Sagar Pradhan

Classics Others abstract inspirational

4.9  

Sagar Pradhan

Classics Others abstract inspirational

ଶାଳଗ୍ରାମ ର କାହାଣୀ

ଶାଳଗ୍ରାମ ର କାହାଣୀ

1 min
821


ଆମ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର; କିନ୍ତୁ ବ୍ରହ୍ମାଙ୍କୁ ଶଙ୍ଖ ସ୍ୱରୂପ, ବିଷ୍ଣୁଙ୍କୁ ଶାଳଗ୍ରାମ ସ୍ୱରୂପ ଓ ଶିବଙ୍କୁ ଲିଙ୍ଗ ସ୍ୱରୂପରେ ପୂଜା କରାଯାଏ; ଶାଳଗ୍ରାମ ହେଉଛନ୍ତି ଦୁର୍ଲଭ; ଏହା ଖୁବ କମ ମିଳିଥାଏ; ଏହା ମୁଖ୍ୟତଃ ନେପାଳର ମୁକ୍ତିନାଥ, ଗଣ୍ଡକି ନଦୀର ତଟରେ ମିଳିଥାଏ


ଶାଳଗ୍ରାମଙ୍କ ଉତ୍ପତିକୁ ନେଇ ପୁରାଣରେ ଏକ କଥା ରହିଛି; ଜଳନ୍ଧର ନାମକ ଏକ ରାକ୍ଷସର ଉତ୍ପାତରେ ଦେବତା ମାନେ ଅତିଷ୍ଠ ହୋଇଯାଇଥିଲେ; ଯେବେ ସେ ସ୍ୱର୍ଗଲୋକ ଜିତିବାକୁ ଯାଇଥିଲେ; ଜଳନ୍ଧରଙ୍କ ପତ୍ନୀ ବୃନ୍ଦାରାଣୀଙ୍କ ପାଖରେ ତାଙ୍କ ପତିଙ୍କ ବିଜୟ ପାଇଁ ସ୍ୱତନ୍ତ୍ର ପୂଜା ଆୟୋଜନ କରାଇଥିଲେ; କାଳେ ଜଳନ୍ଧର ବିଜୟୀ ହୋଇ ସ୍ୱର୍ଗଲୋକ ଅକ୍ତିଆର କରିବେ; ତେଣୁ ଦେବତାମାନେ ଏକାଠି ହୋଇ ବିଷ୍ଣୁଙ୍କୁ ନିବେଦନ କରି ତାଙ୍କ ପତ୍ନୀଙ୍କ ଦ୍ୱାରା ଆୟୋଜିତ ପୂଜାକୁ ଭଙ୍ଗ କରିବାକୁ କହିଲେ; ତେଣୁ ବିଷ୍ଣୁ ଜଳନ୍ଧରର ରୂପ ନେଇ ଜଳନ୍ଧରନ୍କ ପତ୍ନୀ ସାମ୍ନାରେ ପହଞ୍ଚିବାରୁ ସେ ପୂଜାରୁ ଉଠିଆସିଥିଲେ;ତେଣୁ ତାଙ୍କ ପୂଜା ଭଙ୍ଗ ହେବାରୁ ଦେବତାମାନେ ମିଶି ଜଳନ୍ଧରଙ୍କ ମୁଣ୍ଡକାଟ କରିବାରୁ ସେ ମୁଣ୍ଡ ଆସି ତାଙ୍କ ପତ୍ନୀଙ୍କ ପାଦ ପାଖେ ପଡିଲା; ବିଷ୍ଣୁ ତାପରେ ନିଜ ଅସଲ ରୂପରେ ଦର୍ଶନ ଦେଇଥିଲେ; ଜଳନ୍ଧରର ପତ୍ନୀଙ୍କ ସହ ବିଷ୍ଣୁ ଛଳ କରିଥିବାରୁ କ୍ରୁଦ୍ଧ ହୋଇ ସେ ବିଷ୍ଣୁଙ୍କୁ ଶିଳା ରୂପରେ ପଡିରହିବାକୁ ଅଭିଶାପ ଦେଲେ; ତେଣୁ ସେଇଦିନ ଠାରୁ ବିଷ୍ଣୁ ଶିଳା ଆକାରରେ ଗଣ୍ଡକି ନଦୀର ତଟରେ ପଡିରହିଲେ ଏବଂ ଶାଳଗ୍ରାମ ସ୍ୱରୂପରେ ପୂଜା ପାଇଲେ


ଶାଳଗ୍ରାମ ପୂଜାର ଅନେକ ମହତ୍ୱ ରହିଛି; ଏହା ଏକ ଶିଳା ଆକାରର ଦେଖିବାକୁ ହୋଇଥାଏ; ଏହି ଶିଳା କଳା ବା ମାଟିଆ ରଙ୍ଗର ହୋଇଥାଏ; କେତେକାଂଶ କ୍ଷେତ୍ରରେ ଧଳା, ନୀଳ ରଙ୍ଗ କିମ୍ବା ଜ୍ୟୋତିର୍ମୟ ହୋଇଥାଏ; ଜ୍ୟୋତିର୍ମୟ ଶାଳଗ୍ରାମ ଏକ ଦୁର୍ଲଭ ଶାଳଗ୍ରାମ; ଯାହା କେବଳ ଭାଗ୍ୟବାନ ମାନଙ୍କୁ ହିଁ ପ୍ରାପ୍ତ ହୋଇଥାଏ; ପୂର୍ଣ୍ଣ ଶାଲଗ୍ରାମରେ ବିଷ୍ଣୁଙ୍କ ଚକ୍ର ଚିହ୍ନ ଅଙ୍କିତ ହୋଇଥାଏ;


ବିଭିନ୍ନ ପ୍ରକାର ଶାଳଗ୍ରାମ ରହିଛି; ପ୍ରାୟ ୩୩ ପ୍ରକାର ଶାଳଗ୍ରାମ ଅଛନ୍ତି; ତନ୍ମଧ୍ୟରୁ ୨୪ ପ୍ରକାର ଶାଳଗ୍ରାମ ବିଷ୍ଣୁଙ୍କ ୨୪ ଅବତାରକୁ ନେଇ ସୃଷ୍ଟି ହୋଇଛି; କୁହାଯାଏ ଯେ ୨୪ ପ୍ରକାର ଶାଳଗ୍ରାମ ବର୍ଷତମାମ ୨୪ଟି ଏକାଦଶୀ ବ୍ରତ ସହ ସମ୍ବନ୍ଧ ରହିଛି; କିଛି ଶାଳଗ୍ରାମ ଗୋଲ ଆକାରର ହୋଇଥାଏ ଯାହା ଗୋପାଳ ଅବତାରର ସ୍ୱରୂପ; ଯଦି ଶାଳଗ୍ରାମ ମତ୍ସ୍ୟ ଆକାରର ହୋଇଥାଏ ତାହା ବିଷ୍ଣୁଙ୍କ ମତ୍ସ୍ୟ ଅବତାରର ସ୍ୱରୂପ; ଯଦି ଶାଳଗ୍ରାମ କଚ୍ଛପ ଆକାରର ହୋଇଥାଏ ତାହା ବିଷ୍ଣୁଙ୍କ କଚ୍ଛପ ଅବତାରର ସ୍ୱରୂପ; ଯଦି ଶାଲଗ୍ରାମରେ ଚକ୍ର ଚିହ୍ନ ଥାଏ ତାହା କୃଷ୍ଣଙ୍କ ସ୍ୱରୂପ;


ଶାସ୍ତ୍ର ଅନୁସାରେ ଶାଳଗ୍ରାମ ର ଆକାର ଉପରେ ଏହା ନିର୍ଭର କରିଥାଏ ଯେ ସେ ବିଷ୍ଣୁଙ୍କର କେଉଁ ଅବତାରକୁ ବୁଝାଇବ ।ଯଦି ଶାଳଗ୍ରାମ ର ଆକାର ମାଛ ଭଳି ହୋଇଥାଏ ତାହାଲେ ଏହା ବିଷ୍ଣୁ ଙ୍କର ମତ୍ସ୍ୟ ଅବତାରର ପ୍ରତୀକ ହୋଇଥାଏ ।ଯଦି ଶାଳଗ୍ରାମ ର ଆକାର ଗୋଲାକାର ହୋଇଥାଏ ତାହାଲେ ଏହାକୁ ବିଷ୍ଣୁଙ୍କର ଗୋପାଳ ରୂପ ବୋଲି ବିଶ୍ୱାସ କରାଯାଏ ।ଯଦି ଶାଳଗ୍ରାମ କଇଁଛ ଆକାରର ହୋଇଥାଏ ତାହାଲେ ଏହା ବିଷ୍ଣୁଙ୍କ ର କଚ୍ଛପ ଏବଂ କୂର୍ମ ଅବତାରର ପ୍ରତୀକ ହୋଇଥାଏ ।

ଶାଳଗ୍ରାମ ପଥର ଭିତରେ ଚକ୍ର ଏବଂ ରେଖାମାନ ତିଆରି ହୋଇଥାଏ ଏବଂ ଏହି ଚକ୍ର ଏବଂ ରେଖା ବିଷ୍ଣୁଙ୍କର ଅବତାରମାନ ଏବଂ ତାଙ୍କ କୁଳର ଲୋକ ମାନଙ୍କର ପ୍ରତୀକ ବୋଲି କୁହାଯାଏ ।ପ୍ରତିବର୍ଷ ଲୋକ ମାନଙ୍କ ଦ୍ୱାରା ଶାଳଗ୍ରାମ ର ବିବାହ ତୁଳସୀ ସହିତ ହୋଇଥାଏ ଏବଂ ସେଥିପାଇଁ ତାଙ୍କୁ ତୁଳସୀ ଙ୍କ ସ୍ୱାମୀ ବୋଲି କୁହାଯାଏ ।



Rate this content
Log in

Similar oriya story from Classics