Pratap Chandra Mishra

Tragedy

3  

Pratap Chandra Mishra

Tragedy

ଶିବାଳୟରେ ଝରା ଶ୍ରାବଣର ସେହି ସୋମବାର

ଶିବାଳୟରେ ଝରା ଶ୍ରାବଣର ସେହି ସୋମବାର

7 mins
229


*ଗଳ୍ପ*: *ଶିବା ଳୟରେ ଝରା ଶ୍ରାବଣର ସେହି ସୋମବାର* 

==============

ପ୍ରତାପ ଚନ୍ଦ୍ର ମିଶ୍ର, ଆସ୍କା, ଗଞ୍ଜାମ

==============


ଧର୍ମ ମାସ ଶ୍ରାବଣ । ହରିଶୟନ ଏକାଦଶୀ ଠାରୁ ଦେଵ ଉଥାପନ ଏକାଦଶୀ ପର୍ଯ୍ୟନ୍ତ ସମୟକୁ ଚତୁର୍ମାସ୍ୟା ବୋଲି ମନାଯାଇ ଥାଏ । ଏହି ସମୟରେ ଭଗବାନ ଶ୍ରୀ ବିଷ୍ଣୁ, ବ୍ରହ୍ମ ଵୈବର୍ତ୍ତ ପୁରାଣ ଅନୁସାରେ ଯୋଗନିଦ୍ରାଙ୍କ କଠୋର ତପସ୍ୟାରେ ସନ୍ତୁଷ୍ଟ ହୋଇ ବର ଜାଚିଥିଲେ । ଯୋଗ ନିଦ୍ରା ଭଗବାନଙ୍କ ଶ୍ରୀ ଅଙ୍ଗରେ ରହି ସେବା କରିବାକୁ ମନାସି ଥିଲେ । ସେହି କାମନା ପୂରଣ କରିବା ପାଇଁ ଶ୍ରୀ ବିଷ୍ଣୁ ଯୋଗ ନିଦ୍ରା ଙ୍କୁ ନିଜ ଚକ୍ଷୁରେ ସ୍ଥାନ ଦେଇଥିଲେ । ଏବଂ ସେବା କରିବା ପାଇଁ ସୁଯୋଗ ପ୍ରଦାନ କରିଥିଲେ । ତାହାରି ପ୍ରଭାବରେ ଭଗବାନ ଏହି ଚାରି ମାସ ଯୋଗ ନିଦ୍ରାଙ୍କ ସେବା ଯୋଗୁଁ ଶୟନ ରତ ହୁଅନ୍ତି । ସୃଷ୍ଟିର ପରିଚାଳନା ଦାଇତ୍ୱ ଭଗବାନ ଶିବଙ୍କ ଉପରେ ନ୍ୟସ୍ତ ଥାଏ । ତେଣୁ ପ୍ରଭୁ ଭୋଳାଶଙ୍କରଙ୍କ ଦାଇତ୍ୱ ସୃଷ୍ଟିର ପ୍ରାଣୀଙ୍କ ସଞ୍ଚାଳନ ପାଇଁ ଢେର୍ ବେଶୀ ବଢିଯାଏ । ସବୁ ମାସ ଠାରୁ ଏହି ଶ୍ରାବଣ ମାସ, ଭଗବାନ ଶଙ୍କରଙ୍କ ଅତି ପ୍ରିୟ ଅଟେ । ତେଣୁ ଯେଉଁ ଭକ୍ତ ନିଷ୍ଠାର ସହ ଏହି ମାସରେ ଜଳାଭିଷେକ ଓ ରୁଦ୍ରାଭିଷେକ କରି ଭଗବାନ ଶିବଙ୍କୁ ପୂଜା ଆରାଧନା କରିଥାଏ, ପ୍ରଭୁ ତାହାର ସବୁ ମନକାନାନା ପୂରଣ କରିଥାନ୍ତି । ତେଣୁ ଦୂର ଦୂରାନ୍ତରୁ ପବିତ୍ର ନଦୀରୁ ଜଳ ନେଇ ଶୈବ ଭକ୍ତ କାଉଡ଼ିଆ ମାନେ ନଗ୍ନ ପାଦରେ ଚାଲି ଚାଲି ଅଭିଷ୍ଟ ଶୈବ କ୍ଷେତ୍ରକୁ ଗମନ କରନ୍ତି ଓ ଜଳ ଲାଗି କରି ପ୍ରଭୁ ଙ୍କୁ ସନ୍ତୋଷ କରନ୍ତି । ଏହି ଧର୍ମ ଭାବାପନ୍ନ ପ୍ରାନ୍ତରେ ସବୁ ଅସମ୍ଭବ ସମ୍ଭବ ହୁଏ ଯଦି ଇଶ୍ଵର କୃପା ମିଳିଯାଏ ।  

ସେହି ଧର୍ମ ଭକ୍ତି ବିଶ୍ୱାସକୁ ମନ ଅନ୍ତରରେ ଭରି ଗୋକୁଳ କାଉଡ଼ିଆ ହୋଇ ଜଳ ଲାଗି କରିଯିବାକୁ ମନସ୍ଥ କରିଛି । ଦେବଙ୍କ ଦେବ ମହାଦେବ, , ତାଙ୍କର ଅନେକ ନାମ । ସଦାଶିବ, ଧବଳେଶ୍ଵର, ଲିଙ୍ଗରାଜ, ଦଣ୍ଡେଶ୍ୱର, ସ୍ଵପ୍ନେଶ୍ୱର ଇତ୍ୟାଦି । ଗୋକୁଳର ମାଆ ବିଗତ ଦିନରେ ଗୋକୁଳକୁ ପାଇବା ପାଇଁ କେତେ ପୂଜା ପାଠ, କେତେ ବ୍ରତ ଉପବାସ କରିଥିଲା । ଶେଷରେ ସେ ମାନାସିଥିଲା, ଯଦି ତା କୋଳରେ ସନ୍ତାନ ଟିଏ ଭଗବାନ ଦେବେ, ତେବେ ସେହି ସନ୍ତାନ ବଡ଼ ହେଲେ ସିଏ ଗାଆଁ ଦଣ୍ଡେଶ୍ୱର୍ଙ୍କ ଠାରୁ ବାହାରି ପବିତ୍ର ଋଷିକୂଲ୍ୟା ନଦୀର ଜଳ ନେଇ ଧବଳେଶ୍ଵର ପୀଠ ଯିବ ଓ ସେଠାରେ ଜଳାଭିଷେକ କରି ସଦାଶିବଙ୍କ ସେବାରେ ସମର୍ପି ଜୀବନ ଚଳ ଚଞ୍ଚଳ କରି ବଞ୍ଚିବ । ସତକୁ ସତ, ମହାଦେବ ଗୁହାରି ଶୁଣିଥିଲେ । ପୁତ୍ର ସନ୍ତାନ ଟିଏ ପ୍ରାପ୍ତ ହେଲା । ଗୋକୁଳ ସକ୍ଷମ ହୋଇଛି ପଦଯାତ୍ରା କଲାଭଳି । ମାଆ ତାର ମନେପକାଇ ଦେଇଛି ମନସ୍କାମନା କଥା । ଗୋକୁଳ ମାର ଭକ୍ତି କଥା ଶୁଣି ହରଷରେ ଜଳ ଭାର ବୋହି ପ୍ରଭୁ ଧବଳେଶ୍ଵରଙ୍କ ପୀଠକୁ ଯିବାକୁ ବାହାରିଛି । ଗାଁର ମଧ୍ୟ କେତେ, କାଉଡ଼ିଆ ସାଜି ସମସ୍ତେ ଏକତ୍ର ଯିବାକୁ ସଂଗଠିତ । ବିଧି ବିଧାନ ସହ ଅତ୍ୟାବଶ୍ୟକ ସମାନ ସାଥେ ଧରି ଭଗବାନଙ୍କ ନାମ ଉଚାରି ଲକ୍ଷ୍ୟ ସ୍ଥଳକୁ ବାହାରି ଗଲେ । ଶ୍ରାବଣ ମାସ । ବରଷା ପାଗ । ମେଘୁଆ ଆକାଶ । କେତେ ବେଳେ ଝିପ୍ ଝିପ ବର୍ଷା ତ କେତେବେଳେ ଛେଚା ବର୍ଷା । କିନ୍ତୁ ପାଗ ସଦାବେଳେ ଆଦ୍ର । ଖରା ପଡେନି । ଏହି ଧର୍ମ ମାସରେ ନିଜ ନିଜ ଅଭିଷ୍ଟ ପୂରଣ ପାଇଁ ଶୈବ ଭକ୍ତଙ୍କ ଦିନ ଆଉ ରାତିର କିଛି ଫରକ୍ ନାହିଁ । କିଏ ଯେମିତି । ପାରିଲା ନିଜ ନିଜ ଲକ୍ଷ୍ୟ ପ୍ରାପ୍ତି ପାଇଁ ବାଟ ଚାଲୁ ଥାନ୍ତି । ରାତ୍ର ହେଲେ କୌଣସି ମଠ ବା ମନ୍ଦିରରେ ବିଶ୍ରାମ ନେଉଥାନ୍ତି । ସେଥିପାଇଁ ସ୍ଥାନୀୟ ସଜ୍ଜନ ମାନେ କାଉଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ରହିବା, ଖାଇବା ବ୍ୟବସ୍ଥା ଆୟୋଜନ କରି ଦେଇ ଥାନ୍ତି । ଯେମିତି କାହାର କିଛି ବାଧା ନ ହେବ । ଏହି ସଙ୍ଗଠନରେ ନାରୀ ପୁରୁଷ ସମସ୍ତେ ସମାନ । ସମସ୍ତଙ୍କ ଗୋଟିଏ ପରିଚୟ ସେମାନେ କେବଳ ଶୈବ ଭକ୍ତ । ଏକ ମନ ଏକ ପ୍ରାଣ ହୋଇ ପ୍ରଭୁ ଶିବ ଙ୍କୁ ବିଭିନ୍ନ ନାମରେ ଉଚ୍ଚାରଣ, ସ୍ମରଣ, ଜୟ ଜୟକାର କରି ଆନନ୍ଦ ମନରେ ଆଗକୁ ଆଗକୁ ପାଦ ବଢାଇ ଚାଲୁ ଥାନ୍ତି । ଗୋକୁଳ ବି ସେମିତି ଚାଲୁଥାଏ । ରାତି ହେଲେ ପରିଷ୍କାର ଜାଗାରେ ବିଶ୍ରାମ ବି ନିଏ । ସେଦିନ ରାତିରେ ପ୍ରବଳ ବର୍ଷା । ପୁରା ଦିନ ଚାଲି ଚାଲି ପାଦ ଫୋଟକା ସହ ଦେହ ଦରଜ ହେଉଥାଏ । କିନ୍ତୁ ଭଗବାନଙ୍କ ଡୋରିରେ ଲେଶ ମାତ୍ର ଫରକ୍ ଅନୁଭୂତ ହୁଏ ନାହିଁ । ଉକ୍ତ ସଙ୍ଗଠନର ସଦସ୍ୟ ମାନେ ବାଟରେ ପଡ଼ୁଥିବା ନରେନ୍ଦ୍ର ପୁର ଶିବ ମନ୍ଦିର ନୀଳକଣ୍ଠେଶ୍ଵରଙ୍କ ପୀଠରେ ବିଶ୍ରାମ ନେବାକୁ ସ୍ଥିର କଲେ । କାରଣ ଏହି ଶୈବ ପୀଠ, ଅନ୍ୟତମ ପ୍ରସିଦ୍ଧ ପୀଠ ରୂପେ ବେଶ୍ ମାନ୍ୟତା ଅଛି । ଏହି ମନ୍ଦିରର ଲିଙ୍ଗ ସ୍ଵୟଂ ଆବିର୍ଭାବ ଓ ପ୍ରତ୍ୟେକ ଦିନ ନାଗ ଦେବତା ଆସି ପ୍ରାତଃ ନୀଳକଣ୍ଠଙ୍କ ଦର୍ଶନ କରନ୍ତି ଓ ଭୋଗ ସ୍ୱରୂପ କ୍ଷୀର ପାନ କରି କୁଆଡେ ଅଦୃଶ୍ୟ ହୋଇଯାଆନ୍ତି । ପୁଣି ନିର୍ଦ୍ଧିଷ୍ଟ ସମୟରେ ଆସି ପରଦିନ ତାଙ୍କର କାର୍ଯ୍ୟ କରନ୍ତି । ଏହି ପବିତ୍ର ଶ୍ରାବଣ ମାସରେ ଭଗବାନଙ୍କ ପ୍ରତ୍ୟକ୍ଷ ଦର୍ଶନ ତ କରିବା ବିରଳ କିନ୍ତୁ ନାଗ ଦେବତାଙ୍କ ଦର୍ଶନ କରିଥିବା ପ୍ରାଣୀ ନିଜକୁ ଅତ୍ୟନ୍ତ ଭାଗ୍ୟଶାଳି ମନେ କରନ୍ତି । 

ସେ ଦୃଷ୍ଟିରୁ ସେହି ମନୋରମ ଦୃଶ୍ୟ ଅବଲୋକନ କରି ନୀଳକଣ୍ଠ ଙ୍କୁ ଜଳ ଲାଗି କରି ପ୍ରଭୁଙ୍କ ଅଲୌକିକ ଦର୍ଶନ ସାରି ସକାଳୁ ଆଗକୁ ଯିବେ ଭାବି ଗୋକୁଳ ସମେତ ସେହି କାଉଡ଼ିଆ ଗୋଷ୍ଟି ନରେନ୍ଦ୍ର ପୁରର ଶିବ ମନ୍ଦିରରେ ଅଟକି ଗଲେ । ସବୁ ରୀତି ନୀତିରେ କାଉଡ଼ିଆଙ୍କ ସ୍ଵାଗତ ହେଲା । ଖାଦ୍ୟ ପାନୀୟ ଯାହା ଆବଶ୍ୟକ ନୀଳକଣ୍ଠ ମନ୍ଦିରର ପରିଚାଳନା କତୃପକ୍ଷ ସବୁ ଆୟୋଜନ କରି ଦେଇ ଥିଲେ । କୌଣସି ବିଭ୍ରାଟ ହେଲା ନାହିଁ । ବର୍ଷା ଥମି ବାର ନାଆଁ ବି ନେଉନାହିଁ । ସେ ଯାହା ହଉ ପ୍ରଭୁଙ୍କ କୃପାରୁ ରହିବା ଆସ୍ଥାନ ମିଳି ଗଲା । ସମସ୍ତେ ସଦାଶିବ ଙ୍କୁ ଧ୍ୟାନ କରି ବିଶ୍ରାମ ରତ । ଗୋକୁଳ ପ୍ରଭୁ ଭକ୍ତିରେ ମଜ୍ଜି ନିଜ ମାକୁ ବି ମନେ ମନେ ଖୋଜୁ ଥାଏ । ମାଆ ଏକୁଟିଆ ରହିଥିବା କଥା ତାକୁ ବ୍ୟଥିତ କରୁଥାଏ । ନିଦ ବି ଆସୁ ନ ଥାଏ । ଏତିକି ବେଳେ ସେହି ମନ୍ଦିର ବେଢ଼ାରେ କିଛି ଅଲୋଡା ଅବାନ୍ତର ଶବ୍ଦ ସେ ରାତିର ବର୍ଷା ସାଙ୍ଗକୁ ଆହୁରି ମନକୁ ଅଥୟ କରିଦେଇଥିଲା । ଅନ୍ୟ ମାନେ ନିଦ୍ରା ଗ୍ରସ୍ତ ଥିବା ବେଳେ, ଗୋକୁଳ ମନ ଭାରୀ ବ୍ୟସ୍ତ କଣ ସେଠି ହଉଛି?

ପର ମୂଲକ । ଅନ୍ଧାର ନିଛାଟିଆ ବର୍ଷା ରାତି ପୁଣି ମନ୍ଦିର, ଦେବ ସ୍ଥାନ, ରାତି ପାହିଲେ ପବିତ୍ର ସୋମ ବାର । ମନରେ ସାହାସ ଭରି ବିଷୟ କଣ ଜାଣିବାକୁ ଗୋକୁଳ ଧିରେ ଧିରେ ଶବ୍ଦ ଆସୁଥିବା ସ୍ଥାନକୁ ଗଲା । ନିର୍ବାକ ହେବା ଛଡା ସେ କିଛି ଆଉ କହି ପାରୁନଥାଏ । କାରଣ ଗୋକୁଳ ଦେଖି ଥିଲା ତରୁଣ ତରୁଣୀ ଦୁଇ ଜଣ ବେଢ଼ା ପ୍ରାଚୀର ଡେଇଁ ତା ମଧ୍ୟରେ ଥିବା ଚନ୍ଦନ ଗଛ ପାଖରେ ଯୁକ୍ତି ତର୍କରେ ଲିପ୍ତ ଥିବା ବେଳେ ତରୁଣୀ ରସି ଭିଡୁଥିଲେ । ସେମାନଙ୍କର ଲକ୍ଷଣ ଦେଖି ଜଣା ପଡୁଥିଲା ଦୁହେଁ ଅସନ୍ତୁଷ୍ଟ ବୋଲି । ଆତ୍ମହତ୍ୟା ଯୋଜନା ବା କିଛି ଅପ୍ରୀତିକର ଘଟଣା କରିବା ଆୟୋଜନ କରୁଥିଲେ । 

ଗୋକୁଳ ଅନୁମାନ ସତ୍ୟ ହେଲା ଯେବେ ସେ ଦୁହିଁଙ୍କ ନିକଟତର ହୋଇ ସବୁ ଜାଣି ବାକୁ ପାଇଲା । ପ୍ରଥମେ ସେମାନେ ଗୋକୁଳକୁ ଦେଖି ଡ଼ରି ଯାଇଥିଲେ । କିନ୍ତୁ ଚାଲାକ୍ ଗୋକୁଳ ସେମାନଙ୍କୁ ଆୟତ କରି ମନ କଥା ତାଙ୍କ ବୁଝିବାକୁ ସଫଳ ହୋଇପାରିଥିଲା । ଉଭୟଙ୍କର ବିବାଦ ପ୍ରେମ ସମ୍ପର୍କ ନେଇ ଉଠିଥିଲା । ତରୁଣ ବିବାହିତ । ତାର ଛୋଟ ଛୁଆ ଅଛି । କିନ୍ତୁ ସେ ମମତାକୁ ପ୍ରେମ ଫାସରେ ପକାଇ ପ୍ରତାରଣା କରିବା ଚକ୍କରରେ ଥିଲା । ମମତା ପ୍ରତ୍ୟୁଷର ବୈବାହିକ ଜୀବନ ବିଷୟରେ କିଛି ଜାଣେନି । ପ୍ରତ୍ୟୁଷର ମନଲୋଭା କଥା ଦେଖି ସେ ଅନ୍ଧ ଭାବେ ଭଲ ପାଇ ବସିଥିଲା । ହେଲେ ନଦୀ ପାଣି ବୁଡି ଆଣ୍ଠୁଏ ହେଲାଣି । ମମତା, ପ୍ରତ୍ୟୁଷକୁ ଜୋର୍ କରୁଛି ବିବାହ କରିବା ପାଇଁ । ହେଲେ ପ୍ରତ୍ୟୁଷ ଆଉ କିଛି ଦିନ ସମୟ ଅବଧି ଚାହୁଁଛି । ଅରାଜି ହେବା ଯୋଗୁଁ ମମତା ସେହି ଚନ୍ଦନ ଗଛରେ ଆତ୍ମହତ୍ୟା କରିବାକୁ ରସି ଭିଡୁଥିଲା ବେଳେ ପ୍ରତ୍ୟୁଷ କିଛି ଦହନ ଶିଳ ତରଳ ପଦାର୍ଥ ଗୋପନରେ ରଖିଥିବା ଜଣା ପଡୁଥିଲା । ଏତିକି ବେଳେ ଶବ୍ଦ ଶୁଣି ଗୋକୁଳ ପହଞ୍ଚି ଯାଇଥିଲା । ମନ୍ଦିର ବେଢ଼ାରୁ ଉଭୟ ଖସି ଯିବା ଆଉ ସମ୍ଭବ ହୋଇ ପାରିନଥିଲା ବେଳେ ସେମାନେ ପ୍ରତ୍ୟୁଷ ଦ୍ଵାରା ଧରା ପଡ଼ିଯାଇଥିଲେ । 

ପ୍ରତ୍ୟୁଷ ଟିକିନିଖି ସବୁ କଥା କୌଶଳ କ୍ରମେ ଆଦାୟ କରି ପାରିଥିଲା । ପରାମର୍ଶ ଦେଇ ବିଷୟକୁ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ଦୁଇଟି ଜୀବନକୁ ନଷ୍ଟ ହେବା ପୂର୍ବରୁ ଯଥାସାଧ୍ୟ ଅନର୍ଥକୁ ରୋକିବାକୁ ଚେଷ୍ଠା କରୁଥିଲା । ମମତା ସେହି ନରେନ୍ଦ୍ର ପୁର ଗାଆଁର ଓ ପ୍ରତ୍ୟୁଷ ଆର ଗାଆଁର । ସେ ଏଠାରେ ରହି ପୋଷ୍ଟ ଅଫିସରେ କିରାଣୀ ଚାକିରୀ କରୁଛି । ତେବେ ଏହି ମାମଲା ସମାଧାନ କରୁ କରୁ ବର୍ଷା କମି ଆସିଥିଲା ଓ ରାତି ପାହି ସକାଳ ହେବାକୁ ଆସୁଥିଲା ବେଳେ ମମତା ଓ ପ୍ରତ୍ୟୁଷ ଯିବାକୁ ଉଦ୍ୟତ ହେଇଥିଲେ । କିନ୍ତୁ ଗୋକୁଳ ସେମାନଙ୍କୁ ଅଟକାଇ ରଖୁଥିଲା । କାରଣ ସେ ତା ଗନ୍ତବ୍ୟ ସ୍ଥଳକୁ ଚାଲି ଯିବ । କିନ୍ତୁ ଏହି ଦ୍ଵନ୍ଦ୍ୱର ସ୍ଥାୟୀ ସମାଧାନ କରିଯିବ । ସେଥିପାଇଁ ଉକ୍ତ ମନ୍ଦିରର ପରିଚାଳକଙ୍କ ଦୃଷ୍ଟିକୁ ନେଇ ଯାହା ସମ୍ଭବ କରାଯିବ ବୋଲି ଅଟକାଇ ରଖିଥିଲା । ପ୍ରାତଃ ମନ୍ଦିର ଦାୟିତ୍ୱରେ ଥିବା କର୍ମକର୍ତ୍ତା ଆସିଲେ । ସବୁ ଜାଣିଲେ । ମମତା ଓ ପ୍ରତ୍ୟୁଷ ଲଜ୍ଜ୍ୟାରେ ମୁହଁ ପୋତି ଠିଆ ହୋଇଥିଲେ । ପ୍ରତ୍ୟୁଷ ପାଖରୁ ଦହନ ଶିଳ ପଦାର୍ଥ ଜବତ କରାଗଲା । କାରଣ ସେ ମମତାକୁ ମନ୍ଦ ଉଦ୍ଦେଶ୍ୟରେ ସେଠାକୁ ଡାକି ଥିବା ପ୍ରକାଶ କଲା । ଏବଂ ଅପରାଧୀ ଭଳି ସେଠାରେ ଉପସ୍ଥିତ ଥିଲା ।  

ମମତାର ବାପା ବି ଆସିଲେ । ପ୍ରତ୍ୟୁଷର ସ୍ତ୍ରୀକୁ ବି ଖବର ପଠାଇ ସେହି ନୀଳକଣ୍ଠଙ୍କ ମନ୍ଦିରକୁ ଡକାଗଲା ମୀମାଂସା ପାଇଁ । ନରେନ୍ଦ୍ର ପୁର ଗାଆଁରେ ଚହଳ; ଗୋକୁଳ କାଉଡ଼ିଆ, ଦୁଇଜଣକୁ କାବୁ କରିଛି ଓ ଗୋଟିଏ ନିରୀହ ଝିଅର ଜୀବନକୁ ବଞ୍ଚାଇ ପାରିଛି । ଏବଂ ପ୍ରେମର ପରିଣାମର ନିଷ୍ପତ୍ତି ସେହି ମନ୍ଦିରରେ କରାଯିବ । 

ବହୁ ବାଦ ବିବାଦ ଓ ତର୍କ ବିତର୍କ ପରେ ଆଇନ ଅନୁସାରେ ମମତାକୁ ପ୍ରତ୍ୟୁଷ ବିବାହ କରିପାରିବ ନାହିଁ । କାରଣ ସେ ଆଗରୁ ବିବାହିତ । ଯଦି ପ୍ରତ୍ୟୁଷ ମମତାକୁ ବିବାହ କରିବ ତେବେ ଆଇନ ପ୍ରକାରେ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ ଯାଇ ସେ ଦ୍ଵିତୀୟ ବିବାହ କରିପାରିବ । ତେଣୁ ଆଇନ ଆଶ୍ରୟ ନିହାତି ଜରୁରୀ । କୋମଳ ମତି ନିରୀହ ଝିଅ ଙ୍କୁ ଫୁସୁଲା ଫୁସିଲୀ କରି ତାଙ୍କ ମନ ସହ ଖେଳି କଷ୍ଟ ଦେଇଥିବା ଯୋଗୁଁ ନିକଟସ୍ଥ ଥାନାରେ ଅଭିଯୋଗ କରାଯାଇ ନିୟମ ଅନୁସାରେ ଯାହା ହେବ ତାକୁ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହେଲା । ସେ ପର୍ଯ୍ୟନ୍ତ ମମତାକୁ ସ୍ଥିର ହୋଇ ମଣିଷକୁ ନ ଚିହ୍ନି ଏତେ ଦୂର ଆଗେଇଥିବା ଯୋଗୁଁ ଭଲ ଭାବେ ତା ଜୀବନର ଗୁରୁତ୍ଵ ପୂର୍ଣ୍ଣ ନିର୍ଣ୍ଣୟ ନେବାକୁ ସୁଯୋଗ ଦିଆଗଲା ବୋଲି ସ୍ଥିର ହେଲା । ସ୍ଥାନୀୟ ମନ୍ଦିର କର୍ମକର୍ତ୍ତାଙ୍କ ନିଷ୍ପତ୍ତି ସମସ୍ତେ ମାନିନେଲେ । ଗୋକୁଳ ଯୋଜନା ପ୍ରକାରେ ନାଗ ଦେବତାଙ୍କ ଦର୍ଶନ ଓ ଜଳ ଲାଗି କରି ସେହି ସୋମ ବାର ଦିନ, ଗନ୍ତବ୍ୟ ଲକ୍ଷ୍ୟ ଦିଗକୁ ବିଦାୟ ନେଇ କାଉଡ଼ିଆଙ୍କ ସହ ଚାଲି ଯାଇ ଥିଲା । ପରିଶେଷରେ ବାବା ଧବଳେଶ୍ଵରଙ୍କ ପୀଠରେ ଜଳାଭିଷେକ କରି ହସଖୁସି ବାବାଙ୍କ ଆଶିଷ ପାଇ ମାଆ ପାଖକୁ ଫେରି ଆସିଥିଲା । 


କିନ୍ତୁ ନରେନ୍ଦ୍ରପୁର ଗାଆଁର ସେ ଭୟଙ୍କର ମୁହୂର୍ତ୍ତ ତା ମନରୁ ପାଶୋରି ଯାଉନଥାଏ । ମାମଲା ରୁଜୁ ପାଇଁ ମନସ୍ଥ କରି ଗାଆଁ ଲୋକ ଚାଲିଗଲା ପରେ ସେ ବି ଚାଲି ଯାଇଥିଲା । ଝରା ଶ୍ରାବଣ ମାସ ବି ବିତି ଯାଇଥିଲା । 

ଦଶହରା ଆସି ଶରତ ଆକାଶ ନିର୍ମଳ ହୋଇ ପାର୍ବଣ ଋତୁ ଆସିଯାଇଥିଲା । ଗୋକୁଳର ମନରେ ଉଙ୍କି ମାରୁଥିବା ସେହି ଅସମାହିତ ପ୍ରେମ କଥା, ହଠାତ୍ ଟେଲିଭିଜନ ପରଦାରେ ଦେଖିଲା । ମମତା ସବୁରି ଅଲକ୍ଷିୟରେ ରେଳ ଧାରଣାରେ ଜୀବନ ହାରି ଦେଇଛି । କାରଣ ନ୍ୟାୟର ମନ୍ଦିରରୁ କୌଣସି ଭରସା ଯୋଗ୍ୟ 

ନ୍ୟାୟ ମିଳିଲା ନାହିଁ ଓ ଭାଗ୍ୟ ବିଧାନ ବି ନିଆରା । ଯୌବନର ଦ୍ଵାରରେ ପାଦ ଦେଇ ଅଜଣା ଲୋକଙ୍କ ପ୍ରଲୋଭନରେ ଆସି ନିରୀହ ଅବଳାମାନେ ନିଜର ସର୍ବସ୍ୱ ଜଳାଞ୍ଜଳି ଦେଇ ଶେଷରେ ଦୁର୍ଲଭ ଶରୀରକୁ ବି ନାଶ କରି ଦିଅନ୍ତି । ଯାହା ପ୍ରଭୁ ପ୍ରଦତ୍ତ । ସେହି ଶରୀର ଉପରେ ସର୍ବ ଶକ୍ତିମାନ ପ୍ରଭୁଙ୍କ ଉପରେ ଅଧିକାର । ଆଉ କାହାର ଅଧିକାର ନାହିଁ ନିଜକୁ ନଷ୍ଟ କରିବା ପାଇଁ । ଗୋକୁଳ, ଅବାକ୍ ହୋଇ ତା ମାଆକୁ ଟେଲିଭିଜନ ପରଦାରେ ଘନ ଘନ ଆସୁଥିବା ଖବରକୁ ଦେଖି କହୁଥିଲା ଶିବାଳୟରେ ଝରା ଶ୍ରାବଣର ସେହି ସୋମବାର କଥା । ଆଉ ଅଙ୍ଗେ ନିଭାଇଥିବା ଘଟଣା । 



Rate this content
Log in

Similar oriya story from Tragedy