Sanuja Meghamala

Classics

3.6  

Sanuja Meghamala

Classics

ସମୟ

ସମୟ

6 mins
12.4K


ଅନେକ ସମୟରେ ମଣିଷ ଚାହେଁ କିଛି ଘଟିଥାଏ ଆଉ ଅଲଗା କିଛି । ଯାହା ପାଇଁ ସେ କେବେ ସଜାଗ ନ ଥାଏ କି ପ୍ରସ୍ତୁତ ନ ଥାଏ। ଅଘଟଣ ସବୁବେଳେ ପ୍ରାୟ ବିନା ସୂଚନାରେ ଆସିଥାଏ ଅସମୟର ଅତିଥି । ସମୟର ସେହି ସ୍ରୋତ ଭସେଇ ନିଏ ଅନେକ ଆଶା ଭରଷା ସୁଖ ଶାନ୍ତି ଦେଇଯାଏ । ଅପାସୋରା ଛାତି ଥରା କାହାଣୀ ଭୁଲି ହୁଏନା ସହଜରେ।

    ସୁଶାନ୍ତ ବାବୁ ସ୍ତ୍ରୀ ଜୟନ୍ତୀ ଦେବୀ ଓ ଦୁଇ ପୁଅ ଦୁଇ ଝିଅରେ ତାଙ୍କର ହସିଲା ପୁରିଲା ସଂସାରକୁ ନେଇ ଏକ ରକମ ଖୁସିରେ ଥିଲେ । ମଧ୍ୟ ବିତ୍ତ ପରିବାରରେ ଅଭାବ ଅନାଟନ ଲାଗି ରହିଥିଲେ ମଧ୍ୟ ଶାନ୍ତିରେ ସମୟ କଟି ଯାଉଥିଲା । ଚାକିରୀରୁ ଅବସର ପୂର୍ବରୁ ଝିଅ ଦୁଇଟିଙ୍କୁ ବାହା କରି ଦେଇଥିଲେ । ଅବସର ପରେ ବଡ଼ ପୁଅକୁ ବାହା କରିଚନ୍ତି । ବଡ଼ ପୁଅ ବୋହୂ ଦୁଇ ଜଣଙ୍କର ବ୍ୟାଙ୍କ୍ ରେ ଚାକିରି । ସାନ ପୁଅର ପାଠ ପଢା ସରିଚି କିନ୍ତୁ ଚାକିରି ପାଇନି। ସେଥିପାଇଁ ବାପା ସୁଶାନ୍ତ ବାବୁ ତାକୁ ସବୁବେଳେ ଅପାରଗ ତାଲିକାରେ ରଖିଥାନ୍ତି । ଅମଣିଷ ହେଲା ସବୁଦିନ ବୋଝ ହୋଇ ରହିବ । ସବୁ ଶୁଣି ନୀରବ ରହେ ସାନ ପୁଅ ସେ ଚାକିରି ପାଇଁ ପ୍ରସ୍ତୁତି ଚଲେଇଛି । ନ ପାଇ ଭାଙ୍ଗି ପଡିନି । ଯେତେ ଭାଙ୍ଗି ପଡ଼ୁଛନ୍ତି ସୁଶାନ୍ତ ବାବୁ । ଟିଉସନ କରି ନିଜ ଖର୍ଚ୍ଚ ତୁଲାଏ । ବାପାଙ୍କ ଅବସର ପରେ ଆର୍ଥିକ ସାହାଯ୍ୟ ସିନା କରି ପାରିନିକିନ୍ତୁ ବୋଝ ବି ନୁହେଁ । ବଡ଼ ପୁଅକୁ ନେଇ ଭାରି ଗର୍ବ ସୁଶାନ୍ତ ବାବୁଙ୍କର । ବ୍ୟାଙ୍କ୍ ଚାକିରି କରିଚି ଶାନ୍ତ ସରଳ ଭାରି ବୁଦ୍ଧିଆ । ଏଇ କିଛିଦିନ ହେବ ବାହାଘର ହୋଇଚି ବଡ଼ ପୁଅର ସେ ପୁଣି ପ୍ରେମ ବିବାହ ଝିଅ ଘର ବାଧ୍ୟ କଲେ ବାହା ଘରଟା ସାରି ଦେବାକୁ । ଡେରି କରି ଲାଭ କଣ ଭାବି ଆପତ୍ତି କଲେ ନାହିଁ ଉଭୟ ସୁଶାନ୍ତ ବାବୁ ଏବଂ ଜୟନ୍ତୀ ଦେବୀ । ପାଖରୁ ସବୁ ସଞ୍ଚିତ ଅର୍ଥ ସରି ଗୁଡ଼ିଏ ଧାର ଉଧାର ହୋଇଗଲା । ପୁଅ ବାହାଘରରେ ଆଜି କାଲି ଯେଉଁ ଖର୍ଚ୍ଚ ଗୋଟେ ବାହାଘରରେ କାହାକୁ ବା ଅଛପା । ଭାବିଥିଲେ ପୁଅ ବୋହୂଙ୍କ ରୋଜ ଗାର ତାଙ୍କ ପେନସନ ସବୁ ମିଶି ଗଲେ ମାସ କେଇଟା ଭିତରେ ତାଙ୍କର ସମସ୍ୟା ସୁଧୁରି ଯିବ । ଖର୍ଚ୍ଚକୁ ଖାତିର କରି ନ ଥିଲେ। ପୁଅ ବି ତା ବାହାଘର ଯାକ ଜମକରେ କରିବାକୁ ଚାହିଁଲା । ଯାହାହେଲେ ତା ଇଜ୍ଜତ ଏବଂ ବାପାଙ୍କ ସମ୍ମାନର କଥା ତା ଶଶୁର ଘରେ । ବାହାଘରଟା ଭଲରେ ସରିଗଲା ଏବେ ଆରମ୍ଭ ହେଲା ସମସ୍ୟା ପରିସ୍ଥିତି ସୁଧୁରିବା ବଦଳରେ ଘରେ ନିତି ଅଶାନ୍ତି ବଢିଚାଲିଲା। ତାଙ୍କର ଉଚ୍ଚ ଶିକ୍ଷିତା ଆଧୁନିକା ବୋହୂର ଖର୍ଚ୍ଚର ଲମ୍ବା ଲିଷ୍ଟ୍ । ବୋହୂ ଘର ଖର୍ଚ୍ଚ ପାଇଁ ପଇସା ପୁଅ କାହିଁକି ଦେବ? ବୋଲି ପ୍ରଶ୍ନ ଉଠେଇଲା ସେଇଟା ବାପାଙ୍କ ଘର ପରିବାରର ସବୁ ଦାୟିତ୍ଵ ବାପାଙ୍କର । ସେମାନଙ୍କ ରୋଜଗାରରୁ ଭବିଷ୍ୟତ ପାଇଁ କିଛି ସଂଚୟ କରି ରଖିବେ । ତା ସହିତ କୁଆଡେ ଟିକେ ବାହାରକୁ ବୁଲି ଯିବେ ହୋଟେଲରେ ଖାଇବେ ସାଙ୍ଗ ସାଥି ପାର୍ଟି, ପିକ ନିକ୍ ରେ ଲାଇଫିକୁ ଏଞ୍ଜୟ କରିବେ ଏମିତି ବାଜେ ଘର ଖର୍ଚ୍ଚ କରି ପଇସା ବରବାଦ କରିବେ କଣ ପାଇଁ ? ଏତ ଗୋଟେ ପ୍ରକାର ନିର୍ଯାତନା ସେମିତି ହବାକୁ ସେ ଦେବନି । ତା ଲାଇଫଟା ବରବାଦ୍ ହେଇଯିବ। ଏଥିପାଇଁ ସେ ବାହା ହୋଇ ଏ ଘରକୁ ଆସିନି । ତାର ନିଜର ଗୋଟେ ଖୁସି ଅଛି ଜୀବନ ଅଛି।

ଶାଶୁ ଜୟନ୍ତୀ ଦେବୀ ଘରଟା ଯାକର କାମ କରି ଥକି ଗଲେ ବି ବୋହୂ କେତେବେଳେ ଚାହା କପ୍ ଟେ ପୁଅ ବା ଶାଶୁ ଶଶୁରଙ୍କୁ ଦିଏ ନାହିଁ। ଜୟନ୍ତୀ ଦେବୀ ସକାଳୁ ସଂଜ ମେସିନ ଟିଏ ପରି ଘରର ସବୁ କାମ କରି ଚାଲିଲେ ଯେମିତି ହେଉ ଯାହା ହେଉ ଘରେ ଅଶାନ୍ତି ନ ହେଉ । ବୋହୂ ଆସିବା ପୂର୍ବରୁ ଝିଅ ମାନେ ବାହା ହେଇ ଗଲା ପରେ ସେ ଏକା ଏକା ସବୁ କାମ କରୁଥିଲେ। ସାନ ପୁଅ ଘରେ ଥିଲା ବେଳେ ମାଆକୁ କିଛି ସାହାଯ୍ୟ କରି ଦିଏ। ତେଣୁ ଏବେ କାମ କରିବାରେ ତାଙ୍କର ଆପତ୍ତି ନାହିଁ। 


       ବୋହୂଟାର ମୁହଁ ଫଣ ଫଣ ଭାବ ତାଙ୍କୁ ଭଲ ଲାଗୁ ନ ଥିଲେ ବି ସ୍ବାମୀଙ୍କୁ କିଛି କହୁନ୍ତିନି । ପରଝିଅ ନୂଆ ହୋଇ ଆସିଚି ଦୁଇ ଘରର ଚଲଣି ଅଲଗାକିଛି ଦିନ ଗଲେ ଛୁଆ ପିଲା ହେଲେ ଆପଣା ଛାଏଁ ବୁଝିଯିବ ତା ଘର ସେ ସମ୍ଭାଳି ନେବ ଏବେ ଛୁଆଟା ଏମିତି କହି ନିଜ ମନକୁ ବୁଝେଇ ନିଅନ୍ତି ଜୟନ୍ତୀ । କିନ୍ତୁ ଏ ସବୁ ରୀତି ନୀତି ଭଲ ଲାଗିଲା ନାହିଁ ସୁଶାନ୍ତ ବାବୁଙ୍କୁ। ହସ ଖୁସିରେ ରହୁଥିବା ଲୋକଟା ବୋହୂର ଏ ହାବ ଭାବ ସମ୍ଭାଳି ନ ପାରି ସବୁବେଳେ ଭିତରେ ଭିତରେ ନିଆଁ ହୋଇ ଜଳି ଜଳି ରହିଲେ କେତେ ସହିବେ ? ଜୟନ୍ତୀ ଦେବୀ ବାରଣ କରିବା ସତ୍ୱେ ଦିନେ ପୁଅକୁ ଡାକି କହିଲେ ମୁଁ କଣ କହୁଥିଲି କି ବୋହୂ ବଡ଼ ଘରର ଝିଅ ଚାକର ପୁଝାରୀରେ ଚଳିଚନ୍ତି ତାଙ୍କୁ ଏଠି ଚଳିବା ଅସୁବିଧା ହେଉଚି । ଖାଇବା ପସନ୍ଦ ଆସୁନି ବୋହୂ କାଲି କହୁଥିଲେ ଏକୁଟିଆ ରହିଲେ ମଣିଷ ଶାନ୍ତିରେ ରହିବ ଏଠି ରହି ଗଧ ଘୁଷୁରୀଙ୍କ ପରି ଜୀବନ ହେଇ ଗଲାଣି ।ବାହାର ଲୋକ ଶୁଣିଲେ କଣ କହିବେ ବରଂ ତୁ ଯଦି ବାହାରେ ଘର ଭଡ଼ା ନେଇ ରୁହନ୍ତୁ । ତୁମେ ତୁମର ଖୁସିରେ ଚଳନ୍ତ୍ ଆମର କିଛି ଆପତ୍ତି ନାହିଁ । କାହିଁକି ଅଶାନ୍ତିରେ ତୁମେ ରହିବ ମନ ପସନ୍ଦ ଜିନିଷ ହୋଟେଲରୁ ମଗେଇ ଖାଇ ସୁଖ ଶାନ୍ତିରେ ରୁହ । ଆଉ ମୁଁ ସୁବିଧା ଦେଖି ସେପଟଟା ଭଡ଼ା ଲଗେଇ ଦେବି । ତୋ ବାହାଘରର ବାକି ଥିବା ଧାର କରଜ ଶୁଝି ଦେବି ଆସ୍ତେ ଆସ୍ତେ। ତାଙ୍କ କଥା ନ ସରୁଣୁ ବୋହୂ ଆସି କହିଲାନା ନା ଆମେ ସେମିତି ଯିବୁନି ଏ ଘରେ ଆମର ବି ଭାଗ ଅଛି ଘର ବିକି ଦିଅନ୍ତୁ ଯାହା ହବ ଦୁଇ ଭାଗ କରିଦେବେ । ଆମେ ସେହି ପଇସାରେ ଆମର ଆପାଟମେଣ୍ଟରେ ଘରଟେ କିଣି ଦେବୁ ଅଲଗା ରହିବୁ ଭଡ଼ା ଘରକୁ କଣ ପାଇଁ ଯିବୁ । ସୁଶାନ୍ତ ବାବୁଙ୍କ ଗୋଡ଼ରୁ ମୁଣ୍ଡ ଯାଏ ଯେମିତି ଗୋଟେ ପବନ ଖେଳିଗଲା । ଏଇ ଘର ଖଣ୍ଡିକ ପାଇଁ ସେ ଲହୁ ଲୁହ ଏକାଠି କରିଚନ୍ତିଘର ନୁହେଁ ତ ଇନ୍ଦ୍ରପୁରୀ ତାଙ୍କ ଆନନ୍ଦର ପୁଣ୍ୟଭୂମି । କାଲିର ବୋହୂ କେଡ଼େ ବଡ଼ କଥା କହୁଛି ଘର ବିକିବାକୁ କହିଲା ବେଳେ ତାକୁ ଟିକେ ଲଜ୍ୟା କି ସଙ୍କୋଚ ଲାଗିଲା ନାହିଁ । ପୁଅ ସବୁ ଠିଆ ହେଇ ଶୁଣୁଥିଲା ଅଥଚ କିଛି କହୁ ନ ଥିଲା ବୁଝି ପାରୁନଥିଲେ ଭାବିଲେ ପୁଅ ମଧ୍ୟ ବୋହୂ ସହିତ ସାମିଲ୍ ଅଛି ନ ହେଲେ ବୋହୂ ର ସାହସ ହୁଅନ୍ତା କେମିତି ? ମୁଣ୍ଡ ଚକର କାଟି ଘୂରେଇ ଦେଲା ଆଖି ବାଟେ ଜୀବନ ବାହାରିଗଲା ପରି ଲାଗିଲା ଭାରସାମ୍ୟ ହରାଇ ତଳେ ପଡିଗଲେ।


 ଜୟନ୍ତୀ ଦେବୀ ତାଙ୍କୁ ତୋଳି ଧରି ଜୋରରେ ବିକଳ ହୋଇ କାନ୍ଦୁ ଥିଲେ ଅବଶ୍ୟ । ବଡ଼ପୁଅ ହସ୍ପିଟାଲ୍ ନେଇ ଗଲା ବାପାଙ୍କୁ ହେଲେ ପଇସା ?ତା ଏଟିଏମ୍ କାର୍ଡ ତ ସ୍ତ୍ରୀ ପାଖରେ ମାଗିବ କେମିତି ପୁଣି ଗୋଟେ ମହାଭାରତ ହେଇଯିବ। ଖବର ପାଇ ସାନ ପୁଅ ପହଞ୍ଚିଲା ହସ୍ପିଟାଲ୍ ରେ । ମା ତାକୁ ବିକଳ ହୋଇ ଚାହିଁଲେ ଜାଣନ୍ତି ସାନ ପୁଅ ପାଖରେ ପଇସା ନାହିଁ । ନିଜ ଦେହରେ ଥିବା ସୁନା ଗହଣା ସେ ପୁଅକୁ ଦେଲେ ବିକି ଆଣି ବାପାଙ୍କ ଚିକିତ୍ସା କର , ମୋର ଏ ସବୁର କିଛି ପ୍ରୟୋଜନ ନାହିଁ । ଦୁଇ ଅପାଙ୍କୁ ଫୋନ କରି କହିଦେ ସାହାଯ୍ୟ ଟିକେ କରିବେ । ସେ ଆଶ୍ୱାସନା ଦେଇ କହିଲା ବ୍ୟସ୍ତ ହୁଅନା ବୋଉ, ବାପାଙ୍କ ଚିକିତ୍ସା ହବ ମୁଁ ମୋର ପାରିବା ପର୍ଯ୍ୟନ୍ତ ଚେଷ୍ଟା କରିବି। ଭଲ ହୁଅନ୍ତୁ ସେତିକି ଇଶ୍ଵରଙ୍କୁ ପ୍ରାର୍ଥନା କର। ମୁଁ କାଉଣ୍ଟରରେ କଥା ହେଇ ଆସିଛି ସ୍ବାସ୍ଥ୍ୟ ବୀମା ଦ୍ଵାରା ବାପାଙ୍କ ଟ୍ରିଟମେଣ୍ଟ ହେବ। 

ବଡ଼ ଭାଇ ସାନ ଭାଇର ହାତ ଧରି କହୁଥିଲା ମୋତେ କ୍ଷମା କରିଦେ ମୋ ପାଇଁ ବାପାଙ୍କର ଏ ଅବସ୍ଥା ତୁ ପୁଅର କର୍ତ୍ତବ୍ୟ କରି ପାରିଲୁ ମୁଁ କିଛି କରି ପାରିଲିନି। ସାନ ଭାଇ ବଡ଼ ଭାଇର ହାତକୁ ମୁଠେଇ ଧରି କହିଲା ସେମିତି କହନି ଭାଇ ତୁ ମୁଁ କଣ? ଆମେ କଣ ଅଲଗା । ମିଳି ମିଶି କରିବା ଯେତେବେଳେ ,ଆମକୁ ଯେମିତି ଯେତିକି ସୁବିଧା ହେବ କରିଯିବା । ଗୋଟେ କଥା ଭାଇ ମୋତେ ଭୁଲ୍ ବୁଝିବୁ ନାହିଁ ଆଜି କହୁଚି ସବୁବେଳେ ନୀରବ ରହିଲେ ସମସ୍ୟାର ସମାଧାନ ହୁଏନି ବେଳେ ବେଳେ ସେହି ନୀରବତା ଅନେକ ସମ୍ପର୍କ ଭାଙ୍ଗି ଦିଏ । ଭାଉଜ ପର ଝିଅ ଆମ ପରିବାର ବିଷୟରେ ତାଙ୍କର ଧାରଣା କମ୍ ଅଛି । ତୋର ଦାୟିତ୍ଵ ତୁ ତାଙ୍କୁ ଆମ ପରିବାର ଆମ ସୁବିଧା ଅସୁବିଧା ଘରର ସମସ୍ୟା ବିଷୟରେ ବୁଝେଇବା । ସେ ଯେ ପର୍ଯ୍ୟନ୍ତ ଆମର ଅସୁବିଧା ବିଷୟରେ ଜାଣି ନାହାନ୍ତି ଆମ ସମସ୍ୟା ବୁଝିବେ କିପରି? ତାଙ୍କୁ ଦୋଷ ନ ଦେଇ ସବୁ ବିଷୟରେ ବୁଝେଇବାକୁ ଚେଷ୍ଟା କରି ଦେଖ ।  ଏ  ପରିସ୍ଥିତି ବଦଳି ଯିବ।


କିଛିଦିନ ପରେ ଚିକିତ୍ସିତ ହୋଇ ଘରକୁ ଫେରିଲେ ସୁଶାନ୍ତ ବାବୁ ସାନ ପୁଅର ହାତ ଧରି କହିପକେଇଲେ ତୋ ମୁଣ୍ଡ ଭିତରେ ଏତେ ବୁଦ୍ଧି ଥିବ ମୁଁ ଜାଣିନଥିଲିରେ । ମୁଁ ତୋତେ ସବୁବେଳେ ବୋକା ନିର୍ବୁଦ୍ଧିଆ ଭାବିଥିଲି । ମୁଁ ସବୁବେଳେ ବର୍ତ୍ତମାନକୁ ପ୍ରାଧାନ୍ୟ ଦେଉଥିଲି କିନ୍ତୁ ତୁ ମୋ ଆଖି ଖୋଲି ଦେଲୁରେ ଧନ , ଆମ ଭବିଷ୍ୟତ ପାଇଁ ତୋ ଯୋଜନା ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଚି ତୋତେ କେମିତି ସାବାସି ଦେବି ଜାଣି ପାରୁନି । ତାଙ୍କ ଆଖିରେ ଲୁହ ଆସିଗଲା। ସାନ ପୁଅ ବାପାଙ୍କ ଆଖିରୁ ଲୁହ ପୋଛି ଦେଉ ଦେଉ କହିଲା ସବୁ ଆପଣଙ୍କ ଆଶୀର୍ବାଦ ବାପା।


ଆଜିକାଲି ସ୍ବାସ୍ଥ୍ୟ ସେବା ସହଜ ହେଲାଣି।ବିଭିନ୍ନ କମ୍ପାନୀ ସ୍ୱାସ୍ଥ୍ୟବୀମାର ସୁଯୋଗ ଦେଉଚନ୍ତି ମୁଁ ଯେତେ ବୁଝେଇଲି ଆପଣ ସେତେ ବେଳେ ବୁଝିଲେ ନାହିଁ। ଆପଣଙ୍କର ଯୁକ୍ତି ଥିଲା ଦେହ ଖରାପ କେବେ ହବ ବୋଲି ପ୍ରତି ବର୍ଷ ଏତେ ପଇସା ପ୍ରିମିୟମ ଜମା ଦେଇ କାହିଁକି ଭୂତକୁ ଖାଇବାକୁ ଦେବି। ତୋର ବୁଦ୍ଧି କମ ନିଜେ ରୋଜଗାର କଲେ ସିନା ଜାଣନ୍ତୁ ପଇସାର ମୂଲ୍ୟ।କିନ୍ତୁ ସେତେ ବେଳେ ମୁଁ ଆବଶ୍ୟକତା ଅନୁଭବ କରି ଆପଣ ଦୁଇଜଣଙ୍କ ପାଇଁ ସ୍ବାସ୍ଥ୍ୟ ବୀମା କରିଥିଲି ଯାହା ଫଳରେ ଆଜି ବାପା ଆପଣଙ୍କ ଚିକିତ୍ସା ସହଜ ହୋଇ ପାରିଲା। ଟିଉସନ ପଇସାରୁ ପ୍ରତିବର୍ଷ କିଛି ଅର୍ଥ ସଂଚୟ କରି ସ୍ଵାସ୍ଥ୍ୟ ବୀମାର ପ୍ରିମିୟମ ଭରୁଚି ।


 ବୋହୂ ଫଳ ରସ ଧରି ଠିଆ ହେବା ଦେଖି ସେ ଚାହିଁଲେ ବୋହୂକୁ । ବୋହୂ ମୁହଁ ତଳକୁ କରି କହୁଥିଲାମୋ ଭୁଲ୍ ପାଇଁ ମୋତେ କ୍ଷମା କରିଦିଅନ୍ତୁ ବାପା। ମୁଁ ଆପଣଙ୍କର ଅମାନିଆ ସାନ ଝିଅ ଟେମୋ ଭୁଲ୍ ମୁଁ ବୁଝି ପାରିଛି । ସୁଶାନ୍ତ ବାବୁ ବୋହୂ ମୁଣ୍ଡ ଉପରେ ହାତ ଥୋଇ କହିଲେ ଏତେ ଦିନ ପରେ ମୋ ପରିବାରର ସୁଖ ଶାନ୍ତି ପୁଣି ଫେରି ଆସିଲା କଣ କହୁଚ ଜୟନ୍ତୀ।



Rate this content
Log in

Similar oriya story from Classics