pravasini Senapati

Abstract

4.0  

pravasini Senapati

Abstract

ଉଦ୍ଭିତ ଓ ମାନବ ସଭ୍ୟତା

ଉଦ୍ଭିତ ଓ ମାନବ ସଭ୍ୟତା

2 mins
304


ମନୁଷ୍ୟ ସମାଜର ସୃଷ୍ଟି ଠାରୁ ଆରମ୍ଭ କରି ଅଦ୍ୟାବଧି ମନୁଷ୍ୟର ଯଦି ପ୍ରକୃତରେ କେହି ବନ୍ଧୁଥାଏ ସେ ହେଉଛି ଉଦ୍ଭିଦ ଜଗତ ।ଆଦିମ ଯୁଗରେ ମନୁଷ୍ୟ ଗଛ କୋରଡରେ ବସବାସ କରୁଥିଲା ,ସେହି ଗଛର ବକ୍କଳ କୁ ପିନ୍ଧି ଲଜ୍ଜା ନିବାରଣ କରୁଥିଲା ,ଗଛର ଫଳ ପତ୍ର ଖାଉଥିଲା ।କହିବାକୁ ଗଲେ ସେ ସମ୍ପୁର୍ଣ୍ଣ ଭାବରେ ଗଛ ଉପରେ ହିଁ ନିର୍ଭର କରି ବଞ୍ଚୁଥିଲା ।ତେଣୁ ସେ ଗଛକୁ ନିଜର ଭଗବାନ ବୋଲି ଭାବୁଥିଲା ଓ ତାକୁ ପୂଜା କରୁଥିଲା ।

           

        ସଭ୍ୟତାର କ୍ରମ ବିକାଶ ଫଳରେ ମନୁଷ୍ୟ କ୍ରମଶଃ ଆଧୁନିକ ହେବାକୁ ଲାଗିଲା ।ନିଆଁ ର ବ୍ୟବହାର ଶିଖିଲା, ଯାଯାବର ଜୀବନ ଯାପନ ଛାଡ଼ି ସ୍ଥାୟୀ ଭାବରେ ବସବାସ କରିବା ଜାଣିଲା, କୃଷି ପ୍ରଣାଳୀ ଶିଖିଲା,ଦିନକୁ ଦିନ ତାର ଆବଶ୍ୟକତା ବଢିଚାଲିଲା ।ହିଂସ୍ର ଜୀବଜନ୍ତୁଙ୍କ ଠାରୁ ରକ୍ଷା ପାଇବା ପାଇଁ ସେ ଜଙ୍ଗଲ ସଫା କରି ଘର ତିଆରି କଲା, ବୃକ୍ଷର ଗଣ୍ଡି ରୁ ସେ କବାଟ, ଝରକା, ଖଟ ଟେବୁଲ ତିଆରି କରି ବିଳାସ ବ୍ୟସନ ଜୀବନ ଅତିବାହିତ କରିବା ଶିଖିଲା ।ଜଙ୍ଗଲ ସଫା ହେବାକୁ ଲାଗିଲା ।ସହରୀ ସଭ୍ୟତା ବଢିବାକୁ ଲାଗିଲା ।ଯାନବାହନ ଯାତାୟାତ ପାଇଁ କଂକ୍ରିଟ ର ରାସ୍ତା ସବୁ ନିର୍ମାଣ କରାଗଲା ।ଅଧିକ ବିଳାସ ମୟ ଜୀବନ ପାଇଁ ସୁଉଚ୍ଚ, ସୁରମ୍ୟ ଅଟ୍ଟାଳିକା ମାନ ନିର୍ମାଣ ହେବାକୁ ଲାଗିଲା । ଜନସଂଖ୍ୟା ବୃଦ୍ଧି ହେବାକୁ ଲାଗିଲା ।କର୍ମ ସଂସ୍ଥାନ ପାଇଁ କଳ କାରଖାନା ସବୁ ଗଢ଼ି ଉଠିଲା। ବାୟୁ ପ୍ରଦୂଷଣ, ଜଳପ୍ରଦୂଷଣ, ମୃତ୍ତିକା କ୍ଷୟ ଇତ୍ୟାଦି ଦିନକୁ ଦିନ ବଢିଚାଲିଲା ।ମରୁଡ଼ି, ବନ୍ୟା,ବାତ୍ୟା, ଭୂକମ୍ପ ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ବଢ଼ି ଚାଲିଲା ।

           

           ଏସବୁ ପାଇଁ ଦାୟୀ କିଏ ? କେବଳ ଏ ମଣିଷ ସମାଜର ସ୍ବେଚ୍ଛାଚାରିତାଓ ଏକଚାଟିଆ ମନୋବୃତ୍ତି ପାଇଁ ଆଜି ପୃଥିବୀ ଧ୍ବଂସ ମୁଖରେ ।ଯେଉଁ ଜଙ୍ଗଲରେ ସେ ବାସ କରୁଥିଲା, ଯାହାର ଫଳ, ପତ୍ର ଖାଇ ସେ ପରିପୃଷ୍ଟ, ଯାହାକୁ ସେ ମାଆ ପରି ଭଲ ପାଉଥିଲା, ଭଗବାନ ପରି ପୂଜା କରୁଥିଲା ସେହି ଜଙ୍ଗଲକୁ ନିଜର ସ୍ୱାର୍ଥ ପାଇଁ ବିଳାସ ମୟ ଜୀବନ ପାଇଁ ପଦା କରିଦେବା ମଣିଷର ମୂର୍ଖାମୀ ଛଡା ଅନ୍ୟ କିଛି ନୁହେଁ ।ଜଙ୍ଗଲ ହେଉଛି ମଣିଷ ପାଇଁ ରତ୍ନର ଭଣ୍ଡାର ।କେତେ ମୂଲ୍ୟବାନ କାଠ, ଔଷଧ, ଚେରମୁଳି, ହାତୀଦାନ୍ତ, ଚମଡା ଫଳମୂଳ ଆହୁରି କେତେ କଣ ଏହି ଜଙ୍ଗଲ ଆମକୁ ନିର୍ଦ୍ୱନ୍ଦରେ ପ୍ରଦାନ କରିଥାଏ ।ଏପରି ଏକ ରତ୍ନର ଭଣ୍ଡାର ର ସୁରକ୍ଷା ଯଦି ଆମେ ନକରିବା ଆଉ କିଏ କରିବ ? ନିଜ ସ୍ୱାର୍ଥପାଇଁ ଏହାକୁ ଧ୍ବଂସବିଧ୍ଵଂସ କରିବାର ଅର୍ଥ ନିଜେ ନିଜକୁ ଧ୍ବଂସ ମୁଖକୁ ଟାଣି ଆଣିବା ।କେତେ ମୂଲ୍ୟବାନ ପଶୁ, ପକ୍ଷୀଙ୍କର ଆଶ୍ରୟସ୍ଥଳୀ ଏ ଜଙ୍ଗଲ,ଖାଦ୍ୟ, ବସ୍ତ୍ର, ବାସଗୃହ, ଔଷଧ ସବୁକିଛି ପ୍ରଦାନ କରୁଥିବା ଏପରି ଏକ ଉପକାରୀ ବନ୍ଧୁର ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ ହେବା ଉଚିତ ।ଯଦି ମଣିଷ ସମାଜ ଏସବୁ ଉପରେ ଦୃଷ୍ଟିପାତ ନ କରେ ତେବେ ମଣିଷ ସମାଜକୁ ଧ୍ବଂସ ମୁଖରୁ କେହିବି ଉଦ୍ଧାର କରିପାରିବେନି ଏ କଥା ନିଶ୍ଚିନ୍ତ ।


Rate this content
Log in

Similar oriya story from Abstract