Snigdha Nayak

Inspirational

3.3  

Snigdha Nayak

Inspirational

ସମ୍ପର୍କର ଡୋରି

ସମ୍ପର୍କର ଡୋରି

4 mins
483


ଜାହ୍ନବି ବିଦାୟ ନେବା ପୂର୍ବରୁ ନିଜ ସବୁ ଜିନିଷକୁ ଦେଖି ତାର ସବୁ ସ୍ମୃତି ଗୁଡିକୁ ମନେ ପକାଉଥାଏ । ନିଜ ରୁମ୍ରେ ପଡିଥିବା ଖଟ ଉପରେ ବସି ଫଟୋ ଆଲବମଟିରେ ଥିବା ଫଟୋ ଗୁଡିକୁ ଦେଖୁଥାଏ ।ବାବା ,ବୋଉ, ଅଜା ,ଆଈ ,ସାଙ୍ଗସାଥୀଙ୍କ ସହ ବିତାଇଥିବା ମୁହୂର୍ତ୍ତ ଗୁଡିକ ଗୋଟି ଗୋଟି କରି ସବୁ ମନେ ପଡିଯାଉଥାଏ ।ଆଖିରୁ ଝରି ଚାଲିଥାଏ ଅଶ୍ରୁଧାରା , ଚେଷ୍ଟା କଲେ ବି ରୋକି ପାରୁନଥାଏ ।ବାହାଘର ଶେଷ ହୋଇଯାଇଛି ଅଳ୍ପକ୍ଷଣ ପରେ ସମସ୍ତଙ୍କ ଠୁ ବିଦାୟ ନେଇ ଶାଶୁ ଘରକୁ ଚାଲିଯିବ । ଏତେବର୍ଷ ଯୋଉ ଘରଟି ତାର ଥିଲା ତାକୁ ଛାଡି ତାକୁ ଅନ୍ୟ ଘରକୁ ଯାଇ ସେଇ ଘରଟିକୁ ନିଜର କରିବାକୁ ହେବ । ଶାଶୁ ଘରେ ସମସ୍ତେ କେମିତି ହୋଇଥିବେ? ତା'ସହ କିଭଳି ବ୍ୟବହାର କରିବେ? ଏମିତି କେତେ ପ୍ରଶ୍ନ ତା' ମନରେ ଉଙ୍କି ମାରୁଥାଏ । ବାପଘର ଛାଡି ଯିବାର ଦୁଃଖ ତାକୁ ଯେତିକି କଷ୍ଟେ ଦେଉ ନ ଥାଏ ତା'ଠୁ ବେଶି ଭୟ ଥାଏ ଶାଶୁଘରର ।

ଅନେକଙ୍କ ଠୁ ସେ ଶୁଣିଛି, ଶାଶୁ ଓ ନଣନ୍ଦ ମାନେ କେମିତି ବୋହୁକୁ ହଇରାଣ କରନ୍ତି ।କିଏ ବୋହୁକୁ ଯୌତୁକ ପାଇଁ ଜାଳିଦିଏ ତ କିଏ ଅନେକ କଷ୍ଟେ ଦେଇ ଘରେ ପଶୁ ପରି କାମ କରାନ୍ତି । ଆଖିରୁ ଲୁହ ପୋଛି ଚାଲିଥାଏ ଠିକ ସେତିକି ବେଳେ ଅଞ୍ଜଳି(ଜହ୍ନବୀର ମାଆ) ଆସି ତା 'ପିଠିକୁ ଆଉଁସି ତା'ଆଖିରୁ ଲୁହ ପୋଛି ତାକୁ କୁଣ୍ଢାଇ ଆସ୍ବାଶନା ଦେଲେ । କାନ୍ଦନି ଲୋ ମା ' କଥାରେ ଅଛି ଝିଅ ଜନମ ପର ଘରକୁ ହେଲେ ଆଜି ଯୋଉ କଥା ଗୁଡିକ କହୁଛି ତାକୁ ତୁ କାନିରେ ବାନ୍ଧିରଖିବୁ ।

ଯୋଉ ଘରକୁ ତୁ ଯାଉଛୁ କେବେ ବି ସେ ଘରକୁ ପର ଭାବିବୁନି ଲୋ ।ଯେମିତି ଏଇ ଘରେ ସମସ୍ତଙ୍କୁ ସ୍ନେହ କରୁଥିଲୁ ସେଇ ଘରର ସମସ୍ତଙ୍କୁ ସ୍ନେହରେ ନିଜର କରିବୁ ।"ସମ୍ପର୍କ ଗୋଟିଏ ବୀଜ"ତାକୁ ମୂଳରୁ ଯେମିତି ବୁଣିବୁ ଓ ଯତ୍ନ ନେବୁ ସେ ଅନୁସାରେ ସମ୍ପର୍କର ଚାରାଟି ବଡ଼ ହୋଇ ମଜବୁତ ବୃକ୍ଷଟିଏ ହେବ । ଯେମିତି ବୀଜ ବୁଣିବୁ ସେମିତି ଫଳ ପାଇବୁ , ସବୁ ତୋରି ଉପରେ ନିର୍ଭର ।ଏମିତି ବୋଉ କେତେ କଣ କହି ତାକୁ ଶାଶୁଘରକୁ ବିଦା କରିଲା । ବୋଉର କଥାକୁ ରଖି ସେ ଶାଶୁଘରର ସମସ୍ତଙ୍କୁ ଆଦରି ନେଇଛି । ଇଛା ଥାଉ ନ ଥାଉ, ଦେହ ଭଲ ଥାଉ କି ନ ଥାଉ ସମସ୍ତଙ୍କୁ ଖୁସି କରିବା ପାଇଁ ସଠିକ ସମୟରେ ସବୁ ଜିନିଷ ସମସ୍ତଙ୍କ ପାଇଁ କରିଛି । ନିଜ ଖୁସିକୁ ତ୍ୟାଗୀ ନଣନ୍ଦ ମାନଙ୍କ ଖୁସି ପାଇଁ ବାପ ଘରୁ ଆସିଥିବା ପୋଷାକ ହେଉ କିମ୍ବା ଅନ୍ୟାନ୍ୟ କିଛି ହେଉ ପ୍ରଥମେ ସେମାନଙ୍କୁ ଦେଇଛି । ଶାଶୁ,ଶଶୁର, ଦିଅର ,ନଣନ୍ଦ ଠୁ ଆରମ୍ଭ କରି ଅନ୍ୟ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଖୁସିରେ ରଖିବାକୁ ଚେଷ୍ଟା କରି ସଫଳ ହେଇଛି ।ଦେଖୁ ଦେଖୁ ୨ ବର୍ଷ ବିତିଗଲାଣି ।ନିଜର କର୍ତ୍ତବ୍ୟ କରୁ କରୁ ଏମିତି ନିଜକୁ ହଜାଇ ଦେଇଛି ଯେ ବାପା ବୋଉଙ୍କୁ ବି ୨ ମାସ ହେଲାଣି ଫୋନ କରିପାରିନି ।ଆଜି ଯେମିତି ହେଲେ ଭଲମନ୍ଦଟିକେ ବୁଝିବ,ସବୁ କାମସାରି ଡ୍ରଇଂଗ ରୁମରେ ଥିବା ଲ୍ୟାଣ୍ଡ ଫୋନ ପାଖରେ ଥିବା ସୋଫା ଉପରେ ବସିପଡ଼ି ଫୋନ ନମ୍ବର ଲଗାଉଥାଏ, ଠିକ ସେତିକି ବେଳେ ଶାଶୁଙ୍କ ସ୍ୱର ଶୁଣାଗଲା , ଜାହ୍ନବୀ.... ଆଲୋ ମା' ଜାହ୍ନବୀ....।ହାତରେ ଧରିଥିବା ଫୋନଟିକୁ ଜାଗାରେରଖିଦେଇ ଜାହ୍ନବୀ ଯାଇ ହାଜର ହେଲା ଶାଶୁଙ୍କ ପାଖରେ । ବୋଉ ମତେ ଡାକିଲେ କି? ଧୀର ଓ କଅଁଳ ସ୍ୱରରେ ପଚାରିଲା ଜାହ୍ନବୀ । ହଁ , କାଲି ଝିଅଜ୍ବାଇଁ ଆସୁଛନ୍ତି ସବୁ ଜିନିଷରେଡି ଅଛିଟି ? ହଁ ବୋଉ ସବୁ ରେଡି ଅଛି ଆପଣ ଯେମିତି କହିଥିଲେ ସବୁ ବ୍ୟବସ୍ଥା କରିଛି । ଖାଲି ତିନି ନଣନ୍ଦଙ୍କ ପାଇଁ ଶାଢୀ ଆଣିବା ପାଇଁ କହିଥିଲେ ,ସେଇଟା ଆଜି ସନ୍ଧ୍ୟାରେ ଯାଇ ନେଇ ଆସିବି । ବୋଉ ଆପଣ ମଧ୍ୟ ମୋ ସାଙ୍ଗରେ ଚାଲନ୍ତୁ ସବୁଥର ମୋ ସାଙ୍ଗରେ ଯାଆନ୍ତି ଏଥର କଣ ଯିବେନି ? ହଉ ଯିବା ।ଠିକ ଅଛି ବୋଉ , କହି ଜାହ୍ନବୀ ଶୀଘ୍ର ଘରକାମ ସାରି ବାହାରିଗଲା ବୋଉଙ୍କ ସାଥିରେ ବଜାର କରିବା ପାଇଁ । ଶାଶୁ ଯାହା କହନ୍ତି ସେ କେବେ ଅମାନ୍ୟ କରେନି କି କାରଣ ପଚାରେନି ।ସଂଧ୍ୟାରେ ଶାଶୁ ବୋହୂ ମିଶି ଶାଢ଼ୀ ଦୋକାନକୁ ଯାଇ ଶାଢ଼ୀ କିଣିଲେ,ତିନିଟି ଶାଢ଼ୀ ବଦଳରେ ଶାଶୁ ୪ଟି ଶାଢ଼ୀ କିଣିଲେ ,ତାପରେ ମିଠା ଓ ଅନ୍ୟାନ୍ୟ ଦ୍ରବ୍ୟ କିଣି ବଜାରରୁ ବାହାରୁ ବାହାରୁ ଜାହ୍ନବୀର ଦୃଷ୍ଟି ପଡ଼ିଲା ବଜାରର ଗୋଟିଏ କଣରେ ଥିବା ଦୋକାନ ଗୁଡିକରେ ।ଆଖି ଛଳ ଛଳ କରି ଅନାଇରହିଥାଏ ଦୋକାନ ଗୁଡିକୁ ଅନେକ ରଙ୍ଗ ବିରଙ୍ଗର ରାକ୍ଷୀ ।ରକ୍ଷା ବନ୍ଧନ ଆସି ପହଂଚିଗଲାଣି ଅଥଚ ସେ ଏଯାଏଁ ସାନଭାଇକୁ ରାକ୍ଷୀଟିଏ ପଠାଇବାକୁ ଭୁଲିଯାଇଛି ।ସାନ ନଣନ୍ଦର ବାହାଘର ଓ ଅନ୍ୟକାମରେ ଏତେ ବ୍ୟସ୍ତ ହେଇଗଲା ବୋଲି କଣ ଭାଇକୁ ଭୁଲି ଯିବାଟା ଠିକ୍ ? ଶାଶୁ ଘରେ ନିଜ କର୍ତ୍ତବ୍ୟ କରୁ କରୁ ଭାଇ ପ୍ରତି ଥିବା ଦାୟିତ୍ଵ ଓ ସ୍ନେହର ସମ୍ପର୍କଟି ସେ କେମିତି ଭୁଲିଗଲା ।ସେମିତି ସେଇଠି ଛିଡା ହୋଇ ନିର୍ବାକ ଓ ବିକଳ ହୋଇ ଅନେଇରହିଥାଏ ସେଇ ଦୋକାନ ଗୁଡ଼ିକୁ । ଅଜାଣତରେ ଲୁହ ଧାର ଧାର ବୋହୁ ଥାଏ । ପଛରୁ ଶାଶୁ ତା' ମୁଣ୍ଡକୁ ଆଉଁସି କାରଣ ଜାଣି ଜୋରରେ ହସିଲେ । ତା' ଆଖିର ଲୁହ ପୋଛି କହିଲେ" ଆଲୋ ମୁଁ ୧୫ ଦିନ ଆଗରୁ ତୋ ରାକ୍ଷୀଟି ପଠାଇ ଦେଇଛି ,ମୁଁ କଣ ଜାଣିନି ତୁ ନିଜକୁ ଘର ସମ୍ଭାଳିବାରେ ହଜେଇଦେଇଛୁ ।ମୋର ଏଡ଼େ ବଡ଼ ପରିବାରକୁ ଗୋଟିଏ ଡୋରିରେ ବାନ୍ଧିରଖିଛୁ ।ତୁ ଯଦି ଆମ ସମସ୍ତଙ୍କ ପାଇଁ ସବୁକିଛି କରୁଛୁ ତା ହେଲେ ମୁଁ ତୋ ପ୍ରତି ଥିବା ମୋ କର୍ତ୍ତବ୍ୟଟିକୁ କେମିତି ଭୁଲିଯିବି ଲୋ" । ମୋର କଣ ତିନିଟା ଝିଅ କି? ତୁ ବି ପରା ମୋ ଝିଅ କହି ଶାଶୁ ତା ହାତକୁ ବଢ଼ାଇଦେଲେ ଗୋଟାଏ ଶାଢ଼ୀ । ଶାଶୁଙ୍କ କଥା ଶୁଣି ଏଥର ଖୁସିରେ ତା ଆଖିରୁ ବୋହୁଥିବା ଲୁହର ବେଗ ବଢିଯାଇଥିଲା । ଆଜି ବାହାଘର ସମୟରେ ବୋଉ ଯୋଉ ଦି ପଦ କଥା କହିଥିଲା , ତା' ପ୍ରମାଣ ସେ ପାଇ ଯାଇଥିଲା । ସତରେ ସେ ଯୋଉ ସମ୍ପର୍କର ବୀଜଟି ବୁଣିଥିଲା ସେଇଟି ଏବେ ଗୋଟାଏ ବୃକ୍ଷ ହୋଇ ତାର ଶାଖା ପ୍ରଶାଖା ମେଲି ସାରିଛି ଏବଂ ଖୁବ୍ ମିଠା ଫଳ ମଧ୍ୟ ଦେଇଛି । ସତରେ ସମ୍ପର୍କଟିକୁ ଯେମିତି ଗଢିବା ସେ ରୂପରେ ସେ ଆମ ସମ୍ମୁଖୀନ ହେବ ।ଝିଅ ଜନମ ପର ଘରକୁ ନୁହେଁ ବରଂ ଝିଅ ଯେଉଁ ଘରକୁ ଗଲେ ବି ନିଜ ଶ୍ରଦ୍ଧା ଓ ସ୍ନେହ ବଳରେ ସମ୍ପର୍କଟିକୁ ବଶୀଭୂତ କରି ନିଜର କରିପାରିବ ।


Rate this content
Log in

Similar oriya story from Inspirational