Kamal Kumar Dash

Fantasy

1  

Kamal Kumar Dash

Fantasy

ସେଇ ଝିଅଟି କିଏ

ସେଇ ଝିଅଟି କିଏ

2 mins
526


ଦିନେ ସକାଳୁ ମୁଁ ଅଫିସ ବାହିରିଲି | ବାଟରେ ଜଣେ ଜୁନିଅର ସାଙ୍ଗ ଦେଖାହେଲା | ସେ ଚାଲି ଚାଲି ଅଫିସ ଯାଉଥିଲା ତାକୁ ମୁଁ ମୋ ଗାଡ଼ିରେ ବସି ଯିବାକୁ କହିଲି | ସେ ଟିକେ ଦେଖିବାକୁ ହାଣ୍ଡସମ ଥିଲା | ସେ ମୋ ପଛରେ ବସିଗଲା | ଆମେ ଚାଲିଲୁ ଆଗକୁ | ବାଟରେ ମୋ ସାନ ଭଉଣୀର ସ୍କୁଲ ପଡେ ସେ ମୋତେ ଓ ମୋ ସାଙ୍ଗ କୁ ଗାଡ଼ିରେ ଯିବାର ଦେଖିଦେଲା | ତା ଶୈତାନି ଦିମାଗ ରେ କଣ ଖେଳିଲା କେଜାଣି ,ସେ ଘରେ ମୋ ଶ୍ରୀମତି କୁ ଫୋନ କରି କହିଲା ଭାଇନା ଗାଡ଼ିରେ ଗୋଟେ ସୁନ୍ଦରୀ ଝିଅ ବସିକି ଯାଉଛି | ସେ ବଢିଆ ଲିପିସ୍ଟିକ ଲଗାଇଛି ଓ ହାଇ ହିଲ ଚପଲ ପିନ୍ଧିଚି | ସେ ସବୁ ଶୁଣିଲା ପରେ ଶ୍ରୀମତୀ ମତେ ରିଂ କଲେ ଓ ଭାରି ରାଗରେ ପଚାରିଲେ ମୁଁ ଥାଉ ଥାଉ ତମେ କାହାକୁ ଗାଡ଼ିରେ ବସାଇକି ନେଉଛ ? ତମ ର ସେ ନୂଆ ଗାଲ ଫ୍ରେଣ୍ଡ ନାଆଁ କଣ ? ମୁଁ କିଛି ବୁଝି ପାରୁନଥାଏ ମୁଁ କହିଲି କଣ ହେଲା ,କୋଉ ଝିଅ ? ମୁଁ ମୋ ସାଙ୍ଗ କୁ ଗାଡ଼ିରେ ବସାଇ ଆଣୁଥିଲି କୋଉ ଝିଅ କୁ ନୁହେଁ | ମୋ କଥା ଶୁଣି ସେ ଚୁପ ହୋଇଗଲା ଓ ତା ଫୋନ ସୁଇଚ ଅଫ କରିଦେଲା | ମୁଁ ଅଫିସ କାମରେ ବିଜି ହୋଇଗଲି |

   ଲଞ୍ଚ ବ୍ରେକ ରେ ମୁଁ ଘରକୁ ଗଲା ଯାଏଁ ମାଡାମ ଙ୍କର ରାଗ ଶାନ୍ତ ହୋଇ ନଥାଏ | ମୁଁ କହିଲି ତତେ ଏ ଇନଫରମେସନ କିଏ ଦେଲା | ସେ କହିଲା ତୁମ ସାନ ଭଉଣୀ ତୁପୁ ଦେଲା | ମୁଁ ତାକୁ ଫୋନ କଲି ଓ କହିଲି ମାଙ୍କଡ଼ୀ ତୁ ଏ ମୂର୍ଖ ସାଙ୍ଗରେ କମେଡି କାହିଁକି କରୁଚୁ ? ସେ ଫୋନ ବନ୍ଦ କରି ବସିଛି ,ମତେ ନାକେଦମ କଲାଣି | ସେ ହସି ହସି କହିଲା ମୁଁ ଭାଉଜକୁ ପରେ ସବୁ କହିବାକୁ ରିଂ କରିଥିଲି ହେଲେ ତା ଫୋନ ସୁଇଚ ଅଫ ଥିଲା | ମୁଁ ରାଗିକି ତାକୁ କହିଲି ନେ ଏବେ ସେ ଗଧୀ କୁ କହ କଣ ଦେଖିଥିଲୁ | ସେ ହସି ହସି ସବୁ କହିଲା | ତାପରେ ଶ୍ରୀମତିଂକ ରାଗ ଶାନ୍ତ ହେଲା | ସେ ଫୁଣି ପଚାରିଲେ ଏବେ ଟୁପୁ ସତ କହୁଛି ନ ତୁମେ ତାକୁ ସେମିତି କହିବାକୁ କହିଛ |? ମୁଁ କହିଲି ସନ୍ଧ୍ୟାରେ ତା ଘରକୁ ଯିବା ସେ ତୁମ ମୁଣ୍ଡ ଛୁଇଁ ସତ କହିବ | ସେ ଫୁଣି କହିଲା ମୁଁ ମରିଗଲେ ତୁମେ ଆଉଥରେ ବାହା ହୋଇ ଯିବ | ତାର ତ ନୂଆ ଭାଉଜ ଆସିବ ଓ ତାକୁ ଆଉ ଗୋଟେ ନଣଦ ପୁଟୁଳି ମିଳିବ | ମୁଁ ହସିଲି ଓ କହିଲି ତାହା ହେଲେ ମୋ ମୁଣ୍ଡ ଛୁଇଁବ ହେଲା | ଏବେ ଖୁସିତ ?  



Rate this content
Log in

Similar oriya story from Fantasy