STORYMIRROR

Dipti lekha Mishra

Inspirational

5.0  

Dipti lekha Mishra

Inspirational

ଶିଖିବା କଥା -୨

ଶିଖିବା କଥା -୨

2 mins
4.7K


ମାଝୀ ନନା ହଠାତ୍ ଚମକି ପଡି ଉଠିଲେ ଶେଯରୁ ।ଘନଘନ ବିଜୁଳି ସହ ଘଡଘଡିର ଶବ୍ଦ କାନକୁ ଭୟଙ୍କର ଲାଗୁଥିଲା ଆଉ ଶରୀରକୁ ଡର ଲାଗୁଥିଲା ।ସେ ଘନ ଅନ୍ଧାର ରଜନୀରେ ମାଝି ନନା ମୁଣ୍ଡରେ ତଲାରି ଲଗାଇ ବାରି ପଟକୁ ଧାଇଁଲା !ଗାଈଗୋରୁ ଓଦା ହୋଇଯିବାରୁ ସେମାନଙ୍କୁ ପୋଛାପୋଛି କରି ପାଳଗଦାରୁ କିଛି ପାଳ ଆଣି ଖାଇବାକୁ ଦେଇଥିଲା ।ଗାଇମାନଙ୍କ ଖୁସିକୁ ସେ ଆଶୀର୍ବାଦ ବୋଲି ଭାବେ ।ତାଙ୍କୁ ଟିକେ କଷ୍ଟ ହେଲେ ମାଝି ନନାର ମନ ଭାରି କଷ୍ଟ ଲାଗେ ।

ଏମିତି ସୁଖରେ ଦୁଃଖରେ ଚାଲିଥିଲା ତାଙ୍କ ପ୍ରତି ମୁହୁର୍ତ୍ତ ।ଦିନେ ସଂଜ ବେଳଟାରେ ମାଝି ନାନାର ଦେହ ଭାରୀ ଅସୁସ୍ଥ ଥାଏ ।ଗାଈଗୋରୁଙ୍କୁ ପେଜ ପାଣି ଦେଇ ଡଙ୍ଗା ମୂଳେ ଲଦକିନା ବସିପଡିଲା ।ଗାଇମାନେ ସାହୁକାର ର ଦୁଃଖ ସହିନପାରି ରଡି ଛାଡୁଥାନ୍ତି ।ମାଝି ନାନା ଚେତା ବୁଡିଯାଇଛି ।ଗାଇମାନଙ୍କ ଭୋକ ହଜିଯାଇଛି ।ଠିକ୍ ଏତିକିବେଳେ ଗୋଟିଏ ଗାଈ ବୁଦ୍ଧି ଖଟାଇ ଡଙ୍ଗାରୁ ପେଜ ଆଣି ମୁହଁରେ ଛାଟିବାରେ ଲାଗିଲା ।ମାଝି ନାନାର ଚେତା ଫେରିଆସିଲା ।

ପଶୁ ସେବା ହିଁ ମହତ୍ ସେବା ।ମାଝି ନାନାର ଅସୁସ୍ଥତା ବଢି ଚାଲିଛି। ଗାଈଗୋରୁଙ୍କର ବି ଖାଇବା ସୁବିଧା ହୋଇପାରୁନି ।ମାଝି ନାନା ଭାରୀ ମନ ଖରାପରେ ରହୁଥାଏ ।ଦିନେ ଭାବିଲା ଏ ଗାଇମାନଙ୍କୁ ସେବା କରିବା ବଳ ଆଉ ନାହିଁ ।ଏଣୁ କଣ କରିବ ଭାବି ଚିନ୍ତାରେ ଥାଏ ।ଠିକ୍ ସେ ସମୟରେ ଗାଇଚରାଳ ପିଲାଟା ଆସି ମୁଠାଏ ଖାଇବାକୁ ମାଗିବା ପାଇଁ ମାଝି ନାନା ପାଖକୁ ଆସିଲା ।ନନାର ଏମିତି ଅବସ୍ଥା ଦେଖି କାନ୍ଦି ପକାଇଲା ।ନନା ପଚାରିଲେ କିରେ କଣ ହେଲା ?ପିଲାଟା କହିଲା ଏ ଜୀବନଟା ହିଁ ଏମିତି ନନା ।ଏକୁଟିଆ ରହିବାର କଷ୍ଟ ଏକୁଟିଆ ମଣିଷ ବୁଝିପାରେ ।ନନା ଏକଥା ଶୁଣି ଛାନିଆ ହୋଇଗଲେ ।ଆରେ ତୁ ତ ଏକୁଟିଆ ନୁହଁ ।କାହିଁକି ମନ ଦୁଃଖ କରୁଛୁ ?ଗାଇଚରାଳ କହିଲା ମୋ ମାଆ ମୋତେ ଛାଡି ରାତିରୁ ଚାଲିଗଲା ।ମୁଁ ଏବେ ଯାଏଁ କିଛି ଖାଇନାହିଁ ।ତୁମକୁ ମାଗିବାକୁ ଆସିଥିଲି ତମର ବି ସେ ଅବସ୍ଥା ।

ନନା କହିଲେ ହଇରେ ବାପା ମୋର ଗୋଟିଏ କଥା ରଖିବୁ ?ତୁ ବି ଏକା ମୁଁ ବି ଏକା ।ଏଣୁ ଦୁହେଁ ମିଶି କାମ କରିବା ଆଉ ଆଗକୁ ବାଟ ଚାଲିବା ।ପିଲାଟା ଖୁସିରେ ଲୋଟି ପଡିଲା ନନାର ପାଦ ତଳେ ।କହିଲା ଏ ନନା ମୋତେ ମୋ ନିଜ ଲୋକ ଆପଣେଇଲେନି କିନ୍ତୁ ତୁମେ ଆପଣାର କରିଦେଲ ।ଦୁହେଁ କୁଣ୍ଢାକୁଣ୍ଢି ହୋଇ ମନର ଦୁଃଖ ସବୁ ଭୁଲିଗଲେ ।ଗାଇମାନେ ସାହୁକାରର ଖୁସି ଦେଖି ଖାଇବା ଆରମ୍ଭ କଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational