STORYMIRROR

Dipti lekha Mishra

Inspirational

5.0  

Dipti lekha Mishra

Inspirational

ଶିଖିବା କଥା_୧

ଶିଖିବା କଥା_୧

1 min
12.9K


ପାହାଡର ଉଚ୍ଚରେ ଗୋଟିଏ ଠାକୁରାଣୀଙ୍କ ମନ୍ଦିର ଥିଲା ।ସେ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଲୋକ ବୁଲିବାକୁ ଯାଉଥିଲେ ।ସେଠାରେ ପଚାଶ ବର୍ଷର ବୁଢାଲୋକ ପୂଜକ ଭାବେ କାମ କରୁଥିଲେ ।ନିତି ସକାଳ ୫ଟା ବେଳେ ମନ୍ଦିର ଖୋଲା ହୁଏ ଆଉ ସଂନ୍ଧ୍ୟା ୬ଘଣ୍ଟାରେ ବନ୍ଦ ହୋଇଯାଏ ।

ଦିନକର ଘଟଣା,ମାଆଙ୍କୁ ଦର୍ଶନ କରିବା ଲାଗି ଲକ୍ଷେରୁ ଉର୍ଦ୍ଧ ଲୋକ ଲମ୍ବା ଧାଡିରେ ଯାଉଥାନ୍ତି ।ହଠାତ୍ ମନ୍ଦିରର ବାହାର ପାଖରେ ଥିବା ପ୍ରତିମା ପ୍ରଶ୍ନ କଲା ରାସ୍ତାକୁ ତୁମେ ବଡ ନା ମୁଁ ବଡ ।ରାସ୍ତା କହିଲା ଦେଖ ବନ୍ଧୁ ମୁଁ ମୋ ସ୍ଥାନରେ ଠିକ୍ ମନ କରୁଛି ଏଣୁ ବଡସାନ କେବେ ଭାବିନାହିଁ ।

ପ୍ରତିମା କିନ୍ତୁ ଶୁଣିବା ପାଇଁ ନାରାଜ ।

ସେ କହିଲା-ଶୁଣ ମୋ ପାଖକୁ ଆସିବା ପାଈଁ ତୁମ ଉପରେ ଦଳାଚକଟା କରି ଏତେ ହୀନସ୍ତା କରି ଉପର ଯାଏଁ ଆସନ୍ତି ।ତୁମେ ଏତେକଷ୍ଟ କାହିଁକି ସହୁଛ କହିଲ ?

ରାସ୍ତା କହିଲା ହଁ ସତ କଥା ।ତଥାପି ତୁମ କଥା ମୋତେ ଟିକେ ବି ଆଘାତ ଦେଇନି । ପ୍ରତିମା କହିଲା ଏମିତି କେମିତି ହେବ ?ଟିକେ ବି ତୁମକୁ କଷ୍ଟ ହୋଇଥିବ । ସତ କୁହ ।

ସେ ରାସ୍ତାରେ ପୂଜକ ଯାଉଥିଲେ । ପ୍ରତିମା ପଚାରିଲା ଠିକ୍ ଅଛି ପୂଜକଙ୍କୁ ପଚାରିବା ।ପୂଜକଙ୍କୁ ପଚାରିଲେ ପ୍ରତିମା ,ଆଛା ନନା କହିଲ ମୁଁ ବଡ ନା ରାସ୍ତା ।

ନନା କହିଲେ ମୁଁ କହିବି ରାସ୍ତା ତୁମଠାରୁ ବଡ ।କାରଣ ରାସ୍ତା ଯଦି ନଥାନ୍ତା ଲୋକେ ତୁମ ପାଖରେ କଦାପି ପହଂଚି ପାରୁନଥାନ୍ତେ ।

ପ୍ରତିମାର ମୁଣ୍ଡ ଲାଜରେ ନଇଁଗଲା । ଭାବିଲା ହଁ ତ ସତକଥା।କ୍ଷମାଯାଚନା କଲା ପ୍ରତିମା ବାରମ୍ବାର ରାସ୍ତାକୁ ।

ଦିପ୍ତୀଲେଖା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational