STORYMIRROR

Sagar Pradhan

Inspirational

5.0  

Sagar Pradhan

Inspirational

ଦୋଷ କାହାର

ଦୋଷ କାହାର

1 min
3.7K


ଏକଦା ଗୋଟେ କୃଷକ କେନ୍ଦ୍ରାପଡା ଅଂଚଳର ଏକ ଗ୍ରାମ ରେ ବାସ କରୁଥିଲା ।ସେ ଛେନା ବ୍ୟବସାୟ କରି ନିଜ ର ଗୁଜୁରାଣ ମେଣ୍ଟାଉଥିଲା ।ତା ଠାରୁ ଜଣେମିଠା ଦୋକାନୀ ପ୍ରତିଦିନ ଏକ କେଜି ଓଜନ ର ଛେନା କିଣୁଥିଲେ ଏବଂ ସମାନ ୧ କେଜି ପରିମାଣର ମିଠା ତାକୁ ବଦଳ ରେ ଦେଉଥିଲେ ।ଦିନେ ମିଠାଦୋକାନୀ ଛେନା କୁ ଓଜନ କରି କୃଷକ ଜଣକ ତାକୁ ଠିକ ଓଜନ ର ଛେନା ଦେଉଛନ୍ତି କି ନାହିଁ ପରଖିବାକୁ ଚିନ୍ତାକଲେ, ସେ ଜାଣିବାକୁ ପାଇଲେ ଯେ କୃଷକ ଦେଇଥିବା ଛେନାର ଓଜନ କମ ଅଛି ।ତେଣୁ ସେ କ୍ରୋଧାନ୍ୱିତ ହୋଇ ସ୍ଥାନୀୟ ଥାନା ରେ ଅଭିଯୋଗ କଲେ ।ସ୍ଥାନୀୟ ଥାନାର ବଡ ବାବୁ ସେହି ଚାଷୀ କୁ ଡକାଇଲେ । ଚାଷୀ ଟି ସଙ୍ଗେ ସଙ୍ଗେ ଆସି ଥାନା ରେ ହାଜର ହେଲା । ଥାନାର ବଡବାବୁ ତାକୁ ପଚାରିଲେ "ତୁ କଣ ପାଇଁ ମିଠା ଦୋକାନୀ କୁ ଠକୁଚୁ, ତାଙ୍କୁ ଏକ କିଲୋଗ୍ରାମ ରୁ କମ ପରିମାଣର ଛେନା ଦେଉଛୁ"।ଯାହାର ଉତ୍ତର ଦେଇ ଚାଷୀ ଟି କହିଲା "ବଡ ବାବୁ, ମୋର କିଛି ଦୋଷ ନାହିଁ, କାରଣ ମୋ ନିଜର ୧ କିଲୋଗ୍ରାମ ର ବଟକରାନାହିଁ" ।ସେଥିଲାଗି ମୁଁ ମିଠା ଦୋକାନୀ ଠାରୁ ଯେତିକି ପରିମାଣ ର ମିଠା ନିଏ ସେହି ମିଠା କୁ ନିକିତି ର ଏକ ପାର୍ଶ୍ଵ ରେ ପକାଏ ଏବଂ ଅନ୍ୟ ପାର୍ଶ୍ଵ ରେ ଛେନାପକାଇ ଓଜନ କରି ତାଙ୍କୁ ଦିଏ, ତେଣୁ ଏଥିରେ ମୋର କୌଣସି ଦୋଷ ନାହିଁ ।

କୃଷକ କଥାର ମର୍ମ ବୁଝିପାରି ଥାନା ବଡବାବୁ ମିଠା ଦୋକାନୀକୁ ତାଗିତ କରି କହିଲେ "ଆମେ ମାନେ ଯାହା ଅନ୍ୟ କୁ ଦେଇଥାଉ, ତାହାହିଁ ଆମକୁ ଫେରସ୍ତ ମିଳିଥାଏ ।ତେଣୁ କାହାକୁ ଠକିବା ପୂର୍ବରୁ ଆମେ ତାର ଫଳ କଣ ହେବ ଚିନ୍ତା କରିବା ଆବଶ୍ୟକ" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational