STORYMIRROR

Dr. Sagar Pradhan

Inspirational

3  

Dr. Sagar Pradhan

Inspirational

ବୋହୂ ଖୋଜା

ବୋହୂ ଖୋଜା

2 mins
584

ପାଖାପାଖି ପାଞ୍ଚ ବର୍ଷ ହବ ଦାସ ବାବୁ ତାଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ପାଇଁ ଭଲ ଝିଅଟିଏ ଖୋଜୁଛନ୍ତି। ହେଲେ ଆଜିକାଲିକା ସମୟରେ ଭଲ ଝିଅ ଟିଏ ମିଳିବା କଣ ଏତେ ସହଜ? ଯିଏ କି ରୂପ ଗୁଣ ସବୁଥିରେ ଭଲ ହୋଇଥିବ। 


ବହୁତ୍ ଖୋଜା ଖୋଜି କରିବା ପରେ ଶେଷରେ ହତାଶ ହୋଇ ଦାସ ବାବୁ ପାଖ ଗାଁ ର ବିଖ୍ୟାତ ପଣ୍ଡିତ ଗୋକୁଳାନନ୍ଦ ମହାରାଜ ଙ୍କ ପାଖକୁ ନିଜ ସମସ୍ୟା ନେଇ ଯିବାକୁ ସ୍ଥିର କଲେ।


ଏକଦା ସୋମବାର ସଖାଳୁ ସଖାଳୁ ଦାସ ବାବୁ ନିତ୍ୟକର୍ମ ସାରି ତାଙ୍କ ଚିରାଚରିତ ଢଙ୍ଗରେ ପାନ ଖଣ୍ଡେ କଳରେ ଯାକି ତାଙ୍କ ଭଙ୍ଗା ଛତାଟି ସାଙ୍ଗରେ ନେଇ ବାହାରିଲେ ପଣ୍ଡିତଙ୍କ ଘରକୁ। ପଣ୍ଡିତ ମହାରାଜ ତାଙ୍କ ପୂଜା ପୂଜି ସାରି ବସିଥାନ୍ତି ସେଇ ସମୟରେ ଦାସ ବାବୁ ଯାଇ ପହଁଚିଗଲେ,


ଦାସ ବାବୁ - " ପଣ୍ଡିତେ ନମସ୍କାର !"


ପଣ୍ଡିତେ - "ନମସ୍କାର ନମସ୍କାର! ଆସନ୍ତୁ ଦାସ ବାବୁ, ବସିବା ହୁଅନ୍ତୁ ଏବଂ ଆସିବାର ଅଭିପ୍ରାୟ କଣ କୁହନ୍ତୁ?"


ଦାସ ବାବୁ - " ମହାରାଜ ! ପୁଅ ଲାଗି ଗତ ପାଞ୍ଚ ବର୍ଷ ଧରି ଭଲ ବୋହୂ ଟିଏ ଖୋଜୁଛି, ହେଲେ ପାଉନି, ଖୋଜି ଖୋଜି ଥକି ଗଲିଣି। ଆପଣ ମୋ ସମସ୍ୟାର କିଛି ଗୋଟେ ସମାଧାନ କରନ୍ତୁ ଆଜ୍ଞା"


ପଣ୍ଡିତେ - "ଦାସ ବାବୁ ! ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ଆପଣଙ୍କ ସମସ୍ୟା ର ସମାଧାନ କରିଦେବି। ଆପଣ ପ୍ରଥମେ ମୋ ପାଇଁ ପାଖ ବଗିଚାରୁ ସବୁଠୁ ସୁନ୍ଦର ଫୁଲଟି ତୋଲି ଆଣି ଦିଅନ୍ତୁ କିନ୍ତୁ ସର୍ତ୍ତ ହେଉଛି ଥରେ ଆଗକୁ ଗଲେ ଆଉ ପଛକୁ ବୁଲିବେ ନାହିଁ।"


ପଣ୍ଡିତ ମହାରାଜାଙ୍କ କଥା ଶୁଣି ଦାସ ବାବୁ ପାଖ ବଗିଚା ଆଡ଼କୁ ଅଗ୍ରସର ହେଲେ। କିଛି ସମୟ ପରେ ଦାସ ବାବୁ ଖାଲି ହାତରେ ଫେରିଆସି ପଣ୍ଡିତଙ୍କ ପାଖରେ ପହଞ୍ଚିଲେ।


ଦାସ ବାବୁଙ୍କୁ ଖାଲି ହାତରେ ଫେରିବା ଦେଖି ପଣ୍ଡିତେ ପଚାରିଲେ - "ଦାସ ବାବୁ! ଆପଣଙ୍କୁ କଣ ସୁନ୍ଦର ଫୁଲ ମିଳିଲା ନାହିଁ?"


ଦାସ ବାବୁ - "ପଣ୍ଡିତେ! ମୁଁ ଭଲ ରୁ ଅତି ଭଲ ଫୁଲ ପାଇବା ଆଶାରେ ଆଗକୁ ଆଗକୁ ବଢ଼ି ଚାଲିଲି। ବାଟରେ ଅନେକ ସୁନ୍ଦର ଫୁଲ ଦେଖିଲି, କିନ୍ତୁ ଆହୁରି ଭଲ ଫୁଲ ପାଇବା ଆଶା ରେ ଆଗକୁ ବଢ଼ି ଚାଲିଲି। ଦୁର୍ଭାଗ୍ୟବଶତଃ ଶେଷରେ କେବଳ ଶୁଖିଲା, ମଉଳା ଫୁଲ ମିଳିଲା।"


ପଣ୍ଡିତେ - "ଦାସ ବାବୁ! ଜୀବନ ମଧ୍ୟ ଏହି ପ୍ରକାର ଅଟେ। ସବୁଠାରୁ ଯୋଗ୍ୟର ଅନୁସନ୍ଧାନରେ ଭ୍ରମିତ ହୋଇ ରହିବ ତ ଯାହା କିଛି ସମ୍ଭବ, ତାହା ମଧ୍ୟ ହାତରୁ ଖସି ଯିବ। ସେଥିପାଇଁ ଯାହା ପ୍ରାପ୍ତ ହେଉଛି, ସେଥିରେ ହିଁ ସନ୍ତୁଷ୍ଟ ରହିବାର ବୃତ୍ତି ଉତ୍ପନ୍ନ କରନ୍ତୁ - ଏହା ହିଁ ଆପଣଙ୍କ ସମସ୍ୟାର ପ୍ରକୃତ ସମାଧାନ।


साहित्याला गुण द्या
लॉग इन

Similar oriya story from Inspirational