STORYMIRROR

pravasini Senapati

Thriller

3  

pravasini Senapati

Thriller

ସେଦିନ ର କାଳ ରାତ୍ରି

ସେଦିନ ର କାଳ ରାତ୍ରି

2 mins
273


ସେଦିନ ଥିଲା 2018 ମସିହା ଡିସେମ୍ବର 22ତାରିଖ ର ଏକ ଭୟଙ୍କର ସନ୍ଧ୍ୟା ।ହଠାତ ଛାତିରେ କିଛି ଯନ୍ତ୍ରଣା ଅନୁଭବ କରିବାରେ ଲାଗିଲି ।ସେ ଯନ୍ତ୍ରଣା ଧୀରେ ଧୀରେ ବଢିବାକୁ ଲାଗିଲା ।ନିଃଶ୍ୱାସ, ପ୍ରଶ୍ବାସ ରେ ସମସ୍ୟା ହେଉଥାଏ ।ବହୁତ କଷ୍ଟ ଅନୁଭବ କରୁଥାଏ ମୁଁ ।

ବେଶି କଷ୍ଟ ହେବାରୁ ମୋତେ ହସ୍ପିଟାଲ ନିଆଗଲା ।

ଡାକ୍ତର ମାନେ ବି ଜାଣିପାରୁନଥାନ୍ତି ମୋର ପ୍ରକୃତରେ ହେଉଛି କଣ, ତେଣୁ ନିରୁପାୟ ହୋଇ ସେମାନେ ଅନ୍ୟ ହସ୍ପିଟାଲ କୁ ସ୍ଥାନାନ୍ତରିତ କରିଦେଉଥାନ୍ତି ।ଏମିତି ଏମିତି ରାତି ବଢ଼ିବାରେ ଲାଗିଥାଏ ଆଉ ତା ସହିତ ବଢ଼ିବାରେ ଲାଗିଥାଏ ମୋର ଯନ୍ତ୍ରଣା ।ମରଣଠୁ ବି ଆହୁରି ଭୟଙ୍କର ସେ ଯନ୍ତ୍ରଣା ।ସହିପାରୁନଥାଏ ମୁଁ ।

    ଏସବୁ ଦେଖି ପିଲା ଦୁଇ ମୋର କାନ୍ଦିବାରେ ଲାଗିଥାନ୍ତି ।ମା'ର ଏମିତି ଅବସ୍ଥା ଦେଖି କୋଉ ପିଲା ବା ସହିପାରିବ ?ସହଜେ ସେମାନେ ବୟସରେ ବହୁତ ଛୋଟ ।ମୁଁ କିନ୍ତୁ ନିଃଶ୍ୱାସ ଆଉ ପ୍ରଶ୍ବାସ ସହିତ ତୁମୁଳ ସଂଗ୍ରାମ କରୁଥାଏ ଭିତରେ ଭିତରେ ।ଏମିତି ସଂଗ୍ରାମ କରୁ କରୁ କେତେବେଳେ କେଜାଣି ସଂଜ୍ଞାହୀନ ହୋଇପଡ଼ିଥାଏ ଜାଣିନି ।

    ରାତି ପ୍ରାୟ ଦୁଇଟା ହେବ ।ନିଜକୁ ହସ୍ପିଟାଲ ବେଡ଼ ଉପରେ ଆବିଷ୍କାର କଲି  ।ଆଖି ଖୋଲି ଦେଖେ ତ କିଏ ଜଣେ ଅଦ୍ଭୂତ ମଣିଷ ମୋ ସମ୍ମୁଖରେ ଛିଡା ହୋଇ ମୋ ଆଡ଼କୁ ଚାହିଁ ହସୁଛନ୍ତି ।ସେମିତି କୌଣସି ଲୋକ ମୁଁ ଆଗରୁ କେବେ କେଉଁଠି ଦେଖି ନଥିଲି ।ଦେଖିବାକୁ ବହୁତ ଡେଙ୍ଗା, ବହୁତ ମୋଟା ଓ କଳା ମଚ ମଚ ଚଉଡ଼ା ମୁହଁ ଅଦ୍ଭୁତ ଭାବଭଙ୍ଗି ।ଭାରି ଭୟଙ୍କର ଚେହେରା ।

    ମୋର ହୋସ ଆସିବା ପରେ ସେ ହସ ହସ ମୁହଁରେ ସେ ସ୍ଥାନରୁ ପ୍ରତ୍ୟାବର୍ତ୍ତନ କଲେ ।ହସ୍ପିଟାଲ ୱାର୍ଡ ଭିତରେ ଥରେ ଆଖିବୁଲାଇ ଆଣିଲି, ଅନ୍ୟ ସବୁ ରୋଗୀ ଶୋଇଯାଇଛନ୍ତି ।ନର୍ସ ମାନେ ବି ଘୁମେଇ ପଡିଛନ୍ତି ,ମୋ ବେଡ଼ ଉପରେ ମୋ ପାଖରେ ମୁଣ୍ଡ ରଖି ମୋ ଚେୟାର ଉପରେ ବସି ମୋ ପତିଦେଵ ବି ଟିକେ ଘୁମେଇ ପଡିଛନ୍ତି ।

  ହେଲେ ସେ ଅଦ୍ଭୁତ ଲୋଜ ଜଣକ କୁଆଡେ ଏମିତି ଅନ୍ତର୍ଦ୍ଧାନ ହୋଇଗଲେ କେଜାଣି ?ବହୁତ ଡର ଲାଗିଲା ମୋତେ ପତିଦେବଙ୍କୁ ହାତରେ ଇସାରା କରି ଡାକିବାରେ ଲାଗିଲି ।ସେ ବି ଧଡ଼ ପଡ଼ ହୋଇ କଣ ହେଲା ବୋଲି ପଚାରିଲେ ।ମୁଁ ସେ ଲୋକଜଣଙ୍କ ବିଷୟରେ ପଚାରିଲି ।ସେ କହିଲେ "ଏମିତି କୌଣସି ବ୍ୟକ୍ତି ଏ ହସ୍ପିଟାଲ ରେ ନାହାନ୍ତି ।ଯାହାହେଉ ତୋର ହୋସ ଆସିଗଲା! କହି ଖୁସିରେ କାନ୍ଦି ପକାଇଲେ ।ମୁଁ ମଧ୍ୟ ଲୁହ ଛଳ ଛଳଆଖିରେ ପତିଙ୍କ ଆଡ଼କୁ ଚାହିଁ ରହିଥାଏ ଆଉ ଭାବୁଥାଏ ସେହି ଅଦ୍ଭୁତ ଲୋକ ଜଣଙ୍କ କଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller