STORYMIRROR

Pabitra Behera

Romance

3  

Pabitra Behera

Romance

ଶବ୍ଦଚାଷ

ଶବ୍ଦଚାଷ

7 mins
180


ଆଦିତ୍ୟ ବାବୁ ଜଣେ ଗୀତିକାର ସେ ନିଜର ବ୍ରହ୍ମପୁର ଆକାଶବାଣୀ ରେ କାର୍ଯ୍ୟକ୍ରମ ସାରି ବସ୍ କୁ ଅପେକ୍ଷା କରିଥାଆନ୍ତି। ବ୍ରହ୍ମପୁର ପରି ଜଣଗହଳ ଅଞ୍ଚଳ କେତେବେଳେ କାହା ସହ ସାକ୍ଷାତ କରି ଦିଏ। ସେ ସାକ୍ଷାତକାର ଚିରଦିନ ଏକ ଉଜ୍ବଳମୟ ତାରାକାପୁଞ୍ଜ ହୋଇ ଚତୁଃପାର୍ଶ୍ଵରେ ଉଜ୍ବଳମୟ କରିଦିଏ। ଠିକ୍ ସେହିପରି ଆଦିତ୍ୟ ବାବୁଙ୍କ ଦେଖାହୁଏ। ନିଜର ସହପାଠୀ ରାଣୀ ସହିତ।

     ଆଦିତ୍ୟ ବାବୁ କିଛି ସମୟ ବସକୁ ଅପେକ୍ଷା କରିବା ପରେ ବସ୍ ଆସି ପହଞ୍ଚିଲା । ବସ୍ ର ସମସ୍ତ ସିଟ୍ ଫୁଲ ଥାଏ ଓ କିଛି ଲୋକ ଛିଡ଼ା ହୋଇଥାଆନ୍ତି। ବସ୍ ପଛ ପଟରୁ କେହି ଜଣେ ଡାକୁ ଥାଆନ୍ତି। ଆଦିତ୍ୟ, ଆଦିତ୍ୟ କିନ୍ତୁ ଗହଲି ହେତୁ କିଛି ଦେଖା ଯାଉନଥାଏ। କେହି ଜଣେ କହିଲେ ସାର୍ ପଛପଟ ସିଟ୍ ରେ ବସିଥିବା ମ୍ୟାଡମ୍ ଜଣଙ୍କ ଆପଣଙ୍କୁ ଡାକୁଛନ୍ତି। ପ୍ରଥମତଃ ମନରେ ଭାବନା ଆସୁଥିଲା କିଏ ଏ ମ୍ୟାଡମ୍ ମୋତେ କାହିଁକି ଡାକୁଛନ୍ତି। ଧିର ଭାବରେ ତାଙ୍କ ପାଖକୁ ଗଲି।


ସେ କହିଲେ ହାଏ ଆଦିତ୍ୟ ଏଠାକୁ ଆସ, ପାଖକୁ ଗଲି କିନ୍ତୁ କିଛି ସମୟ କିଛି ନ କହି ନୀରବ ରହିଲି। ସେ ମୋ ନୀରବତା ଦେଖି ଆରେ ଆଦିତ୍ୟ ମୋତେ କଣ ଜାଣିପାରୁନ ଯେ ମୁଁ ତୁମ ସହପାଠୀ ରାଣୀ।


ଆଦିତ୍ୟ ବାବୁ ହସ,ହସ ମୁହଁରେ ରାଣୀ ତୁମେ। ସତରେ ତୁମ ତୋ ବଦଳି ଯାଇଛ। ହେଲେ ମୁଁ ଯେଉଁ ରାଣୀ କି ଜାଣିଛି। ଟିକିଏ ସାବୁନିଆ ବର୍ଣ୍ଣର ଡ୍ରେସ୍ ପିନ୍ଧୁଥିବା ଝିଅଟିଏ। ହେଲେ ତୁମେ ଗୋରବର୍ଣ୍ଣ, ଦେହରେ ଶାଢ଼ୀ,ହାତରେ ଚୁଡ଼ି,ମଥାରେ ସିନ୍ଦୂର ଲକ୍ଷ୍ମୀ ଠାକୁରାଣୀ ପରି ଦେଖାଯାଉଛ। ଏତିକି କହିବା ମାତ୍ରେ 

ରାଣୀ-ଆଦିତ୍ୟ ତୁମେ ଆଜିବି ବଦଳିନ ସେହି ଦୁଷ୍ଟାମୀ ହେଉ ସେ ଯାହାବି ହେଉ ବସ ବାସ କହିଲେ । ତାଙ୍କ ନିକଟରେ ବସିଗଲି।

ରାଣୀ ଟିକିଏ ସ୍ମିତହାସ୍ୟ ଦେଇ କହିଲେ ତାହାହେଲେ ସେହି କଲେଜ ସମୟ କଥା ମନେ ଅଛି।ଆଦିତ୍ୟ-ଆରେ ଏମିତି କଣ କହୁଛ ଯେ ଭୂଲିଯିବି କେମିତି ପଛରେ ଛାଡି ଆସିଥିବା ସେ ମଧୂର ଦିନଗୁଡିକ ଏମିତି କଣ ଭୂଲିହେବ। ଆଉ କ'ଣ ଚାଲିଛି ତୁମର ଏବେ?ପ୍ରତି ଉତ୍ତରରେ ରାଣୀ ଏହି କଛି ଦିନ ଗୋପାଳପୁର କଲେଜରେ ନୂଆକରି ଅଧ୍ୟାପିକା ଭାବରେ ନିଯୁକ୍ତି ପାଇଛି।ଏବେ କ୍ଲାସ ସାରି ଫେରୁଛି।


ରାଣୀ ଆଉ ତୁମ କଥା କଣ ?

ଆଦିତ୍ୟ ଦୀର୍ଘ ନିଶ୍ଵାସ ଛାଡ଼ି ହୁଁ ଆଉ କରିବି କ'ଣ ଏବେ ତୋ ଶବ୍ଦଚାଷ କରୁଛି।

ରାଣୀ-ହାଁ ଶବ୍ଦଚାଷ ମାନେ କ'ଣ?

ଆଦିତ୍ୟ- ମୁଁ ଜାଣେ ତୁମେ ମୋ କଥା କେବେ ବୁଝିପାରିବନି ଆରେ ବୋକି ଶବ୍ଦଚାଷ ମାନେ କବି, ଗୀତିକାର କବିତା ଲେଖିବା ମୋର ନିଶାଥିଲା ଆଉ ଏବେ ଏହା ପେଶା ହୋଇଯାଇଛି।

ରାଣୀ- ଏତେ କରି ବୁଝେଇଲି ତୁମେ ଜଣେ ଭଲ ଛାତ୍ର ସରକାରୀ ଚାକିରୀ ପାଇଁ ଚେଷ୍ଟା କର କିନ୍ତୁ ତୁମେ କବିତା ଲେଖିବା ନିଶାରେ ବୁଡି ରହିଲ। ଏଥିରେ କଣ ତୁମ ପେଟ ପୂରିବ।

ଆଦିତ୍ୟ-ସ୍ମିତହାସ୍ୟ ଦେଇ କହିଲେ ସ୍ଵପ୍ନ ରାଇଜରେ ଯିଏ ବୁଲିବାକୁ ଚାହେଁ ବାସ୍ତବ ଦୁନିଆରେ ସେ କେମିତି ରହିବ କହିଲେ।

ରାଣୀ-ଆଛା ତୁମର ସେ ଗୀତ ""ବୟସ ରାଜପଥରେ ପ୍ରେମ ହେଲେ ବାଟବଣା ରେ ବହୁତ ଥର ଶୁଣିଛି ହଁ ସେ ଗୀତ ମୋର ସେବେ ଠାରୁ ପସନ୍ଦ ତୁମେ କ୍ଲାସରେ ମୋ ପାଖ ସିଟ୍ ରେ ବସି ଗୁଣୁଗୁଣୁ ହୋଇ ଯେବେ ଗାଉଥିଲ। କିଏ ଶୁଣୁ ଅବା ନ ଶୁଣୁ ମୁଁ ତୁମ ଗୀତ ସବୁ ବେଳେ ଶୁଣିବାର। କିନ୍ତୁ କେବେ କିଛି ପ୍ରତିଉତ୍ତର ଦିଏ ନାହିଁ। କାଳେ ତୁମେ ଗୀତ ଗାଇବା ବନ୍ଧ କରିଦେବ।

ଆଦିତ୍ୟ-ବାଃ ସତରେ ତୁମେ ମୋ ଗୀତ ଶୁଣୁଥିଲ। ମୁଁ ତୁମ ପାଇଁ ହିଁ ଗୀତ ଗାଉଥିଲି।

ରାଣୀ- ଦୁଷ୍ଟ ତୁମ ଦୁଷ୍ଟାମୀ ଯମା ଯାଇନି।

ହେଲେ ସେ ରାଜପଥରେ କେହି ପଥିକ ମିଳିଛନ୍ତି ନା ଏକା ବାଟ ଚାଲୁଛି?

ଆଦିତ୍ୟ-ହଁ କବିତା ସାଥିରେ 

ରାଣୀ-ଆଛା ତାହା ହେଲେ ମିସ୍ ଙ୍କ ନାଁ କବିତା?

ଆଦିତ୍ୟ-ଆରେ ନା' ନା' ତୁମେ ଯେମିତି ଭାବୁଛ ସେମିତି କିଏ ନାହିଁ। କବିତା ମାନେ poet, lyrics ଆରେ ଭାଇ ଏ ଦୁଷ୍ଟ କବି କୁ କିଏ ଅବା ଝିଅ ଦେବ।


ଏତିକି ସମୟରେ ବସ୍ କଣ୍ଡକ୍ଟର ଡାକ ଛାଡ଼ିଲେ ଛତ୍ରପୁର, ଛତ୍ରପୁର ଉହ୍ଳାନ୍ତୁ ଉହ୍ଳାନ୍ତୁ।


ରାଣୀ- ମୋ ଷ୍ଟୋପେଜ ଆସିଗଲା ଆସୁଛି ଆଦିତ୍ୟ' ହଁ ଶୁଣ ଏ ନିଅ ମୋ ଫୋନ୍ ନମ୍ୱର୍ ଫୋନ କରିବାକୁ ଯେମିତି ଭୂଲି ନ ଯାଅ।

ରାଣୀ ଘରେ ପହଞ୍ଚି କିଡନୀ ରୋଗରେ ପୀଡିତ ଥିବା ନିଜର ସ୍ଵାମୀ କି ପଚାରିଲେ ମେଡିସିନ ଖାଇଲନି ?

ବିବେକ ଅତି ବିରକ୍ତ ମନଭାବରେ ପ୍ରତିଉତ୍ତର ର

ଦେଲେ ନିଜେ ଯଦି ସବୁ କିଛି କରି ପାରିଥାଆନ୍ତି। ଗୋଟିଏ ଜିଅନ୍ତା ଶବ ପରି ଦିନରାତି ଏହି ଖଟ ଉପରେ କାହିଁ ପଡିଥାନ୍ତି।

ରାଣୀ ଧୀର ସ୍ଵରରେ ହେଉ ପା ପାଟି କରନି। ମେଡିସିନ ଦେଉଛି ।

ଚାଲ ହାଁ କର କହି ବିବେକ ବାବୁଙ୍କୁ ମେଡିସିନ ଖୁଆଇ ଦେଲେ।

ଏହି ସମୟରେ ରାଣୀ ର ମୋବାଇଲ୍ ରିଙ୍ଗ ହେବାକୁ ଲାଗିଲା।

ରାଣୀ କଲ୍ ରିସିଭ୍ କରି କହିଲେ ହଁ କିଏ କହୁଥିଲେ।

ଆଦିତ୍ୟ-କହୁଥିଲି କାଲି ସନ୍ଧ୍ୟା ୬.୩୦ ରେ ବ୍ରହ୍ମପୁର ଆକାଶବାଣୀ ରେ ମୋର ଗୋଟିଏ ସାକ୍ଷାତକାର ଅଛି। ସମୟ ପାଇଲେ ଶୁଣିବ ।

ରାଣୀ ହଁ ନିଶ୍ଚୟ ଶୁଣିବି ।

ଆଦିତ୍ୟ-ଧନ୍ୟବାଦ ।

ଆଛା ତୁମେ ଏବେ କେଉଁଠି ରହୁଛ ଘର ଠିକଣା ପଚାରିବାକୁ ଭୂଲି ଯାଇଥିଲି।

ଗୋପାଳପୁର ନିକଟବର୍ତ୍ତୀ ବଡପୁଟି ରେ ରହୁଛି।

ଆଦିତ୍ୟ- ଆଛା ସୁବିଧା ହେଲେ ଯିବି ରହୁଛି Byy ଏତିକି କହି ମୋବାଇଲ୍ ରଖିଦେଲେ।

ମୋବାଇଲ୍ ରୁ କଥା ସରିନି ବିବେକ ରାଗରେ ର୍ଜଜଜୀତ ହୋଇ ପଚାରିଲେ କିଏ ଫୋନ କରିଥିଲା।

ରାଣୀ- ମୋର ଜଣେ ସାଙ୍ଗ।

ବିବେକ-ସାଙ୍ଗ ନିଶ୍ଚୟ ବୟଫ୍ରେଣ୍ଡ୍ ହୋଇଥିବା ।

ରାଣୀ-ବିବେକ ତୁମେ କଣ କହିବାକୁ ଚାହୁଁଛ କ୍ରୋଧରେ

ବିବେକ-ଯାହା ସତ ତାହା କହୁଛି । ରାଗୁଛ କାହିଁକି ରାଗିଗଲେ କଣ ସତଟା ମିଛ ହୋଇଯିବ ।

ରାଣୀ-ତୁମ ସହ ଅଯଥାରେ ମୁଁ ଯୁକ୍ତି କରିବାକୁ ଚାହେଁନି।

ବିବେକ-ଯୁକ୍ତି କଲେ ହାରିଯିବ।

ସେହି ଦିନ ଦୁହିଁଙ୍କ ଝଗଡ଼ା ହୋଇ ରାତି କଟିଯାଏ।

ସବୁଦିନ ପରି ରାଣୀ ସକାଳୁ ଆସି କଲେଜ ଯିବା ପାଇଁ ବସ୍ ଅପେକ୍ଷା କରିଥାଆନ୍ତି।

ସେହି ରାସ୍ତା ରେ ଆଦିତ୍ୟ ବାଇକ୍ ରେ ଯାଉଥାନ୍ତି। ହଠାତ୍ ତାଙ୍କ ର ଆଖି ପଡ଼ିଗଲା ରାଣୀ ଉପରେ।

ଆଦିତ୍ୟ-ଆରେ ରାଣୀ ତୁମେ ଏଠି ଛିଡ଼ା ହୋଇଛ କ'ଣ ସିଟି ବସ୍ କୁ ଅପେକ୍ଷା କରିଛି।

ରାଣୀ-ହଁ କଲେଜ ଯିବାର ଅଛି ତୋ ।

ଆଦିତ୍ୟ- ଚାଲନା ମୁଁ ନେଇ ତୁମ କଲେଜ ରେ ଛାଡି ଦେଇ ଆସିବି। ଏହି ବାହାନାରେ ତୁମ କଲେଜ ଟାକୁ ଦେଖିନେବି।

ରାଣୀ-ହେଲେ ତମେ କୁଆଡେ ଯାଉଥିଲା।

ଆଦିତ୍ୟ-ମୁଁ ମୋର ଗୋଟିଏ ରେକର୍ଡିଙ୍ଗ ଥିଲା କିନ୍ତୁ ମୋର ଟିକିଏ ଡେରି ହେଲେ ଚାଲିବ। ବସ ଯିବା।

ଶେଷରେ ରାଣୀ ରାଜି ହୋଇ ଆଦିତ୍ୟ ର ବାଇକ୍ ପଛପଟେ ବସିଲା।

ରାଣୀ-ଆମେ ଗେଟ୍ ବଜାର ପଟେ ଥିବା

ଆଦିତ୍ୟ-ହସି ହସି କହିଲେ ଗେଟ୍ ବଜାର କଣ ତୁମେ ଯଦି କହିବ ଇଣ୍ଡିଆ ଗେଟ୍ ନେଇ ବୁଲାଇ ଆଣିବି।

ରାଣୀ-ନା ବାବା ମୋତେ ନେବା ଦରକାର ନାହିଁ। ପ୍ରଥମେ ତୁମ ଶବ୍ଦଚାଷ ର କବିତା କୁ ବୁଲେଇ ଆଣ।

ଆଦିତ୍ୟ-ଆଛା କାଲି ସନ୍ଧ୍ୟା ରେ ଆକାଶବାଣୀ ରେ ମୋ ପୋଗ୍ରାମ ଶୁଣିଲ‌।

ରାଣୀ-ହଁ ହେଲେ ମୋ ନାଁ କହିବା କ'ଣ ଦରକାର ଥିଲା।

ଆଦିତ୍ୟ-ଆରେ ବାବା ରାଣୀ ବିନା ଆଦିତ୍ୟ ର କବି ଜୀବନ ଅସମ୍ଭବ।

ତୁମେ ମୋ ମାର୍ଗଦର୍ଶକ ରାଣୀ

ମୁଁ ଆଜି ଯାହା କିଛି ସବୁ ତୁମ ପାଇଁ ତୁମେ ଯଦି ମୋ ଜୀବନରେ ଆସି ନଥାନ୍ତା ମୁଁ କିଛି କରିପାରି ନଥାନ୍ତି।

ତୁମେ ମୋର ସବୁକିଛି।

ରାଣୀ ତୁମର ମନେ ଅଛି। ଆମ କଲେଜରେ ଗ୍ରୁପ୍ ଡିସ୍କଷନ । ମୁଁ ପ୍ରଥମ ଥର ତୁମ ସହ ଯୁକ୍ତି କରିଥିଲି। ଲଭ୍ ମେରେଜ୍ ଆଉ ଆରେଞ୍ଜ ମେରେଜ୍ କୁ ନେଇ।

ରାଣୀ- ହଁ ମନେଅଛି ତୁମେ ଜାଣି ଜାଣି ମୋ ଠାରୁ ପରାଜିତ ହୋଇଥିଲ। ଯେତେ ମନା କଲେ ତୁମେ ଶୁଣିବାର ନାଁ ଧରୁନଥିଲ।

ଆଦିତ୍ୟ-ଆରେ ବାବୁ ପ୍ରକୃତ ବିଜେତା ତୋ ତୁମେ ଥିଲ। ଲଭ୍ ମେରେଜ୍ କୁ ନେଇ ତୁମେ କେତେ ଭଲ ପଏଣ୍ଟ ସବୁ କହିଥିଲ। ମୁଁ ତୋ ବୋକାଟିଏ କେବେ ପ୍ରେମ କରିନି ସେଥି ଯୋଗୁଁ ଆରେଞ୍ଜ୍ ମେରେଜ଼ କୁ ଗୁରୁତ୍ଵ ଦେଉଥିଲି।

ଆଛା କହିଲୁ ତୁମେ ଯଦି ସେଦିନ ମୋତେ ବାଧ୍ୟ କରି ନଥାନ୍ତ। ଗ୍ରୁପ୍ ଡିସ୍କଷନ ରେ କିଛି କହିବା ପାଇଁ ମୁଁ କିଏ ଆଉ group compitition କିଏ?

ରାଣୀ ଆଜି ଆଦିତ୍ୟ ର ସଫଳତାର ପଛରେ ରହିଛି ତୁମରି ହାତ।

ରାଣୀ-ଆଛା

ଆଦିତ୍ୟ-ହଁ ଏହା ସତ୍ୟ କେବଳ ତୁମରି ହାତ।

ରାଣୀ-ହେଉ ହେଉ ଆଉ ଟେକନି ପଡିଯିବି, ପଡିଗଲେ ନା ପିଲାଙ୍କୁ ଆଉ ପଡେଇ ପାରିବିନି।

ରାଣୀ-ହଁ ହଁ ଏହିଠି ରଖ ସେଇଟା ମୋ କଲେଜ।କ୍ଳାସ ଟାଇମ୍ ହୋଇଗଲାଣି ପ୍ଳିଜ ଆଉ କେବେ କଥାହେବା। ଆସୁଛି byy କହି ରାଣୀ କ୍ଳାସକୁ ଚାଲିଗଲେ।

ଆଦିତ୍ୟ ମଧ୍ୟ byy କହି ସେଠାରୁ ଚାଲି ଆସିଲେ।


    ଏମିତି କିଛି ଦିନ ବିତିଗଲା ବିବେକ ଙ୍କ ଶରୀର ଧିରେ ବହୁତ ଖରାପ ହେବାକୁ ଲାଗିଲା।

ଡକ୍ଟର ମଧ୍ୟ କହିଦେଲେ ବିବେକଙ୍କ ଦୁଇଟି କିଡନୀ ଖରାପ ହୋଇସାରିଛି। ଯଦି ଶୀଘ୍ର ଚିକିତ୍ସା ନ କରାଯାଏ।ସେ ଆଉ ବଞ୍ଚିବେନି। ତୁମେ ଚିକିତ୍ସା ପାଇଁ ଚାରି ଲକ୍ଷ ଟଙ୍କା ଦରକାର। ଏହା ଶୁଣି ରାଣୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେ। ସେ କଣ କରିବେ ତାର ନିଜର ବୋଲି ତୋ କେହି ନାହିଁ । ଯାହା କିଛି ଟଙ୍କା ଥିଲା ବିବେକ ଙ୍କ ଚିକିତ୍ସା ରେ ଖର୍ଛ ହୋଇଯାଇଛି। ଏହି ସମୟରେ ରାଣୀ ର ଆଦିତ୍ୟ କଥା ମନେ ପଡିଗଲା। ପୁଣି ମନରେ ଭାବନା ଆସୁଥାଏ। ଜଣେ ଅଜଣା ବ୍ୟକ୍ତି ଏତେ ଟଙ୍କା କ'ଣ ଦେଇ ପାରିବ। ଏମିତି କୋହଭରା ଭାବରେ ଆଦିତ୍ୟ ଙ୍କୁ କଲ୍ କଲେ।

ଆଦିତ୍ୟ- ହଁ ରାଣୀ କୁହ

ରାଣୀ କୋହଭରା ସ୍ଵରରେ ଆଦିତ୍ୟ ଗୋଟିଏ କଥା କହିବି।

ଆଦିତ୍ୟ- ସ୍ମିତହାସ୍ୟ ଦେଇ ଆରେ କୁହ । 

 ରାଣୀ-ମୁଁ କଣ କହୁଥିଲି କି 

ଆଦିତ୍ୟ- କହୁଣ କିଛି ଅସୁବିଧା ହୋଇଛି।

ରାଣୀ ଆଖିର ଲୁହ ଧାର ପୋଛି ଦେଇ ମନରେ କୋହ ରଖି କହିଲେ । କିଛି ଟଙ୍କା ମୋତେ ଦେଇ ପାରିବ।

ଆଦିତ୍ୟ- ହଁ କେତେ ଦରକାର

ରାଣୀ- ଦରକାର ତୋ ବହୁତ ଅଛି ତୁମେ କେତେ ଦେଇ ପାରିବ।

ଆଦିତ୍ୟ -କହିବ ଯଦି ମୋ ଜୀବନଟା ତୁମକୁ ଦେଇ ଦେବି।

ରାଣୀ- ଆଦିତ୍ୟ its not a joke.

ଆଦିତ୍ୟ- ଆଛା କଣ ହୋଇଛି କୁହ?

ରାଣୀ- ତାଙ୍କର କିଡିନୀ ଦୁଇଟି ଯାଙ୍କ ନଷ୍ଟ ହୋଇଯାଇଛି। ଡକ୍ଟର କହିଛନ୍ତି ଯଦି ଗୋଟିଏ କିଡିନୀ ଯୋଗାଡ କରିଦେବ ହୁଏତୋ ସେ ବଞ୍ଚି ପାରନ୍ତି। ନ ହେଲେ ଏତିକି କହି କାନ୍ଦିବାକୁ ଲାଗିଲେ। 

ଆଦିତ୍ୟ-ତୁମେ ବ୍ୟସ୍ତ ହୁଅନି ରାଣୀ ମୁଁ ଅଛି। ଆରେ ତୁମ ସାଙ୍ଗରେ ତୁମ ର ଏ ଶବ୍ଦଚାଷୀ ବନ୍ଧୁ ଅଛି। ଏମିତି କହି ଆଶ୍ଵସନା ଦେବାକୁ ଲାଗିଲା। Don't worry ସବୁ ଠିକ ହୋଇଯିବ। please ରାଣୀ କାନ୍ଦ ନି।

ରାଣୀ-ଠିକ୍ ଅଛି ରହିଲି।

ବିବେକ୍ ସେମିତି ବିଛଣା ଉପରେ ଛଟପଟ ହେଉଥାଆନ୍ତି। ବେଳେ ବେଳେ ବିବେକ ଯନ୍ତ୍ରଣା ସହ୍ୟ ନ କରି ପାରି କୁହନ୍ତି ମୁଁ ଆଉ ବଞ୍ଚିବିନି ରାଣୀ।

ରାଣୀ - ହୋ ହୋ ତୁମର କିଛି ହେବନି ମୁଁ ଡକ୍ଟରଙ୍କ ସହ କଥା ହୋଇଛି। ସେ ଗୋଟେ କିଡିନୀ ଖୋଜୁଛନ୍ତି। ତୁମର ଯେମିତି ବି ଚିକିତ୍ସା ହେବ। ଏମିତି ଆଶ୍ଵସନା ଦେଇ ତାଙ୍କ ପାଖରେ ବସି ଭଗବାନଙ୍କୁ ପ୍ରାଥର୍ନା କରୁଥାଆନ୍ତି। ବେଳେ ବେଳେ ଆଖି ଲୁହ ଗୁଡିକ ଓଠ ପାଖରେ ଜମାଟ ବାନ୍ଧି ଦିଅନ୍ତି। ପାଖରେ ଗୋଟିଏ ଟଙ୍କା ମଧ୍ୟ ନାହିଁ। ଆଜି ପରି ଦୁନିଆଁରେ କିଏ ବା ନିଜ ଜୀବନକୁ ଜଳାଞ୍ଜଳୀ ଦେଇ କିଡିନୀ ଦେବ। ଏମିତି ଭାବୁ ଭାବୁ ହଠାତ୍ ଡୋର ବେଳ ବାଜିବାକୁ ଲାଗିଲା। ରାଣୀ ଡୋର ଖୋଲି ଦେଖ ତୋ କେହି ନାହିଁ। ଡୋର ନିକଟରେ ଗୋଟିଏ ଲାଲ ରଙ୍ଗର ଗିପ୍ଟ ତଳେ ଅଛି। ରାଣୀ ଚତୁଃର୍ଦିଗ ଦେଖିଲେ। ସେହିଠି କେହି ମଧ୍ଯ ନଥିଲେ। ରାଣୀ ଗିପ୍ଟ ଉପରେ ଲେଖାଥାଏ। Happy christmas day. Dear rani. ମୁଁ ତୁମ ପ୍ରିୟର ଶବ୍ଦଚାଷୀ ଆଦିତ୍ୟ।

ରାଣୀ ଚିଠିଟି ଖୋଲି ପଢିବାକୁ ଲାଗିଲେ। ଚିଠିରେ ଯାହା ଲେଖା ଥିଲା ରାଣୀ ବିଶ୍ଵାସ କରି ପାରିଲା ନାହିଁ। ଖାଲି କାନ୍ଦିବାକୁ ଲାଗିଲା।

ବିବେକ୍-ଆରେ କାନ୍ଦୁଛ କାହିଁକି କିଏ, ଆସିଥିଲା,ସେ ଚିଠିରେ କଣ ଲେଖା ଅଛି,ଏ ଟଙ୍କା ସବୁ କିଏ ଦେଇଛି, କୁହ ତୋ।

ରାଣୀ କାନ୍ଦି,କାନ୍ଦି କହିବାକୁ ଲାଗିରେ ଏ ଚାରି ଲକ୍ଷଟଙ୍କା ଆଦିତ୍ୟ ପଠେଇଛନ୍ତି । ତୁମ ଚିକିତ୍ସା ପାଇଁ ଆଉ ଚିଠି କଣ ଲେଖିଛନ୍ତି ନିଜେ ପଢ।

ବିବେକ-ଚିଠି ଟି ପଢିବାକୁ ଲାଗିଲେ ଚିଠିରେ ଲେଖାଥିଲା।-:

ରାଣୀ christmas day ର ମୋର ଆନ୍ତରିକ ଶୁଭେଛା ଆଜି ମୁଁ ଯାହା କିଛି ହୋଇପାରିଛି ଏହା ପଛରେ ତୁମରି ହାତ। ତୁମେ ମୋ ଫ୍ରେରଣା ର ଉତ୍ସ।

ତୁମ ସୁନାର ସଂସାର ରେ ହସ ଦେଖିଲେ । ମୋ ଶବ୍ଦଚାଷ ବହୁତ ଉଚ୍ଚକୋଟୀର ହୋଇପାରିବ। ମୋର ସଂଚିତ ଅର୍ଥ ଯାହା ଥିଲା ପଠେଇଲି। ହଁ ତୁମେ ଠିକ କହୁଥିଲ ଏ ଶବ୍ଦଚାଷ ମୋ ପେଟକୁ ଦାନା ଦେଇପାରିବନି କିନ୍ତୁ ଯାହା ଦେଇଛି ମୁଁ ଚିରଦିନ ଅମର ରହିବି।

ହଁ ଏହା କୁ ସାହାଯ୍ୟ ବୋଲି ଭାବିବନି । ଏହା ଥିଲା ବନ୍ଧୁ ପାଇଁ ବନ୍ଧୁ ର ଉପହାର।

ମୋର ଆଗକୁ କିଏ ନା ପଛ କୁ କିଏ ଅଛି। ଏ ଦୁନିଆଁରେ ଆପଣାର କହିଲେ ତୁମେ। ତୁମ ପାଇଁ ଆଜି ମୁଁ ପରିଚିତ ହୋଇପାରିଛି। ମୁଁ M.K.C.G ରେ ଡାକ୍ତର ଙ୍କ ସହ କଥା ହୋଇସାରିଛି।

ଦିନ ବି ନିଦ୍ଧାରିତ ହୋଇସାରିଛି। ଆସନ୍ତା ଅକ୍ଟୋବର ସାତ ତାରିଖ ଦିନ ସବୁଠାରୁ ଭଲ ଦିନ। ଏହି ଦିନ ବିବେକ ବାବୁଙ୍କ ଚିକିତ୍ସା ହେବ ।ମୋର ଗୋଟିଏ କିଡିନୀ ଟ୍ରାନ୍ସଫର ହେବ । ଏମିତି ରେ ବି ମୁଁ ମୋର ଦୁଇଟିଯାଙ୍କ କିଡିନୀ ଦେବାକୁ ପ୍ରସ୍ଥୁତ ଅଛି। ତମ ଖୁସିରେ ମୋର ଖୁସି।

ବନ୍ଧୁ ଯଦି ବନ୍ଧୁ କାମରେ ନ ଆସିଲା ସେ କି ବନ୍ଧୁ। ସାର୍ ଙ୍କୁ ଜଣେଇବ କେହିଜଣେ ଶବ୍ଦଚାଷୀ ଥିଲେ। ଏହା ପଢି କାନ୍ଦିବାକୁ ଲାଗିଲେ।


   ଠିକ ସମୟ ଅନୁଯାୟୀ ଚିଠି ଲେଖା ହୋଇଥିବା ଦିନରେ ବିବେକ୍ ଙ୍କ ଚିକିତ୍ସା ହେଲା।

ସତରେ କବି ଜୀବନରେ ଶବ୍ଦଚାଷ କଲେ ପେଟ ପୂରନି କିନ୍ତୁ ଯେଉଁ କୀର୍ତ୍ତି କଲମ ମୁନରେ ଗଢିଉଠେ ତାହା ଚିରଦିନ ପାଇଁ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ ହୋଇଯାଏ।



Rate this content
Log in

More oriya story from Pabitra Behera

Similar oriya story from Romance