STORYMIRROR

Pradipta Sundar Rath

Abstract Others

2  

Pradipta Sundar Rath

Abstract Others

ସବୁଠାରୁ ଧନୀ କିଏ

ସବୁଠାରୁ ଧନୀ କିଏ

1 min
2.8K


"ପିଲାମାନେ କହିଲ ସବୁଠାରୁ ଧନୀ କିଏ ଆମ ଦେଶରେ ... "

ସାର୍ ଟାଟା ...ଆରେ ନା ନା ବିର୍ଲା ....ନାରେ ଅମ୍ବାନୀ ..।

ହଠାତ୍ ଶିକ୍ଷକ ପଚାରିଲେ କିରେ ଶାଶ୍ଵତ ତୁ କିଛି କହିଲୁନି ...।

ଏତିକି ଜାଣିନୁ ....!

ସାର୍ ଜାଣିଛି ନା -ମୁଁ ତ ତାଙ୍କୁ ସବୁବେଳେ ଦେଖୁଛି ...

(ପୁରା କ୍ଲାସ୍ ନୀରବ ...)କଣ ....! କିଏ ସେ ....?

ବାସ୍ ଦୁଇଟି ଶବ୍ଦରେ ସେ ଶେଷ କରିଦେଇଥିଲା ନିଜର ଉତ୍ତର "ବାପା "......

ସାର୍ ମୁଁ ଅମ୍ବାନୀ କି ଜାଣିନି, କାହିଁ କେବେ ସେ ମୋ ପାଖକୁ ଆସିନାହାଁନ୍ତି ..ଯେତେବେଳେ ମୁଁ ଆଇସ୍କ୍ରିମ୍ ପାଇଁ ଜିଦ୍ କରୁଥିଲି ...ଯେତେବେଳେ ମୋ ସ୍କୁଲ ଜୋତା ଦରକାର ଥିଲା...ଟାଟା ନୁହେଁ ସେ ମଣିଷଟା କାହିଁ ନିଜେ ଚିରା ଚପଲ ପିନ୍ଧି ମୋ ପାଇଁ ଜୋତା କିଣିଦେଇଥିଲା ...। ମୋ ପାପା ଜୋତା ପଲିସ୍ କରୁଥିବା ବେଳେ ବାବୁମାନେ ବିନା କାରଣରେ ଗାଳି କରୁଥିଲେ ମଧ୍ୟ ସବୁକିଛି ସହି ଆଖିରେ ଲୁହ ଆସୁଥିଲେ ମଧ୍ୟ ତାକୁ ପିଇଯାଇ ହସି ହସି କାମ କରୁଥିବା ମଣିଷ ମୋ ବାପା ବିର୍ଲା ନୁହେଁ ...।

କିଛି ସମୟ ପାଇଁ ସମସ୍ତଙ୍କ ଆଖିରୁ ଲୁହ ଝରିଯାଇଥିଲା ...।

  କିଛି ସମୟ ପରେ ପୁଣି ଶିକ୍ଷକ ପ୍ରଶ୍ନ କରିଥିଲେ -ଏବେ କହିଲ ପିଲେ ତୁମେ ସବୁ ବଡ ହେଲେ କଣ ହେବ ....?

"ସାର୍ ମୁଁ ଆଇଏସ୍ ହେବି ସାର୍ ମୁଁ ଇଞ୍ଜିନିୟର ,ମୁଁ ଡାକ୍ତର .......

କିନ୍ତୁ ଯେତେବେଳେ ଶାଶ୍ଵତର ପାଳି ପଡିଥିଲା ସେ କହିଥିଲା -"ସାର୍ ମୁଁ ଏପରି ଜୋତା ଆବିଷ୍କାର କରିବି ନା ଯାହାକୁ କେବେ ପୁଣିଥରେ ପଲିସ୍ କରିବାକୁ ପଡିବ ନା ସେ କେବେ ଛିଣ୍ଡିବ ..। ବାସ୍ ଆଉ ମୋ ପାପାଙ୍କୁ କାହା ଜୋତା ପଲିସ୍ କରିବାକୁ ପଡିବନି କି ଆଉ କେହି ଗାଳି କରିବେନି ...

 ଏବେ କିନ୍ତୁ ସଂପୂର୍ଣ୍ଣ କ୍ଲାସ୍ ବାଧ୍ୟ ହୋଇଥିଲା କରତାଳିରେ ସେ ପିଲାର ସ୍ଵପ୍ନକୁ ସମ୍ମାନ ଦେବା ପାଇଁ ...।।

   WRITTEN BY PS RATH (8249687964)

.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract