Nityananda Sahu

Inspirational

4  

Nityananda Sahu

Inspirational

।। ସିନ୍ଦୂର ।।

।। ସିନ୍ଦୂର ।।

10 mins
247


ସବୁ ପ୍ରେମ କଣ ସିନ୍ଦୂର ପାଏ ? ଏମିତି ଭ୍ରମ କଲା ଭଳି ପ୍ରଶ୍ନ ଥିଲା ପଲ୍ଲଭି ଙ୍କର ମୋ ପାଇଁ ସେ ଦିନ । ବୟସର ତରୁଣ ମୁହୁର୍ତ୍ତ ରେ ଯେ ବି କେହି ପ୍ରେମ ରେ ଗୋଡ ଖସେଇ ଦେଇ ଥାଏ କିନ୍ତୁ ରାହୁଲ କହି ପାରିବ କି କେତେ ଜଣ ଭଲପାଇବ କୁ ସିନ୍ଦୂର ର ମର୍ଯ୍ୟାଦା ଦେଇଥାନ୍ତି ? ତୁମ ପ୍ରତି ମୋ ଭଲପାଇବା କୁ କଣ ମୋ ମଥାର ସିନ୍ଦୂର ର ସମ୍ମାନ ଦେଇପାରିବ , କୁହ ଦେଇ ପାରିବ କି ସମାଜ ର ଆକ୍ଷେପ କୁ ବେଖାତିର କରି ମତେ ତୁମ ପ୍ରତ୍ନୀ ହେବାର ଅଧିକାର !

ମୁଁ, ତୁମକୁ ଭଲପାଏ ପଲ୍ଲଭି । ମୋ ଜୀବନ ରେ ତୁମର ସମସ୍ତ ଅଧିକାର ଅଛି । ଭଲ ପାଇବାର ସ୍ୱୀକୃତି ତୁମ କୁ ଦେଇଛି , ଆଉ ମୋ ଘର ର ବଧୂ କରିବାର ଅନୁମତି ମଧ୍ୟ ନିଶ୍ଚିତ ପରିବାର ଲୋକେ ଦେବେ ବୋଲି ମୋର ଆଶା ଆଉ ବିଶ୍ୱାସ ।

ଆମ ସମ୍ପର୍କ ମଧ୍ୟରେ ଥିବା ଆତ୍ମବିଶ୍ୱାସ ହିଁ ଆମ କୁ ଗୋଟିଏ ଡୋରି ରେ ବାନ୍ଧି ରଖିଛି । ଧର୍ଯ୍ୟ ଧର ସବୁ ଠିକ ହୋଇଯିବ ପଲ୍ଲଭି ।

କିଛି ଦିନର ମାନ ଅଭିମାନ ଭିତରେ ଶେଷ ରେ ମା ରାଜି ହୋଇଯାଇଥିଲେ ପଲ୍ଲଭି ଙ୍କ ସହ ମୋ ବିବାହ କରାଇବା ପାଇଁ । ଟିକେ ମନ ଉଣା ଥିଲା ମା ଙ୍କର । ଜୀବନ ଚକ୍ର ରେ ଥିବା ଟିକେ ବ୍ୟତିକ୍ରମ ହିଁ , କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ନେବା ବେଳେ ବାଧା ଉପୁଜାଇ ଥାଏ । ଏହା ଥିଲା ଆମ ଦୁହିଁଙ୍କ ର ଜାତି ପ୍ରଥା ନେଇକି । ପଲ୍ଲଭି ଥିଲେ ଜାତି ରେ ବ୍ରାହ୍ମଣ ଆଉ ମୁଁ ଖଣ୍ଡାୟତ ଘର ର ପିଲା । ପଲ୍ଲଭି ଙ୍କ ସୌନ୍ଦର୍ଯ୍ୟ ଆଉ ବ୍ୟବହାର ରେ ଯେ ବି କେହି ଖୁସି ହେଇଯିବ । କିନ୍ତୁ ମା ' ଙ୍କର ପରମ୍ପରା ଗତ ଚାଲି ଚଳନ ତଥା ରୀତି ନୀତି ନିୟମ କୁ ମାନି ପଲ୍ଲଭି ନିଜକୁ ଖାପ ଖୁଆଇ ଚାଲିବା ଟିକେ ଅସମ୍ଭବ ଲାଗୁଥିଲା। କାହିଁକି ନା ପଲ୍ଲଭି ଥିଲେ ସମ୍ପୂର୍ଣ୍ଣ ମର୍ଡନ । ମା ' ଙ୍କ ର ସଂସ୍କାର ପରମ୍ପରା , ଆଉ ପଲ୍ଲଭି ଙ୍କର ଅତ୍ୟାଧୁନିକ ଜୀବନ ଶୈଳୀ ଭିତରେ ପୋଷାକ ପରିଧାନ ଆଉ ପରିବାର ସମସ୍ତ ଙ୍କୁ ମାନି ଚଳିବା ଲାଗେ , ଏମିତି ଭିନ୍ନ ଭିନ୍ନ ମତ ର ଦୁଇ ଜଣ ନିଜ ର ଲୋକ ଙ୍କୁ ନେଇ କେମିତି ଆଗକୁ ରହିବି , ମୋ ନିଜକୁ ଦୁହିଁଙ୍କ ମଧ୍ୟରେ ଖାପ ଖୁଆଇ ଚଳିବା କୁ କଷ୍ଟ ଅନୁଭବ କରୁଥିଲେ ବି , ପରିବାର ରେ ସେମିତି କିଛି ବଡ଼ ଧରଣର ଅପ୍ରୀତିକର ପରିସ୍ଥିତି ଶାଶୁ ବୋହୁଙ୍କ ମଧ୍ୟରେ ନ ଥିବାରୁ , ବେଳେ ବେଳେ ଖୁସି ହୁଏ । କିନ୍ତୁ ସବୁ ପରେ ବି ଦୁହେଁ ସମ୍ନା ସାମ୍ନି ହେଲେ ସିନ୍ଦୂର ପିନ୍ଧା କୁ ନେଇ କାହିଁକି କେଜାଣି ମତାନ୍ତର ସୃଷ୍ଟି ହୁଏ । ମା' ସବୁ ଦିନେ କୁହନ୍ତି , ପଲି (ପଲ୍ଲଭି) ତୁ ସିନ୍ତିରେ ସିନ୍ଦୂର ପୂର୍ଣ ତାର ସହ ପିନ୍ଧେ , ହାତ ରେ ଶଙ୍ଖା ଆଉ ମଙ୍ଗଳ ସୂତ୍ର ବେକ ରେ ଜଣେ ବିବାହିତ ନାରୀ ର ସୌନ୍ଦର୍ଯ୍ୟ ବଢ଼େଇବା ସହ , ଏହା ଦାମ୍ପତ୍ୟ ଜୀବନ ରେ ଖୁସି ଆଉ ଭଲ ପାଇବାର ଆସ୍ଥା ହୋଇଥାଏ । ସିନ୍ଦୂର ଶଙ୍ଖା ସ୍ୱାମୀ ର ରିଷ୍ଟ ଖଣ୍ଡନ କରିବା ସହ ସଧବା କୁ ସୌଭାଗ୍ୟବତୀ କରାଇଥାଏ ।

ଭଲ ପାଇ ବିବାହ ହୋଇଥିବାରୁ ପଲ୍ଲଭି ମା ଙ୍କର କଥା କୁ ମାନି ନିଅନ୍ତି ଘରେ ଥିବା ବେଳେ । ମୁଁ ଜାଣେ ତାଙ୍କୁ (ପଲ୍ଲଭି)

ଆଧୁନିକ ସଭ୍ୟତା ଯୁଗର ନାରୀ ସିଏ । ମୋ ମନରେ ଥିବା ମା ଙ୍କ ସମ୍ମାନ ପାଇଁ ସେ ସିନ୍ଦୂର ପିନ୍ଧିବା ର ଅଭିନୟ କୁ ସୁଚାରୁ ରୂପେ ନିଖୁଣ ଭାବ ରେ କରିଦିଅନ୍ତି । ମୁଁ ପଚାରିଲେ କୁହନ୍ତି ଏ ସବୁ କଥା ଅନ୍ଧବିଶ୍ୱାସ ।

ବାହାଘର ର ଗୋଟେ ବର୍ଷ ପରେ , ମା' ମୋ ପାଖକୁ ବୁଲିବା ପାଇଁ ଆସୁଛନ୍ତି । ମନ ଭିତରେ ଅନେକ ଖୁସି ଆଉ ଉତ୍ସାହ କିନ୍ତୁ ଟିକେ ଭୟ ଅଛି ଶାଶୁ ବୋହୁ ଙ୍କ ମଧ୍ୟରେ ଯେମିତି କିଛି ଅପ୍ରୀତିକର ଘଟଣା ନ ଘଟୁ । ସେଥିପାଇଁ ମୁଁ ପଲ୍ଲଭି ଙ୍କୁ ଅନୁରୋଧ କରିଥିଲି । ପଲ୍ଲଭି ମଧ୍ୟ କଥା ଦେଇଥିଲେ , ମା 'କିଛି ଦିନ ରହିବେ ମୁଁ ଯଥା ସମ୍ଭବ ଚେଷ୍ଟା କରିବି ରାହୁଲ । ମା' ଙ୍କୁ ବସ ଷ୍ଟାଣ୍ଡ ରୁ ସ୍ୱାଗତ କରି ଘରକୁ ଆଣି ଆସିଲି । ମା ଙ୍କ ମନ ଖୁସି ହୋଇଯାଇଥିଲା ପଲ୍ଲଭି ମଥାରେ ସିନ୍ଦୂର ପୁରା ଲଗାଇ ଥିବା ଦେଖି । ମା' ମଧ୍ୟ ବୋହୂ ର ବଦଳି ଯାଇଥିବା ସ୍ଵଭାଵ ଦେଖି ଖୁସି ହୋଇଥିଲେ ।

ଏହା ଭିତରେ ଗୋଟେ ସପ୍ତାହ ବିତି ଯାଇଥାଏ ମା' ଗାଁ କୁ ଯିବା ପାଇଁ ପ୍ରସ୍ତୁତ ନ ଥିଲେ । ମାସେ ଆଉ ରହି ଯିବେ ବୋଲି କହିବାରୁ , ପଲ୍ଲଭି କିଛି କ୍ଷଣ ନିରବ ରହି ଶୁଣିଥିଲେ । ବେଡ଼ ରୁମ କୁ ଆସି କହିଥିଲେ , ମା' ରହିବାରେ ମୋର କୌଣସି ଅପତ୍ତି ନାହିଁ କିନ୍ତୁ ଏ ସିନ୍ଦୂର ଶଙ୍ଖା ପାଇଁ ଅଫିସ ରେ ସାଙ୍ଗ ମାନେ ସଂସ୍କାରି ବୋହୂ କହି ଚିଡାଉ ଛନ୍ତି । ତୁମେ ଯାହା ଭାବୁଛ ଭାବ , ମୁଁ କିନ୍ତୁ ଘରୁ ବାହାରିଲା ପରେ ବାଟ ରେ ସିନ୍ଦୂର କୁ ମଥା ରେ ଟିକେ କମ ଲଗେଇ ଯିବି ।

ମୋ ପାଖରେ କିଛି କହିବା ପାଇଁ ନ ଥିଲା , ଶେଷ ରେ ପଲ୍ଲଭି ଙ୍କ ମନ ରଖିବା ପାଇଁ ହଁ ମାରିଥିଲି ।

ପଲ୍ଲଭି ମୋ ଠାରୁ ଆଗ ସବୁବେଳେ ଅଫିସ ଚାଲିଯାଅନ୍ତି।

ମାଅ", ମୁଁ ଯିବା ବେଳେ କାହିଁକି କେଜାଣି ମୋ ମଥାରେ ଚନ୍ଦନ ତିଳକ ଲଗାଇ ଦିଅନ୍ତି । ମତେ ଟିକେ ସଙ୍କୁଚିତ ଲାଗିଲେ ବି , ମାଆ ' ର ମମତା ସମ୍ନା ରେ ମୋ ମଥା ନଇଁ ଯାଏ । ଅଫିସ ରେ ମୋ ସାଙ୍ଗ ମାନେ ଜାଣି ପାରନ୍ତି , ମୋ ମାଆ ' ପାଖକୁ ଆସିଛନ୍ତି । ଅନେକ ମାଅ ହାତର ତିଳକ କୁ ନେଇ କମେଣ୍ଟ କରନ୍ତି କିନ୍ତୁ ମୁଁ କେବେ ବି ସେ କଥା କୁ ନ ଶୁଣି ଚାଲିଯାଏ ।

ଏମିତି କିଛି ଦିନ ମଧ୍ୟରେ , ଥରେ ମୁଁ ଅଫିସ ରୁ ଫେରି ଦେଖେ, ଆଉ ଥରେ ଶାଶୁ ବୋହୁ ଙ୍କ ମଧ୍ୟରେ ତିକ୍ତତା ସିନ୍ଦୂର କୁ ନେଇ ଆରମ୍ଭ ହୋଇଯାଇଥାଏ । ପଲ୍ଲଭି ଙ୍କ ର ମଥାରେ ସିନ୍ଦୂର ଲାଗଇବା ର ଅଭ୍ୟାସ ମିଛି ମିଛିକା ଥରେ ଦୁଇଥର ଧରା ପଡିଲା ପରେ , ମାଆ' ଙ୍କ ମନକୁ ଗଭୀର ଆଘାତ ଲାଗିଥାଏ । ସେ ଦିନ ରାତି ରେ ମାଆ' ଆଉ କିଛି ନ ଖାଇ ମନ ମାରି ଶୋଇପଡ଼ିଥିଲେ । ସେ ଦିନ ମାଆ ଥିଲେ ଗମ୍ଭୀର । ପାଖକୁ ଯାଇ ଖାଇବା ପାଇଁ ଡାକିବାରୁ ମନା କରିଦେଲେ ।

ମତେ ଭୋକ ନାହିଁ ରେ ବାବୁ ।

ତୁମେ ଖାଇ ଦିଅ ।

ଅଭିମାନ ର ସ୍ୱର ଥିଲା ମାଆ' ଙ୍କ କଥାରେ ସେ ଦିନ । କଣ କହି ବୁଝେଇବି ଜାଣି ପାରୁ ନ ଥାଏ ।

ଫେରି ଆସୁଥିଲି ମାଆ' ଙ୍କ ପାଖରୁ ।

ପଛରୁ ଡାକି କହିଲେ , ରାହୁଲ ମତେ କାଲି ନେଇ ବସ ରେ ବସେଇ ଦେ । ଘରେ ଅନେକ କାମ ଅଛି । ମୁଁ ଯଦି ଏଠି ରହିବି , ସେପଟେ ସେ କାମ ସବୁ ମୂଲିଆ ଠିକ ସେ କରିବେନି ।

କଥା ବଦଳେଇବା କୁ ଯାଇ କହିଲି । ମାଆ' ତୁମେ କହୁଥିଲ ଗୋଟେ ମାସ ରହିକି ଯିବ !

କିନ୍ତୁ ?

ନାଇଁ ରେ ବାବୁ ।

ଗାଁ କଥା , କେହି ନ ରହିଲେ ସେଠି ,

ଘର ଦ୍ୱାର ରେ ଅଳନ୍ଧୁ ଲାଗି ଯିବ ।

ବାଡ଼ି ରେ ଲାଗିଥିବା ଫସଲ ସବୁ ଚୋରି ହୋଇପାରେ ନ ହେଲେ ଗୋରୁଗାଈ ଖାଇଯିବେ ।

ଏଠି ଗୋଟେ ଘରେ ରହି ମତେ ଅଣ ନିଶ୍ୱାସୀ ଲାଗୁଚି ।

ମୋ ପୁଅ ଟା ପରା ମତେ ନେଇକି ଟିକେ ଛାଡ଼ି ଦେବୁ ।

ମାଆ', ତୁମେ ଆଉ ମୋ ଉପରେ ରାଗିକି କହୁନ ନା" ?

ମୁଁ ଆଉ ପଲ୍ଲଭି କିଛି ଯଦି କହି ଥାଉ , ଆମକୁ କ୍ଷମା କରି ଦିଅନ୍ତୁ ।

କିନ୍ତୁ ଆଉ କିଛି ଦିନ ରହିଯାଅ । ମନ ତ କହୁଛି ତୁମକୁ ନ ଛାଡିବା ପାଇଁ ।

ତୁମେ ମୋ ପୁଅ ବୋହୂ , ତୁମ ଉପରେ ମୁଁ କଣ ରାଗି ପାରିବି ? ଏମିତି ଘର କଥା ମନେ ପଡୁଛି , ତା ଛଡା ତୁମେ ଦୁହେଁ ଅଫିସ ଗଲା ପରେ ଆଉ କିଏ ଏଠି ଅଛି କୁହ । ଏତେ ବଡ଼ ଘର ଭିତରେ ମୁଁ ଏକା ।

ସେଥିପାଇଁ କହୁଛି ଗାଁ କୁ ଗଲେ ମତେ ଭଲ ଲାଗିବ ।

ପିଲାମାନେ ଯେତେ ଦୁଃଖ ଦିଅନ୍ତୁ କି କିଛି ଦୋଷ କରି ଥାନ୍ତୁ । ବାପା ମା ଦୁହେଁ କେବେ ବି ସେ ଦୋଷ କୁ ସ୍ୱୀକାର କରନ୍ତି ନାହିଁ।

ବେଡ଼ରୁମ କୁ ଫେରି ପଲ୍ଲଭି ଙ୍କୁ ସବୁ କହିଲି । ସେ ବି ସବୁ ଶୁଣି , କହିଲେ -

ମା' ଯଦି ଯିବା କୁ ଚାହୁଁଛନ୍ତି , ତେବେ ତୁମର କଣ ଅସୁବିଧା ହେଉଛି ଶୁଣେ । ତା ଛଡା ଏ ସାମାନ୍ୟ ସିନ୍ଦୁର ଟୋପା ପାଇଁ ଆଜି ସେ ଯେମିତି କହିଲେ । ମତେ ଖରାପ ଲାଗିଲା ରାହୁଲ ।

ତୁମେ ଟିକେ ବୁଝିବା କୁ ଚେଷ୍ଟ କର ପଲ୍ଲଭି । ବାପା' ମା' କେବେ ପିଲାଙ୍କ ର ଅନିଷ୍ଟ ଚିନ୍ତା କରନ୍ତି ନି । ତାଙ୍କ କଥା କଣ ଧାରା ଯାଏ । ସେମାନେ ଆମ ପୂଜ୍ୟ । ଟିକେ ଶୁଣିଦେଲେ କଣ ଅସୁବିଧା ହୋଇଯିବ ଶୁଣେ ।

ତୁମେ ତାଙ୍କ ପୁଅ , ତୁମେ ଶୁଣ ।

ମତେ କିନ୍ତୁ ଆଉ ଥରେ କହିଲେ ମୁଁ ଜବାବ ନ ଦେଇ ଆଉ ଚୁପ ରହିପାରିବିନି । ମତେ କଣ ଠିକ ଲାଗୁଚି , ମୁଁ କଣ ପିନ୍ଧିବି ,ଲଗେଇବି ,ତାର ନିଷ୍ପତ୍ତି କଣ ମୁଁ ନେଇପାରିବିନି ?

ମାଆଙ୍କୁ,ତୁମେ ବୁଝେଇ ଦିଅ ରାହୁଲ !

ଏତକ କହି ପଲ୍ଲଭି ଅଭିମାନ ରେ କଡ ଲେଉଟାଇ ଶୋଇପଡିଲେ । କଣ କରିବି କିଛି ବୁଝି ପାରୁ ନ ଥିଲି ।

ଭାଗବନ ଙ୍କୁ ସ୍ମରଣ କରୁଥିଲି , ହେ ପ୍ରଭୁ ତୁମେ ସାହ ।

କେବେ ଦୁହିଁଙ୍କ ଭିତର ତିକ୍ତତା ସରିବ । ସକାଳୁ ଦୈନ୍ୟଦିନ ପରି ଯିଏ ଯେମିତି ଅଫିସ କାମ ରେ ବାହାରି ଗଲୁ । ଗଲା ବେଳେ ସବୁ ଦିନ ପରି ମାଆ", ମୋ ମଥାରେ ଚନ୍ଦନ ଲଗେଇ ଦେଇ କହିଲେ ମତେ ଟିକେ ଚାରିଟା ବସ ରେ ବସେଇ ଦବୁ ।

ମୁଣ୍ଡ ହଲେଇ ମଥା ତଳକୁ କରି ଫେରି ଆସିଥିଲି । ବାଟ ରେ ଭାବୁଥିଲି ହେ ପ୍ରଭୁ କିଛି ଗୋଟେ ସମାଧାନ କରିଦିଅ ଶାଶୁ ବୋହୁ ଙ୍କ ତିକ୍ତତା ର ।

ସମୟ ଅପରାହ୍ନ ୪ଟା , ପଲ୍ଲଭି ବ୍ୟସ୍ତ ହୋଇ ହସ୍ପିଟାଲ ରେ ଏଣେ ତେଣେ ଦୌଉଡୁ ଥାନ୍ତି । ମେଡ଼ିକାଲ ରେ ସେ ଦିନ ଯେମିତି ଜନ ସମୁଦ୍ର । ଲୋକଙ୍କ ଭିଡ଼ ଭିତରେ ଶେଷ ରେ ସେ ୱାର୍ଡ ନମ୍ବର -୨ ଆକସ୍ମିକ ଚିକିତ୍ସା ବର୍ହିବିଭାଗ ରେ , ମତେ ବେଡ଼ ରେ ଦେଖି କାନ୍ଦି ପକେଇ ଥିଲେ । ଚେତା ଶୂନ୍ୟ ଅବସ୍ଥା ରୁ ମୁଁ ଧୀରେ ଧୀରେ ସ୍ୱାଭାବିକ ହେଉଥାଏ । ମୋ ପାଖ ରେ ପଲ୍ଲଭି ହାତ ଧରି ବସି କାନ୍ଦୁଥିଲେ । ମୁଣ୍ଡ ରେ ଆଘାତ ଟିକେ ଲାଗିଥିବାରୁ , ଟିକେ ଯନ୍ତ୍ରଣା ହେଉ ଥାଏ । ଗୋଡ଼ ହାତ ରେ ଵ୍ୟାଣ୍ଡେଜ ଗୁରା ହୋଇ ରହି ଥାଏ । ବୁଝା ବୁଝି କରିବା ରୁ ଜାଣି ବା କୁ ପାଇଲି , ମୁଁ ଦୀର୍ଘ ୫ଘଣ୍ଟା ହେଲା ଚେତା ହରେଇ ଥିଲି । ଭଗବାନ ଙ୍କ କୃପା ରୁ ନିଜକୁ ସୁସ୍ତ ଦେଖି । ଅତ୍ମୋ ସନ୍ତୋଷ ଲାଗୁଥାଏ ।

କେମିତି ଏମିତି ହେଲା ରାହୁଲ । ମୋର କିଛି ମନେ ପଡୁନି ପଲ୍ଲଭି । ମୁଁ କାରରେ ଯାଉଥିଲି , ପଛରୁ ଏକ ଗାଡି ର ଧକ୍କା ରେ ମୋ କାର ଭାରସ୍ୟମ ହରାଇ ଓଲଟି ପଡିଲା । ତା ପରେ ମୁଁ କିଛି ଜାଣିନି ।

ଲୋକଙ୍କ କଥା ବାର୍ତା ରୁ ଜଣା ପଡୁଥାଏ । ଏକ ମାଲ ବୋଝେଇ ଟ୍ରକ ଭାରସ୍ୟମ ହରାଇ ରାଜରାସ୍ତା ଉପରେ ଅନେକ ଗାଡି କୁ ଧକ୍କା ଦେବା ସହ ୩ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ , ବାକି ୧୦ଜଣ ମେଡିକାଲ ରେ ଆଡ଼ମିଟ ହୋଇଛନ୍ତି। ସେମାନ ଙ୍କ ମଧ୍ୟରୁ ମତେ ଛାଡି ଦେଲେ , ବାକି ୯ ଜଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ରେ ଅଛନ୍ତି । ଡାକ୍ତର ତାଙ୍କ ର ପ୍ରାଣ ପଣେ ଭଲ କରିବା କୁ ଉଦ୍ୟମ ଜାରି ରଖିଛନ୍ତି ।

ମୋ ଚେତା ଆସିଲା ପରେ , ମେଡିକାଲ ଟେଷ୍ଟ କରି ମୁଁ ସୁସ୍ତ ଥିବା ଜଣା ପଡିଥିଲା । ଖାଲି ଗୋଡ଼ ର ଆଣ୍ଠୁ ପାଖରେ ଟିକେ ଆଘାତ ପାଇଁ ଚାଲି ପାରୁ ନ ଥିଲି । କିଛି ସମୟ ପରେ ଖବର ପାଇ ମାଆ' ବି ମେଡିକାଲ ରେ ଆସି ପହଞ୍ଚି ମତେ ଧରି କାନ୍ଦୁଥିଲେ , ତୋର ଯଦି କିଛି ହୋଇଯାଇଥାନ୍ତା , ମୋର ଆଉ ଏ ଦୁନିଆଁ ରେ କିଏ ଅଛି ।

ମାଆ" ଙ୍କର ନଜର ପଡି ସାରିଥିଲା ପଲ୍ଲଭି ଙ୍କ ମଥା ଉପରେ। ଅଫିସ କାମ ଭିତରେ ତାଙ୍କ ମଥା ରେ ଲାଗିଥିବା ସିନ୍ଦୁର ବି ହାତ ବାଜି ଆହୁରି ଛୋଟ ଦିଶୁଥିଲା ।

ଜଣେ ସଧବା ମଥା ରେ ସିନ୍ଦୁର ଯେତେବେଳେ ଲିଭି ଯାଏ , ସେତେବେଳେ ଜୀବନରେ କିଛି ନା କିଛି ଦୁର୍ଘଟଣା ଘଟେ । ଯାହା ସେ ଦିନ ମୁଁ ସିନ୍ଦୁର ପିନ୍ଧିଲା ସମୟରେ ଫରୁଆ ଖସି ପଡି ହାତରୁ , ମତେ ସାଧବାରୁ ବିଧବା କରିଦେଇଥିଲା । ଏତକ କହି ମାଆ" କାନ୍ଦୁଥିଲେ । କାନ୍ଦି କାନ୍ଦି କହୁଥିଲେ - ସ୍ୱାମୀ ର ବଳ ହିଁ ସଧବା ର ସିନ୍ଦୂର ର ଶକ୍ତି ରେ ରହିଥାଏ । ଯେଉଁ ନାରୀ ମାନେ ମା 'ପାର୍ବତୀ ଙ୍କୁ ସ୍ମରଣ କରି ସିନ୍ଦୂର ମଥାରେ ପିନ୍ଧିଥାନ୍ତି , ମା' ସେମାନଙ୍କ ସ୍ୱାମୀ ଙ୍କର ମଙ୍ଗଳ ଏବଂ ସୁରକ୍ଷା କରି ଥାନ୍ତି । ପୁରାଣ ଅନୁସାରେ ମା' ଲକ୍ଷ୍ମୀ ମାନବ ଶୀରଦେଶ ରେ ଅବସ୍ଥାନ କରିଥାନ୍ତି , ତେଣୁ ମା' ଙ୍କୁ ସମ୍ମାନ ଜଣାଇବା ପାଇଁ ସଧବା ମାନେ ସିନ୍ଦୂର ଲଗାନ୍ତି । ପତ୍ନୀ ମଥା ରେ ସିନ୍ଦୂର,ସ୍ୱାମୀ ର ସୁରକ୍ଷା କବଚ ହୋଇଥାଏ , ଏହା ଥିବା ଯାଏ ସ୍ୱାମୀ ର ଅକାଳ ମୃତ୍ୟୁ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି ।କେବଳ ଜୀବନ ନୁହେଁ , ଏହା ସୌଭାଗ୍ୟ ପ୍ରଦାନ କରେ ।

ମାଆ" ଙ୍କର କଥା ଶୁଣି ଲଜ୍ଜିତ ହୋଇ ପଲ୍ଲଭି ମଥା ତଳକୁ କରି ବସି ରହିଥାନ୍ତି । ମାଆ 'ଆହୁରି ମଧ୍ୟ କହୁଥାନ୍ତି ରାମାୟଣ ରେ ବର୍ଣ୍ଣିତ ଅଛି । ଥରେ ହନୁମାନ ମା' ସୀତା ଙ୍କୁ ପଚାରିଲେ -

ମାଆ" ଆପଣଙ୍କ ମଥାରେ କଣ ଲଗାଉଛନ୍ତି ?

ମାତା" ସୀତା କହିଥିଲେ; ଏହା ହେଉଛି ସିନ୍ଦୂର ।

ଏହାକୁ ପିନ୍ଧିଲେ ସ୍ୱାମୀ ଙ୍କର ମଙ୍ଗଳ ହୁଏ ।

ହନୁମାନ ଭାବିଲେ ମୋ ସ୍ୱାମୀ ହେଉଛନ୍ତି ମର୍ଯ୍ୟାଦା ପୁରୁଷ ଶ୍ରୀରାମ । ମୋ ପ୍ରଭୁ ଙ୍କର ଯଦି ମଙ୍ଗଳ ହେବ , ତା ହେଲେ ମୁଁ ମଧ୍ୟ ସିନ୍ଦୁର ଲାଗେଇବି । ତା ପରେ ହନୁମାନ ସିନ୍ଦୁର କୁ ନିଜର ଦେହ ସାରା ଲଗେଇ ଥିଲେ । ସେଇ ଦିନ ଠାରୁ ହନୁମାନ ଙ୍କୁ ସନ୍ତୁଷ୍ଟ ଏବଂ ସର୍ବ ରିଷ୍ଟ ଖଣ୍ଡନ ପାଇଁ , ଭକ୍ତ ମାନେ ସିନ୍ଦୂର ମଥା ରେ ଲଗାଇଥାନ୍ତି ।

ବୁଝିଲୁ ମା" ପଲି (ପଲ୍ଲଭି ) ମୁଁ ଜାଣେନା ଏହା ବିଶ୍ୱାସ କି ଅନ୍ଧବିଶ୍ୱାସ । କିନ୍ତୁ କଥାରେ ଅଛି ଭକ୍ତି ରୁ ହିଁ ଶକ୍ତି ମିଳିଥାଏ ।

ମତେ ପଚାରି ପାରୁ ଏ ସିନ୍ଦୂର ମୋ ଜୀବନ ପାଇଁ କେତେ ମୂଲ୍ୟବାନ ଥିଲା । ତୋ ଶଶୁର ଚାଲିଗଲା ପରେ ମୁଁ ଜାଣିଚି କେମିତି ରାହୁଲ କୁ ବଡ଼ କରିଛି ।

ମୋ ମଥାରେ ସିନ୍ଦୂର ମୋ ସ୍ୱାମୀ ଙ୍କୁ ସୁରକ୍ଷା ଦେଇଛି କି ନାଇଁ ଜାଣିନି କିନ୍ତୁ ମୋ ଠାରୁ ଅନେକ ଜୀବନର ପରୀକ୍ଷା ନେଇଛି ତାଙ୍କ ଅନୁପସ୍ଥିତି ରେ । ଏବେ ଯଦି ରାହୁଲ ର କିଛି ହୋଇଯାଇଥାନ୍ତା , ତା ହେଲେ ତୁ କଣ ତୋ ଭଲପାଉଥିବା ମଣିଷ କୁ ହରେଇ ରେ ଖୁସିରେ ରହି ପାରିଥାନ୍ତୁ ।

ମୋ ମନ ରେ ଡର ଥିଲା ଆଉ ଆତ୍ମାରେ ବିଶ୍ୱାସ ବି ଥିଲା , ମୋ ପୁଅ ର କିଛି ଅନିଷ୍ଟ ନ ହେଉ ଯେମିତି । ସେଥିପାଇଁ ମୋ ବିଶ୍ୱାସ ପାଇଁ ତା ମଥାରେ ଚନ୍ଦନ ଲଗାଉଥିଲି ।

ଥରେ ମନ୍ଦିର ର ପୂଜକ କହିଥିଲେ ଚନ୍ଦନ ଲଗାଇଲେ ମଥାରେ ,ତୁମର ଯାତ୍ରା ସଫଳ ହେବା ସହ ସମସ୍ତ ଆକସ୍ମିକ ଦୁର୍ଘଟଣା ରୁ ମଧ୍ୟ ଟଳି ଯାଇଥାଏ ।

ମୋ ପୁଅ ମଥାର ଚନ୍ଦନ ସେମିତି ଲାଗିଥିବା ଦେଖି ,ଆଜି ମୋ ବିଶ୍ୱାସ ସତ ହୋଇଛି ବୋଲି ମତେ ଅନୁଭବ ହେଉଛି ।

ସେମିତି ଯଦି ତୁମେ(ପଲ୍ଲଭି) ସ୍ୱାମୀର ମଙ୍ଗଳ ଆଉ ଦୀର୍ଘାୟୁ ହେବ କୁ ଛାହୁଁଚ , ତା ହେଲେ ମନର ବିଶ୍ୱାସ କୁ ମଥାରେ ସିନ୍ଦୂର ରେ ପରିପ୍ରକାଶ କର । ଦେଖିବ ତୁମ ଦୁହିଁଙ୍କ ବୈବାହିକ ଜୀବନ କେତେ ଖୁସି ରେ କଟିଯିବ ।

ଏତକ ଶୁଣି ପଲ୍ଲଭି ମାଆ ଙ୍କ ପାଦ ତଳେ ପଡି ମୋର ଭୁଲ ହୋଇଯାଇଛି ମାଆ' । ମୁଁ ମୋ ଭୁଲ କୁ ବୁଝି ପାରିଛି । ମତେ କ୍ଷମା କରି ଦିଆନ୍ତୁ ମାଆ !

ମାଆ' ବୋହୁ କୁ କୋଳେଇ ନେଇ କହିଲେ , ତୁ ପରା ମୋ ଝିଅ , ତୋ ଉପରେ କଣ ମୁଁ ରାଗି ପାରେ ପାଗେଳି ।

ବ୍ୟାଗ ରେ ଥିବା ସିନ୍ଦୂର ଫରୁଆ କାଢି , ମତେ ପଲ୍ଲଭି ଙ୍କ ମଥାରେ ପିନ୍ଧେଇ ଦେବା କୁ ନିର୍ଦ୍ଦେଶ କଲେ । ମୁଁ ମଧ୍ୟ ପଲ୍ଲଭି ଙ୍କୁ ସିନ୍ଦୂର ପିନ୍ଧେଇ , ମାଆ' ଙ୍କୁ ପ୍ରାଣମ କରିଲୁ ଦୁହେଁ ।

ସୌଭାଗ୍ୟ ବତୀର ଆଶୀର୍ବାଦ ମାଆ" ପ୍ରଥମ ଥର ଦେଇଥିବା ରୁ , ମତେ ବି ଖୁସି ଲାଗିଲା । ପଲ୍ଲଭି ଭୁଲ ବୁଝିବା ସହ ଘର କୁ ନ ଯିବା ପାଇଁ ମାଆ' ଙ୍କୁ ଅନୁରୋଧ କରିବା ରୁ । ମାଆ" ମଧ୍ୟ ରାଜି ହୋଇଗଲେ ।

ମାଆ" ସେଇଠି ହିଁ ପଲ୍ଲଭି ଙ୍କୁ କହିଥିବା ସିନ୍ଦୂର ର ମର୍ଯ୍ୟାଦା କାହାଣୀ ମୁଁ ଆଗରୁ କେଉଁଠି ପଢି ନ ଥିଲେ ବି ସବୁ ସତ ଲାଗୁଥିଲା ମତେ ।

ଗୋଟେ ଦିନ ପରେ ମେଡିକାଲ ରୁ ଡିସଚାର୍ଜ ହୋଇ ଘରେ ଶାଶୁ ବୋହୁଙ୍କୁ ଏକତ୍ର ରୋଷେଇ ଘରେ ଦେଖି ମତେ ବି ଖୁସି ଲାଗିଲା ।


Rate this content
Log in

Similar oriya story from Inspirational