ଶାଶ୍ୱତ ପ୍ରେମ
ଶାଶ୍ୱତ ପ୍ରେମ


ପ୍ରେମ ପରିବ୍ୟସ୍ତ ସାଗରର ସୀମାହୀନ ଢେଉ
ସାତ ଦାରିଆଠାରୁ ବି ବଡ଼ ହୃଦୟର ଦରିଆ
ସେଥିପାଇଁ ତ ପ୍ରେମ ଆଉ ହୃଦୟ ର ସମ୍ପର୍କ ବହୁତ ନିବିଡ ପ୍ରେମିକ ହେଉ ବା ପ୍ରେମିକା ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡି ଧରିଥାଏ ଏଇ ହୃଦୟ ।
ପ୍ରେମ ମନର ଆକାଶରୁ ଝରୁଥିବା ଏକ ଗୋଲାପୀ ରଙ୍ଗର ବର୍ଷା, ବିନା ଫଗୁଣରେ ଦେହସାର ଲାଗୁଥିବା ଏକ ନିଆରା ଅନୁଭୂତି ର ରଙ୍ଗ ପ୍ରକୃତି ର ସିନା ୬ ଋତୁ ହେଲେ ସେଥିରେ ପ୍ରେମ ଋତୁ ମିଶିଗଲା ପରେ ହେଇଯାଏ ୭ ଋତୁ ।
ଅମନ ଆଉ ପ୍ରୀତି ଏ ଦୁଇଜଣ ଙ୍କ ପ୍ରେମ କାହାଣୀ ସବୁଆଡେ ଚର୍ଚ୍ଚା, ସ୍କୁଲ୍ ଠାରୁ ଆରମ୍ଭ କରି କଲେଜ୍ ଯାକେ ସବୁଆଡେ ଦୁହିଁଙ୍କ ନାମ ।
ବେଶ୍ କିଛି ବର୍ଷ ତାଙ୍କ ପ୍ରେମ ଜୀବନ ଠିକ୍ ଠାକ୍ ଚାଲିଥିଲା ଦୁହେଁ ତାଙ୍କ ପ୍ରେମ ଦୁନିଆରେ ବହୁତ ଖୁସି ଥିଲେ ଓ ତାଙ୍କ ବାହାଘରକୁ ନେଇ ବହୁତ ସ୍ବପ୍ନ ମଧ୍ୟ ଦେଖୁଥିଲେ | ଦିନେ ହଠାତ୍ ପ୍ରୀତି ଅମନ କୁ ଫୋନ୍ କରି ବହୁତ ଗାଳି କଳା ଏବଂ ତା ସାଥିରେ ଆଉ ମିଳାମିଶା କରିବାକୁ ମନା କରିଦେଲା ହେଲେ ଅମନ କିଛି ବୁଝିବା ଆଗରୁ ପ୍ରୀତି କାନ୍ଦି କାନ୍ଦି ଫୋନ୍ କାଟି ସ୍ବିଚ୍ ଅଫ କରିଦେଲା ଅମନ ଟିକେ ମୁରୁଖି ହସି ଭାବିଲା ପାଗେଳୀ ଟା କଣ ଗୋଟେ ଭାବିଦେଇଚି ସକାଳକୁ ସବୁ ଠିକ୍ ହେଇଯିବ କିନ୍ତୁ ସେଇଦିନଠାରୁ ପ୍ରୀତି ଅମନ କୁ ଦେଖା କରିବା ଓ କଥା ହେବା ବି ବନ୍ଦ କରିଦେଲା । ପ୍ରୀତି ସାଥିରେ କଥା ଟିକେ ହବାକୁ ଓ ଦେଖା ଟିକେ କରିବାକୁ ଅମନ ପାଗଳ ପ୍ରାୟ ହୋଇ ବୁଲିଲା ବ୍ୟସ୍ତବହୁଳ ସହରର ଭିଡ ଭିତରେ ଗୋଟେ ପ୍ରଶ୍ନ ତା ମନ ଭିତରେ ଘୁରି ବୁଲିଲା କି ତାର ଭୁଲ କଣ? ଯାହାକୁ ସେ ନିଜ ଜୀବନ ଠୁ ବି ଅଧିକ ଭଲ ପାଉଥିଲା ସେ ବିନା ଦୋଷ ରେ ଏମିତି ଦଣ୍ଡ କଣ ପାଇଁ ଦେଲା । ଏହା ଭିତରେ ୬ ମାସ ବିତିଗଲା ଦିନେ ହଠାତ୍ ଅମନ ବାଟରେ ଯାଉଥିବା ସମୟରେ ପ୍ରୀତି ଆଉ ଜଣେ ପୁଅର ହାତ ଧରି ପାଖ ହସ୍ପିଟାଲ ଆଡକୁ ଯାଉଥିବାର ଦେଖିଲା ଅମନ ବାକ୍ୟଶୂନ୍ୟ ହୋଇ ମନେ ମନେ ଭାବୁଥାଏ ଏଇଟା ବୋଧେ ସେଇ କାରଣ ଯୋଉଁଥିପାଇଁ ପ୍ରୀତି ମୋ ଠାରୁ ଦୂରେଇଯାଇଛି ହୁଏତ ମୋଠାରୁ ତାକୁ ଭଲ ସାଥିଟିଏ ମିଳିଯାଇଛି । ଅମନ ଟା ଆଖିର ଲୁହ ପୋଛି ପ୍ରୀତି ପଛେ ପଛେ ଯିବାକୁ ଲାଗିଲା ତାକୁ ପ୍ରତାରଣା ର ଉତ୍ତର ମାଗିବାକୁ ଯାଇ ଦେଖିଲା ଯେ ପ୍ରୀତି ହସ୍ପିଟାଲ ର ଏକ ଚେୟାର ଉପରେ ବସିଛି ସେ ଆଉ ଆଗପରି ଦିଶୁନି ବହୁତ ପତଳା ହ
ୋଇଯାଇଛି ଆଖି ଦୁଇଟି ଭିତରକୁ ପଶିଯାଇଛି ଦୂରରୁ ଛିଡା ହୋଇ ତା ପ୍ରେମ କୁ ଦେଖୁଥାଏ ତାର ଏ ଅବସ୍ଥା ଦେଖିକି ସାହସ ହେଉନଥାଏ ପଚାରିବାକୁ, କିଛି ପଚାରିବା ପୂର୍ବରୁ ପ୍ରୀତି ଓ ସେ ପିଲା ହସ୍ପିଟାଲ ଛାଡି ଚାଲିଯାଇଥିଲେ । ଅମନ ହସ୍ପିଟାଲ ର ଜଣେ କର୍ମକର୍ତ୍ତା କୁ ପ୍ରୀତି ବିଷୟରେ ପଚାରିବାରୁ ଜାଣିବାକୁ ପାଇଲା ଯେ ପ୍ରୀତି କୁ ବ୍ଲଡ଼ କ୍ୟାନ୍ସର ହୋଇଛି ବୋଲି ଅମନ ର ପାଦ ତଳୁ ମାଟି ଖସିଗଲା ଏବେ ଅମନ ସବୁ ବୁଝିପାରିଲା କଣ ପାଇଁ ପ୍ରୀତି ନିଜଠୁ ଦୂରେଇବାକୁ ଚାଁହୁଥିଲା । ଲୁହ ଭିଜା ଆଖିରେ ପୁଣି ପ୍ରୀତିକୁ ଖୋଜିବାକୁ ଲାଗିଲା ହେଲେ ପାଇଲନି ସେ ।ଅମନ ଦିନେ ରାସ୍ତା କଡ଼ରେ ଥିବା ଏକ ଉଦ୍ୟାନ ରେ ବସି ତାର ପୁରୁଣା ସ୍ମୃତି ସବୁକୁ ମନେ ପକେଇ କାନ୍ଦୁଥାଏ । ପ୍ରୀତି ସେହି ଉଦ୍ୟାନ କୁ ଆସିଥିବାର ଅମନ ଦେଖିବାକୁ ପାଇଲା ଓ ଖୁସି ହୋଇ ପ୍ରୀତି ପାଖକୁ ଧାଇଁଯାଇ ପ୍ରୀତି କୁ ଚାହିଁ ରହିଲା ପ୍ରୀତି ଅମନ କୁ ହଠାତ୍ ଦେଖି ଚମକି ପଡିଲା ତା ହାତରୁ ଫୋନ୍ ଟି ଖସିପଡିଲା । ମନର ମଣିଷକୁ ଦେଖି ଦୁହିଁଙ୍କ ଆଖିରୁ ଗଙ୍ଗା ଯମୁନା ପରି ଅଶ୍ରୁଧାର ବୋହିଯାଉଥାଏ ପ୍ରୀତି ତାର ହୃଦୟ କୁ ପଥର କରି ଅମନ କୁ ପୁଣି ଗାଳିଦେଲା ପ୍ରୀତି ର ସେହି ଗାଳି ଅମନ ପ୍ରତି ଭଲପାଇବା ଥିଲା ପ୍ରୀତି ଜାଣିଥିଲା କି ସେ ଆଉ ଅଳ୍ପ ଦିନ ବଞ୍ଚିବ ସେ ଗଲାପରେ ଅମନ ସେ ଦୁଃଖରେ ଭାଙ୍ଗିନଯାଉ ସେଥିପାଇଁ ଅମନ କୁ ନିଜଠୁ ଦୂରେଇଦଉଥିଲା । ହେଲେ ଦୁହିଁଙ୍କ ପ୍ରେମ ଶାଶ୍ୱତ ଓ ସ୍ୱାର୍ଥହୀନ ମରଣ ତାଙ୍କୁ ଅଲଗା କରିବ କିପରି ଅମନ ପ୍ରୀତିକୁ ସବୁ କଥା କହିଲା କାନ୍ଦ କାନ୍ଦ ହୋଇ କହିଲା ”ଏ ପାଗେଳି ମୁଁ କଣ ତୋ ବିନା ବଞ୍ଚିପାରିବି ତୁ କେମିତି ଭାବିଲୁ ମୋତେ ଦୂରେଇଦେଲେ ମୁଁ ବୁଝିଯିବି ମୁଁ ଜାଣିଛି ତୋତେ କ୍ୟାନ୍ସର ହେଇଛି ଯେତିକି ଦିନ ବଞ୍ଚିବୁ ମୋ ସାଥିରେ ବଞ୍ଚିବୁ ମୁଁ ତୋତେ ସବୁ ଖୁସି ଦେବାକୁ ଚାଁହୁଛି ତୋତେ ବିବାହ କରିବାକୁ ଚାଁହୁଛି" ଏହା ଶୁଣି ପ୍ରୀତି ଅମନ କୁ ଜାବୁଡି ଧରି ଜୋରରେ କାନ୍ଦିବାକୁ ଲାଗିଲା କୋହଭରା କଣ୍ଠରେ କହିଲା କି ମୁଁ ବଞ୍ଚିବାକୁ ଚାଁହୁଛି ପ୍ଲିଜ ମୁଁ ମରିବାକୁ ଚାଁହୁନି ।
ଏଇ ବୋଧେ ଶାଶ୍ୱତ ପ୍ରେମ,
କଥାରେ ଅଛି ଭଲ ପାଇବା ପାଖରେ ବଡ ବଡ଼ ରୋଗ ମଧ୍ୟ ଭଲ ହୋଇଯାଏ ଆଶା କରେ ପ୍ରୀତି ଓ ଅମନ ଙ୍କ ଜୀବନରେ ମଧ୍ୟ ସେଇଆ ହୋଇଥିବ ।
ଭଗବାନ ପ୍ରୀତି ଓ ଅମନ କୁ ଭଲରେ ରଖିଥିବେ ।