ସବୁଜିମା
ସବୁଜିମା
ଥରେ ଗୋଟେ ବୋର୍ଡପରୀକ୍ଷା ସମୟର କଥା। ଫେକ ଛାତ୍ରଟିଏ ବୋଲି ରୁମ୍ ନିରୀକ୍ଷକଙ୍କ ସନ୍ଦେହ ହେବା ଫଳରେ, ସୁପରିଟେଣ୍ଡାଣ୍ଟଙ୍କୁ ନକହି ତାକୁ ପାସ ଯିବାକୁ ଅନୁମତି ଦେଇଛନ୍ତି ଅନ୍ୟଜଣେ ନିରୀକ୍ଷକ, ତ ପିଲାଟି ପ୍ରଶ୍ନପତ୍ର ପାଇବା ପୂର୍ବରୁ ପାସ ଯିବା ନାମରେ ଯାଇ ପାଚେରୀ ଡେଇଁ ପଳାଇବା ପରେ ସସୁପରିଟେଣ୍ଡାଣ୍ଟଙ୍କୁ ଜଣାଇବା ପରେ ସେ ଆଉ କଣ କରନ୍ତେ, ଏଣେ କେହି ଜଣେ ଉପରିସ୍ଥଙ୍କୁ ଜଣାଇ ଦେବା ଫଳରେ ଅଳ୍ପ ସମୟ ଭିତରେ ପହଞ୍ଚି ଗଲେ ଅଫିସର ଆଉ ସବୁ ଦୋଷ ଗଲା ସୁପରିଟେଣ୍ଡେଣ୍ଟଙ୍କ ମୁଣ୍ଡରେ। କିଛି ଅସୁବିଧା ହୋଇନଥିଲେ ବି ନାକେଦମ ହୋଇଥିଲେ ସେ। ପରିଶେଷରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସହାୟତା ଓ ନିରୀକ୍ଷକଙ୍କ ସମ୍ପୂର୍ଣ୍ଣ ଦୋଷ ରହିଛି କହି ସମସ୍ୟା ରଫାଦଫା ହୋଇଥିଲା।
ଏଠି ପ୍ରଶ୍ନ ଉଠେ ପରୀକ୍ଷା ପୁର୍ବରୁ ମିଟିଂ କରି ସବୁ ଦାଇତ୍ୱ ସମସ୍ତଙ୍କୁ ସୂଚାରୁ ରୁପେ ବୁଝେଇ , ସମସ୍ତଙ୍କର ସମ୍ମତି ସହଯୋଗର ଦସ୍ତଖତର ଦସ୍ତାବୀଜ ସାଇତି ରଖି ମଧ୍ୟ କର୍ତ୍ତବ୍ୟର ଖିଲାପ ଅନ୍ୟ କେହି କଲେ ବି ଦୋଷ ଯାଏ ମୁଖ୍ୟଙ୍କ ମୁଣ୍ଡରେ, ଆଉ ବିଶେଷ କରି ଠିକ ସମୟରେ ଠିକ କଥାଟା ମୁଖ୍ୟଙ୍କୁ ନାଜଣାଇ ଅନ୍ୟମାନେ ଜାଣି ବା ନଜାଣି ଦୋଷ କରିସାରିବା ପରେ ମୁଖ୍ୟଙ୍କୁ ଜଣାଇଲେ ସେ କଣ କରିପାରିବେ??
ଠିକ ସେମିତି ବଡ ମନ୍ଦିର ଚାରିପଟେ ଖୋଳା ଯିବା ପୁର୍ବରୁ ନିଶ୍ଚୟ ମିଟିଂ ବସିଥିବ। ପ୍ରତ୍ନତତ୍ତ୍ୱ ବିଭାଗ ଯଦି ଠିକଠାକ ମତ ଦେଇଥାନ୍ତେ, ବଡମନ୍ଦିରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଯଦି ସୁଚିନ୍ତିତ ମତାମତ ପ୍ରଦାନ କରିଥାନ୍ତେ, ବୁଦ୍ଧିଜୀବି ମାନେ ଯଦି ଆକଳନ କରି କିଛି କହିଥାନ୍ତେ, ତେବେ ଆଜି କଥାଟା ଶଙ୍କରାଚାର୍ଯ୍ୟଙ୍କ ଯାଏଁ କାହିଁକି ଯାଇଥାନ୍ତା??? ସେ କଣ ମିଟିଂରେ ଉପସ୍ଥିତ ନଥିଲେ???
ଏମିତି ଅନେକ ଅନେକ ପ୍ରଶ୍ନ ମନକୁ ଆସିଲା ବେଳକୁ ସନ୍ଧ୍ୟା ଓ ସଞ୍ଜବତୀ ଦେଲାବେଳକୁ ତୁଳସୀ ଗଛ ମୂଳେ, ମତେ ମନେ ହେଲା, ଯାହା ତ ହେବାର ହେଲାଣି, ମନ୍ଦିର ଚାରିପଟେ ମାଟିସବୁ ପୋତି ତୁଳସୀ ଓ ଫୁଲଗଛ ଲଗାଇନେଲେ କେମିତି ହୁଅନ୍ତା! ହେଲେ ମୋ ଭଳି କ୍ଷୁଦ୍ର ମହିଳା ଜଣେ କି ମତାମତ କାହାକୁ ବା ଦେବ, କିନ୍ତୁ ତୁଳସୀ ମହକରେ ମନ ମୁନ ଚଇତନ ପ୍ରକମ୍ପିତ ହେଉଥିଲା।
ସୃଷ୍ଟି କର୍ତ୍ତା ପୃଥିବୀରେ ଜୀବସତ୍ତା ସହିତ ସବୁଜିମା ଭାରିଦେଇଥିଲେ, ବଞ୍ଚିବା ପାଇଁ। ନିଶ୍ବାସ ଠାରୁ ଆରମ୍ଭକରି ଶସ୍ୟଶାମଳାପୂର୍ଣ୍ଣ ସବୁଜ କ୍ଷେତ ସହ ପନିପରିବା ଓ ଫଳମୂଳ ସମ୍ଭାରପୂର୍ଣ୍ଣ ସବୁଜ ବନାନୀ ଓ ପରିବେଶ। ସୁସ୍ଥ ନିରାମୟ ରହିବା ପାଇଁ ଆୟୁର୍ବେଦୀୟ ବୃକ୍ଷ ଲତା ଭରା ସବୁଜିମା କୁ ମଣିଷ ନଷ୍ଟ ଓ ଧ୍ଵଂସ କରିଚାଲିଛି ତ ସ୍ଵଂୟ ଜଗତକର୍ତ୍ତା ଜଗନ୍ନାଥ, ଖେଳି ଖେଲାଉଛନ୍ତି ଅଢେଇ ଦିନିଆ ଜୀବନ ବହନ କରୁଥିବା ମଣିଷମାନଙ୍କୁ। ହୁଏତ ତୁଳସୀଗଛ ଭରା ସବୁଜିମାରେ ଜଗନ୍ନାଥ ଖୁସି ହୋଇ ଯିବେ ଦୟଣା ସହ ତୁଳସୀ ମାଳରେ ବୋଲି ମୋ ଭିତରୁ କେହି ଯେମିତି ବାରମ୍ବାର ଚେତାବନୀ ଦେଲାଭଳି ଲାଗୁଥିଲା ମତେ।
