jyotsna mayee panda

Inspirational

3.7  

jyotsna mayee panda

Inspirational

ସ୍ମୃତି ସେଇ ସ୍ପର୍ଶର

ସ୍ମୃତି ସେଇ ସ୍ପର୍ଶର

3 mins
274


ଜୀବନ ରେ ଅନେକ ଘଟଣା ଦୁର୍ଘଟଣା ବେଳେ ବେଳେ ସ୍ମୃତି ହୋଇ ରହିଯାଏ ସେ ମଣିଷ ମନ ର ମାନସ ପଟ ରେ । କେମିତି ଭୁଲିବି ସେଇ ଏକାନ୍ତ ର ଦିନ ଯେଉଁ ଦିନ ମୁଁ ମା ହେବାର ପ୍ରଥମ ଅନୁଭୂତି ଥିଲା । ପାଖରେ କେତେ ତା ନୁଁର୍ସ ଆଉ ଡ଼କ୍ଟର ଛଡା କେହି ବି ନ ଥିଲେ । ତୁ ଥିଲୁ ସେ ଅନ୍ଧାରି ମୁଲକେ... କେବଳ ତୋର ସେ କୋମଳ ଲାତ ର ସ୍ପର୍ଶ ମୁଁ ଅନୁଭବ କରୁଥିଲି ଆଉ ତୁ ଦୁନିଆ ରେ ନିଜ ଉପସ୍ଥିତି କୁ ଜାହିର କରିବା କୁ ଳାଗି ଥିଲୁ । ହେଲେ ମୁଁ ନିରୁପାୟ ହୋଇ ତୋର ଅପେକ୍ଷା ରେ ଅସହ୍ୟ ଯନ୍ତ୍ରଣା ରେ ସେ କଂସ ବନ୍ଧୀ ଘର ପରି ସେ ଓଟି ଭିତରେ ନିଜକୁ ଖାଲି ଛଟ ପଟ କରୁଥିଲି । କେତେବେଳେ ତୁ ମୋ କୋଳ ମଣ୍ଡନ କରିବୁ । କେତେବେଳେ ମୋତେ ମାତୃତ୍ୱ ର ପରିଚୟ ଦେବୁ । ଅସହ୍ୟ ଯନ୍ତ୍ରଣା ରେ ଯେମିତି ମୋର ସମସ୍ତ ହାଡ଼ ଭାଙ୍ଗି ଗଲା ଏକା ସାଥିରେ । ଚେତନା ଶୂନ୍ୟ ହେଲା ପରେ ତୁ କୁଅଁ। କୁଅଁ। ରାବକରି ପୃଥିବୀ କୁ ସ୍ପର୍ଶ କଲୁ । ତୋର ସେ କୁନି କୁନି ହାତରେ ମୋର ଚେତନା ପୁଣି ଫେରି ପାଇଲି । ମନ ରେ ଅନେକ ସ୍ବପ୍ନ ତୋର ପାଇଁ । ସବୁ ଦୁଃଖ ଯେମିତି ଭୁଲି ଗଲି ତୋର ପ୍ରଥମ ସ୍ପର୍ଶ ରେ ।


ଆଜି କେତେ ବଡ଼ ହୋଇ ଗଲୁ ତୁ ମୋର ଦାୟିତ୍ୱ ବି ନେଲୁ । ଯେତେବେଳେ ଆସିଚିଡେଣ୍ଟ ରେ ଗୋଡ଼ ପୁରା ଭଂ।ଗି ତୁ.. ମୋ ମା ହେଇ ମୋର ସେବ।କଳୁ... କେମିତି ଭୁଲିବି ସେ ଦୁଃଖ ମୁହୂର୍ତ୍ତ କୁ । ଯେତେବେଳେ ନିଜ ଲୋକ ବି ପର ହୁଅନ୍ତି । ତୁ କେବଳ ମୋର ନିଜର ହୋଇଗଲୁ । ଆଉ କେତେ ଦିନ ପରେ ଏ କରୋନା ଆଉ ଲକ ଡାଉନ ନ ଥିବ । କାରଣ ପୃଥିବୀ ସବୁବେଳେ ପରିବର୍ତ୍ତନ ଶୀଳ... ଏହା ପୃଥିବୀ ର ନିୟମ । ସବୁବେଳେ ମୋ ସାଥିରେ ଥିଲୁ ମୋ ସୁଖ ରେ ମୋ ଦୁଃଖ ରେ । ମୋ ଅଫିସ କାମ ତୋପାଇଁ ଅଧା ହାଲୁକା ହୋଇ ଯାଉଥିଲା । ମୋର ଲେଖାଲେଖି ସବୁ ଥିରେ ତୁ ହିଁ ମୋର ଭଲ ବନ୍ଧୁ ଟେ ଥିଲୁ... ଭାବୁଛି ତୋର ହଷ୍ଟେଲ ଯିବା ପରେ ମୋର ଜୀବନ ଚର୍ଯ୍ୟା କେମିତି କରିବି । ତୋତେ କେମିତି ମୁଁ ଭୁଲି ପାରିବି । ମୋର ସମସ୍ତ ଦୁଃଖ କାହାକୁ କହିବି । କାରଣ ମା ଗଲା ପରେ ତୁ ଥିଲୁ ମୋର କୁନୁ ମା । କେତେ ସୁନ୍ଦର ତୁଳୀ ରେ ମୋ ଚିତ୍ର ଆଙ୍କି ଦେଉ... କେତେବେଳେ ମୁଁ ନ ଦେଖିବା ବାହାନା କଲେ ମୋ ସହିତ ଝଗଡା ହୋଇ କାନ୍ଦି ପକାଉ ପୁଣି ଟିକେ ସ୍ନେହ ଦେଲେ ଭୁଲି ଯାଉ ଆଉ ମୋ ବେକରେ ଓହଳି ପଡ଼ୁ ସତରେ... ଗୋଟେ ଝିଅ ହିଁ ମା ର best friend... ଏହା ମୋତେ ତୁ ଶିକ୍ଷା ଦେଇଗଲୁ ।


ଆଜି ମୁଁ ଦୁନିଆ ରେ ସମ୍ପୂର୍ଣ ଏକା ମନେ କରୁଛି । ତୋର ଦୂରତ୍ୱ କୁ ଅନୁଭବ କରିବା କୁ ପ୍ରୟାସ କରୁଛି । ମୋ ଭାବନା ରଜ୍ୟ ରେ ତୋର ଉପସ୍ଥିତି କୁ ଭୁଲି ବାକୁ ଚାହୁଁଚି ହେଲେ ପାରୁନି... ଏମିତି ତୋର ପଢା ବି ସରିଯିବ । ତୁ ମୋ ଅଗଣା ର ଦୀପ ହୋଇ ରହିବୁ ନି । କାହା ଅଗଣା ର ଅନ୍ଧାର କୁ କୂଳ ବଧୂ ହୋଇ ଉଜ୍ଜଳ କରିବୁ । ସେକଥା ଭାବିଲେ ହୃଦୟ ଟା ଖଣ୍ଡ ବିଖଣ୍ଡିତ ହୋଇ ଯାଉଛି । ଦୁନିଆ ନିୟମ ସେ ବଡ଼ ନିଷ୍ଠୁର... ଜାଣିଛି ଝିଅ ଦୁହିତା ହେଲେ ଆଜି ତାହା ଗ୍ରହଣ କରୁନି ମୋ ହୃଦୟ । ତୁ ପା ମୋ ନୟନ ପିତୁଲୀ । କେମିତି ରହିବି ତୋତେ ଛାଡି । ତୁ ସବୁବେଳେ କହୁ ମା ମୁଁ ସବୁବେଳେ ତୋ ପାଖରେ ରହିବି । ମୋ ରୋଗୀଣା ମା ର ସେବା କରିବି । ଝିଅ ହୋଇ ପୁଅ ର କର୍ତଵ୍ୟ କରିବି । ହେଲେ ମୁଁ କଣ ଏତେ ସ୍ୱାର୍ଥ ପର ହୋଇ ବଞ୍ଚିପାରିବି???? ମୋ ସୁଖ ପାଇଁ ତୋ ଜୀବନ କୁ ବାଜି ଲଗେଇ ପାରିବି??? ଦିନେ ମୁଁ ବି ମୋ ମା କୁ ଠିକ ଏଇ ପ୍ରତିଶୃତି ଦେଇଥିଲି କିନ୍ତୁ ତାର ଜିତ ଆଗରେ ନିଜକୁ ହାର ମାନିଲି । ଆଜି ସେ ଅନୁଭୂତି ମୁଁ ମରମେ ମରମେ ଅନୁଭବ କରି ପାରୁଛି ସତରେ ଏ ସମ୍ପର୍କ କେତେ ବିଚିତ୍ର... ଏ ସ୍ମୃତି କେତେ ନିଆରା... ଏ ସ୍ପର୍ଶ କେତେ ମଧୁର... ।। 


Rate this content
Log in

Similar oriya story from Inspirational