ସ୍ବାଧୀନତାର ସ୍ବପ୍ନ
ସ୍ବାଧୀନତାର ସ୍ବପ୍ନ
ଷ୍ଟେସନରେ ରାତି ବାରଟା ପରେ ସମସ୍ତେ ନିସ୍ତବ୍ଦରେ ଶୋଇଗଲା ପରେ ବି ନିଦ ଆସିନାହିଁ ଅଭିପ୍ସା ଆଖିକୁ ନାମଟା ତାର କିଏ କେବେ କାହିଁକି କେତେବେଳେ ରଖିଥିଲେ ସବୁ ମନେ ପଡି ଯାଉଛି ଏବେବି ଆଖି ଆଗରେ ନାଚି ଯାଉଛି ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତକୁ ତ ସେ ନିଜେ କାଗଜ ପରି ଚିରି ମକଚି ପକେଇଛି ନିଜ ହାତରେ l
ବଡ଼ଘରର ଉଚ୍ଚଶିକ୍ଷିତା ଝିଅ ବାହା ହୋଇଥିଲା ବଡ଼ଘରେ କିନ୍ତୁ ପାଠୁଆ ସମ୍ଭ୍ରାନ୍ତ ଝିଅ ଖୋଜି ବାହା ହୋଇଥିବା ସ୍ୱାମୀ ତାଠୁ ସବୁବେଳେ ଆଶା କରୁଥିଲେ ସେଇ ପୌରାଣିକ ଚରିତ୍ରମାନଙ୍କ ଭଳି ତ୍ୟାଗ, ସହିଷ୍ଣୁତା, କର୍ତ୍ତବ୍ୟ, ନିସ୍ଵାର୍ଥପରତା, ଆଉ ସେସବୁ ଦେବାରେ ପତିବ୍ରତା ହେବାରେ ଟିକେ ବି କୁଣ୍ଠିତ ନଥିବା ଅଭିପ୍ସା କିନ୍ତୁ ତା ବଦଳରେ ଆଶା କରୁଥିଲା ତାର ସ୍ୱାଭିମାନ, ସ୍ବାମୀଙ୍କ ସହ ଘର ପାଇଁ ଯେ କୌଣସି କାମରେ ତାର ସହଯୋଗ, ନିଷ୍ପତ୍ତି, ମନ୍ତବ୍ୟ ଯେ ଦରକାରୀ ତାହା ବୁଝିବାକୁ ଜମା ପ୍ରସ୍ତୁତ ନଥିଲେ ସ୍ୱାମୀ, ଏମିତିକି ତା ମତାମତ ଯେତେ ସାଂଗଠାନିକ ହେଲେ ବି ତା ପାଖରେ ଯେତେ ପ୍ରତିଭା ଥିଲେ ବି ସ୍ବାମୀଙ୍କ ଦୃଷ୍ଟିରେ ସେସବୁ ମୂଲ୍ୟହୀନ, ଅନାବଶ୍ୟକୀୟ, ଗୁରୁତ୍ୱହୀନ ତ ସେ ନିଜର ଆନୁଗତ୍ୟତା ପ୍ରକାଶ କରିବ କିପରି, ଯେଉଁଠି ତାକୁ ସମ୍ମାନ ଦିଆଯାଏନି କେବଳ ସ୍ତ୍ରୀ ଲୋକଟିଏ ହିସାବରେ ରାହିବାକୁ ଦାବି ଉପସ୍ଥାପିତ କରାଯାଏ, ସେ ଯେ ଶିକ୍ଷିତା, ତା ଭିତରେ ଆତ୍ମଚେତନା, ଦୃଷ୍ଟିସମ୍ପନ୍ନତା, ବିବେକ, ଜ୍ଞାନ ଭରପୁର ଏକଥା ଭୁଲିଯାନ୍ତି ସ୍ୱାମୀ ତ ବିଶୃଂଙ୍ଖଳା ସୃଷ୍ଟି ହୁଏ ଆଉ ସ୍ତ୍ରୀ ଟିଏ ବା ନାରୀଟିଏ ହୋଇଥିବାରୁ ପାଠଶାଠ ର ମର୍ଯ୍ୟାଦା ଗୁରୁତ୍ୱ ନଦେଇ ସେ କେତେ ହୁଡ଼ିଲାର ବିଚାର କରାଯାଏ, ତ ସହିବାର ସୀମା ଟପେ ଅଭିପ୍ସା ପାଇଁ l
ସେ ଭୁଲିଯାଏ ନାରୀ ମାନେ କେବଳ ସହିବେ, ତ୍ୟାଗ କରିବେ, ମମତାମୟୀ ହେବେ, ପାଟିଫିଟାଇବାର ଅଧିକାର, ମତବ୍ୟକ୍ତ କରିବା ଅଧିକାର ତାଙ୍କର ନାହିଁ, ଅତୀତ ରେ ଯେମିତି ନାରୀମାନେ ଶିକ୍ଷାରୁ ବଂଚିତ ହୋଇ ଶୋଷଣର ଶୀକାର ହେଉଥିଲେ, ଏବେବି ସେମିତି, ତାଙ୍କ ଶିକ୍ଷାର ଉପାର୍ଜ୍ଜନର କିଛି ବି ମୂଲ୍ୟ ନାହିଁ, ବରଂ ନିଜ ଇଛାରେ ବଂଚିବାକୁ ଶ୍ରେୟସ୍କର ଭାବି ଘରୁ ଗୋଡ଼ କାଢିଲା ବେଳେ ସେ ଭୁଲିଗଲା ଏଇଟା ପୁରୁଷ ପ୍ରାଧାନ୍ୟ ଯୁଗ, ବାହାରକୁ ନାରୀ ସ୍ବାଧୀନତା ଉପରେ ବହୁ ବକ୍ତବ୍ୟ ଉପସ୍ଥାପନ କରୁଥିବା ଭଦ୍ରବ୍ୟକ୍ତିମାନେ ନିଜେ ହିଁ ନାରୀ ମୁଣ୍ଡ ଉପରକୁ କରି ସମ୍ମାନ ପାଇ ରାଜରାସ୍ତାରେ ଚାଲିବା ଚାଁହାନ୍ତି ନାହିଁ l
ଶୀକାର ହେଇଗଲା ଅଭିପ୍ସା, ଗଣଧର୍ଷଣ ପରେ ଦୁଇ ଦୁଆର ତା ପାଇଁ ବାସନ୍ଦ, କେତେଦିନ ମିଡ଼ିଆଭାଇ , ସମାଜସେବୀ ମାନଙ୍କର ବାହାସ୍ପୋଟରେ କିଛି ହେବ ବୋଲି ଆଶାକରି ନିରର୍ଥକ ହେଲା, ଏମିତି କି ପତିତା ଆଶ୍ରୟ ସ୍ଥଳ ନାରୀଗୃହ ରେ ମଧ୍ୟ ନିର୍ଯ୍ୟାତନା ର ଶୀକାର ହୋଇ ସେ ଭାବୁଥିଲା କେବଳ ଚୁପ ରହି ଚାରିକାନ୍ଥ ମଧ୍ୟରେ ନିଜକୁ ଆବଦ୍ଧ ରଖି, ଅନ୍ୟମାନଙ୍କ ସେବାରେ ନିଜକୁ ହଜାଇ, ନିଜର ସମସ୍ତ ମତାମତ ବିଚାରଧାରା ଜ୍ଞାନକୌଶଳକୁ ପେଡ଼ିରେ ପୁରାଇ ପାରିଥିଲେ ସେ ହୁଏତ ବଞ୍ଚି ଯାଇଥାନ୍ତା, ଆଜିର ଦୁର୍ଦ୍ଦିନ ଦେଖିବାକୁ ପଡିନଥାନ୍ତା, କିନ୍ତୁ ନା ତା ଦ୍ୱାରା ସେସବୁ ସମ୍ଭବ ନୁହେଁ l
ଦୂରରୁ ଦେଖିଲା ରାତ୍ରିର ଶେଷ ଟ୍ରେନଟି ମାଡି ଆସୁଛି, ହାତମୁଠାରେ ପୁରୁଷ ପ୍ରାଧାନ୍ୟ ସମାଜର କଳୁଷିତ ଅଧ୍ୟାୟ ସବୁ କିଛି ଲେଖିରଖି ଚାହିଁଲା ଚାରିପଟକୁ, ସବୁ ଶୋଇଯାଇଛନ୍ତି ଦିନଯାକର ଭାତ ମୁଠାଏ ଯୋଗାଡ଼ କରିବା କଷ୍ଟରେ, ସେ ଆଉ କାଳବିଳମ୍ବ ନକରି ଜୋର କରି ଲେଖାଟିକୁ ହାତ ମୁଠାରେ ରଖିନେଲା ଯେମିତି ସେଇଟି ପଢି ହୁଏତ ତା ଆତ୍ମହତ୍ୟା କାରଣ ଜାଣି ସମାଜରେ ନାରୀ ସ୍ବାଧୀନତା ପାଇଁ କିଛି ବି ହେଇପାରେ, ଭାବୁ ଭାବୁ ଟ୍ରେନ ତଳେ ତା ନିର୍ଜୀଵ ଶରୀର ଟା ପେଷି ହୋଇଯାଇଥିଲା କିନ୍ତୁ ହାତମୁଠା ଠିକ ଦେଖାଯାଉଥିଲା ଯଦିଓ ସବୁ ଶୋଇ ଗଲା ପରେ ଏସବୁ ଘଟିଥିଲା l
