନିଜ ଲୋକଙ୍କ ବିଶ୍ବାସ ଭାଙ୍ଗିବୁ।ସେମାନେ କେତେ ଭରଷାରେ ଏକା ଚାକିରି କଳିବୁ ବୋଲି ପଠାଇଛନ୍ତି।ଆଉ ତୁ ଜଣେ ପରଦେଶୀକୁ ଆପଣାର କରିବାକୁ ଚାହୁଁଛୁ? ସେ ଏକ ଦୋଦୁଲ୍ୟମାନ ଅବସ୍ଥାରେ ରହିଥିଲା।ଏବେ ତ ଏ ଅଶାନ୍ତି ତାର ଚିରଦିନ ସାଥି ହେବ ।ଏପଟେଗଲେ ପରିବାରକୁଛାଡି ଅଶାନ୍ତି।ଆଉ ପରିବାର କଥା ମାନିଲେ ରବିନ୍କୁ ହରାଇବାର ଅଶାନ୍ତି ଘାରିବ।କେବଳ ସମୟ ହିଁ ଏହାର ନିଦାନ କରିବ।



Rate this content
Log in

Similar oriya story from Abstract