ଶଙ୍ଖା ସିନ୍ଦୁର
ଶଙ୍ଖା ସିନ୍ଦୁର
ଅନେକ ଦିନ ତଳର କଥା ମାଳତି ପୁର ଗାଁରେ ଜଣେ ସୁନା ବେପାରୀ ଥାନ୍ତି । ତାଙ୍କର ଗୋଟିଏ ଝିଅ ଭାରି ଅଲିଅଳି
ତାର ନାମ ସୁନନ୍ଦା, ରୂପରେ ଯେମିତି ଗୁଣରେ ସେମିତି । ପିଲାଟି ଦିନୁ କାହାରି ମନରେ ଦୁଃଖ ଦିଏନି । କିଏ କଡା କଥା କହିଲେ କାନ୍ଦି ପକାଏ । ମାକୁ ଦିନେ ସେ କହିଲା,ମା ମୁଁ ବାହା ହେବିନି ତୋପାଖରେ ରହିବି । ମା ଉମା ଦେବୀ ଝିଅର କଥା ଶୁଣି ବୁଝାଇଲେ , ମାରେ ଶଙ୍ଖା ସିନ୍ଦୁର ପିନ୍ଧିବା ନାରୀର ଧର୍ମ । ତୁ ବାହାହେଲେ ଦୁଇ କୂଳକୁ ଉଦ୍ଧାର କରିବୁ । ମାର କଥାରେ ଝିଅ ଟିର ବିବାହ ହେଲା, ସୁଦୂର ଶଙ୍କର ପୁର ଗାଁର ଜମିଦାର ପୁଅ ବିକ୍ରମ ସହ ।
ବିକ୍ରମର ସ୍ଵଭାଵ ବହୁତ ଖରାପ ଥିଲା ସେ ଝିଅ ମାନଙ୍କ ସହ ପରକିଆ ପ୍ରୀତି କରେ, ମଦପିଏ ହେଲେ ପ୍ରଥମ ରାତିରୁ ଝିଅ ଟି ବିକ୍ରମ ର ଗୁଣ ଦେଖି ମଧ୍ୟ ନିଜ ପତିବ୍ରତା ଧର୍ମ ଛାଡିଲା ନାହିଁ । ସେ କିନ୍ତୁ ସୁନନ୍ଦା କୁ ଦୁଃଖ କଷ୍ଟ ଦିଏ
ସୁନନ୍ଦା ସବୁ ସହିଜାଏ । ଠାକୁରଙ୍କୁ କୁହେ ସିନ୍ଦୁର ମୋ ପାଇଁ ନିଷ୍ଠୁର ହେଲେ ବି ମୋ ଶଙ୍ଖା ସିନ୍ଦୁର ବଜ୍ରହେଉ
ଦିନେ ଭୀଷଣ ରୋଗ ରେ ପଡି ବିକ୍ରମ ଛଟପଟ ହେଲା
ତାକୁ କେହି ସାହା ହେଲେ ନାହିଁ । କିନ୍ତୁ ସୁନନ୍ଦା ଖୁବ ସେବା କଲା, ଦିନ ଆସିଲା ରୋଗରୁ ମୁକ୍ତ ହୋଇ ବିକ୍ରମ ତାର ଭୁଲ ବୁଝି କହିଲା ଆଜି ତୋର ଶଙ୍ଖା ସିନ୍ଦୁରର ବିଜୟ ହୋଇଛି । ମୋ ପରି ହତ ଭାଗା ତତେ ଭୁଲ ମାଗୁଛି, ସୁନନ୍ଦା ନିଜ ପତିର ପ୍ରେମ ରେ ଖୁସି ହୋଇ କହିଲା ଠାକୁରେ ଆଜି ମୋର ଶଙ୍ଖା ସିନ୍ଦୁର ତୁମ ପାଇଁ ନିଜର ହେଲା ।