STORYMIRROR

linki barik

Classics Others

3  

linki barik

Classics Others

ସାହିତ୍ୟର ମର୍ମ

ସାହିତ୍ୟର ମର୍ମ

2 mins
203

ଅଧ୍ୟାପକ ଡ. ଶରତ ମିଶ୍ରଙ୍କର ସେଦିନ ଆମର ପ୍ରଥମ କ୍ଲାସ୍ ଥିଲା। କ୍ଲାସ ରୁମ ରେ ଆମେ ଛାତ୍ରଛାତ୍ରୀ ମାନେ ଦସ ରୁ କୋଡ଼ିଏ ମିନିଟ୍ ଅପେକ୍ଷା କରିବା ପରେ ସାର୍ କ୍ଲାସ ରୁମ୍ ଭିତରକୁ ଆସିଲେ। ଆମ କଲେଜରେ ଶରତ ସାର୍ ଖୁବ୍ ଚର୍ଚ୍ଚିତ। ବିଶିଷ୍ଟ ସାହିତ୍ୟ ଅଧ୍ୟାପକ ଭାବେ ଖୁବ୍ ଖ୍ୟାତି ତାଙ୍କର। ମୋର କିନ୍ତୁ ସେଦିନ ପ୍ରଥମ କ୍ଲାସ ଥିଲା ତାଙ୍କର। ଆମମାନଙ୍କୁ ପ୍ରଥମେ ସୁପ୍ରଭାତ ଜଣେଇ ସେ ସବୁ ଛାତ୍ରଛାତ୍ରୀଙ୍କର ପରିଚୟ ପଚାରି ବୁଝିଲେ। ପରିଚୟ ପ୍ରଦାନ କରି ସାରିବା ପରେ କହିଲେ ପିଲାମାନେ, "ଆଜି ପଢେଇବା ନାହିଁ।"

ପରିଚୟ ପ୍ରଦାନ କରି ସାରିବା ପରେ ବି ସାର୍ କଣ ପାଇଁ ପଢେଇବା ପାଇଁ ମନା କରୁଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲୁ। ସମସ୍ତେ ଆଶ୍ଚର୍ଯ୍ୟ ହେଇ ସାରଙ୍କୁ ଚାହିଁଥିବା ବେଳେ ସାର୍ ପଚାରିଲେ "ପିଲେ ! ପ୍ରଥମେ ମୋତେ କୁହ ସାହିତ୍ୟ କହିଲେ ତୁମେମାନେ କଣ ବୁଝ ଓ କାହିଁକି ସାହିତ୍ୟକୁ ସମ୍ମାନ ରୂପେ ବାଛିନେଲ?" ସବୁ ଛାତ୍ରଛାତ୍ରୀମାନେ ସ୍ୱମତ ପ୍ରଦାନ କରି ଗଲେ। କିନ୍ତୁ ଶେଷ ଛାତ୍ର ଜଣକ ଏକ ଭିନ୍ନ ଉତ୍ତର ଦେଲେ।ରାହୁଲ ସାମଲ ବୋଲି ଜଣେ ଛାତ୍ର କହିଲେ କି.."ସାର୍! ସାହିତ୍ୟ ମୋତେ ବିଲେଇ ଛୁଆ ପରି ଲାଗେ। ରାହୁଲଙ୍କ ଉତ୍ତରରେ ସମସ୍ତ ପିଲା ହସିବା ସହିତ ସାର୍ ଭାରି ଆଶ୍ଚର୍ଯ୍ୟ ହେଲେ। ସାର୍ ପୁଣି ପ୍ରଶ୍ନ କଲେ "ଆଛା ରାହୁଲ! ସାହିତ୍ୟ କିପରି ତୁମକୁ ବିଲେଇ ଛୁଆ ପରି ଲାଗେ ମତେ ବିସ୍ତୃତ କରି ବୁଝାଇ ଦିଅ।"ତା ପରେ ରାହୁଲଙ୍କ ଉତ୍ତର "ସାର୍ !ମୁଁ ଯେବେ ଛୋଟ ଥିଲି ଆମ ଘରେ ଗୋଟେ ବିଲେଇ ଛୁଆ ଥିଲା। ମୁଁ ତାକୁ ଯେତେ ମାରେ, ଯେତେ ଘଉଡ଼ାଏ ସେ ସେତେ ଆସି ମୋ ଦେହରେ ଘଷି ହୁଏ। ମୁଁ ତା ଠୁ ଯେତେ ଦୂରେଇ ଯାଏ ସେ ସେତେ ମୋର ନିକଟତର ହୁଏ। ସାହିତ୍ୟ ବି ଠିକ୍ ସେହିପରି ଏକ ଜିନିଷ।ମଣିଷ ସତ ଚେଷ୍ଟା କଲେ ବି ସାହିତ୍ୟଠୁ ଦୂରେଇ ଯାଇ ପାରିବନି। ସଦାସର୍ବଦା ମନୁଷ୍ୟ ସହିତ ସାହିତ୍ୟ ସାମାଜିକ ଭାବେ ଜଡ଼ିତ।"


ରାହୁଲଙ୍କ ଉତ୍ତରରେ ସାର୍ ଖୁବ୍ ଖୁସି ହେବା ସହିତ ପିଲାମାନେ ମଧ୍ୟ କରତାଳି ଦେଲେ। ପ୍ରଥମ କ୍ଲାସଟି ଖୁବ୍ ଭଲ ଲାଗିଲା। କିନ୍ତୁ ଖୁବ୍ ଦୁଃଖର କଥା ଏହି ଯେ, ବର୍ତ୍ତମାନ ସମାଜରେ ସାହିତ୍ୟ ସମାଲୋଚିତ। ଆଜିର ଯୁବପିଢିମାନେ ସାହିତ୍ୟକୁ ସେତେ ଗୁରୁତ୍ବ ପ୍ରଦାନ କରୁନାହାଁନ୍ତି ଯାହା ଏକ ଅପ୍ରୀତିକର କଥା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics