ସମସ୍ୟା କାହାର
ସମସ୍ୟା କାହାର


ଗୋଟିଏ ମୂଷା କଂସେଇ ଘରେ ରହୁଥିଲା| ଦିନେ ମୂଷା ଟି ଦେଖିଲା ସେହି କଂସେଇ ଏବଂ ତାର ସ୍ତ୍ରୀ ଗୋଟିଏ ବ୍ୟାଗରୁ କିଛି ବାହାର କରୁଛନ୍ତି |ମୂଷା ଭାବିଲା- "ବୋଧେ କିଛି ଖାଇବା ଜିନିଷ"ହୋଇଥିବ ନିଶ୍ଚୟ | ବହୁତ ଆଗ୍ରହର ସହ ଦେଖିଲା ବେଳକୁ ତାହା ଥିଲା "ମୂଷାମରା ଯନ୍ତ୍ର"|
ଏହା ବିପଦ ବୋଲି ଜାଣି ପଛପଟେ ରହୁଥିବା କପୋତକୁ ଯାଇ କହିଲା- ଘରେ ମୂଷାମରା ଯନ୍ତ୍ର ଆସିଗଲା|
କପୋତ ଥଟ୍ଟାରେ କହିଲା, ମୋର କଅଣ ଅଛି ? ମୁଁ କଅଣ ସେଥିରେ ପଡିବି ଯେ ମୋର ଚିନ୍ତା |
ନିରାଶ ହୋଇ ମୂଷା ଏହି କଥା ଘରେ ଥିବା କୁକୁଡ଼ାକୁ କହିବାକୁ ଗଲା |କୁକୁଡାଟି ପରିହାସ କରି କହିଲା- ଯା ଭାଇ !
ଏହା ମୋର ସମସ୍ୟା ନୁହେଁ |
ପୁଣି ହତାଶ ମୂଷା ଘରେ ଥିବା ଛେଳିକୁ ଯାଇ ଏ କଥା କହିଲା |ଏହା ଶୁଣି ଛେଳି ହସିବାକୁ ଲାଗିଲା |
ସେହି ଦିନ ରାତିରେ ମୂଷା ମରା ଯନ୍ତ୍ରରେ ଏକ ଶବ୍ଦ ଶୁଣାଗଲା , ଯେଉଁଥିରେ ଏକ ବିଷଧର ସାପ ପଡିଥିଲା |
ଅନ୍ଧାରରେ ତାର ଲାଞ୍ଜ ଦେଖି କଂସେଇର ସ୍ତ୍ରୀ ମୂଷା ଭାବି ତାକୁ ବାହାର କଲା ଏବଂ ସେହି ସମୟରେ ସାପଟି ତାକୁ କାମୁଡି ଦେଲା | ଦେହ ଖରାପ ହେବାର ଦେଖି ଲୋକଟି ବୈଦକୁ ଡାକିଲା ଏବଂ ବୈଦ କପୋତ ଶୁପ୍ ପିଆଇବାକୁ କହିଲେ | ତା ପରେ କପୋତ ମାରି କପୋତ ଶୁପ୍ ହେଲା |
ଏହି ଘଟଣା ଶୁଣି ସମ୍ପର୍କୀୟ ଲୋକମାନେ ଆସିବାକୁ ଲାଗିଲେ। ସେଥିଯୋଗୁଁ ତା ପର ଦିନ କୁକୁଡାଟିକୁ କାଟିବାକୁ ପଡିଲା |
କିଛିଦିନ ପରେ କଂସେଇର ସ୍ତ୍ରୀ ଠିକ ହୋଇଗଲେ |ତାଙ୍କୁ ଦେଖିବାକୁ ପୁଣିଥରେ ସମ୍ପର୍କୀୟମାନେ ଆସିବାକୁ ଲାଗିଲେ |ଏହି ଖୁସିରେ ବ୍ୟକ୍ତି ଜଣକ ନିଜର ଶୁଭେଚ୍ଛୁମାନଙ୍କ ପାଇଁ ଛେଳି କାଟି ଭୋଜନର ବ୍ୟବସ୍ଥା କଲେ |ସେତେବେଳକୁ ମୂଷା ବହୁତ ଦୂରକୁ ଯାଇ ସାରିଥିଲା | ବହୁତ ଦୂର....
ତେଣୁ ପରବର୍ତ୍ତୀ ସମୟରେ ଯଦି କେହି ତାର ସମସ୍ୟା ନେଇ ଆପଣଙ୍କ ନିକଟକୁ ଆସେ ଏବଂ ଆପଣଙ୍କୁ ଲାଗେ ଏହା ଆପଣଙ୍କ ସମସ୍ୟା ନୁହେଁ, ତେବେ ଗାନ୍ଧିଜୀଙ୍କ ତିନି ମାଙ୍କଡ ପରି ବ୍ୟବହାର କରିବା ବନ୍ଦ କରନ୍ତୁ ଏବଂ ସମାଧାନ ରେ ସାହାଯ୍ୟ କରନ୍ତୁ।