jyotsna mayee panda

Tragedy

3  

jyotsna mayee panda

Tragedy

ଶ୍ରାବଣୀ

ଶ୍ରାବଣୀ

6 mins
175


ସର୍ବ ଗୁଣସମ୍ପନ୍ନା ହୋଇ ବି କାହିଁକି ଏ ସ୍ୱାର୍ଥପର ସମାଜର ପାଇଁ ଗୋଟେ ନାରୀ ଯେପରି ନିତ୍ୟ ବ୍ୟବହାର୍ଯ୍ୟ ପାଦୁକା ପରି l ଉଚ୍ଚ ଶିକ୍ଷିତା ହୋଇ ଉଚ୍ଚ ପଦରେ ଅଳଙ୍କୃତ ହୋଇ ବି ସେ ଆଜି ନିର୍ଯାତିତା l

ତୁଣ୍ଡରେ ନାରୀ ଜାଗରଣର ଡିଣ୍ଡିମ ପିଟୁଥିବା ପୁରୁଷ ମନର ଅକୁହା ରହସ୍ୟକୁ ଆଜି ସେ ବୁଝିବାକୁ ଅସମର୍ଥ l ଏମିତି କେତେ ପ୍ରଶ୍ନ ଉଙ୍କି ମାରୁଛି ଆଜି ଶ୍ରାବଣୀ ମନରେ ଶ୍ରାବଣର ଜଳଧାରା ପରି କେତେ ଯେ ଅଶ୍ରୁ ବୋହିଯାଉଛି ତାର ନେତ୍ର ଯୁଗଳରୁ l ସବୁ ସୁଖ ତାର ହାତ ପାହନ୍ତାରେ ଥାଇ ବି ସେ ଛୁଇଁ ପାରୁନି କି ଆପଣେଇ ପାରୁନି l ସତେ ଯେମିତି ସୁଖ ସବୁ ତା ପାଇଁ ଆକାଶ କଇଁଆ ..

ଆଖି ସାମ୍ନାରେ ଭାସି ଯାଉଛି ତାର ଅତୀତର ଅଭୁଲା କାହାଣୀ l ତା ଜୀବନର ମଣିଷ ଅମର ଯାହାକୁ ସେ ଅମୁ ଭାଇ ବୋଲି ଜାଣିଥିଲା l ସଭ୍ୟ ସମାଜ ଠାରୁ ବହୁତ ଦୂରରେ ଥିଲା ତା ଅମୁ ଭାଇର ଗାଁ l ସହର ଚାକଚକ୍ୟ ଠାରୁ ଅନେକ ଦୁରରେ ବଣ ପାହାଡର ସବୁଜ ବନାନୀ ଭିତରେ ମଧୁପୁର ଯେମିତି ନା ସେମିତି ଗାଁ, ସେ ଗାଁରେ ରହୁଥିଲା ତାର ଅପଣାର ଅମୁ ଭାଇନା l ଆଉ ଶ୍ରାବଣୀର ଆପ୍ପା ଘର ବି ସେ ଗାଁ ତେଣୁ ସେ ମଝିରେ ମଝିରେ ଖରା ଛୁଟିରେ ଏଠାକୁ ଆସେ ଆଉ ତା ସହିତ ଅମୁର ଦେଖାହୁଏ l ଅମୁ ଖୁବ ଭଲ ପଠା ପଢୁଥିଲା l ମେଟ୍ରିକ ପରେ ଅମୁ ସହରେ ରହି ପଢିଲା l

ଦିନେ ଗାଡିରେ ଯିବାବେଳେ ହଠାତ ଶ୍ରାବଣୀର ଆଖି ଅମୁ ଉପରେ ପଡିଲା l ଶ୍ରାବଣୀ ଜୋରରେ ପାଟି କଲା ଅମ୍ୱୁଭାଇ... । ବାପା କହିଲେ ଆରେ କାହିଁ କି ରଡୁଛୁ ସେ କିଏ ? ଶ୍ରାବଣୀ କହିଲା -"ବାପା ସେ ପରା ଆମ ଅପା ଗାଁର ଅମ୍ୱୁଭାଇ "ବାପା ତାପରେ ଗାଡି ଅଟକାଇ ଦେଲେ ଆଉ ଅମୁକୁ ତାଙ୍କ ସାଥିରେ ନେଇ ଆସିଲେ ଘରକୁ । ଶ୍ରାବଣୀ ପଚାରିଲା ଅମ୍ୱୁଭାଇ ତୁମେ କେବେ ଆସିଲ ଏ ସହରକୁ । ଅମୁ କହିଲା ଏବେ କେତେ ମାସ ହେବ ଆସିଛି l ସିଭିଲ ସର୍ଭିସ ପରୀକ୍ଷାର preparation ପାଇଁ l ଆମ ଘରକୁ କାହିଁକ ଆସୁନ ଅଭିମାନ ଭରା କଣ୍ଠରେ କହିଲା ଶ୍ରାବଣୀ l ଟିକେ ଲାଜୁଆ ଓଠରେ ଅମୁ କହିଲା ନାଇଁ ସେ କିଛି ନାଇଁ ଯେ ମୋର ସମୟ ହେଉନଥିଲା l ଆଉ ମଝିରେ ମଝିରେ ଅମୁ ଆସେ ଆଉ ଶ୍ରାବଣୀ ସହିତ ତାର ଦେଖା ହୁଏ ଏମିତି କେତେଦିନ ଭିତରେ ଦୁହେଁ ଦୁହିଁଙ୍କୁ ଭଲ ପାଇବସିଲେ l ମୁକ୍ତ ବିହଙ୍ଗ ଭଳି ଘୁରି ବୁଲିଲେ କେଉଁ ସପ୍ନ ରାଇଜରେ ।

ଏମିତି କେତେଦିନ ଗଲା ପରେ ହଠାତ ଅମୁର ବାପାଙ୍କର ମୃତ୍ୟୁ ହୋଇଗଲା ଆଉ ଅମୁ ହୋଇଗଲା ପୁରା ନିଃସହାୟ । ସେ ବାପାଙ୍କର ଏପରି ମୃତ୍ୟୁ କେବେ ଭାବି ନ ଥିଲା l ହଠାତ ବାପାଙ୍କର ମୃତ୍ୟୁ ତାକୁ କୋଣାର୍କର ପଥର ମୂର୍ତ୍ତି କରିଦେଲା l ଅମୁ ଜୀବନରେ ଅନ୍ଧାରର କଲା ବାଦଲ ଘୋଟି ଆସିଲା l ଏବେ ମା ଆଉ ତାର ନିଜର ଭରଣ ପୋଷଣ ପାଇଁ ଅମୁ ଗୋଟେ ଚାକିରୀର ସନ୍ଧାନରେ ବାହାରି ଗଲାl ଉଚ୍ଚ ଶିକ୍ଷିତ ଅମର ଚୌଧରୀ ଭାବିଥିଲା ତାର ଡିଗ୍ରୀ ବଳରେ ତାକୁ ନିଶ୍ଚୟ ଖଣ୍ଡେ ଚାକିରୀ ମିଳିଯିବ l ସେ ଭୋକ ଉପାସରେ ଘଣ୍ଟା ଘଣ୍ଟା ଧରି ଏ ଅଫିସରୁ ସେ ଅଫିସ ଧାଇଁ ଚାଲିଲା l ହେଲେ ତାର ସମସ୍ତ ଡିଗ୍ରୀ ଏ ଲାଞ୍ଚୁଆ ଦୁନିଆରେ ମୂଲ୍ୟ ହୀନ ସେ କଥା ଏବେ ସେ ଠିକ ବୁଝି ପାରିଲା l ଏ ଆଦର୍ଶର ମୁଖାପିନ୍ଧା ସମାଜରେ ତାର ଆଦର୍ଶ ତଥା ଉଚ୍ଚ ଶିକ୍ଷାର ଡିଗ୍ରୀର କିଛି ମୂଲ୍ୟ ନାହିଁ l ଆଜିକାଲି ଚାକିରୀ ତ ରାଜନେତା ଆଉ ପଇସାବାଲା ମାନଙ୍କର ପାଇଁ ସଂରକ୍ଷିତ l ଅମୁ ଭଳି ଗରିବ ମେଧାବୀ ପିଲା ପାଇଁ ନୁହେଁ l ଆଜିକାଲି ଯାହା ପାଖରେ ପଇସା ନାହଁ ସମାଜରେ ତାର କି ମୂଲ୍ୟ । ଯେଉଁ ଦେଶରେ ଗାନ୍ଧୀ, ଗୋପବନ୍ଧୁ ସମୂହ ସ୍ୱାର୍ଥ ପାଇଁ ନିଜ ସ୍ୱାର୍ଥକୁ ଚିର ଉତ୍ସର୍ଗୀକୃତ କରିଥିଲେ ସେ ଦେଶର ମଣିଷ ଆଜି ନିଜ ସ୍ୱାର୍ଥ ପାଇଁ ଲଢେଇ କରୁଛି l ଯେଉଁ ଦେଶରେ ସାଖ୍ୟ ଦେବା ପାଇଁ ସ୍ୱୟଂ ଭଗବାନ ଵାଟ ଚାଲିଥିଲେ ସେ ଦେଶରେ ଆଜି ଅନ୍ୟାୟୀ ଅତ୍ୟାଚାରିମାନଙ୍କ ରାଜୁତି ଚାଲିଛି l ଯେଉଁ ଦେଶରେ ବୀର ଦେଶ ଓ ଜାତି ପାଇଁ ନିଜ ପ୍ରାଣକୁ ବଳିଦାନ କରିଥିଲେ ସେ ଦେଶରେ ସ୍ୱାର୍ଥ ପାଇଁ ଲଢେଇ ଚାଲିଛି l ନିଜେ ଭଲ ତ ଦୁନିଆ ଭଲ ମନ୍ତ୍ରରେ ସମସ୍ତେ ଅଭିଭୁସିତ l

ବଂଚିବା ପାଇଁ ତ କିଛି କରିବ ଅମୁ l ଏ ପରିସ୍ଥିତିରେ ସେ ଆଉ ଶ୍ରାବଣୀ କଥା ବା କେତେବେଳେ ଭାବିବ l ଏମିତ କେତେ କଥା ଭାବୁଥାଏ ଅମୁ ହଠାତ ମୋବଇଲର ରିଙ୍ଗଟୋନଟା ତା ନୀରବତାକୁ ଭାଙ୍ଗିଦେଲା l ଶ୍ରାବଣୀର ଫୋନ ଚମକି ପଡିଲା ଅମୁ....

ହେଲୋ..... ଅମୁ କିଛି ଉତ୍ତର ଦେଲନି । ଶ୍ରାବଣୀ କହିଲା "ଅମୁ ତୁମେ ଏମିତି ଭାଙ୍ଗି ପଡିଲେ ମୁଁ କେମିତି ବଞ୍ଚିବି ତୁମ ବିନା କେବେ ଭାବିଛ, କାଲି ମୋତେ ଦେଖିବା ପାଇଁ ପୁଅ ଘର ଆସୁଛନ୍ତି । ମୁଁ କଣ କରିବି ଅମୁ ତୁମେ କୁହ ? ଅମୁର ପାଦତଳର ମାଟି ଖସି ଗଲା ସେ କଣ ବା କହିବ ଶ୍ରାବଣୀକୁ ସେ କଣ ଏ ପରିସ୍ଥିତିରେ ଜୀବନସାଥୀ କରିପାରିବ?

ଜୀବନରେ ତାକୁ କି ସୁଖ ଦେଇପାରିବ l ଦୁଃଖର ସମୁଦ୍ରରେ ସେ ନିଜେ ବୁଡି ଯାଇଛି ସେ କେବେ କାହାକୁ ବା ସୁଖ ଦେଇ ପାରିବ l ଗରମ ଅଶ୍ରୁରେ ଭିଜିଗଲା ତା ଆଖି ଆଉ କିଛି ଉତ୍ତର ଦେଲାନି ଆଉ ନିରବ ହୋଇଗଲା ଅମୁ । ଶ୍ରାବଣୀ ଜୋରରେ କହୁଛି..... ହେଲୋ... ଅମୁ ଶୁଭୁନି... ଫୋନ କାଟି ଦେଲା ଅମୁ l

ଚାକିରୀ ନ ପାଇବାର ଦୁଃଖ ଅମୁକୁ ସବୁବେଳେ ଆନ୍ଦୋଳିତ କରୁଥିଲା ଏବେ ମାର ଦେହ ବି ଖରାପ । ତା ଟ୍ରିଟମେଣ୍ଟ ନିହାତି ଦରକାର ହେଲେ ଅମୁ କରିବ କଣ ଯାହା ଜମି ବାଡ଼ି ଥିଲା ବାପା ତା ପାଠ ପଢା ପାଇଁ ବନ୍ଧା ପକେଇଛନ୍ତି l

ସେ କଣ କରିବ କିଛି ଭାବି ପାରୁ ନ ଥାଏ l ହୃଦୟଟା ତାର ବିଦୀର୍ଣ୍ଣ ହୋଇ ଯାଉଛି l ଏ ସମାଜ ପ୍ରତି ତାର ପ୍ରତିହିଂସାର ନିଆଁ ଜାଳି ଉଠିଲା l ସେ ନିଜକୁ ଏକ ଅପରାଧୀ ସଜାଇ ଦେଲା l

କେତେ ଅପରାଧ କରି ଚାଲିଲା l ତା ଜୀବନର ସୁନେଲି ସ୍ବପ୍ନ ସବୁକୁ ଖିନଭିନ କରି ନିଜକୁ ଏକ ଅପରାଧୀ ସଜେଇ ଦେଲା ।

ଆଜି ସେ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ! କେତେ କେତେ ହତ୍ୟା ଆଉ ଅପରାଧରେ ଲିପ୍ତ ଆଜି ସେ ଅମର ଚୌଧୁରୀ l ଶେଷରେ ଆଇ ପି ଏସ ବିଜୟ ପଟ୍ଟନାୟକଙ୍କ ହାତରେ ଆଜି ଅମୁ ଧରାପଡିଲା l

                 ଜେଲର ଚାରି କାନ୍ଥ ଘେରା ଆବଦ୍ଧ କୋଠରୀରେ ପଥର ମୂର୍ତ୍ତି ପରି ବସି ରହିଛି ସନ୍ତ୍ରାସବାଦୀ ଅମର ଚୌଧୁରୀ l ସତେ ଯେମିତି କୋଣାର୍କ ଭଗ୍ନା ବଶେଷରେ ଏକ ପଥର ମୂର୍ତ୍ତି ଯେ ପାଣି ପବନ ଆଉ ପ୍ରଳୟରେ ବି ନିରବ ନିଶ୍ଚଳ ହୋଇରହିଛି l ବୟସରେ ଯୁବକ ହେଲେବି ଯୁବ ବୟସର ସେ ଚଞ୍ଚଲ୍ୟ ଚାହାଣି ନାହିଁ l ବିଷାଦରେ ମଳିନ ପଡିଯାଇଛି l ତାର କୃଷ୍ଣଜଳ ଡୋଳା ଦୁଇଟା ଯେପରି ଆପେ ଆପେ ଟାଣି ହୋଇ ଯାଇଛି ତାର ଗୌହର ଆଡକୁ l କଣ ଭାବୁଛି କେଜାଣି, ଜେଲ ଆସିବା ଦିନଠୁଁ କାହା ସହିତ କଥା ବି ହେଉନି ।

     ଚାରିଦିନ ହେଲା ସେ କିଛି ଖାଇ ନି ହଠାତ କାହାର ବୁଟ ଶବ୍ଦ ଶୁଣି ଅମରର ନୀରବତା ଭାଙ୍ଗିଗଲା l ସେ ଦେଖିଲା ତା ସାମ୍ନାରେ ଆଇ ପି ଏ ସ ବିଜୟ ହାତରେ ଏକ ଟିଫିନ ବକ୍ସ ! ଆଉ ଅମର ଆଜି ବି ଖାଇଲାନି । ଜାଣିଛ ମୋ ସ୍ତ୍ରୀ ବହୁତ ଭଲରୋଷେଇ କରନ୍ତି ଆଉ ତୁମ ପାଇଁ ଏ ଟିଫିନ ସେ ପଠାଇଛନ୍ତି l ମୁଁ ପୋଲିସ ଅଫିସର ହେଲେ ସେ ଅପରାଧୀଙ୍କୁ ଘୃଣା କରନ୍ତିନି ସେ ନିଜ ହାତରେ ରୋଷଇ କରି ଖାଇବାକୁ ଦିଅନ୍ତି ଆଉ ତାଙ୍କ ବିଷୟରେ ଲେଖନ୍ତି । ତୁମ କଥା କହିବାରୁ ସେ ଆଜି ତୁମକୁ ଭେଟ ହେବା ପାଇଁ କହୁଥିଲେ ଯେ ଆଜି ମୋତେ ସମୟ ହେଲାନି l

ଅମରକୁ କାହିଁକି କେଜାଣି ଅତି ଆପଣାର ଲାଗିଲା ବିଜୟ ବାବୁଙ୍କ ସ୍ତ୍ରୀକୁ । ଆଉ ସେ ମନ ଭରି ଖାଇଲା । ସତରେ କେତେ ଆତ୍ମୀୟତା ଥିଲା ସେ ଖାଦ୍ୟରେ, କେତେ ମହାନ ସେ ନାରୀ, ଅମୁ ଭିତରେ ତାଙ୍କ ପ୍ରତି ଏତେ ଅତ୍ମୀୟତା କାହିଁକି ସେ ବି ବୁଝିପାରୁନି ।

          

            ଆଉ ଚାରିଦିନ ପରେ ଅମୁକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ ତା ଛଡ଼ା ଡେ଼ଥ ଔରେଣ୍ଟ ବି ବାହାରି ସାରିଲାଣି । ଅମୁ ପାଖରେ ଆଉ ଭାଷା ନାହିଁ । ପୁରା ନିରବ ଆଉ ନିଶ୍ଚଳ । କାହାର ପାଦ ଶବ୍ଦ ଶୁଣି ଅମୁର ନୀରବତା ଭାଙ୍ଗିଗଲା ଏ କଣ.. ବିଜୟ ବାବୁ... ଟିକେ ହସି ଦେଲେ... ଆଉ ଏବେ ଭଲ ଲାଗୁଛି l ଅମୁ ମୁଣ୍ଡ ହଲାଇ ସମ୍ମତି ଜଣାଇଲା l ବିଜୟ ବାବୁ ପୁଣି ପଚାରିଲେ କହ ଅମୁ ତୁମର ଶେଷ ଇଚ୍ଛା କଣ ? କିପରି କହିବ ସେ ତାର ପ୍ରିୟ ଶ୍ରାବଣୀ ଏବେ କୋଉଠି ଆଉ ମୃତ୍ୟୁ ପୁର୍ବରୁ ସେ ତାକୁ ଟିକେ ବଧୂ ବେଶରେ ଥରେ ଦେଖିବାକୁ ଚାହେଁ l ସେ ପୂର୍ଵରୁ ତାର ଜୀବନର ସବୁ କଥା ବିଜୟ ବାବୁଙ୍କୁ କହିସାରିଛି ସେଥିପାଇଁ ତା ପ୍ରତି ତାଙ୍କର ଟିକେ ଅଲଗା ସହାନୁଭୂତି ।

ପୁଣି ନିରବରହିଲା ଅମୁ l ବିଜୟ ବାବୁ ପୁଣି କହିଲେ ଜାଣିଛ ଅମୁ ମୋ ସ୍ତ୍ରୀ ତୁମ ଜୀବନ କାହାଣୀ ମୋ ଠୁ ଶୁଣିବାପରେ ତୁମ ସହିତ ଟିକେ ଦେଖା କରିବାକୁ କହୁଥିଲେ ହେଲେ ଆଜି ମୋ ପାଖରେ ସମୟ ନ ଥିବାରୁ କାଲି ଆଣିବି କହିଛି l

ପୂର୍ଵ ଦିଗକୁ ଅମୁ ଟିକେ ଚାହିଁ ଦେଖିଲା ବୋଧହୁଏ ଏ ସୂର୍ଯ୍ୟ ତା ଜୀବନର ଶେଷ ସୂର୍ଯ୍ୟଦୟ, କାଲି ଆଉ ସେ ଏହା ଦେଖିବାକୁ ଜୀବିତ ନ ଥିବ l ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି ଅମୁ ହଠାତ କାହା ପାଦର ଘୁଙ୍ଗୁର ଶବ୍ଦରେ ସେ ଚମକି ପଡିଲା । ଏ କଣ ବିଜୟ ବାବୁ ସାଙ୍ଗରେ ସୁନ୍ଦର ନାରୀ ବୋଧହୁଏ ଏ ତାଙ୍କର ସ୍ତ୍ରୀ... ଦୂରରୁ ଦେଖିଲା ଅମୁ ।

ଏ କଣ ବୋଧହୁଏ ସେମାନେ ତା ଆଡକୁ ଆସୁଛନ୍ତି l ତା ପାଖରେ ଅଟକି ଗଲେ ଦିଜଣ କିନ୍ତୁ ସେ ଏ କଣ ଦେଖୁଛି ମଥାରେ ସିନ୍ଦୁର ଆଉ ହାତରେ ନାଲି ଶଙ୍ଖା ଏ ତ ତାର ଅତି ଆପଣାର ଶ୍ରାବଣୀ...। ଅଦିନ ମେଘ ପରି ଅମାନିଆ ଅଶ୍ରୁ ସବୁ ଦୁହିଁଙ୍କ ଆଖିରେ ଝରି ବାକୁ ଲାଗିଲା l ଆରେ ଶ୍ରାବଣୀକୁ ଦେଖି ତୁମେ କାହିଁକି କାନ୍ଦୁଛ ଅମୁ ? ଅମୁ କହିଲା ନା ସାର ସେ କିଛି ନାଇଁ ମାଡାମଙ୍କୁ ଦେଖିଲାପରେ ମୋ ଜୀବନର କିଛି ସ୍ମୃତି ମନେ ପଡ଼ିଗଲା, କେମିତି ବା କହିବ ଅମୁ ଏ ଯେ ସେହି ଶ୍ରାବଣୀ ଯାହାକୁ ସେ ଜୀବନ ଠୁ ଭଲପାଇଥିଲା ଆଉ ଆଜି ଏ କଣ ଦେଖୁଛି l ବିଜୟ କହିଲେ ବୁଝିଲ ଶ୍ରାବଣୀ ଏ ହେଉଛନ୍ତି ସେ ଅମର ଯାହା ବିଷୟରେ ମୁଁ ତୁମକୁ କହୁଥିଲି, ଶ୍ରାବଣୀ ପାଟିରେରେ ଆଉ ଭାଷା ନାଇଁ ଏ କଣ ହେଲା ଏ ତ ତାର ଅତି ଆପଣାର ଅମ୍ୱୁଭାଇ । ସ୍ୱାମୀଙ୍କୁ ଲୁହ ସବୁ ଲୁଚେଇବାକୁ ଚେଷ୍ଟା କରୁ କରୁ ଶ୍ରାବଣୀ କହିଲା, ଓଃ.....ତାହେଲେ ଏ ସୋ l ଅମୁ କହିଲା ନମସ୍କାର ମାଡାମ ଆପଣଙ୍କ ଋଣ କେବେ ସୁଝି ପାରିବିନି ଏ ଜନ୍ମରେ ତ ନୁହେଁ ଆର ଜନ୍ମରେ। କାରଣ କାଲି ତ ମୁଁ ନଥିବି ଆପଣ ମତେ ନିଜର ଭାବି ଖାଇବା ପଠାଇଥିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ l ଶ୍ରାବଣୀ ପାଟିରୁ ଆଉ ଭାଷା ବାହାରିଲା ନାହିଁ ସେ ଆଉ ଅମୁକୁ ଏମିତି ଦେଖିବ ସେ ସ୍ବପ୍ନରେ ବି ଭାବିନଥିଲା । ଏମିତି ଏକ ବୋଝିଲା ମନ ନେଇ ଶ୍ରାବଣୀ ଘରକୁ ଆସିଲା ।

ଆଉ ରାତିରେ ତାକୁ ନିଦ ହେଲାନି । ରାତିସାରା ଝରା ଶ୍ରାବଣ ପରି ଅବିରତ ଝରିବାକୁ ଲାଗିଲା ସେ ଗରମ ଅଶ୍ରୁରେ ତକିଆଟା ପୁରା ଓଦା ହୋଇଗଲା ।

             



Rate this content
Log in

Similar oriya story from Tragedy