STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ସାଥି

ସାଥି

1 min
182

   ଗଲା ବେଳେ ଅଳ୍ପ ସ୍ପୀଡ଼ ରେ ଥିଲେବି ଅଗକୁ ଚାଲିଆସିଲେ କୁକୁର ଦୁଇଟି, ତ ହଲିଗଲା ଗାଡିଟି, କିଏ କହିଲା କଣ ହେଲା କିଏ କହିଲା ମାଡିଗଲାକି, କିଏ କହିଲା ହେ ଭାଇ ସକାଳ ଟାରୁ, ଡ୍ରାଇଭର ନୀରବ,ଚୁପ ରହିବା ଛଡ଼ା ଉପାୟ ବା କଣ, ହେଲେ ମନ ଟା ଖରାପ ହେଇଗଲା, କିଛି ରାସ୍ତା ପାର ହେଇଗଲା ପରେ ଭୁଲି ହେଇଗଲା, ଗନ୍ତବ୍ୟ ସ୍ଥଳ ରେ ପହଂଚି ମୀଟିଙ୍ଗ ସାରି ଫେରିଲା ବେଳକୁ ମୁହଁ ସଞ୍ଜ l

ଠିକ ସେହି ସ୍ଥାନ ରେ ପହଁଚିଲା ବେଳକୁ କୁକୁର ଟିଏ ଝପଟି ଆସିଲା ଗାଡି ଆଗକୁ, ଭୁ ଭୁ କରି ଭୁକି ଛାଡିଲା ନାହିଁ ଗାଡିକୁ, ପଛକୁ ପଛ କେତେ ଗାଡି ଆସି ଅତିକ୍ରମ କରିଗଲେ କିଛି ପ୍ରତିକ୍ରିୟା ନାହିଁ, ହେଲେ ଆମ ଗାଡି କୁ ଛାଡ଼ୁନି, କାଚ ଉଠେଇ ଯେତେ ଚାଲିଯିବାକୁ ଚେଷ୍ଟା କରି ବିଫଳ, ରାସ୍ତା ଧାରରେ ସାଥି ମଲା କୁକୁର ଟିଏ ପଡ଼ିରହିଛି, ମନେ ପଡିଗଲା ସକାଳ କଥା, ଦୁଇଟି କୁକୁର ମାଡି ଆସୁଥିଲେ ଆଉ ସାଥି ଟିର ମୃତ୍ୟୁ ପରେ ଅନ୍ୟ ପରାୟଣନିର୍ଦ୍ଧିଷ୍ଟ ଗାଡିକୁ, ତ କଣ ଏବେ କାରାଯିବ??? 

 ଯେତେ ବିସ୍କୁଟ ବା କିଛି ଖାଦ୍ୟର ପ୍ରଲୋଭନ ରେ ନଥିଲା ସେ, ଅନ୍ଧାର ବଢ଼ୁଥିଲା, ସାଥି କୁକୁରଟି ମୃତ ସାଥିର ଶବ ପାଖକୁ ଥରକୁ ଥର ଯାଇ ଶୁଙ୍ଘିବା ଅବସର ଦେଖି ଆମ ଗାଡି ଆଗକୁ ବଢ଼ୁଥିଲା ଆଉ ପଛରେ ଭୁକି ଭୁକି ଖଣ୍ଡେ ବାଟ ଦୌଡୁ ଥିଲା କୁକୁର ଟି, ମୁଁ ଭଗବାନ ଙ୍କୁ ପ୍ରାଥନା କରୁଥିଲି, ତାକୁ ଅନ୍ତତଃ ଅନ୍ୟ ଗାଡି ମାଡିଯିବାରୁ ରକ୍ଷା କରିବା ପାଇଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics