Arati Sahoo

Classics

2  

Arati Sahoo

Classics

ଶ୍ରେଷ୍ଠ ବ୍ରାହ୍ମଣ

ଶ୍ରେଷ୍ଠ ବ୍ରାହ୍ମଣ

2 mins
553


ରାମାୟଣରୁ ପୃଷ୍ଠାଟିଏ


ଶ୍ରେଷ୍ଠ ବ୍ରାହ୍ମଣ ରାବଣ -


ବାନର ଯୋଦ୍ଧା ମାନଙ୍କ ମନରେ ଆନନ୍ଦ ଲହରୀ । ଲକ୍ଷ୍ମଣ ନିଶ୍ଚିନ୍ତ , ସନ୍ତୁଷ୍ଟ ତଥା ରାମ ପରମ ନିର୍ଲିପ୍ତ । ହନୁମାନ ସୀତା ଅନ୍ଵେଷଣରେ କୃତକାର୍ଯ୍ୟ ହୋଇଛନ୍ତି । ଲଙ୍କାର ନରେଶ ରାବଣ ହରି ନେଇଛି ମାତା ସୀତାଙ୍କୁ । ବର୍ତ୍ତମାନ ଅବିଳମ୍ବେ କାର୍ଯ୍ୟ ଆରମ୍ଭ କରିବାକୁ ହେବ । ଶାନ୍ତିପୂର୍ଣ୍ଣ ଭାବେ ରାବଣକୁ ସୁପରାମର୍ଶ ଦେଇ ନଚେତ ଯୁଦ୍ଧରେ ତାହାର ପ୍ରାଣ ନେଇ ସୀତାଙ୍କୁ ତା କବଳରୁ ରକ୍ଷା କରିବାକୁ ହେବ । ତେବେ ଶୂଭକାର୍ଯ୍ୟ ସମ୍ପାଦନା କରିବା ପୂର୍ବରୁ ରୁଦ୍ରାଭିଷେକ ଅପରିହାର୍ଯ୍ୟ । 


 ଶ୍ରୀରାମଙ୍କ ପରିଚାଳନାରେ ଅଭିଷେକର ସମସ୍ତ ଆୟୋଜନ ସମ୍ପୂର୍ଣ୍ଣ । ବର୍ତ୍ତମାନ ଏକ ଜ୍ଞାନୀ ବିଜ୍ଞଜନର ପୌରହିତ୍ୟ ଆବଶ୍ୟକ । ଅନେକ ଚିନ୍ତାକରି ଶ୍ରୀରାମ ମହାଜ୍ଞାନୀ ମହାପଣ୍ଡିତ ରାବଣକୁ ପୌରହିତ୍ୟ କରିବା ପାଇଁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଲେ । ଲକ୍ଷ୍ମଣ , ବାନର ସମାଜ ଓ ଭଲ୍ଲୁକ ସମାଜ ଆଚମ୍ବିତ ଏ ନିର୍ଣ୍ଣୟରେ । କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ବ୍ୟବହାରରେ କୌଣସି ସଂଶୟର ସ୍ଥାନ ନାହିଁ ।


  ସେ ଥିଲା ତ୍ରେତୟା ଯୁଗ । ପାପ ପୁଣ୍ୟର  ପରିଭାଷା ଥିଲା ଭିନ୍ନ । ପାପୀ ମାନେ ପାପ ମଧ୍ୟ କରୁଥିଲେ ନିଜ ଆତ୍ମାର ସଦ୍ ଗତି ନିମନ୍ତେ । ଅଗତ୍ୟା ରାବଣ ଆସିଲେ ପୁରୋହିତ ହୋଇ । କିନ୍ତୁ ରାବଣ କହିଲେ ଯେ ପୂଜା ବିଧିବିଧାନ ଅନୁସାରେ ରାମଙ୍କ ବାମ ପାର୍ଶ୍ଵରେ ସୀତାଙ୍କ ଉପସ୍ଥିତି ନିହାତି ଆବଶ୍ୟକ । ରାମ ଏହାର ସମାଧାନ ରାବଣଙ୍କୁ କରିବାକୁ ଅନୁରୋଧ କଲେ । ରାବଣ ନିଜର ଉଦାରତାର ପରିଚୟ ଦେଇ କିଛି ସମୟ ପାଇଁ ସୀତାଙ୍କୁ ନିଜ କବଳରୁ ମୁକ୍ତ କଲେ ଓ ରାମଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ଯେ ଆରାଧନା ଉପରାନ୍ତେ ସୀତାଙ୍କୁ ପୁନଶ୍ଚ ଅଶୋକ ବାଟିକାକୁ ଫେରି ଯିବାକୁ ପଡ଼ିବ ।  ତାହା ହିଁ ହୋଇଥିଲା ।


   ନିଜ ମୃତ୍ୟୁ ନିମନ୍ତେ ଭକ୍ତିଚିତ୍ତରେ ନିର୍ମଳ ମନରେ ପୂଜା ସମାପନ କଲେ ରାବଣ ରାମଙ୍କର ବିଜୟ ଉଦ୍ଦେଶ୍ୟରେ ।


  ପୂଜା ଶେଷରେ ରାବଣଙ୍କୁ ଦକ୍ଷିଣା ସ୍ଵରୂପ କିଛି ଯାଚନା କରିବାକୁ ଅନୁରୋଧ କଲେ ରାମଚନ୍ଦ୍ର । ରାବଣ , ଯେ କି କେବଳ ଦାନ ଦେଉଥିଲେ ବାଧ୍ୟ ହେଲେ ଦକ୍ଷିଣା ଗ୍ରହଣ କରିବା ସକାଶେ ଯେହେତୁ ସେ ଜାଣିଥିଲେ ଦକ୍ଷିଣା ବିନା ପୂଜାର୍ଚ୍ଚନା ବ୍ୟର୍ଥ । 


 ମହାଜ୍ଞାନୀ ରାବଣ କିଞ୍ଚିତ ଚିନ୍ତନ କରି କହିଲେ , 


 - ହେ ମର୍ଯ୍ୟାଦା ପୁରୁଷୋତ୍ତମ , ହେ ରଘୁକୁଳ ତିଳକ , ମୋତେ ଯଦି ଦକ୍ଷିଣା ଦେବାକୁ ଚାହାଁନ୍ତି ପ୍ରଭୂ , ତେବେ ଏତିକି କୃପା କରିବେ ମୋର ମରଣାସନ୍ନ ସମୟରେ ଆପଣ ମୋ ସମକ୍ଷରେ ଉପସ୍ଥିତ ରହିବେ । ଆପଣଙ୍କ ପାବନ ଦର୍ଶନରେ ଯେପରି ମୋର ଆତ୍ମାର ଉଦ୍ଧାର ହେବ । 


 ଈଷତ୍ ହସି ରାମ କହିଲେ ,


  ତଥାସ୍ତୁ.... !


  ( ବ୍ୟାସଦେବ କୃତ ରାମାୟଣ ଅନୁସାରେ )


Rate this content
Log in

Similar oriya story from Classics