STORYMIRROR

Sunanda Mohanty

Inspirational Others

3  

Sunanda Mohanty

Inspirational Others

ସାଇବାବା

ସାଇବାବା

2 mins
115


ଆଜି ଗୁରୁବାର, ବାଲିତୃତୀୟା, ଶିବଙ୍କର ଅନେକ ପୂଜା ଭିତରୁ ଏକ, ନିର୍ଜ୍ଜଳା ଉପବାସ କରି ସନ୍ଧ୍ୟା ପରେ ଦର୍ଶନ ସାରି ପ୍ରସାଦ ପାଇବା କଥା ହେଲେ ଆଜି ଏତେ ବର୍ଷ ପରେ ମନେ ପଡିଲାନି କେମିତି ଭାବୁ ଭାବୁ ମୁଣ୍ଡ ଏମିତି ବିନ୍ଧିଲା ଆଉ ବାନ୍ତି ବି ହେଲା ତ ସମ୍ଭାଳି ନପାରି ମେଡ଼ିସିନ ଖାଇ ଶୋଇଗଲି l

    ଅନେକ ଦିନର ଇଚ୍ଛା ଆଜି ପୂରଣ ହୋଇଗଲା, ମୁଁ ପୁଟ୍ଟପାର୍ଥୀରେ ପହଂଚିଗଲି । ସତ୍ୟସାଇବାବାଙ୍କ ଦର୍ଶନ ମୋହରେ ଧାଡିରେ ଯାଇ ବସିଗଲି ସଭିଙ୍କ ସ୍ଥାନରେ । ସାଇବାବା ଦୂରରୁ ଦେଖାଗଲେ । କିଏ କେତେ କରୁଣା ଲଭିବାକୁ ବ୍ୟାକୁଳ ଥିଲାବେଳେ, ମୁଁ ଶୁନ୍ୟ ମନେକରୁଥିଲି ଏଇଥିପାଇଁ ଯେ ମୁଁ କିଛି ବି ଭେଟି ଆଣିନଥିଲି ସାଇବାବାଙ୍କ ପାଇଁ । ଏମିତିକି କାଗଜ ଟୁକୁଡା ଟିଏ ବି ନୁହଁ ତ ସାଇବାବା ବି ସଭିଙ୍କଠୁ କିଛି ନେଉନଥିଲେ ବାଛି ବାଛି କେତେଜଣଙ୍କୁ ଆର୍ଶୀବାଦ ଦେଉଥିଲେ ତ କେତେଜଣଙ୍କ ଠୁ ଶ୍ରଦ୍ଧାର ସୁମନ ସ୍ୱରୂପ କିଛି ଗ୍ରହଣ କରୁଥିଲେ । ମୋ ମୁଣ୍ଡ ଟାଇଁ ଟାଇଁ କରୁଥିଲା ତ ମୁଁ ମୁଣ୍ଡ ପୋତି ବସିଗଲି l

   ମୋ ଆଖି ସମ୍ନାରେ ସାଇବାବାଙ୍କ ପାଦଦ୍ୱୟ ଦର୍ଶନ କରି କୁତାର୍ଥ ମଣୁଥିଲି ତ ମୋ ଆଖିରେ ଲୁହ ଆସିଗଲା ହେଲେ କାହାର ଶୀତଳ ସ୍ପର୍ଶରେ ମୋ ମୁଣ୍ଡ ଭଲ ଲାଗିଲା ଆଉ ସାଇବାବାଙ୍କୁ ମୁଣ୍ଡ ଟେକି ଚାହିଁଲି ତ ସାଇବାବା ମୋ ହାତକୁ ବଢ଼େଇ ଦେଲେ ଚିରୁକୁଟି ଖଣ୍ଡିଏ । ନିଦ ଭାଙ୍ଗିଗଲା ହାଲୁକା ଲାଗୁଥିଲା ଆଉ ମୋ ହାତ ମୁଠାରେ ଥିବା ଚିରୁକୁଟିରେ ଲେଖାଥିଲା, "ଆଇ ଲଭ ଇଉ ବେଟା "

   ମୁଁ ଆଚେତ ହୋଇ ପଡ଼ୁ ପଡ଼ୁ ସ୍ୱାମୀ ପଶିଆସିଲେ । ମେଡ଼ିସିନ ଦେଇ ପ୍ରେସକ୍ରିପିସନ ସାଇତି ରଖିବାକୁ କହିଲେ, ମୁଁ ଫେରିପଡ଼ି ମୋ ହାତ ମୁଠାରେ ଥିବା ପ୍ରେସକ୍ରିପସନକୁ ଚାହିଁଲି ସ୍ୱାମୀ ମତେ "କଣ ହେଲା ", ପଚାରୁଥିଲେ ତ ମୁଁ କହିଲି ନା ସାଇବାବାଙ୍କ ସଙ୍ଗେ ଦେଖାହେଲା । ସେ ଏଁ କହୁଥିଲେ ତ ମତେ ଅବିକଳ ସାଇବାବାଙ୍କ ଭଳି ଦିଶୁଥିଲେ । ମତେ ଭଲ ଲାଗୁଥିଲା, ଉଠି ଭୋଗ ସଜାଡି ମନ୍ଦିର ଗଲି ମନ୍ଦିରରେ ଶିବଶଙ୍କରଙ୍କୁ ପ୍ରଣାମ କଲାବେଳେ ମତେ ସାଇବାବା ଦିଶୁଥିଲେ, କେମିତି କାହିଁକିର ଉତ୍ତର ମୋ ପାଖେ ନଥିଲା ମୁଣ୍ଡ ଭଲ ଲାଗୁଥିଲା l


Rate this content
Log in

Similar oriya story from Inspirational