STORYMIRROR

ପ୍ରଶାନ୍ତ କୁମାର ବିଦ୍ୟାଧର

Inspirational

3  

ପ୍ରଶାନ୍ତ କୁମାର ବିଦ୍ୟାଧର

Inspirational

ଶାଳଗ୍ରାମ ଓ ମକରା

ଶାଳଗ୍ରାମ ଓ ମକରା

4 mins
159


""କୃଷ୍ଣାନନେ ଦ୍ଵିଜହ୍ଵେ ଚ ଚିତ୍ରଗୁପ୍ତକରସ୍ଥିତେ ।


ସଦକ୍ଷରାଣାଂ ପତ୍ରେ ଚ ଲେଖ୍ୟଂ କୁରୁ ସଦା ମମ ॥""


     ଗରିବ ପରିବାରର ଏକମାତ୍ର ସନ୍ତାନ ଏଇ ମକରା, ମୂଲ ଲାଗିଲେ ଖାଇବ ନହେଲେ ନାଇଁ । ବାପ ଓ ମାଆ ଛେଉଣ୍ଡ ପିଲା । ବୟସ, ୧୩ କି ୧୪ ହେଇଥିବ, ହଇଜା ବାଡିରେ ବାପା କୋବର ଓ ମାଆ ଗୌରୀ ଚାଲି ଗଲେ । ମୁଠାଏ ଖାଇଲେ ଆର ଓଳିକୁ ପାଣି ପିଇ ଶୋଇବାକୁ ପଡେ । ବିଲକୁ ମୂଲ ମଜୁରୀ କରିବାକୁ ଗଲେ, ମାଲିକ ଘରୁ ଯଦି କିଛି ଖାଦ୍ୟ ଆସେ ସେଥିରେ ଗୋଟିଏ ସମୟ କଟି ଯାଉଥାଏ ।ଆଉ ଅନ୍ୟ ମୁହୂର୍ତ୍ତ ପାଇଁ କିଏ ମାଣ୍ଡିଆ ପୋଷେ ଦିଏ ନଚେତ୍ ମାଣେ ଧାନ । ଏମିତି ଦିନଟି କଟି ଯାଏ । ମନ ଦୁଃଖ ହେଲେ ଲୁହ ପୋଛିବା ପାଇଁ କେହି ନାହିଁ, ଦୁନିଆଁରେ । ସ୍ଵାର୍ଥପର ଦୁନିଆଁ କିଏ ଏଠାରେ କାହାର ..?? ତେଣୁ ସଞ୍ଜ ସମୟରେ ବେଳେ ବେଳେ ଚାଲିଯାଏ ନଦୀ ପଠାକୁ । ମାଆ, ବାପାଙ୍କୁ ମନେ ପକାଇ ଦିଧାର ଲୁହ ଗଡ଼ାଇ ଫେରି ଆସେ ନଚେତ୍ ସେଇ ନଦୀ ବନ୍ଧ ଉପରେ ଗାମୁଛାଟିଏ ପାରି ଶୋଇଯାଏ । 


    ଦିନକର ଘଟଣା, ମକରା ନଦୀ ବନ୍ଧ ପାଖରେ ଶୋଇଛି, ସେ ସ୍ୱପ୍ନ ଦେଖିଲା ଯେ ତାକୁ ପ୍ରଭୁ ସ୍ୱପ୍ନରେ ଦେଖା ଦେଇଛନ୍ତି, ଅଲୌକିକ ଆଲୋକର ଶିଖା ପ୍ରଜ୍ୟୋଳିତ ହେଉଛି ସେ ପ୍ରଭୁଙ୍କୁ ପ୍ରଣାମ କରି ନିଜର ଦୁଃଖ ଜଣାଉଛି ....ପ୍ରଭୁଙ୍କ ସ୍ତୁତି ଗାନ କରି...


ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶଂ


  ଵିଶ୍ଵାଧାରଂ ଗଗନସଦୃଶଂ ମେଘଵର୍ଣ୍ଣଂ ଶୁଭାଙ୍ଗମ୍ ।


ଲକ୍ଷ୍ମୀକାନ୍ତଂ କମଲନୟନଂ ୟୋଗିଭିର୍ଧ୍ୟାନଗମ୍ୟଂ


  ଵନ୍ଦେ ଵିଷ୍ଣୁଂ ଭଵଭୟହରଂ ସର୍ଵଲୋକୈକନାଥମ୍ ॥


    ପାଖରେ ମାତା ଶ୍ରୀଲକ୍ଷ୍ମୀଙ୍କ ପାଉଁଜିର, ଛମ୍ ଛମ୍ ଶବ୍ଦ କର୍ଣ୍ଣରେ ଗୁଞ୍ଜରିତ ହେଉଥିଲା । ମାତା ବିଷର୍ଣ୍ଣ ବଦନରେ ଏପଟ ସେପଟ ହୋଇ ବୁଲୁଥିଲେ ପ୍ରଭୁଙ୍କ ପାଖରେ । କିନ୍ତୁ ସେତିକି ବେଳେ ଗ୍ରାମର ଜଣେ ଯୁବତୀର କୋମଳ ସ୍ପର୍ଶରେ ନିଦ୍ରା ଭଙ୍ଗ ହେଲା, ଯୁବତୀ ଜଣଙ୍କ କିଛି ଖlଦ୍ୟ ଆଣି ଆସିଛି । ଖାଦ୍ୟ ପ୍ରତି ରୁଚି ନାହିଁ ମକରାର କାରଣ ଯିଏ ସ୍ଵପ୍ନରେ ପ୍ରଭୁଙ୍କ ଦର୍ଶନ କରିବ ତାର ଆଉ ଅଭିଲାଶ କିଛି ରହି ନଥାଏ । ତଥାପି କ୍ଷୁଧା ଓ ତୃଷ୍ଣା ନିବାରଣ ପାଇଁ ଗଣ୍ଡେ ଖାଇବା ନିହାତି ଦରକାର୍ । ମକରାକୁ ମହୁଲି ଅନନ୍ୟ ପ୍ରେମ କରେ । ତା ପ୍ରେମରେ ପାଇବାର ଆଶା ତିଳେ ମାତ୍ର ନାହିଁ । ଅଛି କେବଳ ସମର୍ପଣ ଭାବ । ମକରା ପାଇଛି ଭଗବାନଙ୍କୁ । ସ୍ୱପ୍ନ ହେଲେ ବି ସତ, ମକରା ଉଠି ବସିଲା ଖାଇବା ପାଇଁ । 


    ମହୁଲି ଚିତ୍କାର କରି ଉଠିଲା, ମକରା ଭାଇ ... ମକରା ଭାଇ, ତୁମ ଭାଗ୍ୟ ଖୋଲିଗଲା । ତୁମେ ସତରେ ଭାଗ୍ୟବାନ । ଏଇ ଦେଖ ମକରା ଭାଇ, ତୁମ ଶୋଇଥିବା ସ୍ଥାନରେ, ମୁଣ୍ଡ ତଳେ କିଛି "" ମୂଲ୍ୟବାନ ପଥର "" ଜଣା ପଡ଼ୁଛି, ଦେଖ ମକରା ଭାଇ, ଥରେ ମାତ୍ର ଦେଖ ଏଇ ପଥରର ଚମକ୍ ଦେଖ । ଏଥିରେ ଅଛି ଶଙ୍ଖ, ଚକ୍ର, ଗଦା, ପଦ୍ମ । ସତରେ ଯେମିତି ଲାଗୁଛି ସାକ୍ଷାତ୍ ଭଗବାନ ପୁଣ୍ଡରିକlକ୍ଷ, ଶ୍ରୀବିଷ୍ଣୁ ଓ ମାତା ଶ୍ରୀଲକ୍ଷ୍ମୀ ସୁଦୟା କରି ଦର୍ଶନ ଦେଇଛନ୍ତି । ଏହି ମୂଲ୍ୟବାନ ପଥର ତୁମର ଭାଗ୍ୟ ଅବଶ୍ୟ ଖୋଲିବ । ତୁମେ ଏହାକୁ ନେଇ କିଛି ବ୍ୟବସାୟ ଆରମ୍ଭ କରି ସୁଖରେ ରୁହ । 


    ମକରା, ଖାଦ୍ୟକୁ ଛାଡ଼ି, ସାଦରର ସହିତ ଉଠାଇ ସାଷ୍ଟାଙ୍ଗ ପ୍ରଣିପାତ କରି "" ମୂଲ୍ୟବାନ ପଥର "" ଗୁଡ଼ିକୁ ନିଜ ମୁଣ୍ଡରେ ରଖି ଝୁମି ଉଠିଲା । ମୁର୍ଖ ଅଜ୍ଞାନ, ଅନ୍ଧାର ଭିତରେ ଅଛି, ସେ କି ଜାଣିବ ଶାଳଗ୍ରାମର ମହିମା କିନ୍ତୁ ପ୍ରଭୁଙ୍କ କୃପା ଲାଭ କରିବା ପରେ ସେ ଆସ୍ତେ ଆସ୍ତେ ଜ୍ଞାନ ପ୍ରାପ୍ତ କରିଲା । ଅନେକ ରୋଗ, ବ୍ୟାଧିରୁ ଲୋକଙ୍କୁ ମୁକ୍ତ କରାଇଲା । ତା ପ୍ରତିବଦଳରେ ତାକୁ ସମସ୍ତେ ସମ୍ମାନ ପ୍ରଦାନ କରିଲେ । କିଛି ଖାଦ୍ୟ ପଦାର୍ଥ ଦାନ କରିଲେ, ତାର ଜୀବନ ସୁମଧୁର ସୁଖକର ହେଲା । କିନ୍ତୁ ଦିନେ ରାସ୍ତାରେ ଯିବା ସମୟରେ ଜଣେ ସାଧୁ ମହାତ୍ମା ତାଙ୍କର ଶିଷ୍ୟମାନଙ୍କୁ ପ୍ରଭୁଙ୍କ କାହାଣୀ ଶୁଣାଇ ଥିଲେ । କିପରି ପ୍ରଭୁ ଶାଳଗ୍ରାମ ପଥରରେ ପରିଣତ ହେଲେ । 


     ପୁରାଣ ଯୁଗର କଥା, ଏହି କଥା ଅନୁସାରେ ବୃନ୍ଦା ବୋଲି ଜଣେ ସତୀ ନାରୀ ଥିଲେ । ସ୍ଵାମୀ ଜଳନ୍ଧର ( କେଉଁଠି ବିଦିତ ଅଛି ଶଙ୍ଖଚୁଡ଼ ) ଙ୍କ ସହିତ ଜୀବନ ଜାପନ କରିଥାନ୍ତି । ଜଳନ୍ଧର ( ଶଙ୍ଖଚୁଡ଼ ) ମହା ପ୍ରତାପୀ ଅସୁର ଥିଲେ । ଅନେକ ଅନ୍ୟାୟ, ଅନୀତି ଦୁର୍ନୀତି କରିବା ପରେ ସ୍ଵୟଂ ଭଗବାନ ବ୍ରହ୍ମା ଓ ଦେବତା ଗଣ ମିଶି ଅଭିଯୋଗ କରିଥିଲେ, ତେଣୁ ତାଙ୍କୁ ଛଳ ପୂର୍ବକ ବଦ୍ଧ କରିଥିଲେ ପ୍ରଭୁ ନାରାୟଣ, ବିଷ୍ଣୁ । ଜଳନ୍ଧର ( ଶଙ୍ଖଚୁଡ଼ ) ମରିବା ପରେ ବୃନ୍ଦା ବିଧବା ହେଲେ, ତାଙ୍କ୍ ସତୀତ୍ୱ ହରଣ ହେଲା ବା ନଷ୍ଟ ହେଇଗଲା । ଜଣେ ସତୀ ନାରୀର କୋପରେ କିଏ ବା ରହିବ । ତେଣୁ ସେ ସେଇ କ୍ରୋଧରେ ଭଗବାନ୍ ବିଷ୍ଣୁଙ୍କୁ ଅଭିଶାପ ଦେଲେ । ମୋ ସ୍ବାମୀ ଜଳନ୍ଧର ( ଶଙ୍ଖଚୁଡ଼ )କୁ ଛଳ ପୂର୍ବକ ବଦ୍ଧ କରିଥିବାରୁ ପ୍ରଭୁ ନାରାୟଣ, ବିଷ୍ଣୁ ତୁମେ ପଥର ହେଇ ଯାଆ । ଆଉ ପ୍ରଭୁ ତତକ୍ଷଣତ୍ ପଥର ପାଲଟି ଗଲେ । ସେହି ପଥରକୁ ଶାଳଗ୍ରାମ କୁହାଯାଏ ।


    ଠିକ୍ ସେହି ସମୟରେ ପ୍ରଭୁ ବୃନ୍ଦାଙ୍କୁ କହିଲେ, 'ହେ ବୃନ୍ଦା..!! ଏହା ତୁମର ସତୀତ୍ୱର ପରାକାଷ୍ଠା ତଥା ତୁମେ ମୋ ଅନୁକମ୍ପାରୁ ତୁଳସୀ ବୃକ୍ଷ ଓ ଗଣ୍ଡୁକି ନଦୀ ହେଇ ମୋ ସେଥିରେ ସଦା ସର୍ବଦା ରହିବ । ତଥା ମୁଁ ତୁମ ସହିତ ଏହି 


ଗଣ୍ଡୁକି ନଦୀ କୂଳରେ ବାସ କରିବି ।ଯେଉଁ ମନୁଷ୍ୟ ଏକାଦଶୀ ଦିନ ବ୍ରତ ରଖି ତୁମ ସହିତ ମୋର ବିବାହ କରିବ ତଥା ଦ୍ଵାଦଶୀ ତିଥିରେ ତୁମ ସହିତ ଶାଳଗ୍ରାମର ବିବାହ କରିବ ତାଙ୍କୁ ପରମ ଧାମ। ପ୍ରାପ୍ତ ହେବ । ଏହିପରି ଭାବରେ ତୁଳସୀ ଏଵଂ ଶାଳଗ୍ରାମ ବିବାହରେ ମଧ୍ୟ ପୁଣ୍ୟ ଅର୍ଜନ ହୁଏ ।


    ଭଗବାନ୍ ଶାଳଗ୍ରାମ, ଶ୍ରୀ ନାରାୟଣ, ପ୍ରଭୁ ଶ୍ରୀବିଷ୍ଣୁ ଙ୍କ ସାକ୍ଷାତ୍ ରୂପ ଅଟେ ।ତେଣୁ ଭଗବାନ୍ ଜଗତ କଲ୍ୟାଣ ପାଇଁ ଏହି ପାର୍ଥିବ ରୂପ ଧାରଣ କରିଛନ୍ତି ଏବଂ ପୂଜା ପାଉଛନ୍ତି । ଭଗବାନ୍ ଶାଳଗ୍ରାମ ଦେଖିବାକୁ ଅଣ୍ଡାକୃତି ପଥର ଯାହାର ତ୍ଵଜ ଅଛି । ଏହା କେବଳ ନେପାଳରେ ଅବସ୍ଥିତ ଗଣ୍ଡୁକି ନଦୀରେ ମିଲେ । ଭଗବାନ୍ ଶାଳଗ୍ରାମ, ସ୍ଵୟଂଭୂ ହେଇଥିବାରୁ ତାଙ୍କର ସ୍ଥାପନା ହୁଏ ନାହିଁ । ଭଗବାନ୍ ଶାଳଗ୍ରାମଙ୍କୁ ପୂଜା କରିବା ଦ୍ୱାରା ରୋଗ, ବ୍ୟାଧି ମୁକ୍ତ ହୁଏ ମଣିଷ, କଳହ, ପାପ ନାଶ ହୁଏ, ତୁଳସୀ ତଥା ଭଗବାନ୍ ଶାଳଗ୍ରାମ ଚରଣାମୃତ ପିଇବା ଦ୍ଵାରା ବିଷ ଜ୍ୱାଲାରୁ ମୁକ୍ତି ମିଲେ, ତଥା ଏହା ଏକ "ମୂଲ୍ୟବାନ ପଥର" ଅଟେ ଯାହାର ଭିତରେ ସୁନା ମିଳିଥାଏ । 

   ସାଧୁ ସନ୍ଥ ଓ ମହର୍ଷିଙ୍କ ପ୍ରବଚନ, ସବୁ କିଛି ଶୁଣିବା ପରେ ମକରା ଭଗବାନ୍ ଶାଳଗ୍ରାମଙ୍କୁ ନେଇ ଖୁସିରେ ଜୀବନ ଅତିବାହିତ କରିଲା । ମକରା ସହିତ ମହୁଲି ବିବାହ କରି ଧନ୍ୟ ହେଇଗଲା । ସତରେ ଧନ୍ୟ, ' ହେ ପ୍ରଭୁ ବିଷ୍ଣୁ ଧନ୍ୟ ତୁମର ମହିମା ...

   "ଶାଳଗ୍ରାମ ଓ ମକରା " ଏହିପରି ଭାବେ ମହୁଲି ହୃଦୟରେ ରହିଗଲେ । ମହୁଲି ପ୍ରଭୁଙ୍କୁ ସ୍ମରଣ କରି କହୁଥାଏ ଧନ୍ୟ ତୁମ "ଶାଳଗ୍ରାମ ଓ ମକରା " .... ।।



Rate this content
Log in

Similar oriya story from Inspirational