ଅରୁନ୍ଧତୀ ଜେନା

Inspirational

4.3  

ଅରୁନ୍ଧତୀ ଜେନା

Inspirational

ଶୂନ୍ଯତା ରେ ପୂର୍ଣ୍ଣତା👨‍👩‍👧💕

ଶୂନ୍ଯତା ରେ ପୂର୍ଣ୍ଣତା👨‍👩‍👧💕

3 mins
165


           

ସେଦିନ ଶ୍ରେଣୀ ଗୃହ କୁ ପଶିବା ପୂର୍ବରୁ କାହାର କାନ୍ଦିବାର ସ୍ୱର ମୌସୁମୀ ପଟ୍ଟନାୟକ ଙ୍କ କାନରେ ପଡିଲା। ମୌସୁମୀ ପଟ୍ଟନାୟକ କମ୍ପ୍ୟୁଟର ଶିକ୍ଷୟିତ୍ରୀ। ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସେ କମ୍ପ୍ୟୁଟର ପଢାନ୍ତି। ଭାରି ଭଲ ସିଏ। ଛୁଆମାନଙ୍କୁ ନିଜର ଛୁଆ ପରି ଭାରି ଭଲ ପାଆନ୍ତି। ହେଲେ ଗୋଟିଏ ଦୁଖ ଭଗବାନ ଦେଇଛନ୍ତି ତାଙ୍କୁ। ବିବାହ ର ୧୨ ବର୍ଷ ପରେ ବି ସେ ସନ୍ତାନ ଶୂନ୍ଯ।

               କାନ୍ଦ ଶବ୍ଦ ଶୁଣି ତାଙ୍କର ପାଦ ଅଟକିଯାଇଥିଲା ସେଦିନ। କିଏ କାନ୍ଦୁଛି ଦେଖିବା ବେଳକୁ ୩ୟ ଶ୍ରେଣୀ ର ପଦ୍ମିନୀ କାନ୍ଦୁଛି। ମୌସୁମୀ ,ପଦ୍ମିନୀ ର ଲୁହ ପୋଛି ଦେଇ କହିଲେ କାହିଁକି କାନ୍ଦୁଛ ବେଟା? ସେ କହିଲା ମ୍ୟାମ୍ ଆଜି ଇଂଲିଶ୍ ମ୍ୟାମ୍ କହିଲେ "ମାଇଁ ମଦର୍" ଉପରେ କିଛି କହିବା ପାଇଁ। ମୁଁ କିଛି କହିପାରିଲିିନି, ତା'ର ପରେ କ୍ଲାସ୍ ରେ ଅନ୍ୟ ପିଲାମାନେ ହସିକି କହୁଥିଲେ ମ୍ୟାମ୍ ତା'ର ମା' ଙ୍କ ମୁହଁ ତା'ର ପାଇଁ ପୁରା ଅଚିହ୍ନା। ସିଏ କେବେ ତା'ର ମା' ଙ୍କୁ ଦେଖିନି। କାରଣ ସେ ଅର୍ଫାନେଜ୍ ରୁ ଆସୁଛି ପଢିବା ପାଇଁ। ସେ କ'ଣ "ମାଇଁ ମଦର୍" ବିଷୟ ରେ କହିବ। ସେଥିପାଇଁ ମୁଁ କାନ୍ଦୁଛି।

          ତା'ର ପରେ ମୌସୁମୀ ଏକଦମ୍ ଚୁପ୍ ହୋଇଯାଇଥିଲେ ଏସବୁ ଶୁଣି। ଏତେ ଛୋଟ ପିଲାଟିକୁ କ'ଣ କହି ବୁଝେଇବେ କିଛି ମୁଣ୍ଡରେ ପଶୁ ନଥିଲା ତାଙ୍କର। ଖାଲି ବୁଝେଇବାକୁ ଯାଇ ତା'ର ଲୁହ ପୋଛି କହିଲେ ପଦ୍ମିନୀ ତୁମକୁ ଚକୋଲେଟ୍ ଭଲ ଲାଗେ। ଉତ୍ତର ରେ ସେ କହିଲା ମ୍ୟାମ୍ ମୋର ଫେବରିଟ୍ ,ଚକୋଲେଟ୍। ମ୍ୟାମ୍ ସେଦିନ ତାକୁ ଚକୋଲେଟ୍ ଟେ ଦେଇ ବୁଝେଇ ଦେଲେ ସିନା ମନ ତାଙ୍କର ଜମାରୁ ବୁଝୁ ନଥିଲା।ସେଦିନ ରାତିରେ ସେ ମୋଟେ ଶୋଇ ପାରିନଥିଲେ। ତା'ର ପରଦିନ ସେ ଶ୍ରେଣୀ ଗୃହ କୁ ଯାଇ ପିଲାମାନଙ୍କୁ ବୁଝାଇଥିଲେ କି ଆମେ ସମସ୍ତେ ଈଶ୍ବରଙ୍କ ର ସନ୍ତାନ। ଈଶ୍ବର ହିଁ ଆମର ବାପା, ମା'। କାହାକୁ ବାପା, ମା'ଙ୍କ ବିଷୟ ରେ କହି ମଜା ଉଡେଇଲେ ଈଶ୍ବର ରାଗିବେ ଆଉ ପନିସମେଣ୍ଟ୍ ରେ ତୁମର ପରୀକ୍ଷା ର ନମ୍ବର କମେଇଦେବେ। କାରଣ ସେ ବେଶ୍ ଭଲ ଭାବେ ଜାଣିଥିଲେ ଯେ ଛୁଆ ମାନଙ୍କୁ ଏମିତି ହିଁ ବୁଝେଇ ହେବ। ତେଣୁ ମାର୍କ କଟିଯିବା ଶୁଣି ସମସ୍ତେ ଆସି ପଦ୍ମିନୀ କୁ ସରି କହିଥିଲେ।

           କ୍ଲାସ୍ ସରିବା ପରେ ପଦ୍ମିନୀ ଆସି କହିଲା ଥ୍ୟାଙ୍କ ୟୁ ଟିଚର୍। ତା'ର ପରେ ମୌସୁମୀ ହସିକି କହିଥିଲେ ୟୁ ଆର୍ ଓଏଲକମ୍ ମାଇଁ ଚାଇଲ୍ଡ।

      ତା'ର ପରେ ମୌସୁମୀ ସେଦିନ ରାତିରେ ସବୁକଥା ନିଜ ସ୍ୱାମୀ ଙ୍କୁ କହିଥିଲେ। ତାଙ୍କର ସ୍ୱାମୀ ଙ୍କ ର ବାପା, ମା'ଙ୍କ ର ରୋଡ ଏକ୍ସିଡେଣ୍ଟ ରେ ମ୍ରୃତ୍ୟୁ ହେଇଯାଇଥିବାରୁ ତାଙ୍କ ସ୍ୱାମୀ ବି ଅନାଥଶ୍ରମ ରେ ବଡ ହୋଇଥିଲେ। ତେଣୁ ସେ ନିଜର ଛୁଆ ନହେବାରୁ ଅନେକ ଥର ମୌସୁମୀ କୁ ଛୁଆ ଆଡୋପ୍ଟ କରିବା ପାଇଁ କହିଛନ୍ତି, ହେଲେ ସେ ସବୁଥର ମନା କରନ୍ତି। ଏଥରକ କିନ୍ତୁ ସେ କହୁଥିଲେ ସ୍ୱାମୀ ଭୁପେନ ଙ୍କୁ ପଦ୍ମିନୀ କୁ ଆଡୋପ୍ଟ କରିବା କଥା। ସ୍ୱାମୀ ଏସବୁ ଶୁଣି ବହୁତ ଖୁସି ହେଲେ। ସେ କହିଲେ ଯାହା ହେଉ ଏତେଦିନରେ ମୌସୁମୀ ମାନିଲେ। ଭୁପେନ କହୁଥିଲେ ମୌସୁମୀ ଯାହା ହେଉ ଆମ ଘରକୁ ଏତେ ଦିନ ପରେ ଲକ୍ଷ୍ମୀ ଆସିବ। କାରଣ ମୁଁ ଝିଅ ମାନଙ୍କୁ ଭାରି ଭଲପାଏ। ତା'ର ପରେ ମୌସୁମୀ କହିଲେ ଆମ ସୋସାଇଟି ରେ ଲୋକମାନେ ଯଦି କ'ଣ କୁହନ୍ତି, ତେବେ କ'ଣ କରିବା? ଭୁପେନ କହୁଥିଲେ ସେସବୁ ମୋ ଉପରେ ତୁମେ ଛାଡିଦିଅ।ଲୋକମାନଙ୍କର କାମ ସେମାନେ କହିବେ ଆଉ ଆମ କାମ ଆମେ ଚୁପ୍ ରହିବା। ବଳେ କହି କହି ଥକିଯିବେନି।

        ଭୁପେନ କହିଲେ ମୁଁ ଗୋଟିଏ ଅନାଥ ପିଲା, ଅର୍ଫାନେଜ୍ ରେ ବଡ ହେଇଛି। ତୁମର ସବୁ ବନ୍ଧୁବାନ୍ଧବ ବିବାହକୁ ମନା କରୁଥିବା ସମୟରେ ତୁମ ବାପା, ମା' ପୁଣି ଚୁପ୍ ରହି ତୁମକୁ ମୋ ହାତ କୁ ଟେକି ଦେଲେନା।ତେଣୁ ଆମେ ବି କାହା କଥା ଶୁଣିବା ନାହିଁ। ଆମେ ନିସନ୍ତାନ ଆଉ ସେ ପିତାମାତା ଶୂନ୍ଯ, ତେଣୁ ଭଗବାନ ଆମପାଇଁ ତାକୁ ଏ ଦୁନିଆକୁ ପଠେଇଛନ୍ତି ଆଉ ଆମକୁ ମଧ୍ଯ ତାକୁ ଆପଣେଇବାକୁ ପଠେଇଛନ୍ତି।

         ତା'ର ପରଦିନ ରବିବାର ଥିବାରୁ ସେ ଅନାଥଶ୍ରମ ଯାଇ ତାଙ୍କର ସେ ଅନାଥଶ୍ରମ ରୁ ପଦ୍ମିନୀ କୁ ଆଡୋପ୍ଟ କରିବା କଥା ତାଙ୍କର ସେଠାକାର ମୁଖ୍ଯ ଙ୍କ ସହ କଥା ହେଲେ। ସେ ବି ମୌସୁମୀ ମାଡାମ ଙ୍କୁ ଭଲରେ ଚିହ୍ନିଥିବାରୁ ଏସବୁ ଜାଣି ବହୁତ ଖୁସି ହେଲେ। ପଦ୍ମିନୀ କୁ ଗୋଟିଏ ଭଲ ଜୀବନ ମିଳିଯିବ ବୋଲି ସେ କହିଲେ।

        ତା'ର ପରେ ମୌସୁମୀ, ପଦ୍ମିନୀ କୁ ଡାକିକି କହିଲେ ବେଟା ତମେ ମୋ ଝିଅ ହୋଇ ସବୁଦିନ ପାଇଁ ଆମଘରକୁ ଯିବ ମୋ ସହ।ସେ ଖୁସି ର ଝଲକ ତା'ର ଆଖିରେ ମୌସୁମୀ ଠିକ୍ ବାରିପାରୁଥିଲେ। ସେ କହିଲା ତା'ର ମାନେ ମୁଁ ଆଉ ମ୍ୟାମ୍ ନଡାକି ମା' ଡାକିବି, ୱାଓ। ମୌସୁମୀ ର ଆଖିରେ ତା'ର ଖୁସି ଦେଖି ଆଖିରେ ଲୁହ ଜକେଇ ଆସୁଥିଲା। ମୌସୁମୀ କହିଲେ ବେଟା କ୍ଲାସ୍ ରେ ମ୍ୟାମ୍ ଡାକିବାକୁ ପଡିବ କିନ୍ତୁ। ସେ କହିଲା ଓକେ ମା'। ତା'ର ଏହି ମା' ଶବ୍ଦ ରେ ଏତେ ମଧୁରତା ଥିଲା ଯେ ସେ ଶବ୍ଦ ମୌସୁମୀ ର ସନ୍ତାନ ଶୂନ୍ଯ ହ୍ରୁଦୟ ରେ ଥିବା ସମସ୍ତ କୋହ କୁ ଯେମିତି ପୋଛି ଦେଉଥିଲା। କାଗଜପତ୍ର କରି ନିଜର ଝିଅ କରିନେଲେ ସେମାନେ ତାକୁ। ଆଉ ପଦ୍ମିନୀ ର ଗୋଟିଏ ସର୍ତ୍ତ ସେ ପ୍ରତି ମାସରେ ଥରେ ଏଇଠିକୁ ବୁଲିବାକୁ ଆସିବ। ମୌସୁମୀ ଆଉ ଭୁପେନ ଖୁସି ଖୁସି ରାଜି ହୋଇଗଲେ ତା ସର୍ତ୍ତ ରେ।

     ଭଗବାନ ଙ୍କ ଲୀଳା ସତରେ ବୁଝିବା ମୁସ୍କିଲ। କାହାକୁ କେତେବେଳେ ଯେ ଖୁସି ର ମହଲରେ ନେଇ ସେ ବସେଇଦିଅନ୍ତି ତାହା ତାଙ୍କୁ ହିଁ ଜଣା। ଧନ୍ଯ ପ୍ରଭୁ ଧନ୍ଯ ତୁମର ଲୀଳା ଖେଳା।



Rate this content
Log in

Similar oriya story from Inspirational