STORYMIRROR

Sudeshna Misra

Classics Inspirational Others

3  

Sudeshna Misra

Classics Inspirational Others

ଶାଶୂଘର

ଶାଶୂଘର

3 mins
289

ଖୁବ୍ ଚୁଲବୁଲି ଝିଅଟି ଏଲିନା। ୟା ସାଙ୍ଗରେ ଲାଗ୍ ତା ସାଙ୍ଗରେ ଲାଗ୍,  ମାନେ କାହାର ଚୁଟି ଟାଣିଲାଣି ତ କାହାର ବହି ଲୁଚେଇଲାଣି। ଏମିତି ସ୍କୁଲରେ ସାଙ୍ଗମାନଙ୍କ ସହିତ ଓ ଘରେ ଭାଇ ଭଉଣୀ ଙ୍କ ସହିତ ବି କରେ। ଜେଜେ ଓ ଜେଜିମା ତାର ମେନ୍ ଟାର୍ଗେଟ।  ମା ସାଙ୍ଗେ ବି ସେମିତି ଲାଗେ, କେତେବେଳେ ବେକରେ ଝୁଲେତ କେବେ ପିଠିରେ ଲାଉ ହୁଏ । ଖାଲି ବାପାଙ୍କୁ ଯାହା ଟିକେ ଡରେ। ପିଲା ଦିନେ ଏମିତି ଚଗଲାମି ଚଳିଯାଏ । ଆସ୍ତେ ଆସ୍ତେ ଏଲିନା ବଡ଼ ହେଲା। ସ୍କୁଲ ସରିଲା, କଲେଜ ଗଲା କିନ୍ତୁ ବଡହେଲାପରେ ବି ସେମିତି ତାର ପିଲାଳିଆମି ଗଲାନି।ପିଲାଳିଆମି ତ ନୁହେଁ ରିତିମତ ଚଗଲାମି। ତା ସହିତ ସେ ଖୁବ୍ ଗପୁଡି, ସବୁବେଳେ ବକବକ୍ କରୁଥାଏ। କଥାରେ ବାଟୁଳି ବାଜେନି 

ଏଲିନାର ଦୁଇଟି ଭଲଗୁଣ ଥିଲା। ଗୋଟେ ହେଲା ସେ ଭଲ ପଢୁଥିଲା , ଦ୍ବିତୀୟଟି ସମସ୍ତଙ୍କୁ ସେ ଖୁବ୍ ସାହାଯ୍ୟ କରେ। କାହାର ଅସୁବିଧା ପଡ଼ିଲେ , ସେ ତାର ସାଧ୍ୟମତେ ତାପାଖରେ ଠିଆ ହୁଏ। ପୋଷାକପତ୍ର ତାର ଭାରି ସାଧା ସିଧା । ଅନ୍ୟ ବହୁ ଝିଅମାନଙ୍କ ପରି ଷ୍ଟାଇଲ୍ କିଛି କରେନି। ଏମିତି କଲେଜ ପାଠ ବି ସରିଆସିଲା, ଯୁକ୍ତ ‌ଦୁଇ ବିଜ୍ଞାନ ପଢା ସରିଲା ପରେ ସେ ବି. ସି. ଏ. ଓ ତାପରେ ଏମ୍. ସି. ଏରେ ଆଡମିସନ୍ ନେଲା। ସେହି ସମୟରେ ତାର ବାହାଘର ପ୍ରସ୍ତାବ ପଡ଼ିଲା। ପୁଅଘର ଝିଅଦେଖି ରାଜିହେଇ ଶୀଘ୍ର ବାହାଘର କରିବାକୁ ଲଗେଇଲେ। କାରଣ ପୁଅ ଆମେରିକା ଯିବ। ଏଲିନା ର ବାପା ପ୍ରଥମେ ଅମଙ୍ଗ ହେଉଥିଲେ ବି ପରେ ସେ ରାଜି ହେଇଗଲେ। 


ଏଲିନାର ମା, ଝିଅ ଶାଶୁଘର କେମିତି ହେଇଥିବ, ସେ ନେଇ ଚିନ୍ତିତ ଥିଲେ। ଏଲିନା ବାହାଘର ପାଇଁ ଜମା ରାଜିନଥିଲା। ତାକୁ ତା ବାପା ମା ବହୁତ ବୁଝେଇବା ପରେ ବାହାଘର ହେଲା ବାହାଘର ପୂର୍ବରୁ ମା, ମାଉସୀ ଓ ପିଉସି ତାକୁ ଶାଶୁଘରେ ଧୀରସ୍ଥିର ଓ ଚୁପ୍ ଚାପ୍ ରହିବାକୁ ପରାମର୍ଶ ଦେଇଥିଲେ। ଏଲିନା ପାଇଁ ଥିଲା ଏସବୁ ଗୋଟେ ଗୋଟେ ଶିକୁଳି। ଏଲିନାର ଶାଶୁ ବେଶ୍ ଗମ୍ଭୀର ସ୍ୱଭାବର ଓ ଶଶୁର ତାଙ୍କ କଲେଜ କାମରେ ବ୍ଯସ୍ତ ଥାଆନ୍ତି। ତାଙ୍କ ନିଜର ଇଂଜିନିୟରିଂ କଲେଜ। ଶାଶୁ ମଧ୍ୟ ଶଶୁରଙ୍କ କଲେଜ କାମରେ ସାହାଯ୍ୟ କରନ୍ତି। ଏଲିନା ର ସ୍ବାମୀ ମାସେ ପରେ ଆମେରିକା ଚାଲିଗଲେ। ଏବେ ସେ ପୁରା ଏକା, କାହା ସହିତ କଥା ହେବ । ଏଲିନା ପରି ଝିଅ ପାଇଁ ଏ ଏକ ଦଣ୍ଡ। ତାଙ୍କ ଘରେ ତା ଜେଜେ ଶଶୁର ବି ରହୁଥିଲେ। ସେ ପୁରା ଦିନସାରା ଏକା ହେଇଯାଆନ୍ତି। ଘରେ କାମ କରିବା ଲୋକ ଓ ଜେଜେ ଶଶୁରଙ୍କ ପାଇଁ ସେବା କରିବା ଲୋକଥିଲେ ବି ନିଜ ପରିବାର ଲୋକ ଦିନସାରା ପାଖରେ ନଥାନ୍ତି।  ଲିନା ତାଙ୍କ ସହିତ ଅଳ୍ପ କଥା ହୁଏ। ସେତ ନୂଆ ବୋହୂଟିଏ, ପୁଣି ଯେହେତୁ ତାକୁ କମ୍ କଥା କହିବାକୁ କୁହାଯାଇଛି, ସେ ଚୁପ୍ ରହୁଥାଏ । ଏମ୍. ସି. ଏ ର ଫଳ ବାହାରିଲା ପରେ ତା ଶଶୁର ତାକୁ ତାଙ୍କ କଲେଜରେ ଜଏନ୍ କରିବାକୁ ପରାମର୍ଶ ଦେଲେ। ସେବି ନିଜ ଶିକ୍ଷା କୁ କାମରେ ଲଗେଇବା ସହିତ ସମୟ ବିତେଇ ବାକୁ ଚାହୁଁଥିଲା। ତେଣୁ ଖୁସୀରେ ରାଜିହେଲା।


 ଯେଉଁଦିନ ସେ ଜେଜେଙ୍କୁ ମୁଣ୍ଡିଆ ମାରି ପ୍ରଥମ କରି କଲେଜ ବାହାରିଲା, ଜେଜେ ଆଶୀର୍ବାଦ କରି କହିଲେ, " ସୌଭାଗ୍ୟବତୀ ରୁହ। ତୋର ହାତ କାଚ ବଜ୍ର ହେଉ।" ତାପରେ ଆଖି ଛଳ ଛଳ କରି କହିଲେ "କିନ୍ତୁ ତୁ ଗଲାପରେ ମୁଁ ବହୁତ ଏକା ହେଇଯିବିରେ"। ଏକଥାଟି ଏଲିନାକୁ ଖୁବ୍ ଛୁଇଁଗଲା। 

 

କଲେଜରେ କମ୍ପ୍ୟୁଟର କ୍ଲାସ୍ ବେଶୀ ନଥାଏ, ତେଣୁ ସେ ଶୀଘ୍ର ଘରକୁ ଫେରିଆସେ। ଆସିକି ଜେଜେଙ୍କ ସହିତ ସମୟ ବିତାଏ । ତାଙ୍କ କାମ କରିଦିଏ , ତାଙ୍କ ସହିତ ଗପ କରେ। ତାର ଚୁଲବୁଲି ଆ ଚଗଲାମି ଢଙ୍ଗ ଜେଜେଙ୍କୁ ଭଲଲାଗେ। କ୍ରମେ କ୍ରମେ ଜେଜେ ନାତୁଣୀ ବୋହୁଙ୍କ ଭିତରେ ଆନ୍ତରିକତା ବହୁତ ବଢ଼ିଗଲା।ଏଲିନାର ଶଶୁର ଲକ୍ଷ୍ୟକଲେ ସବୁବେଳେ ମନଦୁଃଖ କରି ବସୁଥିବା ତାଙ୍କ ବାପା ଆଜିକାଲି ବେଶ୍ ଖୁସି ରହୁଛନ୍ତି। ବାପାଙ୍କ `ବ୍ଲଡ଼ ସୁଗାର ଓ ବ୍ଲଡ଼ ପ୍ରେସର ମଧ୍ଯ ନର୍ମାଲ୍। ଆଉ ଖୁସି ରହିବାର କାରଣ ଏଲିନା। ଏଲିନା ବି ଜେଜେ ଶଶୁର ଙ୍କ ପାଖରୁ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ଶିଖିବାର ସୁଯୋଗ ଲାଭ କଲା। କାରଣ ଜେଜେ ଜଣେ ଭଲ ଶିକ୍ଷକ ଥୁଲେ। 

ଏଥର ଜେଜେଙ୍କୁ ମୁଣ୍ଡିଆ ମାରିବା ବେଳେ ଏଲିନାକୁ ଜେଜେ ପଚାରିଲେ, କଣ ତୋର ଦରକାର୍, ତୁ ମୋର ଏତେ ସେବା କଲୁଣି। ତତେ ସେଇ ଆଶୀର୍ବାଦ କରିବି। ଏଲିନା ଟିକେ ଗଳା ଖଙ୍କାରି କହିଲା,  ଆପଣ ନାତିଙ୍କୁ ଏଠାକୁ ଫେରେଇ ଆଣନ୍ତୁ । ଜେଜେ ମୁରୁକି ହସି କହିଲେ "ତଥାସ୍ତୁ।"



Rate this content
Log in

Similar oriya story from Classics