Shanti Mishra

Drama Others

2  

Shanti Mishra

Drama Others

ସାଲିସ୍

ସାଲିସ୍

4 mins
7.5K



ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

--------------------------------------


ସୁଷମା ପ୍ରାୟ ତିନି ଚାରି ଦିନ ହେବ ଅଫିସରୁ ଡେରିରେ ଆସୁଛି, ଅଫିସରେ ବହୁତ କାମ ଅଛି କହି l ସତରେ କାମ ଅଛି ନା ଆଉ କିଛି l ବିଶ୍ବ ମୋହନକୁ ପଚାରିବାଟା ଅଭଦ୍ରାମୀ ହେବ l ସୁଷମା ଘରେ ବସିଥିଲା ବେଳେ ବି ସେ ତା ପାଇଁ ଚିନ୍ତା କରୁଥିଲେ ଏବେ ଚାକିରୀ କଲା ପରେ ବି ଚିନ୍ତା କରୁଛନ୍ତି l କିନ୍ତୁ ସେତେବେଳର ଚିନ୍ତା ଅପେକ୍ଷା ଏବେ କାର ଚିନ୍ତା ଟା ଟିକେ ଅଲଗା, ସନ୍ଦେହ ଜନକ ଚିନ୍ତା l

ଆଗେ ଡ଼େରିରେ ଆସିବାର ଥିଲେ ଫୋନ୍ ଦ୍ବାରା ଜଣେଇ ଦଉଥିଲା ଯେ ତାର ଅଧ ଘଣ୍ଟେ କି ଘଣ୍ଟେେ ଡେରି ହୋଇ ଯାଇପାରେ ଆସିବକୁ l କିନ୍ତୁ ଏ ସପ୍ତାହରେ ଥରେ ବି ସେ ଫୋନ୍ କରି ଜଣେଇ ନି ଅଥଚ ସବୁଦିନ ଡ଼େରି କରୁଛି l

ସବୁଦିନ ଅଫିସ୍ ଫେରନ୍ତା ଚା ତା ସଂଗେ କିଛି ଚଟପଟା ଖାଇବା ସୁଷମା ସବୁଦିନ କରିକି ଦିଏ l ଦୀର୍ଘ ଦଶ ବର୍ଷ ହେବ ସେ ଏପରି ଚା ପିଇବାରେ ଅଭ୍ୟସ୍ତ ହେଇ ଗଲେଣି l ସୁଷମା ଏଇ ତିନି ବର୍ଷ ହେବ ତାଙ୍କ ସାଙ୍ଗ ବିଶ୍ବମୋହନର କମ୍ପାନୀରେ ଯାଇ କାମ କରୁଛି l ବିଶ୍ବମୋହନ ତାଙ୍କର ପୁରୁଣା କଲେଜ୍ ସାଥୀ l ତାକୁ କହିକି ଏକ ଚାକିରୀ ସେ ଯୋଗାଡ କରିଦେଇଥିଲେ ସୁଷମା ପାଇଁ l ଏ ମହଙ୍ଗା ଯୁଗରେ ଭଲରେ ଖାଇ ପିଇ ଚଳିବାକୁ ହେଲେ ଦୁଇ ଜଣ ଚାକିରୀ କରିବା ଭଲ l ଛୁଆ ପିଲା ଥିଲେ ଅବା ସମୟ ତାର କାଟି ଯାଉଥାନ୍ତା l ଘରେ ବସି ବା ସେ କରିବ କଣ l

ଯେତେ କାମ କଲେ ବି ସୁଷମା ଅଫିସରୁ ଆଗ ଆସୁ ବା ହରିଶ ଆଗ ଆସନ୍ତୁ କିଛି ଯାଏ ଆସେ ନାହିଁ l ସୁଷମା ହିଁ ଚା କରି ପିଆନ୍ତି l ହରିଶ୍ ଯଦି ଆଗ ଆସିଥାନ୍ତି ଅଫିସରୁ ସେ ଅପେକ୍ଷା କରି ବସିଥାନ୍ତି କେତେବେଳେ ସୁଷମା ଆସିବେ ଚା କରିବେ ସେ ପିଇବେ l ସେ ନିଜେ କେବେ କରନ୍ତିନି l

ଆଜି ତ ସବୁଦିନ ଅପେକ୍ଷା ବେଶୀ ଡେରି କାରଣ କଣ l ଫୋନ୍ କରି ପଚାରିବେ କି l ନା ତାର ଏଇଟା କାମ ଜନିତ ଡ଼େରି l କେବେ ଆସିବ ସେ ଜଣେଇବା ଉଚିତ୍ l ସେ ଭଲରେ ଅଛି ନିଶ୍ଚୟ କିଛି ଅସୁବିଧା ଥିଲେ ବିଶ୍ବ ନିଶ୍ଚୟ ଜଣେଇଥାନ୍ତା l ବିଶ୍ବ ନାମ ମନେ ପଡିବା ମାତ୍ରେ ସେଇଠି ସେ ଅଟକି ଗଲେ l କିଛି…..

ମନକୁ ଅନେକ କଥା ଆସୁଛି l ଦୁର୍ଭାବନା କେବଳ l ଅନେକ ପ୍ରକାର ପାପ ଚିନ୍ତା ଖାଲି l ଘର ସାରା ଏପଟ ସେପଟ ହେଲେ l ଟି ଭି ଟା ଲଗେଇ ଦେଇ ବସିଗଲେ ଶୋଫା ଉପରେ ଯେ l ଅନେକ ଦୁର୍ଘଟଣା , ଅଘଟଣା ପୂର୍ଣ ସମ୍ବାଦ ଶୁଣି ମନ ଆହୁରି ବିଚଳିତ l

କାମରେ ତାର ବେଶ୍ ମନ ଲାଗି ଯାଇଛି ବୋଲି ବିଶ୍ବ କହୁଥିଲା l ଆଗେ ତାକୁ ଭାଉଜ ବୋଲି ଡାକୁଥିଲା ଏବେ ସୁଷମା ବୋଲି ଡାକୁଛି l ମନରେ ଏକ ସନ୍ଦେହର ମେଘ ଘନିଭୁତ ହେବାକୁ ଯାଉଛି l ବର୍ଷାଟା ବରଷି ଯିବା ଉଚିତ୍ ବା ଉଡି ଚାଲିଯିବା ଉଚିତ୍ ଏମିତି ଘୋଟି ରହି ଆକାଶକୁ ଆଛର୍ଣ କରି ରଖି ସବୁ ଆଡକୁ ଅନ୍ଧାର କରି ରଖିବା ଠିକ୍ ନୁହେଁ l

ଆଜି ପଚାରିବେ l ସେତିକି ଥାଉ ଚାକିରୀ କରିବା l ବହୁତ ହେଇଗଲା l ବିରିୟାନି ପଲୋଉ ନହେଲା ନାହିଁ l ସେ ଶାଗ ପଖାଳ ଖାଇ ଦିନ ବିତେଇଦେବେ କିନ୍ତୁ ଏ ବିଶ୍ବର ଦୟାରେ ଦି ଚାରିଟା ଟଙ୍କା ପାଇଁ ତା ପାଖେ ନିଜ ସ୍ତ୍ରୀକୁ ଏପରି ବନ୍ଧା ପକେଇବେନି l ଆଜି ପଚାରିବେ ସୁଷମାଙ୍କୁ l କିଛି ଗୋଟେ ସମାଧାନ କରିବାକୁ ହେବ l ଏପରି ଛଟପଟ ହୋଇ ବନ୍ଚିବାର କିଛି ମାନେ ନାହିଁ l କଣ କଣ ପ୍ରଶ୍ନ ପଚାରିବେ ସବୁ ରେଡି କରି ରଖିଥିଲେ ମନେ ମନେ ହରିଶ୍ ବାବୁ l

ସୁଷମା ସେଦିନ ବେଶ୍ ଡ଼େରିରେ ଆସିଥିଲେ ସତ ଦଶଥର କିନ୍ତୁ ସରି କହି କହି ଘର ଭିତରକୁ ପସିଥିଲେ l ହରିଶଙ୍କୁ କିଛି କଥା କହିବାକୁ ନଦେଇ ନିଜେ କଥା ଆରମ୍ଭ କରିଥିଲେ l ‘ବିଶ୍ବ ବାବୁ ତାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କ ବିବାହ ବାର୍ଷିକୀ ଉପଲକ୍ଷେ ଦୁଇ ସପ୍ତାହ ପାଇଁ ଯାଇଛନ୍ତି ସିଂଗାପୁର୍, ମାଲେସିୟା ଗସ୍ତରେ l ଅଫିସର କିଛି ଦାୟୁତ୍ବ ମତେ ଦେଇ ଯାଇଛନ୍ତି l ସବୁ କାମକୁ କିପରି ସୁଚାରୁ ରୁପରେ ତୁଲାଇ ପାରିବି ସେଇ ଚିନ୍ତାରେ ମୁଁ ସବୁଦିନ ସମୟ ଦେଖିବାକୁ ଭୁଲି ଯାଉଛି l କୌଣସି ପ୍ରକାର ଆପତ୍ତି ଅଭିଯୋଗ ଶୁଣିବାକୁ ଯେପରି ମତେ ନପଡେ l ତମର ବଦନାମ୍ ହେବ ନିଶ୍ଚୟ ସେ କହିବେ ହରିଶ୍ ସ୍ତ୍ରୀ ଟା କୋଉ କାମକୁ ନୁହେଁ l ସବୁ ଚେକ୍ କରି ଫେରିଲା ବେଳକୁ ଟିକେ ଡେରି ହୋଇ ଯାଉଛି l ’’

‘ ମୁଁ ଏଇ ସଂଗେ ସଂଗେ ଚା ଜଳଖିଆ ଆଣି ଦଉଛି l’ ସେ ଏକ ମୁହାଁ ହୋଇ ଦୌଡ଼ିଲେ ରୋଷେଇ ଘରକୁ l ‘ ଆରେ ଆଗ ତୁମ ଅଫିସ୍ ଲୁଗାପଟା ବଦଳାଅ ମୁଁହ ହାତ ଧୁଅ ତାପରେ ରୋଷେଇ ଘରକୁ ଯିବ l ସେମିତି କିଛି ଡେରି ହୋଇନି l ’’କଥାକୁ ବେଶୀ ନବଢେଇ ହରୀଶ୍ ବାବୁ ସା ବଲିଳ ଭଗିଂରେ ଏତକ କହିଦେଲେ l ସେ ତ କେତେ କଣ ଭାବି ନେଇଥିଲେ l ଏଇ କଥାଟା କଣ ଗୋଟେ ଅପରାଧ l

ସେତ ସୁପ୍ରିମ୍ କୋର୍ଟକଂ ପରକ୍ରୀୟା ପ୍ରୀତିକୁ ଲିଗାଲାଇଜ୍ କରିଦେବା ଟାକୁ ଦୋଷ ଦଉଥିଲେ l ତାଙ୍କର ମନେ ହେଉଥିଲା ଏହା ନିୟମାନୁମୋଦିତ ହୋଇଗଲା ପରେ ସୁଷମାର ଡେଣାଟା ବେଶ୍ ମଜଭୁତ ହୋଇ ଅନାୟସରେ ଆକାଶକୁ ଉଡି ଗଲା ପରି ଲାଗୁଛି l ନିଜ ସ୍ତ୍ରୀଙ୍କୁ ଦଶ ବର୍ଷ ଜାଣି ସୁଦ୍ଧା ସେ ଯେଉଁ ସନ୍ଦେହ ଦୃଷ୍ଟିରେ ଦେଖିଲେ ସେଥିପାଇଁ ଟିକେ ଅଶ୍ବସ୍ତି ଅନୁଭବ କଲେ ବି ଅନୁତପ୍ତ ବଦଳରେ ସେ ବହୁତ ଖୁସି l

ତା ପର ଦିନ ସୁଷମା ଅଫିସରୁ ଫେରିବା ପୁର୍ବରୁ ସେ ଘରକୁ ଆସିଯାଇ ଥିଲେ ସତ କିନ୍ତୁ ଇଣ୍ଟରନେଟରୁ ଭଲ ମସଲା ଦିଆ ଚା ତିଆରିର ଏକ ପ୍ରଣାଳୀ ଶିଖି ଅଦା, ତେଜପତ୍ର ପ୍ରଭୃତି ପକେଇ ଚା ତିଆରି କରି ଟେବଲ ଉପରେ ରଖିବାକୁ ଯାଉଛନ୍ତି ସୁଷମା ଆସିଗଲେ l ଆଶ୍ଚଯ୍ୟରେ ଚାହିଁଲେ ଏ କଣ l ‘ଆରେ ତୁମେ ବସନା ଥକି ଯାଇଥିବ ମୁଁ ଚା କରିବା ଶିଖି ଗଲିଣି ତୁମେ ପି କରି କୁହ କେମିତି ହୋଇଛି l’’ ଚା ସାଗଂକୁ ପୁଣି ମିକ୍ସର ବିସ୍କିଟ୍ l

ମଜା ଆସିଗଲା ସେଦିନ ସୁଷମାଙ୍କୁ l ହରୀଶ୍ ବାବୁଙ୍କୁ ବି, ସନ୍ଦେହ ଜାଲରୁ ମୁକ୍ତି ପାଇ l ସନ୍ଦେହର ଜୀବାଣୁ ଟା ଭାରି ଭୟାନକ ସମୟ ଅସମୟ ଦେଖେନା, ଜ୍ଞାନ ଅଜ୍ଞାନର ବିବେଚନା କରେନା ଯେତେବେଳେ ପାରେ ସେତେବେଳେ ମନ ଭିତରକୁ ଧସେଇ ପସି ଆସେ l ସୁଷମା ଉପରେ ବିଶ୍ବାସ ଥିଲେ ବି ବିଶ୍ବମୋହନ….ପଇସାବାଲା ଲୋକଙ୍କ ମିଂଜାସକୁ ସେ ଭଲ ଭାବରେ ଜାଣନ୍ତି l

**************************


Rate this content
Log in

Similar oriya story from Drama