STORYMIRROR

Dipti lekha Mishra

Inspirational

5.0  

Dipti lekha Mishra

Inspirational

ଶୀତ ରାତିର କଥା

ଶୀତ ରାତିର କଥା

2 mins
1.2K


ପୌଷ ମାସର ଶୀତ ଭାରୀ ଅସହ୍ୟ ମନେ ହେଉଥାଏ ।ମୋ ଭାଈ ,ଭଉଣୀ ଓ ମୋ ପାଇଁ ଘୋଡଣିର ବ୍ୟବସ୍ଥା କରି ମୋ ବଉକୁ ଗୋଟିଏ ପତଳା ଧୋତିଟେ ଘୋଡେଇବାକୁ ଦେଲେ ଏବଂ ମୋ ନନା ନିଜେ କାକରରେ ଶୋଇପଡିଲେ ।ଗାଢ ନିଦରେ ସବୁ ଶୋଇପଡିଥିଲୁ ।ନନାର ଆଖିରେ କିନ୍ତୁ ନିଦ ନାହିଁ ।ଗାଈଗୁହାଳରେ ବନ୍ଧାହୋଇଥିବା ଗାଈଗୋରୁ କେମିତି ଶୋଇଥିବେ ଭାବି ହାତରେ ଲଣ୍ଠନଟି ଧରି ଏକା ଯାଇଛନ୍ତି ।ମୋ ନିଦ ହଠାତ୍ ଭାଙ୍ଗିବା ପରେ ନନାଙ୍କୁ ଖୋଜିଲି ।ବଉକୁ ଉଠାଇଦେଲି ।ବଉ କହିଲା ତୁ ଶୋଈପଡ ମୁଁ ଦେଖି ଆସୁଛି ।

ମୋ ଆଖି ଆଉ ପଡୁନଥାଏ ।ଗୁହାଳର ବ୍ୟବସ୍ଥା ଉଚିତ ମନେ ହେବା ପରେ ନନା ବଉ ଶୋଇବା ପାଇଁ ଆସିଲେ ।ବଉ ପୁଣି ପତଳା ଧୋତି ଘୋଡାଇ ଶୋଇପଡିଲା ।ନନା ଖଣ୍ଡେ ପିନ୍ଧା ଚଦର ଅଧାଅଧି ଘୋଡେଇ ଜାକିଜୁକି ବସି ରହିଲେ ।ମୁଁ ଆଉ ସମ୍ଭାଳିପାରିଲିନି ।ଜାଣି ଜାଣି ମୋ ଦେହର ଘୋଡଣୀ କିଛି ଦୁରକୁ ଫୋପାଡିଦେଲି ।ନନା ମୋତେ ରଡିକରି ଡାକୁଥାନ୍ତି ଝିଅ ଝିଅ ।ମୁଁ କିନ୍ତୁ ଗାଢ ନିଦରେ ଶୋଇବା ଭଳି ଅଭିନୟ କଲି ।ନନା ମୋତେ ଝାଙ୍କାଝୁଙ୍କି କରି କହିଲେ ଝିଅ ଘୋଡଣୀଟା ବାରମ୍ବାର ଫିଙ୍ଗିଦେଉଛୁ ଯେ ଘୋଡେଇ ଶୋଇଯା ।ମୁଁ ଅଭିନୟ କରି କହିଲି ମୋତେ ଶୀତ ନାହିଁ ତାକୁ ରଖିଦିଅ ।

କିଛି ସମୟ ପରେ ଦେଖିଲି ନନା ସେହି ଘୋଡଣୀଟି ଘୋଡାଇ ବହୁତ ସୁନ୍ଦର ନିଦରେ ଶୋଇଛନ୍ତି ।ମୋତେ କିନ୍ତୁ ଜୋର୍ ଶୀତ ।କଣ କରିବି ଫୁଟାଣିଟା ସିନା ମାରି କହିଲି ଶୀତ ନାହିଁ କିନ୍ତୁ ମୁଁ ଆଉ ଶୋଇପାରିଲି ନାହିଁ ।

ବଉର ନିଦ ଭାଙ୍ଗିଲା ପିଲେ ଚାଲ ଏଥର ଦାନ୍ତ ଘଷିବା ,ସକାଳ ହେଲାଣି ।ଭାଇ ଭଉଣି ଉଠିଲୁ ।ଦାନ୍ତ ଘଷିବା ବେଳେ ଶୀତରାତିର ବ୍ୟଥା ସେମାନଙ୍କୁ ଜଣାଇଲି ।ଚିନ୍ତା କଲୁ କି କେମିତି ବଡ ଆଉ ଉଷୁମ ଲାଗିବା ଭଳି ଘୋଡଣୀଟି କିଣିବା ।ନିଜ ନିଜ ଟଙ୍କା ପେଡିରୁ ଟଙ୍କା ବାହାର କରି ବଜାରକୁ ଗଲୁ ନନା ବଉକୁ ନ କହି ।

ପୁଣି ରାତି ହେଇ ଆସିଲା ।ସବୁଦିନ ଭଳି ଆଜିବି ନନା ଆମକୁ ଘୋଡେଇଦେଇ ଜାକିଜୁକି ହୋଇ ବସିଲେ ।ଆମେମାନେ ଧୀରେ ଧୀରେ ଗଲୁ ନନାଙ୍କ ଉପରେ ନୁଆ ଘୋଡଣୀଟା ଘୋଡାଇଦେଲୁ ।ନନା ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁରହିଲେ ।ତମେ ଏଇଟା କୋଉଠୁ ଆଣିଲ ପିଲେ ?କିଏ ଟଙ୍କା ଦେଲା ତୁମକୁ ? ଆମେ ମାନେ କହିଲୁ ସବୁଦିନ ତମେ ଯେଉଁ ଟଙ୍କା ଦେଉଥିଲ ଖାଇବାକୁ ତାକୁ ନଖାଇ ସଂଚୟ କରିଥିଲୁ ।

ନନା ସେଦିନ ରାତିରେ ଶାନ୍ତିରେ ଶୋଇଲେ ।ଆମେ ବି ସବୁ ଆନନ୍ଦ ହେଲୁ ।ସେ ଅଭୂଲା ଶୀତରାତି ଆଜି ବି ମନେ ପଡିଲେ ଦେହ ଶୀତେଇଉଠୁଛି ।

ବାହାରେ ଶୋଉଥିବା ଗରିବ,ଅନାଥ ପିଲାଙ୍କ ଦୁଃଖ ସହିନପାରି ତା ପର ଦିନ ନନା ସେ ନୁଆ ଘୋଡଣୀଟା ସେମାନଙ୍କୁ ଦେଇଦେଇଥିଲେ ।ସେମାନଙ୍କ ନିଜର ଘର ଖଣ୍ଡେ ବି ନଥିଲା ।ସେ ଦୁଃଖ ମୋ ନନାର ଦୁଃଖଠାରୁ ବି ଅଧିକ ଥିଲା ।ଏଣୁ ଆମେ ବି କିଛି କହିପାରିନଥିଲୁ ।ବାପା ମାଆ ନଥିବା ଚାରୋଟି ପିଲା ଆଜି ବି ସେ ଘୋଡଣୀ ସାଇତି ରଖିଛନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational