Gayatri Singh

Abstract Inspirational Others

3  

Gayatri Singh

Abstract Inspirational Others

ସହଯାତ୍ରୀ

ସହଯାତ୍ରୀ

3 mins
235



ଶ୍ରାବଣର ଝରି ରାତି । ତିନି ଦିନ ହେଲା ବର୍ଷା ଲାଗି ରହିଛି । କରୋନା କଟକଣା ଟିକେ କୋହଳ ହେବା ପରେ ବସ୍ ସେବା ଆରମ୍ଭ ହୋଇଛି । ଯଦିଓ ସବୁ ଗାଡି ଚାଲିନି ତଥାପି ହାତ ଗଣତି କେତୋଟି ବସ୍ ଚାଲୁଛି । ଅଳ୍ପ ବସ୍ ଚାଲୁ ଥିବାରୁ ବସ୍ ରେ ଭିଡ ମଧ୍ୟ ପ୍ରବଳ ହେଉଛି । ବସ୍ କୁ ଦେଖିଲେ ମନେ ହୁଏ ପାସେଞ୍ଜର ନୁହେଁ ମାଲ ବୋଝେଇ ଗାଡି । ତୁଷାରର କମ୍ପାନୀ ଚାକିରୀ ।ଲକଡାଉନ ପାଇଁ ୱାର୍କ ଫ୍ରମ ହୋମ ଚାଲିଥିଲା । ପରିସ୍ଥିତି ସ୍ୱାଭାବିକ ହେବା ପରେ ଏବେ ସେ କମ୍ପାନୀରେ ଜଏନ କରିଛି । ଲକଡାଉନ ପରେ କାମରେ ଜଏନ କଲା ପରେ ପ୍ରଥମ ଥର ଛୁଟି ନେଇ ଗାଁକୁ ଫେରୁଛି । ଏଇଟା ତା ଗାଁକୁ ଯିବାର ଶେଷ ଗାଡି । ବସ୍ ଛାଡିବା ଉପରେ । ବର୍ଷାରେ ଭିଜି ଭିଜି ଧାଇଁ ଧାଇଁ ବସ୍ ଉପରକୁ ଚଢିଗଲା । ବସିବା ତ ଦୂର କଥା ବସ୍ ରେ ଠିଆ ହେବା ପାଇଁ ମଧ୍ୟ ସ୍ଥାନ ନାହିଁ । ଯେମିତି ହେଉ ତାକୁ ଘରେ ପହଂଚିବାକୁ ପଡିବ । ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । ଠିକ ସମୟରେ ନ ପହଂଚିଲେ ସୁନା ନାକି ଫୁଲେଇ ଭଉଣୀ ରାଗି କଥା ହେବନି । କଥା କଥାରେ ଜିନିଷ ପତ୍ର ଫିଙ୍ଗା ଫୋଫଡା କରିବ । ତା ମୁହଁ ଚାହିଁବନି । କାନ୍ଥକୁ ଦେଖାଇ, ଫୋଟକୁ ଦେଖାଇ,ଖଟକୁ ଦେଖାଇ ଏପଟ ସେପଟ ଅନେଇ କଥାବାର୍ତା କରିବ । ଥରେ ସେ ଭୁଲ ହେଇଥିଲା । ତା ପର ଠୁ ଆଉ ରିପିଟ ହେଇନି । ଭଉଣୀ କଥା ଭାବି ଭାବି ହାତରେ ଧରିଥିବା ବ୍ୟାଗଟିକୁ ଭଲ ଭାବରେ ଚାପି ଧରିଲା । ତା ଭିତରେ ଭଉଣୀର ସବୁ ଉପହାର ରହିଛି । ଏ ଭିଡ ଭିତରେ ଯଦି କେଉଁଠି ମିସ୍ ହେଇଯାଏ ତା’ହେଲେ ସେ ଗଲା...... । ଖସି ଯାଉଥିବା ବ୍ୟାଗକୁ ବାରମ୍ବାର ଯତ୍ନର ସହିତ ଚାପି ଧରୁଥିବା ଦେଖି ପାଖ ସିଟ୍ ରେ ବସିଥିବା ଝିଅଟି ହାତ ବଢାଇ କହିଲା ମତେ ବ୍ୟାଗଟିକୁ ଦେଇ ଦିଅନ୍ତୁ ଆଉ ଆପଣ ଠିକ୍ ସେ ଠିଆ ହୁଅନ୍ତୁ । ନୋ ଥ୍ୟାଙ୍କସ । ସୀମିତ ଉତ୍ତର ଥିଲା ତୁଷାରର । ରାସ୍ତାରେ ଥିବା ହମ୍ଫସ ପାଖରେ ବସ୍ ଟି ହଠାତ୍ ବ୍ରେକ ଦେବାରୁ ହାତରୁ ବ୍ୟାଗଟା ଖସିଯାଇ ଝିଅଟିର କୋଳରେ ପଡିଗଲା । ଝିଅଟି ବ୍ୟାଗଟିକୁ ତୁଷାର ହାତକୁ ବଢାଇ ଦେଲା । ସମୟ କ୍ରମେ ବସ୍ ଟି ଖାଲି ହେବାକୁ ଲାଗିଲାଣି । ଯିଏ ଯାହା ଲକ୍ଷ୍ୟ ସ୍ଥଳରେ ପ୍ରାୟ ଓହ୍ଲାଇ ଗଲେଣି । ସେଇ ଝିଅ ପାଖରେ ବସିଥିବା ପାସଞ୍ଜେର ମାନେ ଓହ୍ଲାଇ ସାରିଲେଣି । ସିଟ୍ ରେ ଝିଅଟି ଏକୁଟିଆ ବସିଛି । ତୁଷାରର ବସିବାକୁ ଇଚ୍ଛା ଥିଲେ ମଧ୍ୟ ତାକୁ ଟିକେ ସଙ୍କୋଚ ଲାଗୁଛି । ରାତି ଅନେକ ହେଲାଣି । ପାଖରେ ବସିଲେ କାଳେ ଝିଅଟି ନିଜକୁ ଅସହଜ ମନେ କରିବ, ସେଇ ଭାବନାରେ ସେ ବସି ବି ପାରୁନି । ଝିଅଟି ବସ୍ ର ଝରକା ଆଡକୁ ଘୁଂଚି ଯାଇ ତୁଷାରକୁ ବସିବାକୁ କହିଲା । ଏବେ ତାକୁ ଟିକେ ଆସ୍ୱସ୍ତ ଲାଗିଲା ଠିଆ ହୋଇ ହୋଇ ଯେମିତି ତାର ଗୋଡ ଦିଟା ଆଉ ନାହିଁ । ଝିଅଟି ତା ଆଡୁ ଆରମ୍ଭ କଲା କ’ଣ କରନ୍ତି? ମୁଁ ତୁଷାର, କମ୍ପାନୀ ଜବ କରେ । ରାକ୍ଷୀ ପୂର୍ଣ୍ଣିମା ପାଇଁ ଗାଁକୁ ଫେରୁଛି । “ଆଉ ତୁମେ” । ମୁଁ ଶ୍ରାବଣୀ ମହାପାତ୍ର । ଆପଣଙ୍କ ଗାଁ ପାଖରେ ମୋ ଗାଁ । ମୁଁ ବି ମୋ ଭାଇକୁ ରାକ୍ଷୀ ପିନ୍ଧେଇବା ପାଇଁ ଫେରୁଛି । ମୁଁ ଗୋଟେ ନସିଂ ହୋମରେ କାମ କରେ । କୋଭିଡ ପାଇଁ ଅନେକ ମାସ ହେଲା ଗାଁ କୁ ଆସି ପାରି ନଥିଲି । ରାକ୍ଷୀ ପୂର୍ଣ୍ଣିମା ପାଇଁ ଛୁଟି ନେଇ ଆସିଛି । ଘରେ ମୋର ବିଧବା ମାଆ ଆଉ ଭାଇ । ମୋ ରୋଜଗାରରେ ଘର ଚଳେ । ତୁଷାର ଭାବୁଥିଲା କେତେ ସରଳ ଝିଅଟିଏ । ପୁରାପୁରି ଖୋଲା ଫର୍ଦ୍ଦଟିଏ । କାହିଁକି କେଜାଣି ଏଇ କିଛି ସମୟର ଦେଖା ସାକ୍ଷାତରେ ତା ପାଇଁ ଆତ୍ମିୟ ଭାବ ଆସିଗଲା । ବର୍ଷା ଟିକେ ଛାଡି ଯାଇଛି । ତଥାପି ଝିପି ଝିପି ବର୍ଷୁଛି । ଶ୍ରାବଣୀର ଗାଁ ଆସିଗଲା ବୋଧେ, ଓହ୍ଲାଇବା ପାଇଁ ପ୍ରସ୍ତୁତି ହେଲା । ଭ୍ୟାନିଟି ବ୍ୟାଗରୁ ଛତା ବାହାର କରି ଓହ୍ଲାଇ ପଡିଲା । ତୁଷାର ଦେଖିଲା ବାହାରେ ଅନ୍ଧକାର । ବର୍ଷା ସମ୍ପୂର୍ଣ୍ଣ ଭାବେ ଛାଡିନି । ଶ୍ରାବଣୀ ଓହ୍ଲାଇବା ପରେ ପରେ ସେ ମଧ୍ୟ ସେଇଠି ଓହ୍ଲାଇ ପଡିଲା । ଆରେ ଆପଣ ଏଇଠି ଓହ୍ଲାଇ ପଡିଲେ ଯେ, ଆପଣଙ୍କ ଗାଁ ତ ଆହୁରି ଆଗରେ ଅଛି । ହଁ” ଆଉ କଣ ତୁମକୁ ଏମିତି ବର୍ଷା ଅନ୍ଧକାର ରାତିରେ ଏକୁଟିଆ ଛାଡି ଦେଇଥାଆନ୍ତି । ଆଉ ଆପଣ କେମିତି ଯିବେ? ମୁଁ ମୋ ସାଙ୍ଗକୁ ଫୋନ କରିଦେଇଛି, ସେ ଗାଡି ନେଇ ଆସୁଥିବ ତୁମେ ମୋ ପାଇଁ ବ୍ୟସ୍ତ ହୁଅନି । ଚାଲ ତୁମକୁ ତୁମ ଘରେ ଛାଡି ଦେବି । ଗୋଟିଏ ଛତା ତଳେ ଦୁହେଁ ଚାଲିଛନ୍ତି । ବର୍ଷା ଛିଟାରେ ଦୁହେଁ ଭିଜି ସାରିଲେଣି । ଅନ୍ଧକାର ରାତିରେ ଦୁହେଁ ମୋବାଇଲ ଟର୍ଚ୍ଚ ଜାଳି ଆଗକୁ ଆଗକୁ ପାଦ ବଢାଇ ଚାଲିଛନ୍ତି । ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଖାଲ ଭିତରେ ବର୍ଷା ପାଣି ପୁରି ରହି ବେଙ୍ଗ ରଡି ସହିତ କେତେ ପ୍ରକାର ସରିସୃପର ଶବ୍ଦ । ଘରେ ପହଂଚି ଶ୍ରାବଣୀ ମା ସହିତ ତୁଷାରର ପରିଚୟ କରାଇଦେଲା । ଆଜି ରାତିଟା ଏଇଠି ରହିଯିବା ପାଇଁ ଶ୍ରାବଣୀର ମା ତୁଷାରକୁ କହିଥିଲେ । ସେତିକି ବେଳକୁ ତୁଷାରର ସାଙ୍ଗ ସେଠାରେ ପହଂଚି ସାରିଥିଲା । ଆମେ ଖୁବ୍ ଶୀଘ୍ର ଉଭୟ ପରିବାର ସହ ଦେଖା ହେବା କହି ତୁଷାର ସମସ୍ତଙ୍କ ଠାରୁ ବିଦାୟ ନେଇଥିଲା ।



Rate this content
Log in

Similar oriya story from Abstract