STORYMIRROR

Sanjukta Sahoo

Romance

3  

Sanjukta Sahoo

Romance

ସମର୍ପଣ

ସମର୍ପଣ

18 mins
128


କାଉ କା' କରିବା ପୂର୍ବରୁ ଉଠି ଯାଆନ୍ତି ସୁଭଦା , ସେହି ଅଧୁଆ ମୁହଁରେ ଖଣ୍ଡଖଣ୍ଡ କରି ଦୁଇ/ତିନିଟା ରୁଟି କାଉ ମାନଙ୍କୁ ଦେଇ ସାରିଲା ପରେ ସୂର୍ଯ୍ୟ ପ୍ରଣାମ କରି ନିତିଦିନିଆ ଜୀବନର କର୍ମଚର୍ଯ୍ୟା ଆରମ୍ଭ କରନ୍ତି ସେ । ସମୟ କେତେ ହେବ କି ମୁହଁ ଧୋଇ ହେଉ ହେଉ ଗେଟ୍ ପାଖରେ ଗାଡିଟିଏ ଅଟକିବାର ଶବ୍ଦ ସାଙ୍ଗକୁ ଘନ ଘନ ହର୍ଣ୍ଣ ର ଆବାଜ ଶୁଭୁଛି . ଏଇ ଏତେ ସକାଳୁ କିଏ ଯେ ଆସିଛନ୍ତି ଭାବୁ ଭାବୁ ନାଇଟ୍ ଗାଉନ ଉପରେ ଶାଢୀଟା ଗୁଡେ଼ଇ ହୋଇ ତରବରରେ ଗେଟ୍ ଖୋଲିବାକୁ ଚାଲିଗଲେ ସେ , ଗେଟ୍ ଫାଙ୍କରୁ ଦେଖା ଯାଉଛି ଅଳତା ରଞ୍ଜିତ ଦୁଇଟି ଗୋରା ଗୋରା ପାଉଁଜି ପିନ୍ଧା ସୁଢୈାଳ ପାଦ ଓ କମଳା ରଙ୍ଗର ଶାଢୀରେ ସଵୁଜ ଧଡି ଥାଇ ବମ୍ କେଇ ପାଟର କିୟଦଂଶ ସରୁ ହସ ଧାରେ ଉକୁଟି ଉଠିଲା ସୁଭଦାଙ୍କ ସ୍ନିଗ୍ଧ ଓଠକୋଣେ । ଗେଟ୍ ଖୋଲି ହାତରେ ପାଛୋଟି ନେବାର ମୁଦ୍ରା କରି ଗୋଲାପି ଓଠରେ ଅର୍ଦ୍ଧଚନ୍ଦ୍ର ଆଙ୍କି ଠିଆ ହୋଇ ରହିଲେ ସେମିତି

            ପାଦ ଛୁଇଁ ପ୍ରଣାମ କରି ଭାଉଜଙ୍କୁ ଦୁଇ ହାତରେ ଜଡାଇ ଧରିଛନ୍ତି ନଣନ୍ଦ ରାଣୀ ଡ଼୍ରାଇଭର ଗାଡି ବୁଲାଇ ବଉଳ ଗଛ ପାଖରେ ଗାଡି ରଖିକି ଚାଲିଚାଲି ଆସୁଛି , ଆଶ୍ଚର୍ଯ୍ୟ ହେଲେ ସୁଭଦା ନିଶିକାନ୍ତ ଆସି ନାହାନ୍ତି ନାଁ କ'ଣ ଯେ ।

ଗେହ୍ଲେଇ ହୋଇ ଭାଉଜ କାନ୍ଧରେ ମୁଣ୍ଡ ରଖି ନୀଳିମା କହିଲେ କାହିଁକି ଭାଉଜ ମୁଁ ଏକା ଆସିଲେ ତମେ ଅସୁବିଧା ରେ ପଡ଼ିଯିବ କି ସରପ୍ରାଇଜ୍ ଦେବା ଚକ୍କରରେ ଆସି ପହଞ୍ଚିଲି ଯେ ପୁଣି ସେହି ନିଶିକାନ୍ତଙ୍କ ଅନୁପସ୍ଥିତିରେ ତମର ଖୋଳତାଡ଼ ସୁରୁ ହୋଇଗଲାଣି ନାକ ଫୁଲେଇ ଦୁଇ ହାତରେ ଵିଧା ମାରିବାକୁ ଉଦ୍ୟମ କରି ସୁଭଦାଙ୍କ ଆଡ଼କୁ ଉହୁଙ୍କି ଆସିଲା ନୀଳିମା

କହିଲା ନିଶିକାନ୍ତଙ୍କ ପାଇଁ ତେବେ ପାଛୋଟି ନେବାର ଭବ୍ୟ ସ୍ଵାଗତ ମୁଦ୍ରାରେ ତମେ ଠିଆ ହୋଇଥିଲ ଦୁଇ ହାତ ପ୍ରସାରିତ କରି

ନଣନ୍ଦ ଭାଉଜଙ୍କ ଥଟ୍ଟା ପରିହାସର କଳରବରେ ମୁଖରିତ ହୋଇ ଉଠିଲା ସକାଳର କଅଁଳ ପରିବେଶ ସାନ ଯାଆମାନେ ଏ ଭିତରେ ଉଠିଗଲେଣି,ଏତେ ସକାଳୁ କଡ଼ା କଥା କହୁଥିବା ନଣନ୍ଦଙ୍କୁ ଦେଖି ମୁହଁ ଶୁଖିଗଲାଣି ସେମାନେ ସମସ୍ତେ ନଣନ୍ଦଙ୍କ ଠାରୁ ସାନ ,ଏକା ସୁଭଦା ହିଁ ବଡ଼ ଆଉ ଦୁଇ ନଣନ୍ଦ ଭାଉଜ ଭାରି ସାଙ୍ଗ ନଣନ୍ଦ ତ ନୁହେଁ ଅନ୍ତରଙ୍ଗ ଦୁଇ ବାନ୍ଧବୀ ପରି ଚଳଣି ସେମାନଙ୍କ ଯାଆମାନେ ପଛରେ ମୁହଁ ମୋଡନ୍ତି ମୁଖରା ନଣନ୍ଦଙ୍କୁ ପୁଣି କୋଉଠି କୋଉ ଭାଉଜ ଏତେ ଭଲପାଏ ମ!


ସେମାନେ ଛିଗୁଲାନ୍ତି ତାଙ୍କ କଥାର ସୁନ୍ଦର ଉତ୍ତର ଦିଅନ୍ତି ସୁଭଦା କହନ୍ତି ତମ ସମସ୍ତଙ୍କ ସ୍ବାମୀ ମାନଙ୍କର ଅଳି ଅର୍ଦ୍ଦଳି ସହି ସବୁଦିନେ ତ ଏଇଠି ଅଛି ଆଉ ଦିନେ ଅଧେ କି ସପ୍ତାହେ ଯଦି ନଣନ୍ଦର ଅଦଉତି ସହିବାକୁ ପଡୁଛି ତେବେ କ'ଣ ବେଦ ଅଶୁଦ୍ଧ ହୋଇ ଯାଉଛି !


ନିଜ ଭାଉଜ କଥା ମନେ ପଡ଼ିଯାଏ ତାଙ୍କର ,ଆଖି ସଜଳ ହୋଇଯାଏ ଚଳଚ୍ଚିତ୍ର ପରି ଆଖି ଆଗରେ ଭାସିଆସେ ମା' ନଥିଲା ଘରେ ସ୍ବେଚ୍ଛାଚାରିଣୀ ଭାଉଜର ମନମୁଖୀ ଶାସନର ପ୍ରଭାବରେ କେମିତି ଅତିଷ୍ଠ ହୋଇ ଚୁପ୍ ଚାପ୍ ସବୁ କଥାକୁ ଦେଖି ନଦେଖିବା ପରି ଏଡାଇ ଯାଆନ୍ତି ବାପା ଆଉ ଲୁଚାଇ ଲୁଚାଇ ବୋଉକୁ ଝୁରି କାନ୍ଦୁଥିବାର କେହି ଦେଖିଦେଲେ ଆଖିରେ କ'ଣ ପଡ଼ିଗଲା କହି ଲୁହକୁ ଢ଼ୋକି ଦେବାର ଅପପ୍ରୟାସ କରି ଧରା ପଡି ଯାଆନ୍ତି ନିଜେ ସେଥିପାଇଁ ନିଜ ନଣନ୍ଦ ମାନଙ୍କର ସବୁ ଗୁମାନକୁ ହସିଦେଇ ପିଠେଇ ନେଇଛନ୍ତି ସୁଭଦା ସିନା ସ୍ୱାମୀଙ୍କ ପାଖରେ ଫେରାଦ ହୋଇ ତିକ୍ତତା ସୃଷ୍ଟି କରନ୍ତି ନାହିଁ କେବେ ବି ।


 କହିଲେ ବି କୋଉ ଶୁଣନ୍ତେ କି ସେ ନିଜ ଭାଇ ପରି ବଶମ୍ଵଦ ପଣିଆରେ ଯେ ଏଵେ ତ ଭାଉଜ କାଉକୁ ଧଳା କହିଲେ ବି ଭାଇ ସେ କଥାରେ ହଁ ଭରୁଛି ଅଥଚ ନିଗୁଢ ସତକୁ ଯଦି ସେ ଆଦିତ୍ୟଙ୍କ ପାଖରେ ଫେରାଦ ହୁଅନ୍ତି ତେବେ ନିଜ ବାପା ଅଜା ଚଉଦ ପୁରୁଷ ଅମାନତ ହରାଇବେ ସିନା ତାଙ୍କ ଭାଇ ଭଉଣୀଙ୍କ ବିରୁଦ୍ଧରେ କିଛି ବି ଶୁଣିବାକୁ ପ୍ରସ୍ତୁତ ହୋଇ ପାରିବେନି ସେ ।

              ଭାଇ ଉଠିନାହାନ୍ତି କି କହି ଘର ଭିତରକୁ ପଶିଗଲା ନୀଳିମା ଏବେ ତ ଭାଇ ଭଉଣୀ ଙ୍କ ଅଛିଣ୍ଡା ଗପର ପେଡ଼ି ଫିଟିବ ବାଥ୍ ରୁମ୍ ଯାଇ ଧୁଆଧୋଇ ହୋଇ ଶାଢ଼ୀ ପାଲଟି ରୋଷେଇ ଘରକୁ ଚା' ତିଆରି କରିବାକୁ ଗଲେ ସୁଭଦା।

ଭାଇ ଭଉଣୀ ଙ୍କ ଚା' ଦୁଇ କପ୍ ବେଡ୍ ରୁମ୍ ରେ ଦେଇ ଏକ ସୁଦୃଶ୍ୟ ଟ୍ରେରେ ନିଜର ଦୁଇ କପ୍ ଚା' ନେଇ ଡ୍ରଇଂରୁମକୁ ପଳେଇ ଆସିଲେ ସେ ହଁ ସବୁଦିନ ସେ ଏହିଠାରେ ହିଁ ଚା' ପିଅନ୍ତି ନିଜ ବହିପତ୍ରର ଦୁନିଆଁ ଭିତରେ ହଜି ଯାଆନ୍ତି ମଜ୍ଜି ଯାଆନ୍ତି କିଛି ସମୟ ନିତିଦିନିଆ ଜୀବନର ଜାଳ-ଜଞ୍ଜାଳରୁ ମୁକୁଳି ଏଇ କଅଁଳ ସକାଳ ବେଳାରେ ।

        ନିଜ ଚା' କପ୍ ନେଇ ନୀଳିମା ଚାଲି ଆସିଛି ଭାଉଜଙ୍କୁ ଖୋଜି ଖୋଜି, ଟ୍ରେରେ ଚା' କପ୍ ସହ ଗାଢ଼ ମେରୁନ୍ ରଙ୍ଗର ସୁନ୍ଦର ଗୋଲାପ ଟିଏ ବି ରହିଛି ଟିକେ ଟିକେ କରି ଚା' ପିଉଛନ୍ତି ସୁଭଦା

ଅତି ମନଯୋଗ ସହକାରେ, ଯେମିତି କାହାର କଥା ଶୁଣିଶୁଣି କି କାହା ସହିତ କଥା ହୋଇହୋଇ ,ଅନେକ ସମୟରେ ଦେଖିଛି ନୀଳିମା ଭାଉଜ ଦୁଇ କପ୍ ଚା' ନେଇ ଯାଉଥିବାର ହେଲେ ସେ କେବେ ଧ୍ୟାନ ଦେଇନି ସେ କଥାରେ,ଭାବେ ଅନ୍ୟ କୋଉ ଭାଉଜ ପାଇଁ ବୋଧେ ଚା' ନେଇ ଯାଉଛନ୍ତି ମିଶିକି ପିଇବାକୁ କାରଣ ଚା' ଟିକେ ବି ସେ କେଵେ ଏକୁଟିଆ ପିଇ ପାରନ୍ତିନି ନିବିଷ୍ଟ ଭାବେ ବସିଛନ୍ତି ସୁଭଦା ଧ୍ୟାନରତା ତପସ୍ୱିନୀ ପରି କୁଆଡେ଼ ନଜର ନାହିଁ ,ସେ ଯେ କେତେ ସମୟ ଆସି ଠିଆ ହୋଇ ତାଙ୍କୁ ଦେଖୁଛି.ଅଥଚ ଜାଣିପାରି ନାହାଁନ୍ତି ସେ କ'ଣ ଏତେ ମନଦେଇ ଭାବୁଛନ୍ତି !

ସେମିତି ସ୍ଥାଣୁବତ୍ ଠିଆ ହୋଇ ନୀଳିମା ବୁଝିବାକୁ ଚେଷ୍ଟା କରୁଛି ଏ ବିଭୋର ପଣର ଗହନ କଥା କ'ଣ ହୋଇପାରେ ଏତେ ଏକାଗ୍ରତାର କାରଣ ! 

          ନିଜ କପ୍ ଚା' ପିଇ ସାରିବା ପରେ ପୁଣି ପ୍ରଥମ ଚା' କପ୍ ଉଠାଇ ଆଣିଲେ ସେ ଅତି ଯତ୍ନରେ ବିମୁଗ୍ଧ ଆବେଗରେକାହାକୁ ପଚାରୁଛନ୍ତି ଚା' ଭଲ ଲାଗିଲା ନାଁ ଦେଖ ତମେ କ୍ଷୀର ଚା' ପିଅ ବୋଲି ମୁଁ ସବୁଦିନ ତମ ଚା' ରେ କ୍ରିମ୍ ବି ପକାଉଛି ।

ଏଥର ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ ନୀଳିମା

ହସରେ ଏକ୍ ଦମ୍ ଫାଟି ପଡିଲା ଶବ୍ଦ କରି ସେମିତି ହସୁହସୁ କହିଲା ପାଗେଳୀ ହୋଇଗଲଣି ନାଁ କ'ଣ।

କାହାକୁ ଚା' ଦେଇ ପଚାରୁଛ ଭଲ ମନ୍ଦ କଥା ପୁଣି ଗୋଟେ କପ୍ ଚା' ପରେ ଏ ଥଣ୍ଡା ଚା' କୁ ଏମିତି ଢକଢକ କରି ପିଇ ଯାଉଛ ଅମୃତ ପରି ଆଖିରେ ଆଖିଏ ବିସ୍ମୟ ନେଇ ଚାହିଁ ରହିଛି ନୀଳିମା

ତା'ର ହସ ଓ ଉଚ୍ଚ ସ୍ୱରରେ କଥା ଶୁଣି ସାନ ବୋହୁ ଦୁଇ ଜଣ ମଧ୍ୟ ଆସି ସାରିଲେଣି ଗଭୀର ଉତ୍କଣ୍ଠିତ କଣ୍ଠରେ ପଚାରୁଛନ୍ତି କାହିଁକି ହସୁଛ ନାନୀ କ'ଣ ହେଲା ?

କିଛି କହିବାକୁ ପଡିଲାନି ନୀଳିମାକୁ. ମଝିଆଁ ବୋହୂ ଆଖି ନଚାଇ କହୁଛି ଓଃ ଏଇ ଚା' କଥା କି ଏ କଥା ତ ମୁଁ ବୋହୂ ହୋଇ ଆସିଲା ଦିନୁ ଦେଖିଛି ସବୁବେଳେ ନାନୀ ଦୁଇ କପ୍ ଚା' ହିଁ ଆଣି ଆସନ୍ତି ଓ ଗୋଟେ କପ୍ ପିଇ ସାରିଲା ପରେ ଅନ୍ୟ ଥଣ୍ଡା ଚା' ବି ପିଅନ୍ତି ସବୁବେଳେ ସକାଳ ଚା' ସେ ନିଜେ ହିଁ କରନ୍ତି ,କଦବା କେମିତି ଆମେ କଲେ ନାନୀଙ୍କୁ ଦୁଇ କପ୍ ହିଁ ଦିଆଯାଏ , ଶାରଦା ଥରେ ଗୋଟେ କପ୍ ଦେଇଥିଲା ନୂଆ ନୂଆ ବୋହୂ ହୋଇ ଆସିଲା ବେଳେ ଯେ ନାନୀ ସେ ଚା' ପିଇଲେନି ପୁଣି ନିଜେ ବନେଇଲେ ଦୁଇ କପ୍କ ହିସାରି ଦେବୀ ପ୍ରତିମା ପରି ନିଜ ବଡ଼ ଯାଆଙ୍କୁ ଚାହିଁଲା ପ୍ରିୟମ୍ବଦା, ଆଖି ଛଳଛଳ କରି ଚିତ୍ର ପ୍ରତିମା ପ୍ରାୟେ ବସିଛନ୍ତି ସେମିତି ।ସମସ୍ତେ ହସନ୍ତି କହନ୍ତି ଚିଡାନ୍ତି ଓ ବୋକୀ ବୋଲି ଡାକନ୍ତି ସିନା କେହି କେବେ ବୁଝି ପାରି ନାହାଁନ୍ତି ଏ ସମ୍ପର୍କର ରହସ୍ୟଏତ ସ୍ୱପ୍ନାଚ୍ଛନ୍ନ ଆଖିର ଭାଷା, ଏତ ସ୍ୱପ୍ନମୟ ସମ୍ପର୍କ ର କଥା ଏତ ଶାଶ୍ଵତ ଭାବନା ର ଗାଥା

ଏତେ ଏକ ଅଲୈାକିକ ପ୍ରେମିକା ପଣର ଭିଜାଭିଜା ଗୀତିଯାହା ଭାଵି ଭାଵି ଥକିଯାଏନି ମନ କି ସରେ ନାହିଁ ରାତିଆରମ୍ଭ ହୋଇଥିବା ଏକ କାହାଣୀ ଯାହା ହୁଏ ନାହିଁ ଇତି

          କ'ଣ କହି ପ୍ରିୟମ୍ବଦା ଶାରଦା ଓ ନୀଳିମାକୁ ବୁଝାଯାଇ ପାରିବ! ଟ୍ରେ ସହିତ ଖାଲି କପ୍ ଦୁଇଟିକୁ ନେଇ ବାହାରି ଯାଉ ଯାଉ ଶାରଦା କୁ ସକାଳ ଜଳଖିଆର ପ୍ରସ୍ତୁତି ସମ୍ବନ୍ଧେ ପଦେ ପଚାରିଲେସେଷ।ହଁ ନାନୀ ଉପମା ଓ ବୁଟ ନଡ଼ିଆ ଚଟଣୀ ସହିତ ସମ୍ବର ଦେଇ ଦେବି ବୋଲି ସାନ ନାନୀ କହିଲେ ।ହଉ କହି ସେ ସ୍ଥାନରୁ ଧୀରେ ଉଠି ବେସିନ୍ ପାଖକୁ ଚାଲି ଗଲେ ସେଅସୀମ ବିସ୍ମିତ ନୟନରେ ସମସ୍ତେ ଚାହିଁ ରହିଲେ ସେଇ ରହସ୍ୟମୟୀ ନାରୀଟିକୁ।


ତିନି ଦିନ ହେଲା ନୀଳିମା ପରିଚର୍ଯ୍ୟା ରେ ଓ କଥା ବାର୍ତ୍ତା ରେ ସମୟ ବିତୁଛି ,ଧାଡିଏ ବି ଲେଖି ପାରି ନାହାଁନ୍ତି ସେ ଆଜି ଏକପଦୀଟିଏ ମୁଖପତ୍ରିକା ରେ ଉପସ୍ଥାପନା ଦେବା ପାଇଁ ନିଜର ଫୋନ୍ ରେ ଟାଇପ୍ କଲେ ସେ ।


ପ୍ରୀତି ଉପବନେ ପ୍ରେମ ସିଂହାସନେ

ପ୍ରେମିକ ପ୍ରବର ରାଜା

ପ୍ରଣୟର ସୁରେ ପଲକ ସହରେ

ପ୍ରେମର ଉଡାଇ ଧ୍ୱଜା ।


ପ୍ରତ୍ୟୁଷ ର ପ୍ରୀତି ବାର୍ତ୍ତା

ପ୍ରିୟତମ ପାଶେ ପହଞ୍ଚେ ହରଷେ

ପ୍ରେମିକା ପଣ ନିରୁତା ।


ପ୍ରେମ ବିରହ କୁ ନେଇ ତାଙ୍କର ସବୁ କବିତା ଓ ଗଳ୍ପ

ସବୁଥିରେ ଭିଜା ଭିଜା ମନ କଥା କଳ୍ପନା ଅଳପ ।


ପାଖରେ ବସି ନୀଳିମା ପଚାରୁଛି ଫେସବୁକରେ କେମିତି ଲେଖାସବୁ ଦିଆଯାଏ ?


ସେ ଜାଣେ ଏମିତି ପଚାରିବାଟା ଖାଲି ଗୋଟେ ବାହାନା, ଅସଲରେ ମନ ଅଟକିଛି ସେଇ ଚା' କପ୍ ନିକଟରେ ।


ନୀଳିମାକୁ କୋଣେଇ ଚାହିଁ ଛୋଟ କରି ହସିଲେ ସୁଭଦା ।


କହିଲେ ମୁଁ ଜାଣିଛି

କ'ଣ ଜାଣିଛ ।


ଘସର ଘସର ପନ୍ଦର ଘସର ଆହୁରି ଘସର ପାଣି

ତମେ ଯାହା ପାଇଁ ନସର ପସର ଆମେ ସେଇ କଥା ଜାଣି ।


ଦୁହେଁ ହସି ଉଠିଲେ ଏକ ସାଙ୍ଗରେ

ସୁଭଦା ପଚାରୁଛନ୍ତି, ନୀଲୁ...ତମେ କେବେ ଭଲପାଇଛ କାହାକୁ...

ଲାଜରେ ଲାଲ୍ ହୋଇଗଲାଣି ନୀଳିମାର ମୁହଁ

ଫିସ୍ ଫିସ୍ କରି କହୁଛି...ମ....ଅ...ଅ...ଏଇ ବୁଢ଼ୀ ବେଳେ ପୁଣି କି ଅଭିଲା କଥା ପଚାରୁଛନ୍ତି ଭାଉଜ ।


ସେ ଚୁପ୍ ରହିଲା ଜାଣି ଜାଣି...

କୋଉ କଥାରୁ ଯଦି ବାଆ ବହେ ଉଜାଣି ....ତ

ଏ ଲେଖିକା ଭାଉଜ ଖୋଲିଦେଵେ ଅତୀତ ର ଗୁମର କଥା ମୁଣି ।


ସୁଭଦା ଜାଣନ୍ତି ନଣନ୍ଦଙ୍କ ଅତୀତର ଇତିହାସ

ଭଲପାଇବା ର ମାୟା ଇନ୍ଦ୍ରଜାଲ ରେ ସେ ବି ହୋଇଛନ୍ତି ବେହୋସ୍


ତମେ ଦେବଦାସ ଫିଲ୍ମ ଦେଖିଛ ନୀଲୁ

ନାଁ

ତେବେ ତମେ ତ କିଛି ବୁଝି ପାରିବନି କହିବି କାହିଁକି ଆଉ ଶୁଣିବ ବା କ'ଣ ।

ସନ୍ତର୍ପଣରେ ଉଠି ଚାଲିଗଲାଣି ନୀଲୁ

ଯାଉ ଯେଉଁ କଥା ତାଙ୍କ ମନରେ ଅକ୍ଷୟ ସ୍ମୃତି ହୋଇ ଦୀପ ହୋଇ ଜଳୁଛି ସେ କାହିଁକି ତାକୁ ପ୍ରକାଶ କରିବେ କୋଉ ବେଦରଦୀ ମଣିଷ ନିକଟରେ ।ଵେରସିକ ଲୋକଙ୍କ ପାଖରେ ରସିକ ମାନଙ୍କର ରସ ବର୍ଣ୍ଣନାର କ'ଣ ବା ମାନେ ଥାଏ ।ଆହୁରି ବେଶି ବେଶି ମନେ ପଡ଼ିଲେ ଶୁଭ୍ରାଂଶୁ ହଁ ଶୁଭ୍ରାଂଶୁ ଶୁଭ୍ରାଂଶୁ ଶେଖର ମିଶ୍ର

ନିବିଡ ଆଶ୍ଳେଷରେ ମୁଦି ହୋଇଗଲା ସୁଭଦାଙ୍କ ଦୁଇ ଆଖିତାରା ।

ଆଃ ଅତୀତ ଆସି ଚକା ଭଉଁରୀ ଖେଳିଲା ସେଇ ସ୍ୱପ୍ନାଚ୍ଛନ୍ନ ମୁଦିଲା ଆଖି ତଳେ ।


ପ୍ରାୟ ତିରିଶ ବର୍ଷ ତଳର କଥା ।ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ତାଙ୍କ ପଢିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇ ଥିଲା, ତାଙ୍କ ଗାଁ ରେ ତ କଲେଜ୍ ନାହିଁ, ବୋଉ ବି ରାଜି ନୁହେଁ କୋଉ ବାହାରେ ରହି ପଢାଇବାର ନିରାପଦ ପଣିଆରେ ବିଶ୍ୱାସ କରିବାକୁ ।ଅଗତ୍ୟା ବଡ ମାମୁଁ ନିଜ ଆଡୁ ସୁଭଦାର ପଢ଼ାର ଦାୟିତ୍ଵ ଗ୍ରହଣ କରିଥିଲେ । ଆଉ ସେହି ବିଶ୍ୱନାଥ ପୁର ଶାସନର କଲେଜରେ ହିଁ ସେହି ସୈାମ୍ୟଦର୍ଶନ ସୁଦର୍ଶନ ନବୀନ ତେଜସ୍ଵୀ ଯୁବ ଅଧ୍ୟାପକଙ୍କୁ ଭେଟେ ଶୁଭଦାୟିନୀ ସୁଭଦା ।

ଦର୍ଶନ ଶାସ୍ତ୍ରର ପ୍ରବୀଣ ଅଧ୍ୟାପକ ଜଣଂକ ହିଁ ଥିଲେ ଅବିବାହିତ ।ଆଉ ସବୁ ସୁନ୍ଦରୀ ଝିଅଙ୍କର ନିଦହଜା ଆଖିର ଚିର ଇପ୍ସିତ ବାଞ୍ଛିତ ସପନର ସୈାଦାଗର ।ଭଲ ଛାତ୍ରୀ ଭାବରେ ବି ସୁଭଦା ବେଶ୍ ଜଣାଶୁଣା ସେ କଲେଜ୍ ରେସେଇ ସୁତ୍ରରେ ସାର୍ କେବେ କେବେ କିଛି କିଛି ପ୍ରଶ୍ନ ସିଲେକ୍ଟ କରି ପଢିବାକୁ ଦିଅନ୍ତି ଓ ପରୀକ୍ଷା ପାଇଁ ଭଲରେ ପ୍ରସ୍ତୁତ ହେବାକୁ ଉପଦେଶ ଦିଅନ୍ତି ଆଉ ଏହି ସବୁ ସାଧାରଣ କଥାକୁ ଅସାଧାରଣ ରୂପରେଖ ଦେଇ ରସାଳ କାହାଣୀ ବନେଇବାରେ ଯେ କିଛି ବି ପରିଶ୍ରମ କରିବାକୁ ପଡ଼େ ନାହିଁ ।


ଆଉ ଏ ସବୁ କଥାରେ ଆଦୈା ନରାଗି ସ୍ନିଗ୍ଧ ହସଟିଏ ହିଁ ଫେରାଇ ଦିଏ ସୁଭଦା ପାଣିଗ୍ରାହୀ

ସୁବାସ ପାଣିଗ୍ରାହୀଙ୍କ ଏକମାତ୍ର ସୁଯୋଗ୍ୟା ସୁକନ୍ୟା ସୁଭଦା ପାଣିଗ୍ରାହୀ ।


ଏବେ କିନ୍ତୁ ସାର୍ ଡ଼ାକିଲେ କି କିଛି କହିଲେ ଗୋଟା ପଣେ ଲାଜରେ ଜଡସଡ ହୋଇଯାଏ ସେ

ମୁହଁ ରେ ଲାଲ୍ କୃଷ୍ଣଚୂଡ଼ାର ଅରୁଣିମା ବୋଳି ହୋଇଯାଏ, ବିଦିଶା କହେ ସାର୍ କୈାଣସି ଝିଅକୁ ତ ଆଖି ଟେକି ଚାହାନ୍ତି ନାହିଁ, ହେଲେ ତୋ ପ୍ରତି ତ ଅସୀମ ଶ୍ରଦ୍ଧା ।ତେବେ ଏ ଆନ୍ତରିକତା ର ଆପଣାର ଭାବ କ'ଣ ପ୍ରେମ !

ଜାଣେନା ଜାଣେନା

ଆଉ କେବେ ବି ଜଣାଇବାକୁ ସାହସ କୁଳାଏ ନାହିଁ ମନେ ମନେଦିନେ ହଠାତ୍ କଲେଜ ଆସି ଶୁଣିଲା କି ଶୁଭ୍ରାଂଶୁ ସାର୍ ଙ୍କ ଦେହ ଭୀଷଣ ଖରାପ,ସବୁ ସାର୍ ମାନେ ମନ ଦୁଃଖ କରି ବସିଛନ୍ତି ।

କଲେଜ ସନ୍ନିକଟ ଏକ ଆଜବେଷ୍ଟସ ଘରେ ର‌ହନ୍ତି ସେହି ବିଚକ୍ଷଣ ଧୀସମ୍ପନ୍ନ ଉଜ୍ଜ୍ୱଳ ବ୍ୟକ୍ତିତ୍ଵ । ବିଦିଶା ଓ ଅସୀମା କହିଲେ ଚାଲ୍ ଶୁଭ ସାର୍ ଙ୍କୁ ଦେଖି ଆସିବା ,ଏଇ କଥା ପଦକର ଅପେକ୍ଷାରେ ଯେମିତି ଥିଲା ସେ , କାଳ ବିଳମ୍ବ ନକରି ତିନି ସଖୀ ପହଞ୍ଚି ଗଲେ ସାର୍ ଙ୍କ ରୁମ୍ ରେ କେହି କେହି ବିନୀତ ଛାତ୍ର ଆସନ୍ତି ଵୋଧେ ନିୟମିତ,

ଟେବୁଲ୍ ଉପରେ ଖାତା ବହି ସବୁ ସଜଡା ହୋଇ ରଖା ହୋଇଛି ଓ ବେଡ୍ ପାଖକୁ ରଖା ଯାଇଥିବା ଷ୍ଟୁଲ୍ ଟି ଉପରେ କିଛି ମେଡ଼ିସିନ୍ ଗ୍ଲୁକୋଜ ଫଳ ବିସ୍କୁଟ ସବୁ ରଖାଯାଇଛି ହାତ ପାହାନ୍ତାରେ ।

ଖଟରେ ସଜଡା ବିଛଣାରେ ପତଳା ସତରଞ୍ଜି ଉପରେ ଧୋବ ଫରଫର ବେଡସିଟ୍ ଏକ ବଖୁରିକିଆ ଘରଟି ଲାଗୁଛି ଖୁବ୍ ସୁନ୍ଦର , ଖୁବ୍ ରୁଚି ସମ୍ପନ୍ନ ,ନିର୍ମଳ ଉଚ୍ଚ ବ୍ୟକ୍ତିତ୍ଵର ପରିଚାୟକ ଭାବେ।


      ତିନି ଜଣ ଯାକ ଠିଆ ହେଲେ ଯାଇ ସାର୍ ଙ୍କ ଖଟ ପାଖରେ, ପାଦ ଶବ୍ଦରେ କିଏ ବୋଲି କହି ଦୃଷ୍ଟି ତୋଳି ଚାହିଁ ରହିଲେ ଓ ସେମାନଙ୍କୁ ଦେଖି କ୍ଳାନ୍ତ ମୁଖ ମଣ୍ଡଳରେ ଖେଳିଗଲା ସ୍ନିଗ୍ଧ ହସରୁ ଧାରେ , ବସିବାକୁ ନିର୍ଦ୍ଦେଶ ଦେଇ ନିଜେ ବିଛଣାରେ ଉଠି ବସିବାକୁ ଚେଷ୍ଟା କରି ବିଫଳ ହେବା ପରେ ତିନି ସଖୀ ଯାଇ ଅତି ଯତ୍ନରେ କାନ୍ଥ ପାଖକୁ ତକିଆ ଦେଇ ସାର୍ ଙ୍କୁ ଉଠାଇ ବସାଇ ଦେଲେ ,ଫ୍ଲାକ୍ସ ରୁ ଗରମ ପାଣି କାଢି ଗ୍ଲାସ୍ ରେ ହର୍ଲିକ୍ସ ଗୋଳାଇ ଆଦର ବୋଳା କଣ୍ଠରେ ସୁଭଦାର ବିନମ୍ର ଅନୁରୋଧ ପିଇଦେବା ପାଇଁ ,ମ୍ଳାନ ହସି ରଖ ବୋଲି କହି ପୁଣିଥରେ ବସିବାକୁ କହିଲେଣି ସାର୍ ଦୁଇଟି ଚେୟାର ରେ ବସି ସାରିଲେଣି ବିଦିଶା ଓ ଅସୀମାଅଗତ୍ୟା ସାର୍ ଙ୍କ ଶଯ୍ୟାଧାରରେ ବସି ରହିଲା ସୁଭଦା ନିଶିଥିର ଲଜ୍ଜା ବନତ ଆନତ ପଦ୍ମିନୀ ପରି , ସେହି ଦିନ ହିଁ କିଞ୍ଚିତ ଆଭାସ ମିଳିଲା ସାର୍ ଙ୍କର ନିଃସଙ୍ଗ ଜୀବନ ଯାତ୍ରାର ଭୀଷ୍ମ ପ୍ରତିଜ୍ଞା କଥା ବିଦୁ ଓ ସୀମା ଚାଲିଗଲେ ବାଲ୍ଟିରେ ପାଣି ଭରି ରଖିବା ପାଇଁ ବାଥ୍ ରୁମ୍ ରେ ଓ ଶୁଭ ବସି ରହିଲା ଅଜନ୍ତା ଅଲୋରାର କମନୀୟ ଚିତ୍ର ପ୍ରତିମା ପ୍ରାୟେ , ଏଥର ମୁହଁ ଖୋଲିଲେ ସାର୍ ପଢ଼ାପଢ଼ି କେମିତି ଚାଲିଛି ସୁଭଦା ।ସମସ୍ତେ ଶୁଭ ବୋଲି ଡାକନ୍ତି ତାକୁହେଲେ ସାର୍ ଙ୍କ ସୁଭଦା ଡ଼ାକରେ ଯେମିତି ଥାଏ ଏକ ମାଦକତା ଭରା ଲାଳିତ୍ୟ....ଦା ଟାକୁ ବଡ଼ ନିଠେଇ କରି କହନ୍ତି ସେ....ଏଇ କଥା ସବୁଠୁ ପ୍ରଥମେ ବିଦୁ ହିଁ କହିଛି ଓ ଅନୁମାନ କରିଛି...

କିଛି ଉତ୍ତର ନପାଇ ପୁଣି ଥରେ ନିଜ ପ୍ରଶ୍ନ କୁ ଦୋହରାଇଲେ ସାର୍, ଭାବନା ରାଜ୍ୟରୁ ଫେରି ପଡି କ'ଣ ଉତ୍ତର ଦେବ ବୋଲି ଘାବରେଇ ଉଚ୍ଚ ସ୍ୱରରେ ହଁ ପଢୁଛି ବୋଲି କହିଦେଇ ନିଜ ସ୍ୱରରେ ନିଜେ ଚମକି ପଡ଼ିଲା ସୁଭଦା ...ହସି ହସି ସାର୍ କହିଲେ ଦେହ ଖରାପ ସତ୍ତ୍ୱେ ମୋତେ ଠିକ୍ ଶୁଣାଯାଉଛି ସୁଭଦା....

କ'ଣ ପାଇଁ ଏମିତି ବିଚଳିତ ହୋଇ ପଡିଛ ତମେ...!!!

ପାଠ ପଢାରେ ମନ ଦିଅ, ନିଜ ଉଜ୍ଜ୍ୱଳ ଭବିଷ୍ୟତକୁ ଗଢିବାରେ ବ୍ରତୀ ରହି ବାପା ମା ଙ୍କ ସ୍ୱପ୍ନକୁ ସାର୍ଥକ କର ....।।


ସାର୍ କେମିତି ଜାଣିବେ ଯେ କେଉଁ ଅନିକେତ ଭାବ ଘେନି ହୃଦୟ ତା'ର ଉବୁଟୁବୁ ହେଉଛି ଦୁଃଖରେ... କେମିତି ଜାଣିବେ ଯେ କାହା ପାଇଁ ମନ ତା'ର ସତତ ଆନ୍ଦୋଳିତ ହେଉଛି ଆବେଗରେ , କେମିତି ଜଣାଇବ ସେ ଏହି ସ୍ୱଳ୍ପଭାଷି ସୁଦର୍ଶନ ଯୁବ ଅଧ୍ୟାପକ ହିଁ ତା'ର ଭାବନା ର କେନ୍ଦ୍ରବିନ୍ଦୁ , କେମିତି କହି ପାରିବ ସେ ....ଅନେକ ଚେଷ୍ଟା ସତ୍ତ୍ବେ ବି ଗୋଟିଏ ଶବ୍ଦ ବି ଉଚ୍ଚାରଣ କରି ପାରିଲା ନାହିଁ ସେ

ତିନି ସଖୀ ଫେରି ଆସିଲେ ସାର୍ ଙ୍କୁ ହର୍ଲିକ୍ସ ପିଆଇ ଦେଇ ଓ ପୁନର୍ବାର ବିଛଣା ରେ ଶୁଆଇ ଦେଇ.....

ତା ପରେ ଯେତେ ବି ଚେଷ୍ଟା କରିଛି ଜଣାଇବା ପାଇଁ କେବେ ଵି ସଫଳ ହୋଇନି ନିଜ ମନକଥା ପ୍ରକାଶ କରିବାକୁ....।।


ସମସ୍ତେ କହୁଛନ୍ତି ସାର୍ ବିବାହ କରିଵେନି ବୋଲି...

ହେଲେ କାହିଁକି....!!!!!


ଦର୍ଶନ ଶାସ୍ତ୍ରର ଅଧ୍ୟାପକ ହୋଇ ବି ଇତିହାସର ରୋଚକ ବହି ସବୁ ଥାଏ ତାଙ୍କର ଟେବୁଲ୍ ରେ ...ଆଉ ଇତିହାସ ର ମୋଗଲମାନଙ୍କ ଶାସନାଧୀନ ଭାରତର ଇତିହାସ ଓ ବିଳାସ ପ୍ରିୟ ରାଜା ଶାହାଜାହାନଙ୍କ ସମ୍ବନ୍ଧରେ ଜାଣିବାର ଆକାଂକ୍ଷା ତ ସୁଭଦାର ଅନୁସନ୍ଧିତ୍ସୁ ମନରେ ଉଙ୍କି ମାରେ ସବୁବେଳେ... ସାର୍ ଙ୍କ ଟେବୁଲ୍ ରୁ ' ମମତାଜ ଦୁହିତା ଜାହାନ୍ନାରା ' ବହିଟି ମାଗି ଆଣିଲା ସେ ପଢି ଫେରାଇ ଦେବାକୁ ବିନମ୍ର ଅନୁରୋଧ କରି....


ହସିହସି ସାର୍ କହୁଛନ୍ତି...ନିଅ ପଢ ଆଉ ଜାଣ ଇତିହାସ ର ଅନନ୍ୟା ନାୟିକା ଭାବରେ ଏହି ବିଦୁଷୀ ନାରୀ ଚରିତ୍ରକୁ ...।।

     ବହି ତ ଖାଲି ଏକ ସୁନ୍ଦର ବାହାନା, ଅସଲରେ ବହି ପଢ଼ିବା ପରେ ପୁଣି ଫେରାଇବାକୁ ଯିବାକୁ ପଡିବ କି ନାଁ....!!!!


ବହି ଧରି ଓଠ କୋଣରେ ହସ ଆଙ୍କି ଫେରି ଆସେ ସୁଭଦା...

ଜାଣି ଜାଣି ବହିଟିକୁ ପଢି ସାରିବା ପରେ ବି ଫେରାଇନି ସେ , ଦିନେ କ୍ଲାସ୍ ରେ ସେଇ କଥା ପଚାରି ଦେଲେ ସାର୍...

ବହି ପଢ଼ି ସାରିଲଣି ସୁଭଦା .... ଭଲଲାଗିଲା ତ ଶାହାଜାହାନଙ୍କ ବାଦଶାହ ବେଗମ୍ ଙ୍କ କଥା....!!!

ହଁ ସାର୍ ବହୁତ ସୁନ୍ଦର ବହି, ସେ ବହି ତ ମୋର ଆତ୍ମସ୍ଥ ହୋଇ ଯାଇଛି ,କାଲି ଆଣି ଫେରାଇ ଦେବି ।।

ବହିଟି ଭିତରେ କିଛି ମନକଥା ଲେଖି ଫେରାଇଲେ କେମିତି ହୁଅନ୍ତା...ପଚାରିବ କି ଅସୀମା ଓ ବିଦିଶାଙ୍କୁ ....

ନାଁ ବାବା ନାଁ.....

ସେମାନଙ୍କୁ ଜଣାଇ ଲୋକହସା ହେବା କ'ଣ ଦରକାର....!!!


ଯାହା କରିବ ସେ ନିଜେ ହିଁ କରିବ, କାହାକୁ ସଂଶ୍ଳିଷ୍ଟ କରିବା ଅନୁଚିତ ।। କ'ଣ ଲେଖିବ କ'ଣ ଲେଖିବ ହୋଇ କିଛି ଲେଖି ପାରିଲାନି କି ଦୁଇ ଦିନ କଲେଜ ବି ଗଲାନି ....

ତୃତୀୟ ଦିନ ବେଳକୁ ସନ୍ଧ୍ୟା ସମୟରେ ବିଦୁ ଓ ସୀମା ଆସି ହାଜର କ'ଣ ହୋଇଛି ଜାଣିବା ପାଇଁ , ହେଲେ ଶୁଭ ତ ଠିକ୍ ଅଛି ଆଉ କଲେଜ ଯାଇନି .... କ'ଣ ହୋଇଛି ତେବେ....!!!!!

ତିନି ସଖୀ ଯାଇ କୂଅମୂଳ ଚଉତାରା ଉପରେ ବସିଲେ , ହଠାତ୍ ମନେ ପଡ଼ିଲା ଭଳି ବିଦୁ କହିଲା ଜାଣିଛୁ ଶୁଭ୍ରାଂଶୁ ସାର୍ ହାୟର ଷ୍ଟଡି ପାଇଁ ଦିଲ୍ଲୀ ଯିବେ ଏଇ ଦିନେ ଦୁଇ ଦିନ ମଧ୍ୟରେ...

ତୁ ତ କଲେଜ୍ ଯାଇନୁ କି ତାଙ୍କ ବହି ବି ଫେରାଇନୁ....

ହଁ। କରି ନିଶ୍ଚଳ ହୋଇ ସେମିତି ଚାହିଁ ରହିଲା ସୁଭଦା....

ନିଶ୍ଚିତ ଭାବରେ ତ ଦେଖା କରି ମନକଥା କହିବାକୁ ପଡ଼ିବ,


ଏକ ଛୋଟ କାଗଜ ରେ 


" ମୁଁ ଆପଣଙ୍କୁ ଦେଖା କରିବାକୁ ଚାହେଁ ,

ଘାଟ କୂଳର ମନ୍ଦିର ପାଖକୁ ଆଜି ସନ୍ଧ୍ୟାରେ ଆସିବେ ନିଶ୍ଚିତ...

କିଛି କହିବାର ଅଛି... ମୁଁ ଅପେକ୍ଷା କରିଥିବି..." ....


କାଗଜ ଟିକୁ ଚାରି ଚଉତା ରେ ଭାଙ୍ଗି ସେହି ପୃଷ୍ଠାରେ ରଖିଦେଲା ଯେଉଁ ଠାରେ ବୁନ୍ଦିରାଜ ଛତ୍ରଶାଲ ଓ ଜାହାନ୍ନାରା ଙ୍କର ରସାଳ ପ୍ରେମ କାହାଣୀ ଲେଖାଯାଇଅଛି.....,


ବହିଟି ଦେଇ ସାର୍ ଙ୍କୁ ଅଶେଷ ଶୁଭେଚ୍ଛା ଜଣାଇ ବହିଟିକୁ ଠିକ୍ ରେ ଦେଖି ରଖିବାକୁ କହି ଫେରି ଆସିବାବେଳେ ସାର୍ ହସିଦେଇ କହିଲେ...ଠିକ୍ ରେ ଦେଖିବି ମାନେ ..

ମାନେ ପୃଷ୍ଠାସବୁ ଠିକ୍ ଅଛି କି ନାଁ....କହି ଆଉ କୈାଣସି କଥା ନଶୁଣି ଚଞ୍ଚଳ ପାଦରେ କ୍ଲାସ କୁ ଚାଲି ଆସିଲା....


ଗଭୀର ଉଦବେଗ ଭିତରେ ଦିନ ନଇଁ ସଞ୍ଜ ଆସିବା ପୂର୍ବରୁ ସେ ଚାଲିଗଲା ଘାଟ କୂଳକୁ ଆଉ ବସିଛି ଯେ ବସିଛି .....

କାହାନ୍ତି ସାର୍ .... ତେବେ କ'ଣ ସେ ବହି ଖୋଲି ନାହାଁନ୍ତି କି ସେ ଲେଖା ପଢ଼ି ନାହାନ୍ତି.....!!!!!!

**************************

ବିତି ଯାଇଛି ଯୁଗ ପରେ ଯୁଗ ସିନା ଭେଟ ହୋଇନି ଆଉ ଶୁଭ୍ରାଂଶୁ ଙ୍କ ସହ ,ଭାବି ଭାବି କଟିଛି ଦିନ ପରେ ଦିନ ଆଉ ବୀନିଦ୍ରରେ ପାହିଛି ରାତି ପରେ ରାତି.....

ବଦଳିଛି ପରିଚୟ ,ଗ୍ରାଜୁଏସନ୍ କମ୍ପ୍ଲିଟ୍ ନହେଉଣୁ ହୋଇଛି ବାହାଘର... ତା'ର ଇଚ୍ଛା ଅନିଚ୍ଛାକୁ ଅଗ୍ରାହ୍ୟ କରି, ସୁବାସ ପାଣିଗ୍ରାହୀଙ୍କ ଏକମାତ୍ର ଝିଅ ହୋଇଛି ନୀଳାଦ୍ରି ରଥ ଙ୍କ ବିରାଟ ଯୈାଥ ପରିବାରର ବଡ଼ ବୋହୁ.... ଆଦିତ୍ୟ ରଥଙ୍କ ପତ୍ନୀ ଓ ଦୁଇ ପୁଅ ଶାଶ୍ଵତ , ସାର୍ଥକ ଏବଂ ଏକମାତ୍ର କନ୍ୟା ସାଧନା ର ମାଆ....

।।

ପରିବାରରେ ସମାଜରେ ସବୁ ଦାୟିତ୍ଵ ନିର୍ବାହ ପୂର୍ବକ ଗ୍ରହଣ କରିଛି ସଵୁ ଚରିତ୍ର ମାନଙ୍କର ଚ୍ୟାଲେଞ୍ଜ ଆଉ ନିଜକୁ ଅଧିଷ୍ଠିତା କରିଛି ସମସ୍ତ ସମ୍ପର୍କକୁ ଉପଯୁକ୍ତ ନ୍ୟାୟ ଦେଇ .....


ଏକ ପ୍ରତିଷ୍ଠିତା ନାରୀ ଭାବରେ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ନୀତିନିଷ୍ଠତାର ପରାକାଷ୍ଠା ପ୍ରତିପାଦନ କରିଛନ୍ତି ଆଉ ହୋଇଛନ୍ତି ରଥ ପରିବାରର ଆଦରଣୀୟା ବଡ଼ ବୋହୁ....

ପରିବର୍ତ୍ତନ ହୋଇଛି ସମ୍ପର୍କ ର ସଂଜ୍ଞା....ତୁ ରୁ ତମେ ଓ ଆପଣ କୁ ଡେଇଁ ଡେଇଁ ଯାଇଛି ସମ୍ବୋଧନ ର ସମ୍ମାନ ପଣ ....

ଗୈାଣ ହୋଇଛି ପିତୃଗୃହର ଗୈାରବ, ଆପଣେଇ ନେଇଛନ୍ତି ଶ୍ୱଶୁରାଳୟର ଆଭିଜାତ୍ୟର ଉଚ୍ଛୁଳା ପ୍ରତୀକ....


ସୁଭଦା ରଥ କହିଲେ ଆଖପାଖରେ ସାରା ଅଞ୍ଚଳରେ ଜାଣନ୍ତି ନୀଳାଦ୍ରି ରଥ ଙ୍କ ବଡ଼ ବୋହୁ , ଜମିଦାର ଘରର ଉଜ୍ଜ୍ୱଳ ଦୀପ ଶିଖା ଶୁଭଦାୟିନୀ ସୁଭଦା ଙ୍କୁ.....

ଏତେ ଥାଟ୍ଟ ବାଟ ଏତେ ସମ୍ମାନ ଏତେ ଉଚ୍ଚରେ ଥାଇ ବି ସବୁ କୁ ଯେମିତି ଅଗ୍ରାହ୍ୟ କରି ଦେଇଛନ୍ତି ସୁଭଦା, ସବୁ ପରିବେଶ ରେ ସବୁ ପରିସ୍ଥିତି ରେ ଆକଳନ କରିଛନ୍ତି ଶୁଭ୍ରାଂଶୁଙ୍କୁ.... ତାଙ୍କର ଅପ୍ରାପ୍ୟ ଅନନ୍ୟ ପ୍ରେମକୁ . .... ସେଦିନ ଠାରୁ ଯେ ଆଜିଯାଏଁ ହୃଦୟର ପ୍ରେମ ସିଂହାସନରେ ଅଭିଷିକ୍ତ ହୋଇ ଅପୂର୍ବ ରାଗିଣୀ ତୋଳି ମଧୁର ମଧୁର ବଂଶୀ ସ୍ୱନରେ ଭିଜାଉଛନ୍ତି ଶୁଭ୍ରାଂଶୁ.....

ଭିଜୁଛି ମନ ହୃଦୟ ଓ ଆଖିପତା ,ଉତୁରୁଛି ଛଳ ଛଳ ଲୁହର କବିତା...,ସମସ୍ତଙ୍କର ଚାରି ପାଖରେ ଘୂରିଘୂରି ଦାୟିତ୍ଵ କର୍ତ୍ତବ୍ୟ କରିକରି ବି ସେ ସାଜିଛନ୍ତି ନିଜ ପାଖରେ ଓ ଅନ୍ୟ ମାନଙ୍କ ପାଖରେ, ଚିହ୍ନା ଅଚିହ୍ନାର ଖରା ଛାଇ ଖେଳରେ ପ୍ରୀତିମୟୀ ଗୀତିମୟୀ 'ଅପରିଚିତା'....!!!!!

ଶୁଭ୍ରାଂଶୁ ଙ୍କୁ କରିଛି ଆଜି ଯାଏଁ ଅନନ୍ତ ପ୍ରତୀକ୍ଷା....


ପ୍ରତୀକ୍ଷା ର ସୁରେ ସୁରେ ଗାଇଛି ହୃଦୟ ର ଗୀତି.

ନିଗାଡି ଦେଇଛି ଆତ୍ମା ଅଭ୍ୟନ୍ତରର ସୁଧାମୟ ପ୍ରୀତି


ଲେଖିଛି

ପ୍ରୀତି ମଗ୍ନା ରାଧା ତୋଳି ପ୍ରୀତି ସୁଧା

ପୁଣ୍ୟ ମନ୍ଦାକିନୀ ଧାରା

ଶୁଦ୍ଧ ସମର୍ପଣ ମୁଗ୍ଧ ବେଣୁ ସ୍ୱନ

ଭରିଛି ଭାଵ ନିଆରା


ପୁଣି ବି ଲେଖିଛି...

ସେ ବେଣୁର ସ୍ୱନ କରିଛି ମଗନ

ପ୍ରୀତି ମଗ୍ନା ଆତ୍ମହରା...

ଯା' ପାଇଁ ଜୀବନ ଆଜି ମରୁଦ୍ୟାନ

ସିଏ ଦିଏ ନାହିଁ ଧରା.....

ଯାହା ପାଇଁ ଏତେ ଉତ୍କଣ୍ଠା ଏତେ ବ୍ୟାକୁଳତା ....

ସେ କି ଜାଣିପାରେ ହୃଦୟର ବ୍ୟଥାର ।

ହଁ ସେମିତି ହିଁ ଘଟିଛି ଉଭୟଙ୍କ କ୍ଷେତ୍ରରେ

ଦିନେ ବହିପତ୍ର ସଜାଡୁ ସଜାଡୁ ବହି ଭିତରୁ ଖସି ପଡିଛି ହୃଦୟର ବାର୍ତ୍ତା ବହନ କରି ଆଣିଥିବା ଛୋଟ କାଗଜର ଟୁକୁରା ଟି ।

କ'ଣ ବୋଲି ତଳୁ ଗୋଟାଇ ଆଣିଲେ ଶୁଭ୍ରାଂଶୁ ଆଉ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଅଳ୍ପ କେତୋଟି ଶବ୍ଦ ର ସମାହାରରେ ଦୁଇ ଗୋଟି ଛୋଟ ଧାଡିକୁ ପଢି....

ଅଭିଭୂତ ହୋଇଗଲେ ଶବ୍ଦ ମାନଙ୍କର ଲାଳିତ୍ୟପୁର୍ଣ୍ଣ କାରିଗରୀ ରେ... ସେଥିପାଇଁ ସୁଭଦା ବାର ବାର କହୁଥିଲେ ଦେଖିକି ରଖିବେ ସାର୍ .... ଆହାଃ କାହିଁକି ଦେଖିଲେନି ସେ... କାହିଁକି ପଢ଼ି ପାରିଲେନି ଏଇ କେଇପଦ ମନ୍ତ୍ରମୁଗ୍ଧ ହୃଦୟବତ୍ତାର ଅନୁରାଗ ଭିଜା ଭିଜା କଥା...

ସେଦିନ ତେବେ ଘାଟ କୂଳରେ ବସିଵସି ଅପେକ୍ଷା କରି କରି ଘରକୁ ଫେରି ଯାଇଥିବେ ଅଶ୍ରୁମୁଖୀ ସୁଭଦା...

ନିଜକୁ କୈାଣସି ମତେ ସହଜ କରିପାରୁ ନଥିଲେ ଶୁଭ୍ରାଂଶୁ...

କ'ଣ କହିବାକୁ ଡାକିଥିଲେ ସୁଭଦା......

ସୁଭଦା....... ସୁଭଦା......ସୁଭଦା......

ଅତୀତର ଆଇନାରେ ଆଖି ଯାହା ଓଦା....


ତା ପରେ ବି ଶୁଭ୍ରାଂଶୁ ଯାଇଛନ୍ତି ବିଷ୍ଣୁପୁର ଶାସନ ...

ତଲାସୀ ନେଇଛନ୍ତି ସୁଭଦ୍ରାଙ୍କର....

ଶୁଣିଛନ୍ତି ଭାରି ବଡ଼ ଘରର ବୋହୂ ହୋଇ ଯାଇଛନ୍ତି ସୁଭଦା....


ଦିନ କୁ କରିଛନ୍ତି ଗୀତି ମୟ ଆଉ ରାତିକୁ ପ୍ରୀତି ପଦା....

ସୁଖରେ ଥାଉ ସୁଭଦା ଭଲରେ ଥାଉ....

ଜୀବନର ବେଳାଭୂମି ପରେ ଖୁସିର ଲହରୀ ଛୁଇଁ ଛୁଇଁ ଯାଉ ।

ଏତେ କଥା ଦୁହେଁ ଭାବନ୍ତି ଦୁହିଁଙ୍କ ପାଇଁ, ଏତେ ମଙ୍ଗଳ କାମନା ଏତେ ଉତ୍କଣ୍ଠା ଏତେ ଉଦାରତା ଅଥଚ ଦେଖା ହୋଇପାରୁନାହିଁ 

ଏ ଯାବତ୍

ସବୁ ପ୍ରାପ୍ତି କୁ ତୁଚ୍ଛ କରି ଚାହିଁଛି ପ୍ରେୟସୀ ପ୍ରିୟତମ ପଥ

କେତେ ନିଷ୍ଠୁର ସତରେ ଏ କ୍ରୁର ସମୟ

ସକଳ ଯୋଗ୍ୟତା ଥାଇ ବି ମଣିଷ ହୁଏ ଅସହାୟ.

ତଥାପି ଆଶା ହାରି ପାରିନାହାଁନ୍ତି ସୁଭଦା

ଆଉ ଏ ଆଶା ବଳବତ୍ତର ହୋଇଛି ସେ ଫେସ୍ ବୁକ୍ ଆସିବା ପରେ

ଫେସ୍ ବୁକ୍ ର ପୃଷ୍ଠା ଆଡୋଉ ଆଡୋଉ ପାଇଛନ୍ତି ଶୁଭ୍ରାଂଶୁଙ୍କୁ

ଖୁସିରେ ଆତ୍ମହରା ହୋଇ ଉଠିଛି ମନ , ଦୀର୍ଘ ଦିନର ଅବସାନ ପରେ ଭଗବାନ ତା ଡାକ ଶୁଣିଛନ୍ତି... କେତେ ମାନସିକ କେତେ ପୂଜା ବ୍ରତ ନକରିଛନ୍ତି ସେ ।

ଆଉ ଏବେ ଏତେ ଯୁଗ ପରେ ଅନନ୍ତ ଶୟନରୁ ଉଠିଲ କି ନାରାୟଣ ।


ସଵୁ ସୁଖ ସବୁ ସମୟର ହରଣ ପରେ ଆଉ କ'ଣ ସାଇତିଛି କାଳ...

ଏବେ ତ ଆଖର ହେଲାଣି ବେଳ.

ତେବେ ବି ସବୁ ରାତି ଲାଗୁଛି ଜ୍ୟୋତ୍ସ୍ନା ମୟ

ଯେଉଁଠିକୁ ଗଲେ ବି କାହାର ନିବିଡ ବାହୁ ବନ୍ଧନରେ ବାନ୍ଧି ହୋଇ ଯାଉଛି ଏ ମଧୁ ଅପରାହ୍ନର ଲେଉଟା ସମୟ

ଫେରିଯା' ...ଫେରିଯା' .ଟିକେ ପଛକୁ ଅତୀତ

ରଙ୍ଗର ପସରା ପୁଣି ହେଉ ପ୍ରତିଭାତ

ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଇ ଦେଇଛନ୍ତି ସୁଭଦା

ଆସେପ୍ଟ ବି କରିଛନ୍ତି ଶୁଭ୍ରାଂଶୁ ଏବେ ନିତି ପ୍ରତି ଦିନ ସୁନ୍ଦର ମନୋଜ୍ଞ ଶୁଭେଚ୍ଛା ବାର୍ତ୍ତା ମାନ ପ୍ରେରଣ କରୁଛନ୍ତି ସୁଭଦା...ସବୁ ବାର୍ତ୍ତାରେ ଭାବ ସେହି ଓଦା ଓଦା

ହେଲେ ଫେସ୍ ବୁକ୍ ରେ ଯେ ସେ ଆଶାବରୀ ନାମରେ ପରିଚିତା

କେମିତି ଚିହ୍ନି ପାରିବେ ଶୁଭ୍ରାଂଶୁ ଏ ଛଦ୍ମନାମ ରେ...!

ଦିନେ ସେ ଲେଖିଲେ ମେସେଞ୍ଜରରେ

ମେ ଆଇ ନୋ ଇୟୁ ମ୍ୟାମ୍

ଟିକିଏ ରସିକତା କରିବାକୁ ଇଚ୍ଛା ହେଲା ସୁଭଦାଙ୍କର

ସେ ଲେଖିଲେ ଇୟୁ ନୋ ମି ଡିଅର୍ ସାର୍.

ପ୍ଲିଜ୍ ଗିଭ୍ ମି ଇୟୋର ଆଡ୍ରେସ


ସୁଭଦା ଲେଖିଲେ


କେଉଁ ଠିକଣା କୁ ଦେବି ମୁଁ ତୁମକୁ

ଜହ୍ନରେ ପରା ମୋ ଘର

ସ୍ନେହ ର ରଜ୍ଜୁ ରେ ଗଣ୍ଠି ପଡ଼ିଛି ରେ

ମମତା ନଡ଼ା ଛପର


ଉଜାଣି ବାଆକୁ ନାହିଁ ମୋର ଭୟ

ନାହିଁ କିଛି ପରିଚୟ

ପ୍ରେମ ଜପାମାଳି ନୈବେଦ୍ୟ କୁ ତୋଳି

ଲଭିବିନି ପରାଜୟ


ମାଆର ମମତା ଭଗ୍ନୀ ଉଦାରତା

ପ୍ରେମିକା ଅତୁଲ୍ୟ ପ୍ରେମ

ପତ୍ନୀ ର ପ୍ରଣୟ ଫିକା ଯହିଁ ଲୟ 

ମାପିବା ମନର ଭ୍ରମ ।


ଗଡିଗଲା ବେଳ ସୁଅ ସେ ଉତ୍ତାଳ

ହେଲାନି ଥରୁଟେ ଦେଖା

ତଥାପି କାହିଁକି ମାଗ ପରିଚୟ 

ସତ ଅନନ୍ତ ପ୍ରତୀକ୍ଷା ।


ଅଭିଭୂତ ହୋଇ ଯାଆନ୍ତି ଶୁଭ୍ରାଂଶୁ

କିଏ ଏହି ସୈ।ମ୍ୟ ଦର୍ଶନା ରମଣୀୟା ନାରୀ

ଯାହାଙ୍କ ଉପରୁ ନଜର ଆସୁନି ଫେରି !


ଯେତେ ମନେ ପକାଇବାକୁ ଚେଷ୍ଟା କଲେ ବି ନିରାଶ ହେବାକୁ ପଡ଼ିଛି ତାଙ୍କୁ

ଆଶାବରୀ. ଆଶାଵରୀ ଆଶାବରୀ

ତଥାପି ହାଇଏଷ୍ଟ ଚାଟିଙ୍ଗ୍ ହୋଇଛି ଶୁଭ୍ରାଂଶୁ ଙ୍କ ସହିତ ।ଦେବନି ସେ କେବେ ପରିଚୟ ନିଜେ ସେ ନଚିହ୍ନିଲା ପର୍ଯ୍ୟନ୍ତ ।ଏମିତି ରେ ବି କେହି କେହି କେବେ ଦୋଦୋ ଚିହ୍ନା ହୋଇ ଯଦି ପଚାରନ୍ତି ମା' ତୁ କାହା ଝିଅ କହିଲୁ ।ଫିକ୍ କିନା ହସି ସୁଭଦା ର ଚଟାପଟ୍ ଉତ୍ତର ।ମୋ ବାପାଙ୍କ ଝିଅ ହୋ ହୋ ହୋଇ ହସନ୍ତି ପ୍ରଶ୍ନ କର୍ତ୍ତା ।

ଓଃ ହାଓ ଏ ବ୍ରିଲିୟାଣ୍ଟ ଆନ୍ସାର ।

ଏମିତି ଉତ୍ଥାନ ପତନ ରେ ସମ୍ପର୍କର ବୁଢିଆଣୀ ଜାଲରେ ଛନ୍ଦି ହୋଇ ଚାଲିଛି ସଂସାର

ଚଲାପଥେ ମିଳିଛନ୍ତି ବନ୍ଧୁ ସହଚର

କୋଳାହଳରେ କମ୍ପିଉଠିଛି ଭାବର ସହର

ହେଲେ ପ୍ରେମ ସିଂହାସନ ରେ ଅଭିଷିକ୍ତ ହୋଇଛନ୍ତି ଶୁଭ୍ରାଂଶୁ

ୟା ଭିତରେ ଏତେ ସମୟ ଯେ ବିତି ଯାଇଛି ଅନିଶା ନାହିଁ ସୁଭଦା ଙ୍କର , ସେମିତି ସ୍ଥାଣୁ ପରି ଭାଉଜ ଙ୍କୁ ଚାହିଁ ବସିଛନ୍ତି ନୀଳିମା

ଆଖିରେ ..ପଲକ ପଡୁନି ଜମା.

ବିପାକରେ ପଡି ଧାଇଁ ଆସିଛି ନୀଳିମା ଭାଉଜଙ୍କ ପାଖକୁ

ବିଦୂଷୀ ଭାଉଜ କାଳେ ରକ୍ଷାକରି ଶାନ୍ତି ସ୍ୱସ୍ତିରେ ଭରିଦେବେ ତା ଉଜୁଡା ସଂସାର କୁ

ସମ୍ବିତ୍ ଫେରିଲା ସୁଭଦାଙ୍କର ନୀଳିମାର ଆଲୁଳାୟିତ କୁନ୍ତଳ ସବୁକୁ ନିଜ ହାତରେ ସଜାଡି ଦେଲେ ସେ.କଣ୍ଠରେ ମମତାର ପରାଗ ବୋଳି କହିଲେ ମୋ ଅନୁମାନ ତେବେ ସତ, କୈାଣସି ସମସ୍ୟା ହୋଇଛି କି ଘରେ .ଆଉ ତମେ ସେଇଥି ପାଇଁ ନିଶିକାନ୍ତ ଙ୍କୁ ସାଥିରେ ନଆଣି ଏକା ଏକା ଚାଲି ଆସିଛ ଏତେ ସକାଳୁ..!

ଏଥର କୋହରେ ଫାଟି ପଡ଼ିବାର ପାଳି ନୀଳିମାର

ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଛନ୍ତି ଭାଉଜ, ନଣନ୍ଦର ବିକ୍ଷିପ୍ତ ବିବର୍ଣ୍ଣ ବେଶ କୁ

ମନଭରି ଶୁଭଦାଙ୍କ କୋଳରେ ମଥା ରଖି କାନ୍ଦି ସାରିବା ପରେ ହିଁ ମୁହଁ ଖୋଲିଲେ ସେ ପଚାରିଲେ କ'ଣ ହୋଇଛି ରେ ନୀଲୁ.

ଏମିତି ବ୍ୟସ୍ତ ବିବ୍ରତ ନହୋଇ ସାହସର ସହିତ ପରିସ୍ଥିତି ର ସାମ୍ନା କରିବାକୁ ହୁଏ...ଅତି ନିକଟରୁ ମୋତେ ଦେଖି ବି ଏତେ ଅଧୈର୍ଯ୍ୟ କାହିଁକି ରେ ସୁନା ଭଉଣୀ ।

ଝଡ଼ ପରର ପୃଥିବୀ ପରି ନୀରଵ ନିସ୍ତବ୍ଧ ହୋଇ ବସି ରହିଛି ନୀଳିମା କିଛି କହିବାକୁ ଶବ୍ଦ ଆସୁନି ମୁହଁ କୁ ।

ବହୁତ କଷ୍ଟରେ କହିଲା ମୁଁ ହାରି ଯାଇଛି ଭାଉଜ ନିଶିକାନ୍ତଙ୍କ ଲାଇଫ୍ ରେ ଆଉ କେହି ଅଛି

ସବୁବେଳେ ଗୁମ୍ ସୁମ୍ ରହୁଛନ୍ତି,ଯାହା ପଚାରିଲେ ହଁ ନାହିଁ ର ସୀମିତ ଉତ୍ତର, ଭିତରେ ଭିତରେ ଯେମିତି କାହା ସହ ନୀରବ ଆଳାପରେ ବ୍ୟସ୍ତପାଗଳ ପ୍ରାୟ ଅବସ୍ଥା କ'ଣ କରିବି କାହାକୁ କହିବି , ପିଲାମାନେ ବଡ଼ ହେଲେଣି କେଡେ ଲାଜର କଥା କୁହ ତ.... ଓଃ....ଓ....ଓ...ଏଇ କଥା ତେବେ ।

ସେ କ'ଣ ତୁମ ପ୍ରତି ଅନ୍ୟାୟ କରୁଛନ୍ତି

ନାଁ

ତେବେ ତୁମକୁ ଭଲ ପାଉ ନାହାନ୍ତି....ତ...

ହଁ ସେ ବଦଳି ଯାଉଥିବା ଲକ୍ଷ୍ୟ କରି ତାଙ୍କ ଗତିବିଧି ଉପରେ କଡା ନଜର ରଖିଥିଲି ମୁଁ....ଆଉ ଶେଷରେ ଜାଣି ପାରିଲି ଯେ ସେ ନାରୀ ସହିତ ତାଙ୍କ ମନର ସମ୍ପର୍କ ବହୁତ ଦୃଢ଼.. ଆଉ ଏ କଥା ଜାଣିବା ପରେ ମୁଁ ତାଙ୍କ ହ୍ୱଟସ୍ ଅପ୍ ଓ ଫେସ୍ ବୁକ୍ ର ସଵୁ ଆକାଉଣ୍ଟ ରୁ ତା ଫଟୋ ଡିଲିଟ୍ କରି ବ୍ଲକ୍ କରିଦେଲି ତାକୁ

ଆଉ ତା ପରେ ନିଶିକାନ୍ତ ଏବେ ମୋତେ ଘୃଣା କରିବା ଆରମ୍ଭ କରି ଦେଇଛନ୍ତି ।

ଆଚ୍ଛା କଥା ତେବେ ଏତିକି...ଏ ଆତ୍ମିକ ସମ୍ପର୍କ ବହୁତ ଆଗରୁ ଥାଇ ବି ସେ ପରିବାର ପ୍ରତି ପିଲାମାନଙ୍କ ପ୍ରତି କି ତମ ପ୍ରତି କେଵେ ବୀତସ୍ପୃହ ହୋଇ ନାହାନ୍ତି ନାଁତେବେଏବେ ଏମିତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କାହିଁକି?ତମେ ତାଙ୍କ ଭାବନାରେ ତଳ ସ୍ତରକୁ ଓହ୍ଲାଇ ଯାଇ ବୋଲି ।କାରଣ ତମେ ତାଙ୍କ ନଜର ରେ ନିମ୍ନଗାମୀ ହୋଇ ଯାଇଛ ।ପ୍ରେମ କହିଲେ କ'ଣ ବୋଲି ତମେ ଵୁଝ ମୁଁ ଜାଣିନି ।ହେଲେ ଖାଲି ଶରୀରରେ ସ୍ବାମୀ-ସ୍ତ୍ରୀ ହେବା ଦମ୍ପତି ହିଁ ବେଶୀ ଧୋକା ଖାଇଥାନ୍ତି ବାସ୍ତବ କ୍ଷେତ୍ରରେଯାହା ସହ ସାରା ଜୀବନ ଅତିବାହିତ କରିବ ଯିଏ ତମର ଆଉ ତମ ପରିବାରର ସମସ୍ତ ଦାୟିତ୍ବ ତୁଲାଇଵ ତମେ ତାର ମନ ଯଦି ନଵୁଝିବ ତେବେ ତମେ ସ୍ଵାର୍ଥପର ନାଁ ସିଏ !

ସବୁ ପ୍ରେମ ତ ଅପ୍ରେମର ଭୂମି ଉପରେ ଠିଆ ହୋଇଥାଏ ।ପ୍ରେମର ପ୍ରୀତି ପୂର୍ଣ୍ଣ ବାକ୍ୟ ଯେଉଁ କଳାପଟା ରେ ଲେଖା ହୋଇଥାଏ,ସେ ଅକ୍ଷର ଲିଭି ଲିଭି ଆସିବା ବେଳକୁ ଖାଲି କଳାପଟାଟି ଦେଖାଯାଏ ,ସେଇ କଳାପଟା ହେଉଛି ଘୃଣା ।ପ୍ରୀତିର ମାଦକତାରେ ସେଇ କଳାପଟାଟିକୁ ଭୁଲି ହୋଇ ଯାଇଥିଲା । ସବୁ ପ୍ରେମ ପରା ଘୃଣାରୁ ଆରମ୍ଭ ହୁଏ । ମଣିଷ ପ୍ରେମହୀନ ଅନୁଭବ କରେ ବୋଲି ତ ବାହ୍ୟ ପ୍ରେମର ସାହାରା ନିଏ , ଏଥିରେ ଭାବିବାର କ'ଣ ଅଛି ।

ଯାହାର ପ୍ରେମକୁ ଅତି ଆଦରରେ ସ୍ବୀକାର କଲ , ତା'ର ଘୃଣା କୁ ସ୍ବୀକାର କରିବାକୁ ଏତେ କୁଣ୍ଠାବୋଧ କାହିଁକି ।ଘୃଣାକୁ ଵି ସହଜ ଢଙ୍ଗରେ ଗ୍ରହଣ କର ଦେଖିବ ସେଇ ଘୃଣା ଦିନେ ନିଷ୍କ୍ରିୟ ହୋଇ ପୁଣି ପ୍ରେମରେ ପରିଣତ ହୋଇ ଯାଉଛି । ଘୃଣା ହେଉଛି ନଥିବା ପ୍ରେମର ମାଗନ୍ତା ଖାଲି ହାତ ।କୋଉ କଥା ଏଠି ଦୀର୍ଘସ୍ଥାୟୀ ଯେ ।ଦିନ ଅଛି ଆଉ ରାତି ବି ହେଲେ ଦିନାନ୍ତେ ହିଁ ଆ ରାତି।

                 ବୁକୁ ତଳେ ନେଇ ପ୍ରୀତି

ତେଣୁ କେଉଁ କଥାରେ ଏତେ ବ୍ୟସ୍ତ ହେବା କ'ଣ ଦରକାର !ସବୁବେଳେ ଧୈର୍ଯ୍ୟ ଧରିବା ଉଚିତ୍

ଏତେ ସମୟ ଧରି ମୋତେ ଦେଖୁଥିଲ ପରା, ଏ ଦୀର୍ଘ ସମୟ ମୁଁ ମୋ ପ୍ରୀତିର ନଅରେ ବିଶ୍ୱସ୍ତା ପ୍ରେମିକା ଟିଏ ସାଜି ମୋ ପ୍ରେମ ସିଂହାସନ ରେ ଅଧିଷ୍ଠିତ ମୋର ପ୍ରିୟ ପୁରୁଷଙ୍କ ସହ ସୂକ୍ଷ୍ମ ସ୍ବୀକାରୋକ୍ତିରେ ଥିଲି । ଖାସ୍ ଏଇ କାରଣ ପାଇଁ ମୋ ପ୍ରେମିକଙ୍କୁ ସମସ୍ତେ ଭାଗ୍ୟବାନ ବୋଲି କହନ୍ତି ।ଆରେ ଆଜିକାଲିର ଡିଜିଟାଲ ଦୁନିଆଁରେ ଏମିତି ନିରୁତା ପ୍ରେମିକା ରାଧା ଆଉ ମୀରାଙ୍କ ଭଳି ସମର୍ପିତା ନାୟିକା ।ଯେଉଁ ମାନେ ଜାଣନ୍ତି ବୁଝନ୍ତି ତାଙ୍କ ଆଖି ତ ଟେରା ହୋଇଯାଏ।ଏ ଶାଶ୍ୱତ ପ୍ରେମର ଅନନ୍ୟ ଅମର କାହାଣୀ ଶୁଣି ଏଥିପାଇଁ ତ ସାରା ଜୀବନ ମୁଁ ସାଧନା ରେ ବ୍ରତୀ ହୋଇଛି, ତପସ୍ଵିନୀ ପରି ଆରାଧନା କରିଛି ଶୁଭ୍ରାଂଶୁ ଙ୍କ ସହ ଟିକେ ଦେଖା କି ପଦେ କଥା ଶୁଣିବା ପାଇଁ ।


ତମେ ଜାଣିଛ ନୀଲୁ ଦେବଦାସ ଫିଲ୍ମ ମୁଁ ତିରିଶି ଥର ଦେଖିଛି ଆଉ ସେ ବହି ତ ଶହେ ଥର ପଢିଛି...ପାରୋ ସାଜି ମୋ ପ୍ରୀତିର ଦୀପାଳି ରେ ମୋ ମନ ଅଗଣାକୁ ନିତ୍ୟ ଆଲୋକିତ କରିଛି

ଆଉ ସେହି ଆଲୋକ ବିଚ୍ଛୁରିତ ହୋଇ ଯେ ଶୁଭ୍ରାଂଶୁ ଙ୍କ ମନ ଛୁଇଁ ଯାଇଛି ଓ ପୁଣି ପ୍ରତିଫଳିତ ହୋଇ ମୋ ର ଶିରୀ ବଢ଼ାଇଛି ଏଥିରେ ଦ୍ୱିମତ ହେବାର ନାହିଁ। ଶୁଭ୍ରାଂଶୁ କ'ଣ ଭାବନ୍ତିନି ଯେ- ଏହି ପ୍ରୀତିପଦା ନାରୀଟି ଯଦି ତାଙ୍କ ଜୀବନରେ ଆସିଥାନ୍ତା ,ତେବେ ମରୁ ଫୁଲ ହୋଇ କେମିତି ତାଙ୍କ ଜୀବନରେ  ମହମହ ବାସିଥାନ୍ତା ଆଉ ବଦଳାଇ ଦେଇ ପାରିଥାନ୍ତା ପ୍ରତିକୂଳ ସ୍ରୋତର ପ୍ରଭାବ ରେ ବିକ୍ଷିପ୍ତ ବିବର୍ଣ୍ଣ ପୃଥିବୀର ନିଃସଙ୍ଗ ଜୀବନ ଶୈଳୀ କୁ ।ଏତେ ସବୁ ପରେ ବି ସେ କ'ଣ କେବେ ଅନ୍ୟାୟ କରିଛନ୍ତି ଏ ବିଶାଳ ସଂସାରର କୈାଣସି ଗୋଟିଏ କର୍ତ୍ତବ୍ୟ ସମ୍ପାଦନ କରିବାରେ ।ନିଜ କ୍ଷଣକୋପୀ ସ୍ୱାମୀଙ୍କ ଅଦଉତି ସମ୍ଭାଳିବା ସହିତ ଶାଶୁ ଶ୍ୱଶୁରଙ୍କ ସେବା ଓ ଦିଅର ନଣନ୍ଦଙ୍କ ତଙ୍ଗ ସାଙ୍ଗକୁ ଚାକର ବାକର ବନ୍ଧୁ ବାନ୍ଧବ ଓ ଘରର ସବୁ ଛୋଟପିଲା ଙ୍କ ଅଳି ଅର୍ଦ୍ଦଳି ସହିବା ସହ ସମସ୍ତ ପିଲାଙ୍କ ପାଠ ପଢ଼ାର ଗୁରୁ ଦାୟିତ୍ବ ଅତି ସୁନ୍ଦର ଭାବରେ ପରିଚାଳନା କରି ଜୀବନ ଯାତ୍ରାରେ ଅପରାଜିତା ନାୟିକା ସାଜିଛନ୍ତି

ଭାଉଜଙ୍କ କଥା ସବୁ ନିବିଷ୍ଟ ଚିତ୍ତ ରେ ଶୁଣୁଛି ନୀଳିମା ଆଉ ଭାବୁଛି ପୁଣି କେମିତି ପ୍ରିୟ ପୁରୁଷର ଐକାନ୍ତିକ ପ୍ରେମ ଓ ଭଲପାଇବା ପାଇ ନିଜକୁ ସମର୍ପି ଦେଇ ଜୀବନ ତରୀ ବାହିନେବ ସ୍ରୋତର ଅନୁକୂଳ ବାଆରେସତରେ ଏ ଭାଉଜ ଦେବୀ ନାଁ ମାନବୀ ଏତେ ଜାଳଜଞ୍ଜାଳ ଭିତରେ କେମିତି ଜାଳି ରଖିଛନ୍ତି ପ୍ରୀତିର ଅନନ୍ୟ ଦୀପାଳି ସମସ୍ତ ଙ୍କ ଅଗୋଚର ରେ ଭାଉଜଙ୍କ ପାଦରେ ମଥା ଥାପି ଟିକେ ନିଜକୁ ନିଗାଡି ଦେବାକୁ ଭାରି ଇଚ୍ଛା ହେଉଛି ନୀଳିମା ର

ଶିଖିଗଲା ଦୀପ ହୋଇ ଜଳିବାର ସାର୍ଥକତା

ଦୀପ ଆଉ ଧୂପ ର ଫରକ ଅନୁଭବ କରି ପାରିଲେ ତ ସୁଖି ଜୀବନର ଗତିଶୀଳତା ତେବେ ସେ କାହିଁକି ଭୁଲ୍ ବୁଝିବ ନିଶିକାନ୍ତଙ୍କୁ !ତାଙ୍କ ପ୍ରେମ ସିଂହାସନ ରେ ଦେବୀ ହୋଇ ଯିଏ ଅଧିଷ୍ଠିତା ହୋଇ ଥାଆନ୍ତୁ ।ତାଙ୍କର ବିଶାଳ ହୃଦୟ ରେ ତ ତା ପାଇଁ ଜାଗାର ଅଭାବ ନାହିଁ ନାଁ ତେବେ ସେ କାହିଁକି ଇର୍ଷାରେ ଜର୍ଜରିତ ହୋଇ ନିଜର ମାନସିକ ଶାନ୍ତି ବ୍ୟାହତ କରିବ ।

ନିଶିକାନ୍ତ ଙ୍କୁ ଫୋନ୍ ଲଗାଇଲା ନୀଳିମା ଉଷ୍ଣ ଆବେଗ ଭରା ଅନୁରାଗର ଭିଜା ଭିଜା ମନ ନେଇ।ସୁଭଦା ମୁରୁଜ ଆଙ୍କିବାକୁ ଚଉରା ମୂଳକୁ ଚାଲିଗଲେଣି ଏଇଟା ତାଙ୍କର ନିତିଦିନିଆ କାର୍ଯ୍ୟ ସୂଚୀ କାଳେ କେତେବେଳେ ଅଚାନକ ଆସିଯିବେ ଶୁଭ୍ରାଂଶୁ ତ ଅନୁଭବିଵେ ତାଙ୍କ ପାଇଁ ସୁଭଦାଙ୍କ ଆବେଗ ଓ ଅନୁରାଗ ର ଅନନ୍ୟ ପର୍ବ ଓ ତାଙ୍କ ହୃଦୟର ପ୍ରେମ ସିଂହାସନ ରେ ଅଭିଷିକ୍ତା ହୋଇଯିବେ ଶୁଭଦାୟିନୀ ସୁଭଦା ।


    


Rate this content
Log in

More oriya story from Sanjukta Sahoo

Similar oriya story from Romance